Monday, May 25, 2026 04:53 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୁରୁଣା ଦିନର ସ୍ମୃତି ସାଉଁଟିଲେ ରାଷ୍ଟ୍ରପତି

ବିଧାନସଭାକୁ ସମ୍ବୋଧିତ କଲେ ମହାମହିମ

by Our Correspondent
27 Nov, 2025- 11:34 PM
in Latest News, News
1 min read
0
ପୁରୁଣା ଦିନର ସ୍ମୃତି ସାଉଁଟିଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଆଜି ଥିଲା ଓଡ଼ିଶା ବିଧାନସଭା ପାଇଁ ଏକ ଐତିହାସିକ ଓ ଗୌରବମୟ ଦିନ । ଭାରତର ପ୍ରଥମ ରାଷ୍ଟ୍ରପତି ଭାବେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବିଧାନସଭା ଗୃହରେ ବିଧାୟକ/ବିଧାୟିକାମାନଙ୍କୁ ସମ୍ବୋଧିତ କରିଥିଲେ । ନିଜର ପୁରୁଣା ଦିନର ସ୍ମୃତି ସାଉଁଟି ଭାବବିହ୍ୱଳ ହୋଇଯାଇଥିଲେ ମହାମହିମ ରାଷ୍ଟ୍ରପତି ।

ଆଜି ଯାହା ହୋଇଛି ଏହି ଗୃହ ପାଇଁ

ରାଷ୍ଟ୍ରପତି କହିଥିଲେ, ଆପଣମାନଙ୍କ ଗହଣରେ ଉପସ୍ଥିତ ହୋଇ ମୁଁ ବେଶ୍ ଆନନ୍ଦିତ । ଏଠାରେ ମୋତେ ଘରକୁ ଫେରିଲା ଭଳି ଲାଗୁଛି । ମୁଁ ଗାଁରୁ ଆସିଥିଲି ସାଧାରଣ ଝିଅ ହୋଇ । ଏ ଗୃହ ମୋତେ ସବୁ କିଛି ଶିଖାଇଛି । କଥା କୁହାଇବା ଶିଖାଇଛି । ରାଜନୈତିକ ସ୍ତରରେ କିଭଳି ବ୍ୟବହାର କରାଯାଏ ଶିଖାଇଛି । ଜନସାଧାରଣଙ୍କ ସମସ୍ୟା ଉପସ୍ଥାପନା କରିବା ଶିଖାଇଛି । ଆଜି ଯେଉଁଠି ଅଛି ତା’ର ସମସ୍ତ ଶ୍ରେୟ ଏ ଗୃହର । ଏ ଗୃହ ମତେ ମିଅଁ ଦେଇଛି । ଏ ମିଅଁ ଯଦି ସୁଦୃଢ଼ ନ ଥାନ୍ତା, ଓଡ଼ିଶାବାସୀଙ୍କ ଭଲ ପାଇବା ଓ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନ ଥାନ୍ତା, ଆଜି ଯେଉଁ ଜାଗାରେ ଅଛି ବୋଧହୁଏ ସମ୍ଭବ ହୋଇ ନ ଥାନ୍ତା । ସେଥିପାଇଁ ଏ ଗୃହକୁ ଆଜି ମୁଁ କୋଟି କୋଟି ପ୍ରଣାମ ଜଣାଉଛି ।

ଏହି ପବିତ୍ର ଗୃହର ସଦସ୍ୟ ଭାବରେ ଏଠି ବସିବାର ସୌଭାଗ୍ୟ ମୁଁ ଲାଭ କରିଥିଲି । ଅନେକ ବର୍ଷ ବ୍ୟବଧାନ ପରେ ଏଠି ଉପସ୍ଥିତ ହେବା ପରେ ଅତୀତର ସ୍ମୃତି ତାଜା ହୋଇଉଠୁଛି । ଏ ଗୃହରେ ମୁଁ ବିଧାୟକ ଭାବେ ପ୍ରଶ୍ନ ପଚାରିଛି । ମନ୍ତ୍ରୀ ଭାବେ ବିଧାୟକମାନଙ୍କର ପ୍ରଶ୍ନର ଉତ୍ତର ମଧ୍ୟ ଦେଇଛି । ବିଭିନ୍ନ ସ୍ଥାୟୀ କମିଟିର ଅଧ୍ୟକ୍ଷ ଓ ସଦସ୍ୟ ଭାବରେ ମୋ ଚିନ୍ତା ବ୍ୟକ୍ତ କରିବାର ସୁଯୋଗ ପାଇଛି । ଏଠି ବସିଥିବା ୧୪୭ ସଦସ୍ୟ ମୋର ଚିହ୍ନା । ସୌଭାଗ୍ୟବଶତଃ କିଛି ଲୋକଙ୍କ ସହ କାମ କରିବାର ମତେ ସୁଯୋଗ ମିଳିଛି । ଏ ଗୃହର ଗ୍ୟାଲେରିରେ ଅନେକ ପୂର୍ବତନ ମନ୍ତ୍ରୀ ଓ ବିଧାୟକ ଅଛନ୍ତି ତାଙ୍କୁ ମଧ୍ୟ ସମ୍ମାନ ଜଣାଉଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆମେ ୨୦୦୦ ମସିହାରେ ଏକାଥରେ ଏ ବିଧାନସଭାକୁ ଆସିଥିଲୁ ବୋଲି ରାଷ୍ଟ୍ରପତି ମନେ ପକାଇ ଭାବବିହ୍ୱଳ ହୋଇଯାଇଥିଲେ ।

ଆଚରଣ ଓ ଉଚ୍ଚାରଣରେ ସଂଯମ ରଖନ୍ତୁ

ଏଠିକାର ଆତ୍ମୀୟ ପରିବେଶରେ ମୁଁ ଭାବପ୍ରବଣ ହୋଇଯାଇଛି ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିବା ସହ ଗୃହର ସଦସ୍ୟ/ସଦସ୍ୟା ତଥା ଜନପ୍ରତିନିଧିମାନଙ୍କୁ ସେମାନଙ୍କର ଦାୟିତ୍ୱ ସମ୍ପର୍କରେ ପରାମର୍ଶ ଦେଇଥିଲେ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ କବିତା ଉଦ୍ଧାର କରି ରାଷ୍ଟ୍ରପତି କହିଥିଲେ- କାଳେ କାଳେ ଶାସନର ଡୋରି ପ୍ରଜା ବା ଜନଗଣଙ୍କ ହାତରେ ଅଛି । ଆପଣମାନେ ଜନଗଣଙ୍କର ପ୍ରତିନିଧି । ସେମାନଙ୍କର ସେବକ । କେତେ ଆଶା, ଭରସା, ବିଶ୍ୱାସ ନେଇ ସେମାନେ ଆପଣଙ୍କୁ କ୍ଷମତା ଅର୍ପଣ କରିଛନ୍ତି । ସେମାନଙ୍କର ଆଶା ପୂରଣ କରିବା, ସେମାନଙ୍କର ସ୍ୱପ୍ନ ସାକାର କରିବା ଏବଂ ସର୍ବୋପରି ସେମାନଙ୍କ ମୁହଁରେ ହସ ଫୁଟାଇବା ଆପଣମାନଙ୍କର ଓ ଆମ ସମସ୍ତଙ୍କର କର୍ତ୍ତବ୍ୟ । ଆପଣମାନେ ଏପରି କାର୍ଯ୍ୟ କରିବେ ଯାହା ସାଧାରଣ ଲୋକଙ୍କ ହିତ ପାଇଁ ଉଦ୍ଦିଷ୍ଟ ।

ଦେଶର ଦରିଦ୍ରତମ ଲୋକଙ୍କ ପାଇଁ କାର୍ଯ୍ୟ କରିବା ହିଁ ଅନ୍ତୋଃଦୟର ବାର୍ତ୍ତା । ବର୍ତ୍ତମାନର ସମୟ ପ୍ରଯୁକ୍ତି ବିଦ୍ୟାର ସମୟ । ଜନପ୍ରତିନିଧି ଭାବେ ଆପଣମାନେ ସାରା ରାଜ୍ୟର ଚିହ୍ନା ମୁହଁ । ଆପଣମାନଙ୍କର ଅନୁଗାମୀ ବହୁତ । ଆପଣମାନେ କ’ଣ କହୁଛନ୍ତି, କ’ଣ କରୁଛନ୍ତି ତାହା ଜାଣିବା ପାଇଁ ଲୋକଙ୍କର ଉତ୍ସୁକ ଥାଏ । ଆପଣମାନଙ୍କର ଆଚରଣ ଓ ଉଚ୍ଚାରଣ ଉଭୟ ମୂଲ୍ୟବାନ । ଆପଣମାନେ ଲିଡର । ଜନତାଙ୍କୁ ଲିଡ୍ କରୁଛନ୍ତି । ଜନତା ହେଲେ ଫଲୋଅର୍ । ଲିଡର୍ ଯାହା କରିବେ ଜନତା ତାକୁ ଫଲୋ କରିବେ । ଏଣୁକରି ଆପଣମାନଙ୍କର ଆଚରଣ ଓ ଉଚ୍ଚାରଣକୁ ସଂଯମରେ ରଖିବାର ଆବଶ୍ୟକତା ଅଛି । ଏହି ଟେକନୋଲୋଜିର ଯୁଗରେ ଆପଣମାନେ କ’ଣ କହୁଛନ୍ତି ଓ କ’ଣ କରୁଛନ୍ତି ତାହା ସମସ୍ତେ ଜାଣିପାରୁଛନ୍ତି । ଆପଣମାନଙ୍କର ଆଚରଣ ଓ ଉଚ୍ଚାରଣ ଏପରି ହେବା ଉଚିତ୍ ଯଦ୍ୱାରା ଆପଣମାନଙ୍କର ଅନୁଗାମୀ ଓ ସମର୍ଥକମାନେ ସମାଜ ଓ ରାଜ୍ୟ ଗଠନରେ ସହାୟକ ହେବେ ବୋଲି ରାଷ୍ଟ୍ରପତି କହିଥିଲେ ।

ଓଡ଼ିଶାର ପ୍ରଗତି ପାଇଁ ମିଳିମିଶି କାମ କରିବା

ରାଷ୍ଟ୍ରପତି ତାଙ୍କ ଉଦବୋଧନରେ କହିଥିଲେ ଯେ ରାଷ୍ଟ୍ର ସର୍ବୋପରି । ଏହି ଭାବନା ରଖି ଆପଣମାନେ କାର୍ଯ୍ୟ କରିବେ ବୋଲି ମୋର ବିଶ୍ୱାସ । ଗଣ ବିନା ଗଣତନ୍ତ୍ର ନାହିଁ କି ଗଣରାଜ୍ୟ ନାହିଁ । ଲୋକଶକ୍ତିକୁ ଭାରତୀୟ ସଂସ୍କୃତିରେ ଗୁରୁତ୍ୱ ଦିଆଯାଇଛି । ଓଡ଼ିଶା ସଂସ୍କୃତି ପ୍ରବାହର ରାଜ୍ୟ । ଦେଶର ସ୍ୱାଧୀନତା ଓ ରାଷ୍ଟ୍ର ଗଠନରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଦୟାନଦୀ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହେବାର ଜୀବନ୍ତ ସାକ୍ଷୀ ।

ଓଡ଼ିଶା ପ୍ରଗତି ପଥରେ ଦ୍ରୁତ ଗତିରେ ଚାଲିଛି । ବିଭିନ୍ନ ସମୟରେ ରାଜ୍ୟର ନେତୃତ୍ୱ ନେଇଥିବା ବ୍ୟକ୍ତିମାନେ ସେମାନଙ୍କର ଅବଦାନ ରଖିଛନ୍ତି । ମୋହନ ଚରଣ ମାଝୀ ଅଳ୍ପଦିନର କାର୍ଯ୍ୟକାଳ ମଧ୍ୟରେ ଅନେକ ନୂଆ କାମର ଶୁଭାରମ୍ଭ କରିଛନ୍ତି । ଓଡ଼ିଶାର ପ୍ରଗତି ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଉଚିତ । ଓଡ଼ିଶା ମହାପ୍ରଭୁ ଜଗନ୍ନାଥଙ୍କ ପୂଣ୍ୟମାଟି । ପ୍ରକୃତି ଏଠାରେ ସବୁ ଓଜାଡ଼ି ଦେଇଛି । ବିପୁଳ ଖଣିଜ ସମ୍ପଦ, ଜଙ୍ଗଲ ସମ୍ପଦ ଓ ଜଳସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶା । ଓଡ଼ିଶା ମାନବ ସମ୍ବଳ ବିକାଶରେ ମଧ୍ୟ ପଛରେ ପଡ଼ିନାହିଁ । ଶ୍ରମିକଙ୍କଠାରୁ ଶିଳ୍ପୀ ଓ ଶିଳ୍ପପତି, ଆଇଟି ପ୍ରଫେସନାଲଠାରୁ ଆରମ୍ଭ କରି ବୈଜ୍ଞାନିକ ପର୍ଯ୍ୟନ୍ତ ସବୁ ବର୍ଗର ମାନବ ସମ୍ବଳରେ ଓଡ଼ିଶା ସମୃଦ୍ଧ । ଓଡ଼ିଶାରେ ମଧ୍ୟ ରହିଛି ସୁଦୀର୍ଘ ବେଳାଭୂମି ଓ ଉର୍ବର ଚାଷ ଜମି । କୃଷି, ଶିଳ୍ପ ଓ ବାଣିଜ୍ୟ ଆଦିର ବିକାଶ ପାଇଁ ଓଡ଼ିଶାର ପରିବେଶ ଖୁବ ଅନୁକୂଳ । ଏସବୁ ସମ୍ପଦର ସଦୁପଯୋଗ କରାଯାଇ ଓଡ଼ିଶାକୁ ଦେଶର ଅଗ୍ରଣୀ ପ୍ରଦେଶରେ ପରିଣତ କରାଯାଇପାରିବ ।

୨୦୪୭ ମସିହାରେ ସ୍ୱାଧୀନତାର ଶତାବ୍ଦୀ ସମାରୋହ ପାଳନ ବେଳକୁ ଭାରତ ବିକ୍ଷିପ୍ତ ଭାରତରେ ପରିଣତ ହୋଇପାରିବ ବୋଲି ଆମ ସମସ୍ତଙ୍କର ବିଶ୍ୱାସ । ସେହି ଦିଗରେ ଆମେ ଅଗ୍ରସର ହେଉଛେ । ୨୦୩୬ ମସିହାରେ ଓଡ଼ିଶା ଗଠନର ଶତବାର୍ଷିକୀ ପାଳନ ହେବ । ଆପଣମାନେ ସମ୍ମିଳିତ ଭାବେ ୨୦୩୬ ସୁଦ୍ଧା ଏକ ସୁସମୃଦ୍ଧ ଓଡ଼ିଶା ଗଠନ କରିପାରିଲେ ତାହା ହେବ ବିକ୍ଷିପ୍ତ ଭାରତ ପାଇଁ ଓଡ଼ିଶାର ଶ୍ରେଷ୍ଠ ଅବଦାନ । ଓଡ଼ିଶାର ନେତୃବୃନ୍ଦ, କୃଷକ, ଶ୍ରମିକ, ବୁଦ୍ଧିଜୀବୀ ଓ ଯୁବକ ସମସ୍ତେ ଏକଜୁଟ ହୋଇ କାମ କଲେ ଅସାଧ୍ୟ ସାଧନ କରିହେବ । ମୁଁ ଆଶା କରୁଛି ଆପଣମାନେ ଓଡ଼ିଶାର ପ୍ରଗତିକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିବେ ।

ଏହି ଅବସରରେ ରାଷ୍ଟ୍ରପତି ଓଡ଼ିଶାର ନାରୀ ଶକ୍ତି, ବକ୍ସି ଜଗବନ୍ଧୁଙ୍କଠାରୁ ଆରମ୍ଭ କରି ବିଜୁ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ବରପୁତ୍ରମାନଙ୍କର ସ୍ମୃତିଚାରଣ କରିଥିଲେ । ଓଡ଼ିଶା ବିଧାନସଭାର ଗରିମା ଓ ଗୌରବ ସମ୍ପର୍କରେ ଉଲ୍ଲେଖ କରିଥିଲେ ।

ଉଦବୋଧନ ଶେଷରେ ରାଷ୍ଟ୍ରପତି ବିଧାନସଭାର ୧୧ ନମ୍ବର ପ୍ରକୋଷ୍ଠକୁ ଯାଇ କିଛି ସମୟ ବିତାଇଥିଲେ । ୨୦୦୦ ମସିହାରେ ସେ ମନ୍ତ୍ରୀ ଥିବା ବେଳେ ଏହି ଚାମ୍ବର ବ୍ୟବହାର କରୁଥିଲେ । ସେହି ପୁରୁଣା ଦିନର ସ୍ମୃତିକୁ ମନେ ପକାଇଥିଲେ ମହାମହିମ ରାଷ୍ଟ୍ରପତି ।

Previous Post

ସୋଆରେ ଇନ୍‌ଷ୍ଟିଚ୍ୟୁସନ୍‌ସ ଇନୋଭେସନ୍ କାଉନ୍‌ସିଲ୍‌ର ଆଂଚଳିକ ସମ୍ମିଳନୀ

Next Post

ରାଷ୍ଟ୍ରପତିଙ୍କ ଓଡ଼ିଶା ବିଧାନସଭା ଆଗମନ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

Next Post
ରାଷ୍ଟ୍ରପତିଙ୍କ ଓଡ଼ିଶା ବିଧାନସଭା ଆଗମନ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ରାଷ୍ଟ୍ରପତିଙ୍କ ଓଡ଼ିଶା ବିଧାନସଭା ଆଗମନ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA