Monday, May 25, 2026 02:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୋଆରେ ଇନ୍‌ଷ୍ଟିଚ୍ୟୁସନ୍‌ସ ଇନୋଭେସନ୍ କାଉନ୍‌ସିଲ୍‌ର ଆଂଚଳିକ ସମ୍ମିଳନୀ

by Our Correspondent
26 Nov, 2025- 07:44 PM
in Latest News, News
1 min read
0
ସୋଆରେ ଇନ୍‌ଷ୍ଟିଚ୍ୟୁସନ୍‌ସ ଇନୋଭେସନ୍ କାଉନ୍‌ସିଲ୍‌ର ଆଂଚଳିକ ସମ୍ମିଳନୀ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ଇନ୍‌ଷ୍ଟିଚ୍ୟୁସନ୍‌ସ ଇନୋଭେସନ୍ କାଉନ୍‌ସିଲ୍ (ଆଇଆଇସି)ର ୨୦୨୫ ନିମନ୍ତେ ଆଂଚଳିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀରେ ପୂର୍ବ ଭାରତର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରୁ ଶିକ୍ଷା କ୍ଷେତ୍ରର ନେତୃବର୍ଗ, ନୀତି ନିର୍ଦ୍ଧାରକ, ଇନ୍‌କ୍ୟୁବେସନ୍ ମ୍ୟାନେଜର, ବିଭିନ୍ନ ଷ୍ଟାର୍ଟ -ଅପ୍ ସ୍ଥାପକ ତଥା ଶିଳ୍ପ ଏବଂ ଉଦ୍‌ଭାବନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇଥିବା ୫୦୦ ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଗୋଟିଏ ପ୍ଲାଟଫର୍ମରେ ଏକତ୍ରିତ ହୋଇଥିଲେ ।

କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ଅଲ୍ ଇଣ୍ଡିଆ କାଉନ୍‌ସିଲ୍ ଫର ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ)ର ଇନୋଭେସନ୍ ସେଲ୍ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ଭାରତର ଉଦ୍‌ଭାବନ ଏବଂ ଉଦ୍ୟୋଗୀକରଣ ମାନଚିତ୍ରକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଶିକ୍ଷାନୁଷ୍ଠାନ ମଧ୍ୟରେ ପାରସ୍ପରିକ ଆଲୋଚନା, ଉଦ୍‌ଭାବନ ଏବଂ ଷ୍ଟାର୍ଟ-ଅପ ସମ୍ବନ୍ଧୀୟ ପ୍ରଦର୍ଶନୀ, ବିଶେଷଜ୍ଞଙ୍କ ଦ୍ୱାରା ତଥ୍ୟ ଉପସ୍ଥାପନ ଏବଂ ବିଭିନ୍ନ ପାନେଲ ଆଲୋଚନା ପ୍ରଭୃତି ଆୟୋଜନ କରାଯାଇଥିଲା ।

ସୋଆ କ୍ୟାମ୍ପସ-୨ରେ ଆୟୋଜିତ ଏହି ସମ୍ମିଳନୀରେ ଏଆଇସିଟିଇର ଆସିଷ୍ଟାଂଟ ଇନୋଭେସନ୍ ଡାଇରେକ୍ଟର ଡକ୍ଟର ଦୀପନ ସାହୁ ପରିଚାଳନା କରିଥିବା ବେଳେ ଶିକ୍ଷା କ୍ଷେତ୍ରରେ ଉଦ୍‌ଭାବନକୁ ଏକ ନୂତନ ଦିଗ ଦେବା ଲକ୍ଷ୍ୟ ନେଇ ଆଇଆଇସିକୁ ସାରା ଦେଶରେ ଆରମ୍ଭ କରାଯାଇଥିବା ବେଳେ ଏହା ବର୍ତମାନ ଦେଶର ୩୬ ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର ୧୬,୦୦୦ ଉଚ୍ଚ ଶିକ୍ଷା କେନ୍ଦ୍ରରେ ନିଜର କାୟା ବିସ୍ତାର କରିଛି ବୋଲି ସୂଚନା ଦେଇଥିଲେ ।

କାର୍ଯ୍ୟକ୍ରମକୁ ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଟି.ଜି. ସୀତାରାମ ଦିଲ୍ଲୀସ୍ଥିତ ଏଆଇସିଟିଇ ମୁଖ୍ୟ କାର୍ଯ୍ୟାଳୟରୁ ଭର୍ଚୁଆଲି ଉଦ୍‌ଘାଟନ କରିବା ସହ ସାରା ଦେଶର ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଉଦ୍‌ଭାବନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ସହ କ୍ୟାମ୍ପସ ଗୁଡ଼ିକରେ ବୈଷୟିକ ନେତୃତ୍ୱକୁ ଅଧିକ ଗୁରୁତ୍ୱ ଦେବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଟେଲିକମ୍ ସେକ୍ଟର ସ୍କିଲ କାଉନ୍‌ସିଲର ପୂର୍ବତନ ସିଇଓ ଡକ୍ଟର ଯଦୁମଣୀ ଜେନା, ଭାରତ ସରକାରଙ୍କ ଜାତୀୟ ଗବେଷଣା ବିକାଶ ଆୟୋଗର ସିନିୟର ରିଜିଓନାଲ୍ ମ୍ୟାନେଜର ଡକ୍ଟର ବିଜୟ କୁମାର ସାହୁ, ବିଶାଖାପାଟଣା ସ୍ଥିତ ରତନ ଟାଟା ଇନୋଭେସନ ହବ୍‌ର ସିଇଓ ଶ୍ରୀ ରବି ଇଶ୍ୱାରୁପୁ, ଆଇଆଇଟି ବମ୍ବେର ପ୍ରଫେସର ଏମରିଟସ ପ୍ରଫେସର ଦୀପକ ବି. ପାଠକ ଯୋଗ ଦେଇ ଉଦ୍‌ଭାବନ, ଟେକ୍ନୋଲଜି ସଲ୍ୟୁସନ୍ ଏବଂ ଏଥି ସହିତ ଶୈକ୍ଷିକ ଇନ୍‌କ୍ୟୁବେଟରର ଗୁରୁତ୍ୱ ଉପରେ ବକ୍ତବ୍ୟ ରଖିଥିଲେ ।

ଓଡ଼ିଶା ସରକାରଙ୍କ ଅଧିନସ୍ଥ ଷ୍ଟାର୍ଟ-ଅପ୍ ଓଡ଼ିଶାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତି ରଶ୍ମିତା ପଣ୍ଡା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଯୁବ ଉଦ୍‌ଭାବନକାରୀ ଏବଂ ଅନୁଷ୍ଠାନଗୁଡ଼ିକୁ ଓଡ଼ିଶା ସରକାର କିଭଳି ପ୍ରୋତ୍ସାହନ ଦେଉଛନ୍ତି ଏବଂ ଓଡ଼ିଶାର ଷ୍ଟାର୍ଟଅପ୍‌ଗୁଡ଼ିକୁ କେଉଁଭଳି ଭାବରେ ବିଶ୍ୱସ୍ତରୀୟ ମାନ୍ୟତା ଦିଆଯାଇପାରିବ ସେ ସମ୍ପର୍କରେ ମତ ରଖିଥିଲେ ।

କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ସୋଆ ବିଶ୍ୱବିଦ୍ୟାଳୟରେ କିଭଳି ଉଦ୍‌ଭାବନ ସମ୍ପର୍କିତ ଶୈକ୍ଷିକ ଉତ୍କର୍ଷତା ଓ ଛାତ୍ରଛାତ୍ରୀଙ୍କୁ ଗବେଷଣା କ୍ଷେତ୍ରରେ ପ୍ରୋତ୍ସାହିତ କରାଯାଉଛି ସେ ସମ୍ପର୍କରେ ମତ ରଖିଥିଲେ ।

ଆଇଆଇଟି ମାଡ୍ରାସର ପ୍ରଫେସର ଅଶୋକ ଝୁନଝୁନୱାଲା ଭର୍ଚୁଆଲୀ ବକ୍ତବ୍ୟ ପ୍ରଦାନ କରିବା ସହ ଭାରତରେ ଉଦ୍‌ଭାବନ ଯାତ୍ରାର ମାଇଲଖୁଂଟ ଓ ଆହ୍ୱାନ ତଥା ଏହି କ୍ଷେତ୍ରରେ ଆଗ ବଢ଼ିବାରେ କ୍ଷତି ସହ୍ୟ କରିବାକୁ ପ୍ରସ୍ତୁତ ମନୋଭାବ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।
ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଏଆଇସିଟିଇ ମୁଖ୍ୟ କାର୍ଯ୍ୟାଳୟରୁ ଉପାଧ୍ୟକ୍ଷ ଡକ୍ଟର ଅଭୟ ଜେରେ ଏବଂ ମେମ୍ବର ସେକ୍ରେଟାରୀ ପ୍ରଫେସର ଶ୍ୟାମା ରଥ ଯୋଗ ଦେଇ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ପ୍ରତିଯୋଗିତାମୂଳକ ଉଦ୍‌ଭାବନ ବାତାବରଣ ସୃଷ୍ଟି କରାଯିବା ସହ ଅନୁଦାନ ଏବଂ ସହଭାଗିତାରେ ମଧ୍ୟ ନୂତନ ରାସ୍ତା ଘୋଷଣା କରାଯିବା ବିଷୟରେ ମନ୍ତବ୍ୟ ରଖିଥିଲେ ।

ଏହି ଅବସରରେ ବିଭିନ୍ନ ଷ୍ଟାର୍ଟ-ଅପ୍‌ର ପ୍ରଦର୍ଶନୀ କରାଯାଇଥିବା ବେଳେ ଏଆଇସିଟିଇର ପୂର୍ବତନ ଅଧ୍ୟକ୍ଷ ତଥା ସୋଆ ଆନ୍ତର୍ଜାତିକ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ଓ ଆଇଆଇଟି ଖଡ଼ଗପୁରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଦାମୋଦର ଆଚାର୍ଯ୍ୟ ଉଦ୍‌ଘାଟନ କରିଥିଲେ । ଏଆଇସି-ସୋଆ ଫାଉଣ୍ଡେସନ୍ ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ବିଭିନ୍ନ ଇନୋଭେଟରମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

Previous Post

ଓଡ଼ିଶାରୁ ଅଧିକ ୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବ ଏଫସିଆଇ

Next Post

ପୁରୁଣା ଦିନର ସ୍ମୃତି ସାଉଁଟିଲେ ରାଷ୍ଟ୍ରପତି

Next Post
ପୁରୁଣା ଦିନର ସ୍ମୃତି ସାଉଁଟିଲେ ରାଷ୍ଟ୍ରପତି

ପୁରୁଣା ଦିନର ସ୍ମୃତି ସାଉଁଟିଲେ ରାଷ୍ଟ୍ରପତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA