Saturday, May 9, 2026 07:03 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିସ୍‍ ରେ ୬୬ତମ ପ୍ରୌଢ଼ ଶିକ୍ଷା ସମ୍ମିଳନୀ ଉଦ୍‍ଘାଟିତ

by Our Correspondent
22 Jan, 2026- 12:08 AM
in Latest News, News
1 min read
0
କିସ୍‍ ରେ ୬୬ତମ ପ୍ରୌଢ଼ ଶିକ୍ଷା ସମ୍ମିଳନୀ ଉଦ୍‍ଘାଟିତ

ଭୁବନେଶ୍ୱର: କିସ୍‍ ରେ ଆଜି ସର୍ବଭାରତୀୟ ପ୍ରୌଢ଼ ଶିକ୍ଷା ସମ୍ମିଳନୀ ଆରମ୍ଭ ହୋଇଛି। ସାମଗ୍ରିକ ଜାତୀୟ ବିକାଶରେ ପ୍ରୌଢ଼ ଶିକ୍ଷାର ଭୂମିକା ଉପରେ ଆଲୋଚନା ନିମନ୍ତେ ଏହି ସମ୍ମିଳନୀରେ ଶିକ୍ଷାବିତ୍‍, ନୀତି ନିର୍ଦ୍ଧାରକ ଏବଂ ପ୍ରୌଢ଼ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଏଥିରେ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀ ଭାରତୀୟ ପ୍ରୌଢ଼ ଶିକ୍ଷା ସଂଘ ଓ କିସ୍‍ର  ମିଳିତ ସହଯୋଗରେ ଅନୁଷ୍ଠିତ ହେଉଛି। ଏହି ଅବସରରେ ଭାରତୀୟ ପ୍ରୌଢ଼ ଶିକ୍ଷା ସଂଘ ପକ୍ଷରୁ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନୀତ କରାଯାଇଥିଲା। ପ୍ରୌଢ଼ ଶିକ୍ଷା କ୍ଷେତ୍ରରେ ଶ୍ରୀ ସାମନ୍ତଙ୍କ ଅବଦାନ ନିମନ୍ତେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସାମନ୍ତ କହିଲେ, ଶିକ୍ଷା ମାଧ୍ୟମରେ ସାମାଜିକ ପରିବର୍ତ୍ତନକୁ ଗୁରୁତ୍ୱ ଦେଇ ସେ ଦୀର୍ଘ ୩୦ବର୍ଷ ହେଲା ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରିଆସୁଛନ୍ତି। ଆନୁଷ୍ଠାନିକ ଶିକ୍ଷା ସହ  ପ୍ରୌଢ଼ ଶିକ୍ଷା କ୍ଷେତ୍ରରେ କିଟ୍‍ ଓ କିସ୍‍ର ଉଲ୍ଲେଖନୀୟ ଯୋଗଦାନ ରହିଛି ବୋଲି ସେ କହିଥିଲେ। ଏ ନେଇ ଶ୍ରୀ ସାମନ୍ତ କିସ୍‍ ରେ ଅନୁସୃତ ମଡ଼େଲ୍‍ ସମ୍ପର୍କରେ ଉଲ୍ଲେଖ କରି କହିଥିଲେ, ଶ୍ରେଣୀଗୃହ ବାହାରେ ଶିକ୍ଷାକୁ ପହଞ୍ଚାଇବା ପାଇଁ କିସ୍‍ର ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରାଯାଇଥାଏ। 

ପ୍ରତିବର୍ଷ ବିଦ୍ୟାଳୟ ଛୁଟି ସମୟରେ ଛାତ୍ରଛାତ୍ରୀମାନେ ନିଜ ନିଜ ଗାଆଁକୁ ଫେରିବା ବେଳେ ସେମାନଙ୍କୁ ନିଜ ଗାଁରେ ଅତିକମ୍‍ ରେ ୧୦ଜଣ ନିରକ୍ଷରଙ୍କୁ ସାକ୍ଷର କରିବା ପାଇଁ ପରାମର୍ଶ ଦିଆଯାଇଥାଏ। ତୃଣମୂଳ ସ୍ତରରେ ଯେତେବେଳେ ଶିକ୍ଷା ପହଞ୍ଚେ ଏହା ବହୁ ଗୁଣିତ ହୋଇଥାଏ ବୋଲି  ସେ କହିଥିଲେ। ଏଥିସହ ଶ୍ରୀ ସାମନ୍ତ ଜନଜାତି ଶିକ୍ଷା, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ ସେବା, ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ କିଟ୍‍ ଓ କିସ୍‍ର ଉଲ୍ଲେଖନୀୟ ଯୋଗଦାନ ଉପରେ ଆଲୋକପାତ କରିଥିଲେ। ପ୍ରୌଢ଼ ଶିକ୍ଷା ସାମାଜିକ ପରିବର୍ତ୍ତନର ଏକ ପ୍ରମୁଖ ମାଧ୍ୟମ ବୋଲି ସେ କହିଥିଲେ  ଉଦ୍‍ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ପ୍ରୌଢ଼ ଶିକ୍ଷା ସଂଘର ସଭାପତି ପ୍ରଫେସର ଏଲ୍‍. ରାଜା, ସାଧାରଣ ସମ୍ପାଦକ ସୁରେଶ ଖଣ୍ଡେଲ୍‍ୱାଲ, ଆଇଏଇଏର ନିର୍ଦ୍ଦେଶକ ପ୍ରଫେସର ରାଜେଶ, କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ୍‍ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ସାଧାରଣ ଲୋକଙ୍କ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା, ଅଜ୍ଞତା ଓ ନିରକ୍ଷରତା ଦୂରକରିବା, ଆନ୍ତଃ ରାଜ୍ୟ ସହଯୋଗକୁ ପ୍ରୋତ୍ସାହିତ କରିବା, ସାଧାରଣ ଲୋକଙ୍କ ପାଇଁ ପଠନ ସାମଗ୍ରୀ ପ୍ରସ୍ତୁତ ଓ ବଣ୍ଟନ ଏବଂ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ପ୍ରୌଢ଼ ଶିକ୍ଷା କ୍ଷେତ୍ରରେ ପ୍ରତ୍ୟକ୍ଷ ଭାବେ ଅଂଶ ଗ୍ରହଣ କରିବା ପାଇଁ ଉତ୍ସାହିତ କରିବା ହେଉଛି ଭାରତୀୟ ପ୍ରୌଢ଼ ଶିକ୍ଷା ସଂଘର ପ୍ରମୁଖ କାର୍ଯ୍ୟ।

Previous Post

ଆଉ ୧୦ ବିଧାୟକଙ୍କ ସହ ନବୀନ ଆଲୋଚନା

Next Post

ଶଙ୍ଖଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ

Next Post
ଶଙ୍ଖଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ

ଶଙ୍ଖଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA