Monday, January 19, 2026 04:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ରାଜଧାନୀ ଛାତିରେ ନାବାଳିକାଙ୍କୁ ଗ୍ୟାଙ୍ଗରେପ୍

ପାରୁନ ଯଦି ଗାଦି ଛାଡ଼: ବିଜେଡି

by Our Correspondent
16 Dec, 2025- 08:34 PM
in Crime, Latest News, News
1 min read
0
ରାଜଧାନୀ ଛାତିରେ ନାବାଳିକାଙ୍କୁ ଗ୍ୟାଙ୍ଗରେପ୍

ଭୁୁବନେଶ୍ୱର: ଗୋପାଳପୁର ବେଳାଭୂମିରେ ଘଟିଥିବା ଜଘନ୍ୟ କାଣ୍ଡର ପୁନରାବୃତ୍ତି । ରାଜଧାନୀ ଛାତି ଉପରେ ଦୟା ନଈପଠାରେ ଜଣେ ୧୭ ବର୍ଷୀୟା ଛାତ୍ରୀ ତାଙ୍କ ପୁରୁଷବନ୍ଧୁଙ୍କ ସାମନାରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଏହି ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଧରାପଡ଼ିନାହିଁ । ଘଟଣାଟି ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଏହି ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସରକାରଙ୍କୁ କଡ଼ା ସମାଲୋଚନା କରିଥିବା ବେଳେ ମହିଳାମାନଙ୍କୁ ସୁରକ୍ଷା ଦେବାରେ ଅସମର୍ଥ ସରକାର ଗାଦି ଛାଡ଼ି ଦିଅନ୍ତୁ ବୋଲି ତାଙ୍କ ଦଳର ମହିଳା ଶାଖା ଦାବି କରିଛି ।

ଗତ ୧୦ ତାରିଖ ଅପରାହ୍ନରେ ନାବାଳିକା ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ବାଇକ୍ ରେ ଧଉଳି ଶାନ୍ତିସ୍ତୁପ ବୁଲିବାକୁ ଯାଇଥିଲେ । ସଂଧ୍ୟା ୭ଟା ବେଳକୁ ସେମାନେ ଫେରୁଥିଲେ । ଧଉଳି ଥାନାଠାରୁ ମାତ୍ର ଗୋଟିଏ କିମି ଦୂର ଲିଙ୍ଗିପୁର-ଟଙ୍କପାଣି ରାସ୍ତାରେ ଏକ ନିଛାଟିଆ ଜାଗାରେ ବାଇକ୍ ରଖି ଦୟା ନଈପଠାରେ ଅଟକିଥିଲେ । ଏହି ସମୟରେ ୫ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ଜୋରଜବରଦସ୍ତ ଟଙ୍କା ମାଗିଥିଲେ । ଟଙ୍କା ଦେବାକୁ ୍ୱନା କଲାରୁ ସେମାନେ ଯୁବକଙ୍କୁ ନିସ୍ତୁକ ପିଟିଥିଲେ ଏବଂ ଟଙ୍କା ମୋବାଇଲ୍ ଛଡ଼ାଇ ନେଇଥିଲେ ।

ନାବାଳିକା ପ୍ରେମିକା ଏହାର ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଟଣାଓଟରା କରି ପୋଷାକ ଚିରି ଦେଇଥିଲେ । ଯୁବକଙ୍କୁ ବାନ୍ଧି ଦେଇଥିଲେ । ଦୁଇଜଣ ଦୁର୍ବୃତ୍ତ ତାଙ୍କୁ ବାନ୍ଧି ଧରିଥିଲା ବେଳେ ତାଙ୍କ ଆଗରେ ଅନ୍ୟ ୩ ଦୁର୍ବୃତ୍ତ ଝିଅଟିକୁ ଦୁଷ୍କର୍ମ କରିଥିଲେ । ମୋବାଇଲରେ ଫଟୋ ଉଠାଇଥିଲେ । ଭିଡିଓ ରେକର୍ଡିଂ କରିଥିଲେ । ଶେଷରେ ତାଙ୍କ ବେକରୁ ସୁନା ଚେନ୍ ନେଇ ପଳାଇଥିଲେ । ପୀଡ଼ିତାଙ୍କୁ ଧରି ପୁରୁଷବନ୍ଧୁ ସିଧା ହସ୍ପିଟାଲ୍ ଯାଇଥିଲେ ଏବଂ ପରଦିନ ଧଉଳି ଥାନାରେ ଏତଲା ଦେଇଥିଲେ ।

ଘଟଣା ଘଟିବାର ୫ ଦିନ ପରେ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ସେମାନେ ହେଉଛନ୍ତି କଟକ ଜିଲ୍ଲା ବାଙ୍କୀର ବିଭୁ ପ୍ରସାଦ ମିଶ୍ର(୩୨) ଓ ଓଲଟପୁର ଅଞ୍ଚଳର କାଳନ୍ଦୀ ପାତ୍ର(୩୧) । ତେବେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ପୁଲିସ ଏ ଯାଏଁ ସକ୍ଷମ ହୋଇନାହିଁ । ତା’ ଘର ଶିଶୁପାଳଗଡ଼ରେ ଏବଂ ତା’ ନାଁରେ ୨୦ ରୁ ଅଧିକ ଅପରାଧିକ ମାମଲା ଥିବା ଜଣାପଡ଼ିଛି ।

ରାଜ୍ୟ ମହିଳା କମିଶନ ସଦସ୍ୟା ଉର୍ମିଳା ମହାପାତ୍ର ଆଜି ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି । ଅନ୍ଧାର ରାତିରେ ଏଭଳି ନିଛାଟିଆ ଜାଗାକୁ ଝିଅମାନେ ନ ଆସିବାକୁ ତାଙ୍କର ପରାମର୍ଶ ବିବାଦ ସୃଷ୍ଟି କରିଛି ।

ଖୋଦ୍ ରାଜଧାନୀ ଛାତି ଉପରେ ଏହି ବର୍ବର ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହା ଅତ୍ୟନ୍ତ ସ୍ପର୍ଶକାତର ଏବଂ ବିଚଳିତ କଲା ଭଳି ବିଷୟ । ବର୍ବରତା ଓ ଅରାଜକତା ସୀମା ଟପୁଛି, ରାଜଧାନୀ ଅସୁରକ୍ଷିତ ହେଉଛି । ଭୟଶୂନ୍ୟ ହେଉଛନ୍ତି ଅପରାଧୀ, ବିଶ୍ୱନୀୟତା ହରାଉଛି ସରକାର । ଆଇନଶୃଙ୍ଖଳା ଆଉ କେତେ ବିପର୍ଯ୍ୟସ୍ତ ହେଲେ ସରକାର ସଜାଗ ହେବେ ବୋଲି ସେ ପ୍ରଶ୍ନ କରିଛନ୍ତି ।

‘ଏକ୍ସ’ ପୋଷ୍ଟରେ ନବୀନ ଆହୁରି ଲେଖିଛନ୍ତି ଯେ ରାଜଧାନୀରେ ମହିଳାଙ୍କ ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରି ନ ପାରିବା ବିଜେପି ସରକାରରେ ଅପାରଗତା ଓ ସମ୍ବେଦନହୀନ ଆଚରଣକୁ ଦର୍ଶାଉଛି । ମହିଳାଙ୍କ ସୁରକ୍ଷା ସହ ଅପରାଧ ପ୍ରବଣତାକୁ ରୋକିବା ପାଇଁ ସରକାର କଠୋର ପଦକ୍ଷେପ ନିଅନ୍ତୁ । ଘଟଣା ରୋକିବା ଦିଗରେ ସରକାର ତତ୍ପର ହେବାକୁ ପରାମର୍ଶ ଦେଇଛନ୍ତି ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କିନ୍ତୁ ଏହାର କଡ଼ା ଜବାବ ଦେଇଛନ୍ତି । ଦୁଃଖଦ ଘଟଣାକୁ ନେଇ ରାଜନୀତି କରିବା ଆପଣଙ୍କ ଭଳି ବ୍ୟକ୍ତିତ୍ୱଙ୍କଠାରୁ ଓଡ଼ିଶା ଲୋକେ କେବେ ବି ଆଶା କରିନଥିବେ । ସତ ଆଉ କେବେ କହିବେ? ଏହି ଘଟଣାରେ ତ୍ୱରିତ ପୁଲିସର ପଦକ୍ଷେପ ଓ ଅଭିଯୁକ୍ତ ଗିରଫ ଏହା ହେଉଛି ସତ । ଆପଣଙ୍କ ଦେଖେଇବା ରାସ୍ତାରେ ନୁହେଁ ଏବେ ସରକାରରେ ଆଇନ ତା ବାଟରେ ଯାଉଛି ବୋଲି ‘ଏକ୍ସ’ ରେ ଲେଖିଛନ୍ତି ।

ଶଙ୍ଖଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ରାଜ୍ୟରେ ମହିଳା ସୁରକ୍ଷା ବିପର୍ଯ୍ୟସ୍ତ ବୋଲି ଅଭିଯୋଗ କରିବା ସହ ମହିଳାଙ୍କୁ ସୁରକ୍ଷା ଦେବାରେ ଅସମର୍ଥ ସରକାର ଗାନି ଛାଡ଼ିଦିଅନ୍ତୁ ବୋଲି କହିଛନ୍ତି ।

Previous Post

ଜିତୁଙ୍କ ଘରେ ପଶି ପିଟିଲେ ଲିକୁ ଗ୍ୟାଙ୍ଗ

Next Post

ହାଇକୋର୍ଟଙ୍କ ପ୍ରଶ୍ନ: କେବଳ କିଟ୍ କୁ କାହିଁକି?

Next Post
ହାଇକୋର୍ଟଙ୍କ ପ୍ରଶ୍ନ: କେବଳ କିଟ୍ କୁ କାହିଁକି?

ହାଇକୋର୍ଟଙ୍କ ପ୍ରଶ୍ନ: କେବଳ କିଟ୍ କୁ କାହିଁକି?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19147 shares
    Share 7659 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA