Friday, May 8, 2026 09:10 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦେବେନ୍ଦ୍ର ପ୍ରଧାନ ଓଡ଼ିଶା ବିଜେପିର ଭୀଷ୍ମ ପିତାମହ: ରାଜନାଥ

by Our Correspondent
18 Mar, 2026- 04:32 PM
in Latest News, News
1 min read
0
ଦେବେନ୍ଦ୍ର ପ୍ରଧାନ ଓଡ଼ିଶା ବିଜେପିର ଭୀଷ୍ମ ପିତାମହ: ରାଜନାଥ

ଭୁବନେଶ୍ୱର: ଡାକ୍ତର ଦେବେନ୍ଦ୍ର ପ୍ରଧାନ ଓଡ଼ିଶା ବିଜେପିର ଭୀଷ୍ମ ପିତାମହ ଥିଲେ । ସେ କେବଳ ଜଣେ ରାଜନେତା ନଥିଲେ, ବରଂ ଜଣେ ସ୍ପଷ୍ଟବାଦୀ, ସରଳ ଓ ନିରାଡ଼ମ୍ବର ବ୍ୟକ୍ତିତ୍ୱ ଥିଲେ । ଯାହା କହୁଥିଲେ, କରୁଥିଲେ, ମିଛ ପ୍ରତିଶ୍ରୁତି ଦେଉନଥିଲେ । ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସାଙ୍ଗରେ ନେଇ ଚାଲୁଥିବାର ବିରଳ ମଣିଷ ଥିଲେ ବୋଲି କହିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ମଙ୍ଗଳବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଭୁବନେଶ୍ୱର ସ୍ଥିତ ଓ.ୟୁ.ଏ.ଟି. କ୍ୟାମ୍ପସରେ ଏକ ଭାବପୂର୍ଣ୍ଣ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଗରିମାମୟ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଡାକ୍ତର ଦେବେନ୍ଦ୍ର ପ୍ରଧାନ ସ୍ମୃତି ସମିତିର ସଭାପତି ସମୀର ମହାନ୍ତି ଉପସ୍ଥିତ ଥିଲେ । ଉତ୍ସବର ପ୍ରାରମ୍ଭରେ ସ୍ୱର୍ଗତ ପ୍ରଧାନଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଧାରିତ ସ୍ମୃତି ପୁସ୍ତକ “ଡାକ୍ତର ବାବୁ”ର ଓଡ଼ିଆ ଏବଂ ହିନ୍ଦୀ ସଂସ୍କରଣ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହା ସହିତ ତାଙ୍କ ଜୀବନଯାତ୍ରାକୁ ନେଇ ପ୍ରସ୍ତୁତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇ ସ୍ମୃତିଚାରଣ କରାଯାଇଥିଲା।

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ଡାକ୍ତର ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଜଣେ ‘ବିରଳ ବ୍ୟକ୍ତିତ୍ୱ’ ଭାବେ ବର୍ଣ୍ଣନା କରି କହିଥିଲେ, ସେ ଆକ୍ରମଣାତ୍ମକ ନୁହେଁ, ବରଂ ଜନହିତକର ରାଜନୀତି ପାଇଁ ପରିଚିତ ଥିଲେ । ସରଳ ଓ ନିରାଡ଼ମ୍ବର ଜୀବନ ଜିଉଁଥିବା ଏହି ନେତା ଯାହା କହୁଥିଲେ, ତାହା କରି ଦେଖାଉଥିଲେ । କହିବା ଏବଂ କରିବା ଏହି ଦୁଇଟି କାର୍ଯ୍ୟ ମଧ୍ୟରେ ସମ୍ପୂର୍ଣ୍ଣ ସମନ୍ୱୟ ରଖୁଥିବା ମଣିଷ ଥିଲେ ଡାକ୍ତର ପ୍ରଧାନ । ଓଡ଼ିଶାର ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଶକ୍ତି ଏବଂ ରୋଜଗାର କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ । ୩୦ ବର୍ଷ ପୂର୍ବେ ରାମ ମନ୍ଦିର ନିର୍ମାଣ ପାଇଁ ‘ଇଟା ସଂଗ୍ରହ ଅଭିଯାନ’ରେ ତାଙ୍କର ଭୂମିକା ଏବଂ ସଂସଦରେ ଓଡ଼ିଆ ଭାଷାରେ ଶପଥ ଗ୍ରହଣ ତାଙ୍କର ଆଞ୍ଚଳିକ ପ୍ରୀତିର ପରିଚୟ ଦିଏ ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସ୍ୱର୍ଗତ ଦେବେନ୍ଦ୍ର ପ୍ରଧାନଙ୍କୁ ସେବା, ତ୍ୟାଗ ଓ ନିଷ୍ଠାର ପ୍ରତୀକ ଭାବେ ଅଭିହିତ କରିଥିଲେ । ରାଜ୍ୟରେ ରାଜପଥର ସମ୍ପ୍ରସାରଣ ୧୬୦୦ କିମିରୁ ୩୨୦୦ କିମି ଏବଂ କୃଷି ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ତାଙ୍କର ଅନନ୍ୟ କୃତି ବୋଲି ସେ ପ୍ରକାଶ କରିଥିଲେ । ସେ କହିଥିଲେ, ବିନମ୍ରତା ଓ ଆତ୍ମୀୟଭାବ ଥିଲା ଡାକ୍ତର ପ୍ରଧାନଙ୍କ ବ୍ୟକ୍ତିତ୍ୱର ସବୁଠାରୁ ବଡ଼ ଆକର୍ଷଣ । ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶ ପ୍ରତି ସେ ସମ୍ପୂର୍ଣ୍ଣ ସମର୍ପିତ ଥିଲେ ଏବଂ ଆଚରଣ ତଥା ଉଚ୍ଚାରଣରେ ଏହା ତାଙ୍କ ଠାରେ ସର୍ବଦା ପ୍ରତିଫଳିତ ହେଉଥିଲା। କେବଳ ଜଣେ ରାଜନେତା ନୁହେଁ, ଜଣେ ଉତ୍ତମ ମଣିଷ ଭାବେ ସେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ । ତାଙ୍କର ନିଷ୍ଠା, କଠିନ ପରିଶ୍ରମ ଓ ପ୍ରତିବଦ୍ଧତା ହିଁ ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସଂଗଠନକୁ ମଜବୁତ୍ କରିବାରେ ମୁଖ୍ୟ ସୂତ୍ରଧର ସାଜିଥିଲା। ସେହିପରି ବିଜେପି ରାଜ୍ୟ ସଭାପତି ଶ୍ରୀ ସାମଲ କହିଥିଲେ ଯେ, ଡାକ୍ତର ପ୍ରଧାନ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ପାଇଁ ପ୍ରେରଣାର କେନ୍ଦ୍ର ଥିଲେ । ଅସୀମ ଧୈର୍ଯ୍ୟ ଏବଂ ଆତ୍ମବିଶ୍ୱାସର ସହ କଠିନ ସ୍ଥିତିରେ କାର୍ଯ୍ୟକର୍ତ୍ତାଙ୍କୁ ସାଙ୍ଗରେ ନେଇ ଚାଲିବାର କଳା ତାଙ୍କୁ ସ୍ୱତନ୍ତ୍ର କରିଥିଲା ।

ଏହାବ୍ୟତୀତ ଡାକ୍ତର ଦେବେନ୍ଦ୍ର ପ୍ରଧାନ ସ୍ମୃତି ସମିତିର ସଭାପତି ଶ୍ରୀ ମହାନ୍ତି ସ୍ୱର୍ଗତ ପ୍ରଧାନଙ୍କ ବ୍ୟକ୍ତିଗତ ଜୀବନର ସଂଘର୍ଷ, ଜୀବନୀ ଏବଂ ତାଙ୍କର ମାନବିକ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ଡା.ପ୍ରଧାନ ଜଣେ କୁଶଳୀ ସଂଗଠନ ଶିଳ୍ପୀ ଥିଲେ । ଥିଲେ ବିଜେପି ପଞ୍ଚନିଷ୍ଠର ସାଧକ, ଅନ୍ତୋଦୟର ବାହକ ଥିଲେ । ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଜୀବନ ଓ ଆଦର୍ଶ ଓଡ଼ିଶାର ଜନଜୀବନରେ ଏବଂ ବିଶେଷ କରି ରାଜନୈତିକ କ୍ଷେତ୍ରରେ ଏକ ଅଲିଭା ସ୍ମୃତି ହୋଇ ରହିବ ବୋଲି ଡାକ୍ତର ବାବୁ ପୁସ୍ତକର ଲେଖକ କାଳନ୍ଦୀ ସାମଲ ମତପ୍ରକାଶ କରିଥିଲେ ।

ଓଡ଼ିଶାର ବିଶିଷ୍ଟ ପ୍ରକାଶକ ଗଙ୍ଗାଧର ତ୍ରିପାଠୀଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ, କଟକଙ୍କ ଦ୍ୱାରା ଡାକ୍ତର ବାବୁର ଓଡ଼ିଆ ସଂସ୍କରଣ ପ୍ରକାଶିତ ହୋଇଛି । ଏହି କାର୍ଯ୍ୟକ୍ରମରେ ତାଙ୍କର ସୁପୁତ୍ର ତଥା ପ୍ରକାଶକ ବିଭୂ ପ୍ରସାଦ ତ୍ରିପାଠୀ, ‘ଡାକ୍ତର ବାବୁ’ ହିନ୍ଦୀ ପୁସ୍ତକର ଅନୁବାଦକ ଡକ୍ଟର ସମନ୍ୱୟ ନନ୍ଦ, ପ୍ରଭାତ ପ୍ରକାଶନ, ନୂଆଦିଲ୍ଲୀର ପ୍ରକାଶକ ପ୍ରଭାତ କୁମାର ପ୍ରମୁଖ ଏହି ସ୍ମୃତିସଭାରେ ଯୋଗଦେଇଥିଲେ ।

Previous Post

ଅଭୟ ଆଶୀର୍ବାଦରେ ଏସସିବି ସୁପରିଟେଣ୍ଡେଣ୍ଟ!

Next Post

ସୁବାସିନୀଙ୍କ ଘର ଆଗରେ ପ୍ରତିବାଦ

Next Post
ସୁବାସିନୀଙ୍କ ଘର ଆଗରେ ପ୍ରତିବାଦ

ସୁବାସିନୀଙ୍କ ଘର ଆଗରେ ପ୍ରତିବାଦ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA