Saturday, May 9, 2026 03:55 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମହାନଦୀ ସଙ୍କଟ: ବିଜେଡ-ବିଜେପି ମୁହାଁମୁହିଁ

by Our Correspondent
13 Dec, 2025- 09:30 PM
in Latest News, News
1 min read
0
ମହାନଦୀ ସଙ୍କଟ: ବିଜେଡ-ବିଜେପି ମୁହାଁମୁହିଁ

ଭୁବନେଶ୍ୱର: ମହାନଦୀ ଜଳ ବିଷୟର ଜଟିଳତା ଦୃଷ୍ଟିରୁ ରାଜ୍ୟ ସରକାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ୮ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଆସନ୍ତା ୨୨ ତାରିଖରେ କମିଟିର ପ୍ରଥମ ବୈଠକ ବସିବାକୁ ଯାଉଥିବା ବେଳେ ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଆଜି ସରକାରଙ୍କ ସ୍ପଷ୍ଟ ଆଭିମୁଖ୍ୟ ଚାହିଁଛନ୍ତି । ରାଜ୍ୟ ସରକାର କମିଟି ପରେ କମିଟି ଗଠନ କରୁଥିଲେ ମଧ୍ୟ ଫଳ କିଛି ହେଉନାହିଁ । ମହାନଦୀ ସଙ୍କଟର ସମାଧାନ କେବେ ହେବ ସିଧାସଳଖ ଜାଣିବାକୁ ଚାହିଁଛନ୍ତି । ମହାନଦୀ ହେଉଛି ଓଡିଶାର ଜୀବନ ସ୍ରୋତ । ଗତ କିଛି ଦଶନ୍ଧି ହେଲା ଓଡିଶାବାସୀଙ୍କ ମା ସମାନ ମହାନଦୀର ଜୀବନସ୍ରୋତକୁ ସଂକୁଚିତ କରି ମା’କୁ ବିକଳାଙ୍ଗ କରିଦେବାର ହୀନ ଚକ୍ରାନ୍ତ ସମଗ୍ର ଓଡିଶାବାସୀଙ୍କ ପାଇଁ ବେଦନା ଦାୟକ ହୋଇପଡିଛି ବୋଲି ସେ କହିଛନ୍ତି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି,ଓଡିଶା ରାଜ୍ୟର ବିନା ସହମତିରେ ଆନ୍ତଃରାଜ୍ୟ ନଦୀ ଜଳ ସଂପର୍କିତ ସମସ୍ତ ବିଧି ବିଧାନକୁ ବେଖାତିର କରି ଛତିଶଗଡ ରାଜ୍ୟ ସରକାର ମହାନଦୀ ଉପରେ ଅତ୍ୟାଚାର କରୁଛନ୍ତି ଏବଂ କେନ୍ଦ୍ର ସରକାର ଶୁଣ୍ଢି ସାକ୍ଷୀ ମାତାଲ ଭଳି ନୀରବ ଦ୍ରଷ୍ଟା ସାଜିଛନ୍ତି । ମହାନଦୀ ଉପର ମୁଣ୍ଡରେ ବ୍ୟାରେଜ ପରେ ବ୍ୟାରେଜ ନିର୍ମାଣ କରି ମହାନଦୀର ଜଳସ୍ରୋତକୁ ମନଇଚ୍ଛା ନିଜ ଅଧିନରେ ରଖି ଓଡିଶାରେ ମହାନଦୀର ଧାରାକୁ ଶୁଷ୍କ ଓ ନିରସ ରଖିଥିବା ଛତିଶଗଡ ସରକାରଙ୍କ ମନମୁଖି କାର୍ଯ୍ୟ ଓଡିଶାର ଦାରୁଣ କ୍ଷତି ଘଟାଉଛି । ତଦାନ୍ତ୍ରିତ ରାଜ୍ୟ ସରକାରଙ୍କ ସକଳ ଅନୁରୋଧ ଓ ଆବେଦନ ଛତିଶଗଡ ସରକାର ତ ଶୁଣିଲେ ନାହିଁ, କେନ୍ଦ୍ର ସରକାର ଓ କେନ୍ଦ୍ର ଜଳ ଆୟୋଗ ମଧ୍ୟ ନୀରବ ଦ୍ରଷ୍ଟା ସାଜିଲେ । ଜଳସେଚନର ଦ୍ୱାହି ଦେଇ ଛତିଶଗଡ ସରକାର ମହାନଦୀର ଉପର ମୁଣ୍ଡର କୂଳେ କୂଳେ ଅଗଣିତ ଘରୋଇ ଶିଳ୍ପ ମାନଙ୍କୁ ଅଜସ୍ର ଜଳ ପ୍ରଦାନ କରି ଓଡିଶାର ମହାନଦୀର ତଳ ମୁଣ୍ଡରେ ଜଳ ସଂକଟ ସୃଷ୍ଟି କଲେ । ଓଡିଶା ଯେଉଁ ମହାନଦୀ ଦିନେ ବର୍ଷତମାମ ଚଳଚଞ୍ଚଳ ଓ ଜଳ ପରିପୂର୍ଣ୍ଣ ରହୁଥିଲା ତାହା ଆଜି ଶୁଷ୍କ ଓ ରୁଗ୍ଣ ହେବାକୁ ଯାଉଛି । ଏହି ପ୍ରକ୍ରିୟା ଜାରି ରହିଲେ ହୀରାକୁଦ ଜଳଭଣ୍ଡାର ଦିନେ ଜଳଶୂନ୍ୟ ହେବ ଓ ଅନିଶ୍ଚିତ ସଂକଟ ଭିତରକୁ ଠେଲି ହୋଇଯିବ ।

ଶ୍ରୀ ଆଚାର୍ଯ୍ୟ ଆହୁରି କହିଥିଲେ ଯେ, କେନ୍ଦ୍ର, ଛତିଶଗଡ ଓ ଓଡିଶାରେ ବର୍ତ୍ତମାନ ଗୋଟିଏ ଦଳର ସରକାର ଥିବାରୁ ଏହି ସମସ୍ୟାର ଶୀଘ୍ର ସମାଧାନ ହେବ ବୋଲି ଲୋକେ ଆଶା ରଖିଥିଲେ, କିନ୍ତୁ ତାହା ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଆକାଶ କଇଁଆ ଚିଲିକା ମାଛରେ ପରିଣତ ହୋଇଛି । ରାଜ୍ୟ ସରକାର କେବଳ କମିଟି ପରେ କମିଟି ଗଠନ କରୁଛନ୍ତି, କିନ୍ତୁ ଫଳ ଶୂନ । ମହାନଦୀ ଜଳ ବିବାଦର ମାମଲା ଟ୍ରିବ୍ୟୁନାଲରେ ୭ ବର୍ଷରୁ ଅଧିକ ସମୟ ହେଲା ପଡି ରହିଥିଲେ ସୁଦ୍ଧା କେବଳ ତାରିଖ ପରେ ତାରିଖ ଗଡୁଛି ଓ ରାଜ୍ୟ ରାଜକୋଷରୁ କୋଟି କୋଟି ଖର୍ଚ୍ଚ ହେଉଛି, କିନ୍ତୁ ପ୍ରଗତି ଅତ୍ୟନ୍ତ ନୈରାଶ୍ୟଜନକ । ଆଉ କେତେ ଦିନ ଲାଗିବ ଇଶ୍ୱର ହିଁ ଜାଣନ୍ତି ।

ବର୍ତ୍ତମାନ ରାଜ୍ୟ ସରକାର ଆପୋଷ ସମାଧାନର ପ୍ରସ୍ତାବନା କରିଛନ୍ତି, ଓଡିଶାବାସୀ ଜାଣିବା ପାଇଁ ଚାହାନ୍ତି ଆପୋଷ ସମାଧାନ ପାଇଁ ଆଲୋଚନାର ସର୍ତ୍ତାବଳୀ କ’ଣ କ’ଣ ରହିବ? ସରକାର ଟ୍ରିବ୍ୟୁନାଲରୁ ଓହରିଯିବେ କି? ରାଜ୍ୟ ସରକାର ଆପୋଷ ସମାଧାନକୁ ଯିବା ପୂର୍ବରୁ ରାଜ୍ୟର ସମସ୍ତ ପ୍ରମୁଖ ରାଜନୈତିକ ଦଳ ଓ ମହାନଦୀ ବଞ୍ଚାଅ ଆନ୍ଦୋଳନର ସଂଗଠନମାନଙ୍କୁ ବିଶ୍ୱାସକୁ ନେଇ ତାଙ୍କ ସହ ଆଲୋଚନା କରିବେ କି? ଛତିଶଗଡ ସରକାର ଏବେ ସୁଦ୍ଧା ଚାଲୁ ରଖିଥିବା ମହାନଦୀ ଓ ତାର ଶାଖା ନଦୀମାନଙ୍କରେ ନିର୍ମାଣାଧୀନ ଆନିକଟ କାର୍ଯ୍ୟକୁ ଆପୋଷ ଆଲୋଚନାରେ ବନ୍ଦ କରିବେ କି? ମହାନଦୀ ଟ୍ରିବ୍ୟୁନାଲନାଲର ଦୈନନ୍ଦିନ କାର୍ଯ୍ୟ ବସ୍ତୁତ ବନ୍ଦ ରହିଥିବାରୁ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ଟ୍ରିବ୍ୟୁନାଲନାଲ ନିକଟରେ ଆବେଦନ କରିବେ କି?

ରାଜ୍ୟବାସୀ ଟ୍ରିପଲ ଇଞ୍ଜିନ ସରକାରଙ୍କଠାରୁ ଏ ସମସ୍ତ ବିଷୟରେ ସ୍ପଷ୍ଟୀକରଣ ଆଶା ରଖିଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

Previous Post

ଭିତରେ ସମର୍ଥନ, ଉପରେ ବିରୋଧ!

Next Post

ମୋହନଙ୍କ ଦିଲ୍ଲୀ ଥାଟବାଟ !

Next Post
ମୋହନଙ୍କ ଦିଲ୍ଲୀ ଥାଟବାଟ !

ମୋହନଙ୍କ ଦିଲ୍ଲୀ ଥାଟବାଟ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA