Monday, May 25, 2026 06:46 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜିତୁଙ୍କ ଘରେ ପଶି ପିଟିଲେ ଲିକୁ ଗ୍ୟାଙ୍ଗ

ଦୁଇ ଗୋଷ୍ଠୀଙ୍କ ଧାରଣା; ୪ ଅଭିଯୁକ୍ତ ଗିରଫ

by Our Correspondent
15 Dec, 2025- 11:56 PM
in Crime, Latest News, News, Politics
1 min read
0
ଜିତୁଙ୍କ ଘରେ ପଶି ପିଟିଲେ ଲିକୁ ଗ୍ୟାଙ୍ଗ

ଭୁବନେଶ୍ୱର: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ(ଜିତୁ) ବଳବନ୍ତରାୟଙ୍କ ଫାର୍ମ ହାଉସ୍ ରେ ସମର୍ଥକମାନେ ଭୋଜି କରୁଥିଲା ବେଳେ ଟେକାମାଡ଼ ମାଡ଼ରେ ଲହୁଲୁହାଣ ହୋଇଛନ୍ତି । ସେମାନଙ୍କ ମଟରସାଇକେଲ ଭାଙ୍ଗି ଚୂରମାର ହୋଇଛି । ଟେକା ଓ ମୁଥ୍ ମାଡ଼ରେ ୫ଜଣ ଗୁରୁତର ଆହତ ହୋଇଛନ୍ତି । ଆକ୍ରମଣକାରୀମାନେ ବିଧାୟକ ହିମାଂଶୁ(ଲିକୁ) ସାହୁଙ୍କ ସମର୍ଥକବୋଲି ଅଭିଯୋଗ ହୋଇଛି । ଅନ୍ୟପଟେ ପୂର୍ବତନ ବିଧାୟକ ଜିତୁଙ୍କ ସମର୍ଥକଙ୍କ ମାଡ଼ରେ ଦୁଇଜଣ ଗୁରୁତର ଆହତ ହୋଇଥିବା ଜେନାପୁର ଥାନାରେ ପାଲଟା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଗତକାଲିଠାରୁ ଧର୍ମଶାଳାରେ ଉତ୍ତେଜନା ପରିସ୍ଥିତି ଲାଗିରହିଛି । ଏହାର ତାତି ରାଜଧାନୀରେ ମଧ୍ୟ ଦେଖିବାକୁ ମିଳିଛି । ବିଧାୟକଙ୍କ ସମେତ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ବିଜେଡି ନେତାମାନେ ଡିଜି କ୍ୟାମ୍ପ୍ ଅଫିସ ଆଗରେ ଅହୋରାତ୍ର ଧାରଣା ଦେଇଥିଲେ । ସେହିଭଳି ପୂର୍ବତନ ବିଧାୟକଙ୍କ ଗିରଫ ଦାବିରେ ଜେନାପୁର ଥାନାକୁ ଘେରିଥିଲେ ବିଧାୟକଙ୍କ ସମର୍ଥକ ।

ଗତକାଲି ବିଜେଡି ସୋସିଆଲ୍ ମିଡିଆ ଟିମ୍ ର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଜେନାପୁର ଥାନା ଗଡ଼ମଧୁପୁର ପଞ୍ଚାୟତ ପନ୍ତୁରୀଠାରେ ପୂର୍ବତନ ବିଧାୟକ ଜିତୁ ବଳବନ୍ତରାୟଙ୍କ ଫାର୍ମହାଉସ୍ ରେ ଚାଲିଥିଲା । ଖାଇବା ସମୟରେ ଅଚାନକ କିଛି ଯୁବକ ଫାର୍ମ ହାଉସ୍ ଭିତରକୁ ଟେକାପଥର ମାଡ଼ କରିବା ସହ ଗେଟ୍ ଖୋଲି ଧସେଇ ପଶିଥିଲେ । ଜିତୁ ସମର୍ଥକଙ୍କୁ ଗାଳିଗୁଲଜ କରି ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ପୂର୍ବତନ ବିଧାୟକ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତମାନଙ୍କୁ ଆମ୍ବୁଲାନସ୍ ଯୋଗେ ଡାକ୍ତରଖାନା ଆଣିଥିଲେ । ଯାଜପୁର ଏସପି ଙ୍କୁ ଫୋନ୍ କରି ଜଣାଇଥିଲେ । ମାତ୍ର ଏସପି ତାଙ୍କ ଅଭିଯୋଗକୁ ନ ଶୁଣି ବେଖାତିର କରିଥିଲେ ବୋଲି ଜିତୁ ଅଭିଯୋଗ କରିଛନ୍ତି । ଘଟଣା ସମ୍ପର୍କରେ ଜେନାପୁର ଥାନାରେ ଏତଲା ଦିଆଯାଇଛି ।

ସେପଟେ ବିଜେଡି କର୍ମୀଙ୍କ ଆକ୍ରମଣର ସେମାନେ ଶିକାର ହୋଇଛନ୍ତି ବୋଲି ବିଧାୟକ ଲିକୁ ସାହୁଙ୍କ ସମର୍ଥକ ସୁନୀଲ ପଣ୍ଡା ଅଭିଯୋଗ କରିଛନ୍ତି । ସେ ଏବଂ ତାଙ୍କର ବନ୍ଧୁ ନିଗମାନନ୍ଦ ଦାଶ ସେଇ ବାଟ ଦେଇ ଯାଉଥିବା ବେଳେ ପୂର୍ବ ରାଗରୁ ଜିତୁ ବଳବନ୍ତରାୟଙ୍କ ସମର୍ଥକମାନଙ୍କ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ଆକ୍ରମଣରେ ସେମାନେ ଗୁରୁତର ଆହତ ହୋଇଛନ୍ତି ।

ଏହି ଘଟଣାକୁ ନେଇ ଧର୍ମଶାଳାରେ ଲିକୁ ଓ ଜିତୁ ସମର୍ଥକମାନେ ମୁହାଁମୁହିଁ ଅବସ୍ଥାରେ ଥିବା ବେଳେ ବିଧାୟକଙ୍କ ଇଙ୍ଗିତରେ ଏହି ଆକ୍ରମଣ ହୋଇଛି ବୋଲି ବିଜେଡି ନେତାମାନେ ଅଭିଯୋଗ ଆଣି କମିଶେନରେଟ୍ ପୁଲିସ କାର୍ଯ୍ୟାଳୟରେ ଥିବା ଡିଜିଙ୍କ କ୍ୟାମ୍ପ ଅଫିସ ଆଗରେ ଗତକାଲି ରାତିରୁ ଧାରଣାରେ ବସିଥିଲେ । ଆକ୍ରମଣକାରୀଙ୍କୁ ଗିରଫ ନ କଲା ପର୍ଯ୍ୟନ୍ତ ସେମାନେ ଧାରଣାରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଥିଲେ । ଆଜି ବିଳମ୍ବିତ ରାତିରେ ଜେନାପୁର ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ବିଜେଡି ନେତାମାନେ ଧାରଣାରୁ ଉଠିଛନ୍ତି । ଜିତୁ ବଳବନ୍ତରାୟଙ୍କ ସହ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ଅଶୋକ ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲେଚନା ଦାସ, ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ, ଛାତ୍ର ବିଜେଡି ସଭାନେତ୍ରୀ ଇପସିତା ସାହୁ ପ୍ରମୁ୍ଖ ଧାରଣାରେ ବସିଥିଲେ ।

ଅନ୍ୟପକ୍ଷରେ ପୂର୍ବତନ ବିଧାୟକ ଜିତୁ ବଳବନ୍ତରାୟ ଏବଂ ତାଙ୍କ ସମର୍ଥକଙ୍କ ଗିରଫ ଦାବିରେ ଜେନାପୁର ଥାନା ଆଗରେ ବସିଥିବା ଲିକୁଙ୍କ ଶତାଧିକ ସମର୍ଥକ ମଧ୍ୟ ଧାରଣା ପ୍ରତ୍ୟାହୃତ କରିଛନ୍ତି ।

ନବୀନଙ୍କ ନିନ୍ଦା: ପ୍ରଣବ ଓରଫ୍ ଜିତୁ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ସମର୍ଥକଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଘଟଣାକୁ ନିନ୍ଦା କରି ତୁରନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସେ କହିଛନ୍ତି, ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ସମର୍ଥକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ୱିପ୍ରହରେ ଏହି ଘଟଣା ଘଟିଥିଲେ ମଧ୍ୟ ପୁଲିସ ପ୍ରଶାସନ ତଥା ସରକାର ନିରବଦ୍ରଷ୍ଟା ସାଜିବା ଏବଂ ଏ ପର୍ଯ୍ୟନ୍ତ କାହା ଉପରେ ବି କାର୍ଯ୍ୟାନୁଷ୍ଠାନ ନ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ରାଜ୍ୟରେ ଅରାଜକତା ଓ ଗୁଣ୍ଡାରାଜକୁ ପ୍ରଶୟ ଦେଇ ବିଜେପି ସରକାର କ’ଣ ଦର୍ଶାଇବାକୁ ଚାହୁଁଛନ୍ତି? ଶାନ୍ତିପ୍ରିୟ ଓଡ଼ିଶାବାସୀ ଏହାକୁ କଦାପି ଗ୍ରହଣ କରିବେ ନାହିଁ । ତୁରନ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ବିଜେଡିର ଅଭିଯୋଗକୁ ବିିଧାୟକ ଲିକୁ ସାହୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ପରାଜୟ ପରେ ପୂର୍ବତନ ବିଧାୟକ ରକ୍ତଚାଉଳ ଚୋବାଉଛନ୍ତି । ଗତକାଲି ଭୋଜିଭାତ ଆସର କରୁଥିବା ବିଜେଡି ସମର୍ଥକମାନେ ନିଜ ଭିତରେ ମାରପିଟ୍ ହୋଇଛନ୍ତି । ତାଙ୍କର ସମର୍ଥକ କେହି ସଂପୃକ୍ତ ନାହାନ୍ତି । ଏହି ଘଟଣାରେ ଆଇନ ତା’ ବାଟରେ କାର୍ଯ୍ୟ କରିବ ବୋଲି ବିଧାୟକ କହିଛନ୍ତି ।

 

Previous Post

‘ମୋକିମ ଯାହା ଚାହୁଁଥିଲେ ତାହା ହିଁ ହେଲା’

Next Post

ରାଜଧାନୀ ଛାତିରେ ନାବାଳିକାଙ୍କୁ ଗ୍ୟାଙ୍ଗରେପ୍

Next Post
ରାଜଧାନୀ ଛାତିରେ ନାବାଳିକାଙ୍କୁ ଗ୍ୟାଙ୍ଗରେପ୍

ରାଜଧାନୀ ଛାତିରେ ନାବାଳିକାଙ୍କୁ ଗ୍ୟାଙ୍ଗରେପ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA