Saturday, May 9, 2026 04:17 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପଣ୍ଡା କମ୍ପାନୀକୁ ପବ୍ଲିକ୍ ଡୋଜ୍

ଇମ୍ଫା କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ

by Our Correspondent
28 Jan, 2026- 10:02 PM
in Latest News, News
1 min read
0
ପଣ୍ଡା କମ୍ପାନୀକୁ ପବ୍ଲିକ୍ ଡୋଜ୍

ପ୍ରବଳ ଉତ୍ତେଜନା, କର୍ତ୍ତୃପକ୍ଷଙ୍କ ଅମଣିଷପଣିଆକୁ ପ୍ରଶ୍ନ

ଭୁବନେଶ୍ୱର: ଚୌଦ୍ୱାରସ୍ଥିତ ପଣ୍ଡା କମ୍ପାନୀ ଇମ୍ଫାରେ ପୁଣି ଏକ ବଡ଼ ଅଘଟଣ । ୱେଲଡିଂ କାର୍ଯ୍ୟରେ ନିୟୋଜିତ ଜଣେ ଶ୍ରମିକଙ୍କର ଆଜି ସନ୍ଦେହଜନକ ମୃତ୍ୟୁ ହୋଇଛି । ଡାକ୍ତରଖାନାରେ ତାଙ୍କୁ ମୃତ୍ୟୁ ଘୋଷଣା କରାଯାଇଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷଙ୍କର ଦେଖା ନ ମିଳିବାରୁ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି । କର୍ତ୍ତୃପକ୍ଷଙ୍କ ଅମାନବିକତାର ପ୍ରତିବାଦ ସହ ମୃତ୍ୟୁର ସଠିକ୍ ତଦନ୍ତ ଏବଂ ୫୦ ଲକ୍ଷ କ୍ଷତିପୂରଣ ଦାବିରେ ଇମ୍ଫା ଗେଟ୍ ଆଗରେ ସମ୍ପର୍କୀୟମାନେ ଧାରଣା ଦେଇଛନ୍ତି । କିଟ୍ ଓ କିସ୍ ରେ ଛାତ୍ରମୃତ୍ୟୁକୁ ନେଇ କମ୍ପମାନ କରୁଥିବା ଓଟିଭି ଏହି ଖବରକୁ କାହିଁକି ଚାପିଦେଇଛି ବୋଲି ସମ୍ପର୍କୀୟମାନେ ପ୍ରଶ୍ନ କରିଛନ୍ତି । ଯଦି କିଟ୍ ରେ ଛାତ୍ରୀ ଆତ୍ମହତ୍ୟା ଓ କିସ୍ ରେ ଛାତ୍ରମୃତ୍ୟୁ ପାଇଁ ଅଚ୍ୟୁତ ସାମନ୍ତ ଦାୟୀ ତେବେ ଇମ୍ଫାରେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ ପାଇଁ କାହାକୁ ଦାୟୀ କରାଯିବ ବୋଲି ଓଟିଭି ମାଲିକଙ୍କଠାରୁ ଜବାବ ମାଗିଛନ୍ତି । ଅନ୍ୟଙ୍କୁ ବଦନାମ କରିବାକୁ ଚକ୍ରାନ୍ତର ଫାଶରେ ମାଲିକ ନିଜେ ପଡ଼ିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ମୃତ ଶ୍ରମିକ ହେଉଛନ୍ତି ରାକେଶ ମୁଦୁଲି(୩୫) । ଚୌଦ୍ୱାର ଅନ୍ତର୍ଗତ ବାଣୀପଦା ପଞ୍ଚାୟତ ଚାଙ୍ଗୁଡିଆ ଗ୍ରାମର ନବବିବାହିତ ରାକେଶ ଦୀର୍ଘ ଦିନ ହେବ ଇମ୍ଫାରେ ୱେଲଡିଂ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ସବୁଦିନ ଭଳି ଆଜି ସକାଳ ୫ଟାରେ ଘରୁ ବାହାରି କାମରେ ଯୋଗଦେଇଥିଲେ । ତେବେ କାମ କରୁଥିବା ବେଳେ ହଠାତ୍ ବେହୋସ ହୋଇ ଟଳି ପଡ଼ିଥିଲେ ବୋଲି କୁହାଯାଉଛି । ସାଙ୍ଗରେ ଥିବା କର୍ମଚାରୀମାନେ ତୁରନ୍ତ ତାଙ୍କୁ ଇଏସଆଇ ହସ୍ପିଟାଲ୍ ରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତରମାନେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ତାଙ୍କ ପରିବାର ଲୋକ ଓ ସମ୍ପର୍କୀୟମାନେ ସେଠାରେ ପହଞ୍ଚିଥିଲେ । ହେଲେ କେହି ତାଙ୍କ ପାଖରେ ନ ଥିବା ଦେଖି ସେମାନେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ ।

ମୃତ ରାକେଶଙ୍କ ପିଉସୀ ଭାରତୀ ବେଉରା ଅଭିଯୋଗ କରିଛନ୍ତି ସେମାନେ ଆସିଲା ବେଳକୁ ତାଙ୍କ ପୁତୁରା ଡାକ୍ତରଖାନା ଖଟରେ ମରି ପଡ଼ିଥିଲେ । ପାଖରେ କେହି ନ ଥିଲେ । କମ୍ପାନୀ ମ୍ୟାନେଜର ଓ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ । ଏଭଳି ଅବସ୍ଥାରେ ତାଙ୍କୁ ଛାଡ଼ିଦେଇଥିବା କମ୍ପାନୀବାଲାଙ୍କ ମଣିଷପଣିଆକୁ ସେ ପ୍ରଶ୍ନ କରିଛନ୍ତି । ଭାରତୀଙ୍କ କହିଛନ୍ତି ଯେ ତାଙ୍କ ପୁତୁରା ରାକେଶ ଜଣେ ସୁସ୍ଥ ସବଳ ଯୁବକ । ୬ ମାସ ତଳେ ବାହା ହୋଇଥିଲେ । ତାଙ୍କର କୌଣସି ରୋଗ ନ ଥିଲା । ହଠାତ କେମିତି ମୃତ୍ୟୁ ହୋଇଯିବ? ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ ହେଉଛି । ତଦନ୍ତ କରାଗଲେ ସତ ଜଣାପଡ଼ିବ ବୋଲି କହିଛନ୍ତି । ଏଥିସହ ମୃତ ରାକେଶଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ, ସାନଭାଇକୁ ଚାକିରି ଦେବା ପାଇଁ ସମ୍ପର୍କୀୟମାନେ ଦାବି କରିଛନ୍ତି ।

ଡାକ୍ତରଖାନରୁ ଶବକୁ ଧରି ପରିବାର ଲୋକ ଏବଂ ସମ୍ପର୍କୀୟମାନେ ଇମ୍ଫା ଗେଟ୍ ଆଗରେ ଧାରଣା ଦେଇଥିଲେ । କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପାଇଁ ଜିଦ୍ ଧରିବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଚୌଦ୍ୱାର ପୁଲିସ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

ସୂଚନାଥାଉକି, ଗତ ଡିସେମ୍ବର ମାସରେ ଇମ୍ଫା କମ୍ପାନୀରେ କାର୍ଯ୍ୟରତ ସୁରକ୍ଷା କର୍ମୀ ଜିତେନ୍ଦ୍ରୀୟ ସାହୁ ନିଖୋଜ ହୋଇଯାଇଥିଲେ । ବିଶାଖାପାଟଣାକୁ ଏସକର୍ଟ ଡୁ୍ୟଟିରେ ଯାଇ ସେଠାରୁ ଫେରି ନ ଥିଲେ । ତାଙ୍କର ପୋଷାକ ଏବଂ ପରିଚୟପତ୍ର ଆଖପାଖରୁ ମିଳିଥିବାରୁ ପରିବାର ଲୋକେ ହତ୍ୟା ଆଶଙ୍କା କରିଥିଲେ । ମାତ୍ର ଇମ୍ଫା କର୍ତ୍ତୃପକ୍ଷ ତାଙ୍କୁ ଖୋଜିବା ପରିବର୍ତ୍ତେ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରିବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଦୁଇଛୁଆଙ୍କୁ ଧରି ଜିତେନ୍ଦ୍ରୀୟଙ୍କ ପତ୍ନୀ ଚୌଦ୍ୱାର ଥାନାରେ ଏତଲା ଦେଇଥିଲେ । କମ୍ପାନୀ ମାଲିକଙ୍କ ପରିବାରର ଏକ ନମ୍ବର ଟିଭି ଏହି ଖବରକୁ ଚାପିଦେବାରେ ସମର୍ଥ ହୋଇଥିଲା ।

Previous Post

କିଟ୍ ଓ କିସ୍‌ରେ ୭୭ତମ ସାଧାରଣତନ୍ତ୍ର ଦିବସ

Next Post

ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ରାଜ୍ୟ ଅର୍ଥ କମିଶନଙ୍କ ରିପୋର୍ଟ ପ୍ରଦାନ

Next Post
ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ରାଜ୍ୟ ଅର୍ଥ କମିଶନଙ୍କ ରିପୋର୍ଟ ପ୍ରଦାନ

ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ରାଜ୍ୟ ଅର୍ଥ କମିଶନଙ୍କ ରିପୋର୍ଟ ପ୍ରଦାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA