Friday, May 8, 2026 06:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିଟ୍‍ ରେ ଚେସ୍‍ ମହାକୁମ୍ଭ ଉଦ୍‍ଯାପିତ

by Our Correspondent
15 Jan, 2026- 08:20 PM
in Latest News, News, Sports
1 min read
0
କିଟ୍‍ ରେ ଚେସ୍‍ ମହାକୁମ୍ଭ ଉଦ୍‍ଯାପିତ

ଭୁବନେଶ୍ୱର: ଜାନୁଆରୀ ୧୪ ଓ ୧୫ତାରିଖ ଦୁଇ ଦିନ ଧରି କିଟ୍‍ ରେ ଚାଲିଥିବା ସାମାଜିକ ଏବଂ ଶିକ୍ଷାଗତ ଚେସ୍ (ସୋସିଆଲ୍ ଆଣ୍ଡ ଏଜୁକେସନାଲ୍ ଚେସ୍‌) ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ ଗୁରୁବାର ଉଦ୍‍ଯାପିତ ହୋଇଯାଇଛି। ଏହାକୁ ଅନ୍ତର୍ଜାତୀୟ ଚେସ୍‍ ଫେଡେରେସନ୍‍ (ଏଫ୍‌ଆଇଡିଇ)ର ଉପସଭାପତି ତଥା ଭାରତୀୟ ଗ୍ରାଣ୍ଡ ମାଷ୍ଟର ବିଶ୍ୱନାଥନ୍ ଆନନ୍ଦ ଗତକାଲି ଉଦ୍‍ଘାଟନ କରିଥିଲେ। ଆଜି ଉଦ୍‍ଯାପନୀ ଉତ୍ସବରେ ଯୋଗଦେଇ ଫିଡେ ସଭାପତି ଆର୍କାଡି ଭୋର୍କୋଭିଚ୍ ନିୟମିତ ଅଭ୍ୟାସ ଓ ଶୃଙ୍ଖଳା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଲେ, ଯୁବ ଖେଳାଳିମାନଙ୍କୁ ଚେସ୍‍ ପାଇଁ ଦିନକୁ ଅତି କମରେ ଚାରି ଘଣ୍ଟା ଦେବା ସମୟ ଦେବାକୁ ପଡ଼ିବ। ଚେସ୍ ଧୈର୍ଯ୍ୟଶୀଳ, ନିଷ୍ପତ୍ତି ନେବାର ଦକ୍ଷତା ଓ ଦାୟିତ୍ୱବୋଧ ସୃଷ୍ଟି କରିଥାଏ। ସମାଜର ସମସ୍ତ ବର୍ଗରେ ଚେସ୍‌କୁ ପହଞ୍ଚାଇବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଫଳରେ ଏହାର ଲାଭ ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିବ ବୋଲି ସେ କହିଥିଲେ। ପରେ ଭୋର୍କୋଭିଚ୍ କିସ୍‍ କ୍ୟାମ୍ପସ ପରିଦର୍ଶନ କରି କିସ୍‍ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ। କିସ୍‍ ଭଳି ଏକ ସୁନ୍ଦର ଅନୁଷ୍ଠାନ ପ୍ରତିଷ୍ଠା କରିଥିବାରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସେ ଉଚ୍ଚ ପ୍ରଶଂସା କରିଥିଲେ। ଛାତ୍ରଛାତ୍ରୀଙ୍କୁ ଉଦ୍‍ବୋଧନ ଦେଇ ସେ କହିଲେ, ତୁମମାନଙ୍କୁ ଏକ ସୁନ୍ଦର ଓ ପରିପୂର୍ଣ୍ଣ କ୍ୟାମ୍ପସ ମିଳିଛି। ଏଠାରେ ଖୁସିରେ ରହି ଆଗକୁ ବଢ଼ିବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଚେସ୍‍ ଖେଳକୁ ତୃଣମୂଳସ୍ତର ଅର୍ଥାତ ବିଦ୍ୟାଳୟସ୍ତରରୁ ଛାତ୍ରଛାତ୍ରୀମାନେ ଆପଣାଇବାକୁ ସେ କହିଥିଲେ।

ଫିଡେ ଉପ-ସଭାପତି ଓ ଲାଟଭିଆର ପୂର୍ବତନ ଅର୍ଥମନ୍ତ୍ରୀ ଦାନା ରେଜିନିସ୍ ଚେସ୍ ସହିତ ତାଙ୍କର ବ୍ୟକ୍ତିଗତ ଯାତ୍ରା ବିଷୟରେ ସୂଚନା ଦେବା ସହ କହିଲେ, ସେ ଆଠ ବର୍ଷ ବୟସରୁ ଏହି ଖେଳ ଆରମ୍ଭ କରିଥିଲେ ଏବଂ ସପ୍ତାହରେ ପ୍ରାୟ ଛଅ ଦିନ ଅଭ୍ୟାସ କରୁଥିଲେ। ଚେସ୍ ମାଧ୍ୟମରେ ବ୍ୟକ୍ତିଗତ ସ୍ଥିରତା, ଶୃଙ୍ଖଳା, ରଣନୈତିକ ଚିନ୍ତାଧାରା ଓ ମାନସିକ ଶକ୍ତି ପାଇଁ ସେ ବୃତ୍ତିଗତ ସଫଳତା ପାଇବା ସହ ତାଙ୍କର ମାନସିକ ସ୍ଥିରତା ଆସି ପାରିଛି ବୋଲି ଦାନା କହିଥିଲେ।

ଏହି ଅବସରରେ ଫିଡେର ଏଜୁକେସନାଲ୍‍ ଚେସ୍‍ କମିଶନ ମୁଖ୍ୟ ଜେରି ନାଶ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଲେ, ଜୀବନର ଜଟିଳ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବା ପାଇଁ ଚେସ୍‍ ହେଉଛି ଏକ ଶକ୍ତିଶାଳୀ ମାଧ୍ୟମ। ଏହି ସମ୍ମିଳନୀ ଶିକ୍ଷା ବ୍ୟବସ୍ଥା ଓ ସମାଜ ମଧ୍ୟରେ ଚେସ୍‍କୁ ଅର୍ଥପୂର୍ଣ୍ଣ ଭାବରେ ରଖିବା ପାଇଁ ବିଶ୍ୱ ଦୃଷ୍ଟିକୋଣକୁ ପ୍ରତିନିଧିତ୍ୱ କରୁଛି।

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କ୍ରୀଡ଼ାର ବୌଦ୍ଧିକ ଓ ସାମାଜିକ ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କରି କହିଲେ, ଚେସ୍ ମାନସିକ କ୍ଷମତାକୁ ତୀକ୍ଷଣ କରିବା ସହ ଜ୍ଞାନ-କେନ୍ଦ୍ରିକ ବୁଦ୍ଧିମତ୍ତାର ବିକାଶ କରିଥାଏ। ଶିକ୍ଷା, ଅନ୍ତର୍ଭୁକ୍ତି ଓ ସାମାଜିକ ଉନ୍ନତି ପାଇଁ ଚେସକୁ ଏକ ମାଧ୍ୟମ ଭାବରେ ପ୍ରୋତ୍ସାହିତ କରିବା ପାଇଁ କିଟ୍‍ର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ସ୍ୱାଗତ ଭାଷଣ ଦେଇଥିବା ବେଳେ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Previous Post

ବିଜେଡିରୁ ସନା, ଅରବିନ୍ଦ ସସପେଣ୍ଡ୍

Next Post

ସୂରଜଙ୍କ ଘରେ ଧର୍ମେନ୍ଦ୍ରଙ୍କ ମେଳି!

Next Post
ସୂରଜଙ୍କ ଘରେ ଧର୍ମେନ୍ଦ୍ରଙ୍କ ମେଳି!

ସୂରଜଙ୍କ ଘରେ ଧର୍ମେନ୍ଦ୍ରଙ୍କ ମେଳି!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA