Friday, May 8, 2026 11:21 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡ଼ିଶାରେ ଦୋଷୀ ସାବ୍ୟସ୍ତ ହାର ୮୭.୬% ବୃଦ୍ଧି : ମୁଖ୍ୟମନ୍ତ୍ରୀ

ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ

by Our Correspondent
10 Mar, 2026- 11:26 PM
in Latest News, News
1 min read
0
ଓଡ଼ିଶାରେ ଦୋଷୀ ସାବ୍ୟସ୍ତ ହାର ୮୭.୬% ବୃଦ୍ଧି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ବରର ୟୁନିଟ୍-୩ ସ୍ଥିତ ଇଡ୍‌‌କୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ବୁଲି ଦେଖିବା ସହିତ ଏହି ପ୍ରଦର୍ଶନୀକୁ ଆଉ ଦୁଇ ଦିନ ବଢାଇବା ପାଇଁ ଘୋଷଣା କରିଛନ୍ତି।

ସୂଚନାଥାଉକି, ଆଜି ସମାପ୍ତ ହେବାକୁ ଯାଉଥିବା ଏହି ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଦୁଇ ଦିନ ଅର୍ଥାତ ଚଳିତ ମାସ ବାର ତାରିଖ ପର୍ଯ୍ୟନ୍ତ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ୬ ତାରିଖ ଦିନ ଏଠାରେ ଭାରତୀୟ ନ୍ୟାୟ ସଂହିତା ସମ୍ପର୍କିତ ଏହି ପ୍ରଦର୍ଶନୀ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ସମୟରେ ଉଦ୍‌ଘାଟିତ ହୋଇଥିଲା ।

ଓଡ଼ିଶା ପୋଲିସ ଦ୍ଵାରା ଆୟୋଜିତ ଏହି ପ୍ରଦର୍ଶନୀରେ ସଚେତନତା ବାର୍ତ୍ତାବାହୀ ଏକ ପଥପ୍ରାନ୍ତ ନାଟକକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିବା ସହିତ ଉକ୍ତ ପ୍ରଦର୍ଶନୀରେ ପ୍ରଦର୍ଶିତ ଗୃହ ବିଭାଗର ବିଭିନ୍ନ ଷ୍ଟଲ ଅତି ଉଚ୍ଚକୋଟିର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ।

ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦେଶର ନାଗରିକଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ କରିବା ପାଇଁ ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କର ଯେଉଁ ସଂକଳ୍ପ ରହିଛି, ତାହାର ଶ୍ରେଷ୍ଠ ପ୍ରମାଣ ହେଉଛି ଏହି ଭାରତୀୟ ନ୍ୟାୟ ସଂହିତା। ଏହି ପ୍ରଦର୍ଶନୀ ସାଧାରଣ ଲୋକଙ୍କୁ ଏହି ନୂଆ ଆଇନର କାର୍ଯ୍ୟକାରୀତା ଓ ଏହାର ପ୍ରଭାବ ସମ୍ପର୍କରେ ସଚେତନ କରିବାରେ ଏକ ଉତ୍ତମ ପଦକ୍ଷେପ । ଏହି ନୂଆ ଆଇନ ଲାଗୁ ହେଲା ପରେ ଭାରତ ବର୍ଷର ଅପରାଧ ନିୟନ୍ତ୍ରଣ ଢାଞ୍ଚାରେ ଉପନିବେଶବାଦୀ ଯୁଗର ଅବସାନ ଘଟିଛି ଏବଂ ସ୍ୱାଧୀନ ଭାରତର ଆଭିମୂଖ୍ୟକୁ ନେଇ ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି । ନୂଆ ଆଇନ ଲାଗୁ ହେଲା ପରେ ଭାରତ ବର୍ଷର ଅପରାଧ ନିୟନ୍ତ୍ରଣ ଢାଞ୍ଚାରେ ଉପନିବେଶବାଦୀ ଯୁଗର ଅବସାନ ଘଟିଛି ଏବଂ ସ୍ୱାଧୀନ ଭାରତର ଆଭିମୂଖ୍ୟକୁ ନେଇ ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି ।

ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରୀ ହେବା ପରଠାରୁ ୨୦୨୫ ଶେଷ ପର୍ଯ୍ୟନ୍ତ, ଓଡ଼ିଶାରେ ଦୋଷୀ ସାବ୍ୟସ୍ତ ହାର ୮୭.୬% ବୃଦ୍ଧି ପାଇଛି। ଏହା ଏକ ବିରାଟ ସଫଳତା । ଏହି ଆଇନ ଦ୍ଵାରା ତଦନ୍ତ ଠାରୁ ବିଚାର ପର୍ଯ୍ୟନ୍ତ ପ୍ରାୟ ସବୁ ଷ୍ଟେପ୍ ରେ ଉନ୍ନତି ଆସିଛି। ୨୦୨୫ ରେ ଜିରୋ FIR ସଂଖ୍ୟା ୧୬୬ ପ୍ରତିଶତ ବୃଦ୍ଧି ପାଇଛି। ଏହି ଆଇନ ବ୍ୟତୀତ ଆମେ ପୋଲିସକୁ ଦକ୍ଷ କରିବା ପାଇଁ ଅନେକ ପଦକ୍ଷେପ ମଧ୍ୟ ନେଉଛୁ। National Forensic Science University ଏବଂ Central Forensic Science Laboratory ପାଇଁ ଶିଳାନ୍ୟାସ କରାଯାଇଛି। ଆଧୁନିକ ଟେକ୍ନୋଲୋଜିରେ ପୋଲିସକୁ ପାରଙ୍ଗମ କରିବା ପାଇଁ IIT Bhubaneswar ସହିତ MoU ହୋଇଛି। ପୋଲିସ୍ କୁ ବିଭିନ୍ନ ଆଧୁନିକ କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଦେବା ପାଇଁ ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟ ସହ ମଧ୍ୟ MoU ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ସମସ୍ତ ଉଚ୍ଚ ପଦସ୍ତ ଅଧିକାରୀ ଉପସ୍ଥିତ ଥିବା ବେଳେ ବିଭିନ୍ନ ସ୍କୁଲ ଏବଂ ଆଇନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ।

Previous Post

ଏଲପିଜି ପାଇଁ ଏସମା

Next Post

ନ୍ୟାୟ ସଂହିତା: ୩ ମାସରେ ଓଡିଶା ୧୪ରୁ ୨୮ତମ ସ୍ଥାନକୁ ଖସିଲା

Next Post
ନ୍ୟାୟ ସଂହିତା: ୩ ମାସରେ ଓଡିଶା ୧୪ରୁ ୨୮ତମ ସ୍ଥାନକୁ ଖସିଲା

ନ୍ୟାୟ ସଂହିତା: ୩ ମାସରେ ଓଡିଶା ୧୪ରୁ ୨୮ତମ ସ୍ଥାନକୁ ଖସିଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA