Friday, May 8, 2026 11:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନ୍ୟାୟ ସଂହିତା: ୩ ମାସରେ ଓଡିଶା ୧୪ରୁ ୨୮ତମ ସ୍ଥାନକୁ ଖସିଲା

ପୋଲିସ ଓ ଗୃହ ବିଭାଗର ବିଫଳତାକୁ ପଦାରେ ପକାଉଛି

by Our Correspondent
10 Mar, 2026- 11:30 PM
in Latest News, News
1 min read
0
ନ୍ୟାୟ ସଂହିତା: ୩ ମାସରେ ଓଡିଶା ୧୪ରୁ ୨୮ତମ ସ୍ଥାନକୁ ଖସିଲା

ଭୁବନେଶ୍ୱର: ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରିତାରେ ଓଡିଶା ପଛରେ ପଡିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହିତ ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜୁ ଜନତା ଦଳ । ବିଜେପି କ୍ଷମତାସୀନ ହେବା ପରଠାରୁ ରାଜ୍ୟର ଆଇନ ଶୃଙ୍ଖଳା ଦିନକୁ ଦିନ ଅଧିକ ବିପର୍ଯ୍ୟସ୍ତ ହୋଇପଡୁଥିବା ବେଳେ, ନ୍ୟାୟ ସଂହିତା କାର୍ଯ୍ୟକାରିତା କ୍ଷେତ୍ରରେ ଓଡିଶା ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଢେର ପଛରେ ରହିବା, ରାଜ୍ୟ ସରକାରଙ୍କ ବିଫଳତା ଜଳ ଜଳ ହୋଇ ଦିଶୁଛି ବୋଲି ବିଜେଡି କହିଛି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ନ୍ୟାୟ ସଂହିତା କାର୍ଯ୍ୟକାରୀ କ୍ଷେତ୍ରରେ ଜାତୀୟ ରାଙ୍କିଙ୍ଗରେ ଗତ ନଭେମ୍ୱର ମାସରେ ଓଡିଶା ୧୪ତମ ସ୍ଥାନରେ ଥିବାବେଳେ ଗତ ୩ ମାସରେ ୨୮ତମ ସ୍ଥାନକୁ ଖସି ଆସିଛି । ୨୦୨୬ ଫେବୃଆରୀର ରିପୋର୍ଟ ଅନୁଯାୟୀ, ଜାତୀୟ ହାର ୬୦.୩୫ ଥିଲାବେଳେ, ଓଡିଶା ଏହାଠାରୁ ୮ ପଏଣ୍ଟ ପଛରେ ରହିଛି । ପୂର୍ବରୁ ୧୪ତମ ସ୍ଥାନରେ ଥିବା ଓଡିଶା ଉପରକୁ ଉଠିବା ପରିବର୍ତ୍ତେ ମାତ୍ର ୩ ମାସରେ ୧୪ଟି ରାଜ୍ୟର ପଛକୁ ଚାଲିଯିବା, ରାଜ୍ୟର ପୋଲିସ୍ ବିଭାଗର ଅପାରଗତା ସହିତ ରାଜ୍ୟ ସରକାରଙ୍କ ଗୃହ ବିଭାଗର ବିଫଳତାକୁ ପଦାରେ ପକାଇଛି ।

ଡ଼ ମହାନ୍ତି କହିଥିଲେ, ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ବିଜୁ ଜନତା ଦଳ ବାରମ୍ୱାର ସ୍ୱର ଉତ୍ତୋଳନ କରିଆସୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରାଭଙ୍ଗ ହେଉନଥିଲା, ଯାହାଫଳରେ ଓଡ଼ିଶା ଆଜି ୨୮ତମ ସ୍ଥାନକୁ ଖସିଆସିଲା । ଓଡିଶାକୁ ଏକ ନମ୍ୱର ରାଜ୍ୟରେ ପରିଣତ କରିବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାରଙ୍କ ସମୟରେ ବାସ୍ତବରେ ସମସ୍ତ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ନିମ୍ନଗାମୀ ହୋଇଛି । ରାଜ୍ୟରେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ଥିବା ସହିତ ଗୃହ ବିଭାଗର ଦାୟିତ୍ୱ ମଧ୍ୟ ତାଙ୍କ ଅଧୀନରେ ରହିଛି । କିନ୍ତୁ ଗତ ୧୮ ମାସରେ ଟ୍ରାଇବଲ ଆଟ୍ରୋସିଟି ମାମଲା ଅହେତୁକ ବୃଦ୍ଧି ପାଇଛି । ଏନସିଆରବି ତଥ୍ୟ ଅନୁଯାୟୀ, ଓଡ଼ିଶାର ଟ୍ରାଇବଲ ଆଟ୍ରୋସିଟି ମାମଲା ସଂଖ୍ୟା ୭୭୩ ଥିବାବେଳେ ଗତ ୧୮ ମାସରେ ୨୪୮୩ଟି ମାମଲା ହୋଇଛି, ଯାହା ରାଜ୍ୟର କରୁଣ ସ୍ଥିତିକୁ ଦର୍ଶାଉଛି । ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରୀ ପ୍ରସଙ୍ଗରେ, ନିକଟରେ ପ୍ରକାଶିତ ରିପୋର୍ଟ ରାଜ୍ୟ ସରକାରଙ୍କ ଗୃହ ବିଭାଗର ବିଫଳତାକୁ ପଦାରେ ପକାଇଥିବାରୁ ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦିଅନ୍ତୁ ବୋଲି ଡ଼ ମହାନ୍ତି ଦାବି କରିଛନ୍ତି ।

Previous Post

ଓଡ଼ିଶାରେ ଦୋଷୀ ସାବ୍ୟସ୍ତ ହାର ୮୭.୬% ବୃଦ୍ଧି : ମୁଖ୍ୟମନ୍ତ୍ରୀ

Next Post

ପୁଣି କଳାପତାକା ଧରିବ ଭାଷା ଆନ୍ଦୋଳନ

Next Post
ପୁଣି କଳାପତାକା ଧରିବ ଭାଷା ଆନ୍ଦୋଳନ

ପୁଣି କଳାପତାକା ଧରିବ ଭାଷା ଆନ୍ଦୋଳନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA