Thursday, May 21, 2026 11:21 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅଭୟ ଆଶୀର୍ବାଦରେ ଏସସିବି ସୁପରିଟେଣ୍ଡେଣ୍ଟ!

ବଡ଼ ଡ଼ାକ୍ତରଖାନା ଅଗ୍ନିକାଣ୍ଡ

by Samar Pradhan
18 Mar, 2026- 03:48 PM
in Health, Latest News, News
1 min read
0
ଅଭୟ ଆଶୀର୍ବାଦରେ ଏସସିବି ସୁପରିଟେଣ୍ଡେଣ୍ଟ!

ଭୁବନେଶ୍ୱର: କଟକ ବଡ଼ ଡାକ୍ତରଖାନା(ଏସସିବି) ଟ୍ରମା କେୟାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୩ ଜଣ ରୋଗୀ ଜଳିଗଲେ । ୧୦ ଜଣଙ୍କ ଅବସ୍ଥା ଗୁରୁତର ଅଛି । ଆଜି ମଧ୍ୟ କାଜୁଆଲିଟିରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିଲା । ସୌଭାଗ୍ୟବଶତଃ ଦମକଳବାହିନୀର ପ୍ରଚେଷ୍ଟା ଯୋଗୁଁ ଏକ ବଡ଼ ଅଘଟଣରୁ ରୋଗୀମାନେ ବର୍ତ୍ତି ଯାଇଛନ୍ତି । କିଛି ଦିନ ପୂର୍ବରୁ ମେଡିସିନ୍ ୱାର୍ଡ ଆଇସିୟୁ ବେଡ୍ ରୁ ଜଣେ ମହିଳା ରୋଗୀ ଛଟପଟ ହୋଇ ତଳେ ଖସି ପଡ଼ିଥିଲେ । ସେଠାରେ ଡ୍ୟୁଟିରେ ଥିବା କର୍ମଚାରୀ ମୋବାଇଲ୍ ଦେଖିବାରେ ବ୍ୟସ୍ତ ଥିବାରୁ ରୋଗୀଙ୍କ ଆଡ଼କୁ ନଜର ପଡ଼ିଲାନି । ମେଡିକାଲ୍ ଆଇସିୟୁରେ ଏଭଳି ବାରମ୍ବାର ଅଘଟଣ ଘଟି ଚାଲିଛି । କର୍ମଚାରୀମାନେ ଡ୍ୟୁଟି ଛାଡ଼ି ମଉଜ କରୁଛନ୍ତି । ଓଡ଼ିଶାର ସବୁଠାରୁ ବଡ଼ ସରକାରୀ ଡାକ୍ତରଖାନାରେ ଏଭଳି ଅବ୍ୟବସ୍ଥା ପାଇଁ କର୍ତ୍ତୃପକ୍ଷ ଯେ ଦାୟୀ ତାକୁ ନେଇ କାହାର ସନ୍ଦେହ ନାହିଁ । ଅଗ୍ନିକାଣ୍ଡ ଘଟଣାକୁ ନେଇ ବିଧାନସଭା ହୁଲସ୍ତୁଲ ହେଉଥିଲେ ମଧ୍ୟ ସରକାର ହାତ ବାନ୍ଧି ବସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନୈତିକତା ଓ ଉତ୍ତରଦାୟିତ୍ୱ କଥା ଛାଡ଼ନ୍ତୁ, ଯାହାଙ୍କ ଅପାରଗତାକୁ ନେଇ ବେଶୀ ଚର୍ଚ୍ଚା ହେଉଛି ସରକାର ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ।

ସରକାରଙ୍କ ଗେହ୍ଲାପୁଅ ହୋଇଥିବା ସେହି କରିତକର୍ମା ବ୍ୟକ୍ତି ହେଉଛନ୍ତି ମେଡିକାଲ୍ ସୁପରିଟେଣ୍ଡେଣ୍ଟ ପ୍ରଫେସର ଡାକ୍ତର ଗୌତମ କୁମାର ଶତପଥୀ । ତାଙ୍କ ବିରୋଧରେ ଡାକ୍ତର ଏବଂ କର୍ମଚାରୀ ମହଲରେ ପ୍ରବଳ ଅସନ୍ତୋଷ । ନିଜକୁ କ୍ଷମତାଶାଳୀ ବୋଲାଇ ସେ କୁଆଡ଼େ ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି । ହସ୍ପିଟାଲରେ ଯାବତୀୟ ବିଭ୍ରାଟ ଓ ଅଗ୍ନିକାଣ୍ଡ ପାଇଁ ସେ ସମ୍ପୂର୍ଣ୍ଣ ଦାୟୀ ଥିଲେ ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା ତାଙ୍କ କାଟତିର ପ୍ରମାଣ ବୋଲି କୁହାଯାଉଛି ।

ସୂଚନା ଅନୁଯାୟୀ, ଡାକ୍ତର ଶତପଥୀଙ୍କ ଟ୍ରାକ୍ ରେକର୍ଡ ଭଲ ନୁହେଁ । ସେ ଜଣେ ବିବାଦୀୟ ଡାକ୍ତର । ୨୦୧୭ ମସିହାରେ ବୁର୍ଲା ଭୀମସାର୍ ର ଅର୍ଥୋପେଡିକ୍ ବିଭାଗରେ ଆସୋସିଏଟ୍ ପ୍ରଫେସର ଥିବା ବେଳେ ତାଙ୍କର ଅସାଧୁ କାରବାର ଧରାପଡ଼ିଥିଲା । ମେଡିକାଲ୍ ଡ୍ୟୁଟି ଛାଡ଼ି ସେ ନିଜ ଘରେ ରୋଗୀମାନଙ୍କୁ ଚିକିତ୍ସା କରୁଥିଲେ । ଭୀମସାର୍ ତତ୍କାଳୀନ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଅଶ୍ୱିନୀ ପୂଜାହାରି ନିଜେ ଏକ ଷ୍ଟିଙ୍ଗ ଅପରେସନ୍ ଯୋଗେ ତାଙ୍କୁ ଧରିଥିଲେ । ସରକାରୀ ଡ୍ୟୁଟି ସମୟରେ କାର୍ଯ୍ୟରେ ଅନୁପସ୍ଥିତ କାରଣରୁ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା । ଘଟଣାଟି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା ।

ନିଲମ୍ବନ ହଟିବା ପରେ କଟକ ବଡ଼ ଡ଼ାକ୍ତରଖାନାର ଅର୍ଥୋପେଡିକ ବିଭାଗର ମୁଖ୍ୟ ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା । ସେହି ସମୟରେ ତାଙ୍କ ବିରୋଧରେ ସରକାରଙ୍କ ନିକଟକୁ ପ୍ରବଳ ଅଭିଯୋଗ ଆସିଥିଲା । ଏକ ଘରୋଇ ହସ୍ପିଟାଲ୍ ସହ ଅସାଧୁ କାରବାରରେ ଲିପ୍ତ ଥିବାର ଅଭିଯୋଗ ତାଙ୍କ ପାଇଁ କାଳ ହେଲା । ତାଙ୍କୁ ସୁନ୍ଦରଗଡ଼କୁ ବଦଳି କରାଯାଇଥିଲା । ୨୦୨୪ ରେ ନୂଆ ସରକାର ଆସିବା ପରେ ତାଙ୍କର ପ୍ରାଦୁର୍ଭାବ ପୁଣି ବଢ଼ିଥିଲା । ଯୋଗ୍ୟତା ନ ଥାଇ ମଧ୍ୟ କଟକ ବଡ ଡାକ୍ତରଖାନା ସୁପରିଟେଣ୍ଡେଣ୍ଟ ପଦ ଉପରେ ଆଖି ପକାଇଥିଲେ ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କଟକ ବଡ ଡାକ୍ତରଖାନାକୁ ସୁପରିଟେଣ୍ଡେଣ୍ଟ ଭାବେ ବଦଳି ପାଇଁ ଡାକ୍ତର ଶତପଥୀଙ୍କ ଫାଇଲ୍ କୁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଦୁଇଥର ଫେରାଇ ଦେଇଥିଲେ । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଏଥିପାଇଁ ପ୍ରବଳ ଚାପ ପଡ଼ିଥିଲା । ମୁଖ୍ୟମନ୍ତ୍ରୀଙ୍କର ଜଣେ ପରାମର୍ଶଦାତାଙ୍କର ସେଥିରେ ପ୍ରମୁଖ ଭୂମିକା ଥିଲା । ତେବେ ଯାହା ହେଉ, ତାଙ୍କୁ ଶେଷରେ ସୁପରିଟେଣ୍ଡେଣ୍ଟ ଭାବେ ନିଯୁକ୍ତି ମିଳିଲା । ଯଦିଓ ଏହି ପଦବୀ ପାଇଁ ତାଙ୍କର ବରିଷ୍ଠତା ନାହିଁ କି ଯୋଗ୍ୟତା ନାହିଁ ।

ପ୍ରାୟ ଦେଢ଼ବର୍ଷ ଧରି ଡାକ୍ତର ଶତପଥୀଙ୍କ କାର୍ଯ୍ୟକାଳ ଭିତରେ କଟକ ବଡ଼ ଡ଼ାକ୍ତରଖାନାରେ ଯାବତୀୟ ବିଭ୍ରାଟ, ଅଘଟଣ ଘଟି ଚାଲିଛି । ଟ୍ରମା ଆଇସିୟୁରେ ଜଣେ ଜୁନିୟର୍ ଡାକ୍ତର ଜ୍ୟୋତି ପ୍ରକାଶ ବିଶ୍ୱାଳଙ୍କୁ ଇନଚାର୍ଜ ଦାୟିତ୍ୱରେ ରଖିବା ତାଙ୍କର ଦାୟିତ୍ୱହୀନତାକୁ ସୂଚାଉଛି । କେବଳ ଏମବିବିଏସ୍ ଯୋଗ୍ୟତାଧାରୀ ଏହି ଡାକ୍ତରଙ୍କ ନାଁରେ ମଧ୍ୟ ବହୁ କେଳେଙ୍କାରି ଅଭିଯୋଗ ଅଛି ।

ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ବଦ୍ଧ ପରିକର ବୋଲି ଡିଣ୍ଡିମ ପିଟୁଥିବା ବେଳେ ରାଜ୍ୟର ସବୁଠାରୁ ବଡ଼ ଡାକ୍ତରଖାନାର ବଡ଼ ପଦବୀରେ ଜଣେ ଅଯୋଗ୍ୟ ବ୍ୟକ୍ତିଙ୍କୁ ବସାଇ ହଜାର ହଜାର ରୋଗୀଙ୍କ ଜୀବନ ସହ ଖେଳ ଖେଳାଯାଉଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

 

Previous Post

ପ୍ରତାରଣା କିଏ କାହାକୁ ଦେଇଛି…

Next Post

ଦେବେନ୍ଦ୍ର ପ୍ରଧାନ ଓଡ଼ିଶା ବିଜେପିର ଭୀଷ୍ମ ପିତାମହ: ରାଜନାଥ

Next Post
ଦେବେନ୍ଦ୍ର ପ୍ରଧାନ ଓଡ଼ିଶା ବିଜେପିର ଭୀଷ୍ମ ପିତାମହ: ରାଜନାଥ

ଦେବେନ୍ଦ୍ର ପ୍ରଧାନ ଓଡ଼ିଶା ବିଜେପିର ଭୀଷ୍ମ ପିତାମହ: ରାଜନାଥ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA