Friday, May 8, 2026 07:02 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରତାରଣା କିଏ କାହାକୁ ଦେଇଛି…

by Our Correspondent
17 Mar, 2026- 08:10 PM
in Latest News, News, Politics
1 min read
0
ପ୍ରତାରଣା କିଏ କାହାକୁ ଦେଇଛି…

.ଭୁବନେଶ୍ୱର : ବିଶ୍ୱାସଘାତକତାର ସବୁଠାରୁ ଦୁଃଖଦ ଓ କଳଙ୍କିତ ଅନୁଭବ ହେଉଛି – ଏହା ଜଣେ କିଏ କିମ୍ବା ଏକ ଗୋଷ୍ଠୀ କରନ୍ତି, ଯେଉଁମାନେ ଅତି ପରିଚିତ ଚିହ୍ନା କିମ୍ବା ଅନ୍ତରଙ୍ଗ ।

ଗତକାଲି ରାଜ୍ୟସଭା ନିର୍ବାଚନରେ ବିଶ୍ୱାସଘାତକତାର ଅଧ୍ୟାୟ ସ୍ପଷ୍ଟ ଭାବରେ ବିଜୁ ଜନତା ଦଳରେ ଦେଖାଗଲା । ବିଧାୟକମାନେ ଦଳ ସହିତ ପ୍ରତାରଣା କଲେ । ନବୀନଙ୍କ ସହିତ ବିଶ୍ୱାସଘାତକତା କଲେ ଓ ପଛରୁ ଦଳୀୟ ପ୍ରାର୍ଥୀ ଡଃ ଦତ୍ତେଶ୍ୱର ହୋତାଙ୍କୁ ଛୁରୀ ମାରିଲେ । ସେଇ ତାଲିକାରେ ଦଳର ୬ଜଣ ବିଧାୟକ ଥିବାବେଳେ, ଦଳୀୟ ଚିହ୍ନରେ ଜିତିଥିବା, ନିଲମ୍ବିତ ହୋଇଥିବା ୨ଜଣ ବିଧାୟକ ଅଛନ୍ତି ।

ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି, ବିଜେଡିରୁ ନିଲମ୍ବିତ ହୋଇଥିବା ଅରବିନ୍ଦ ମହାପାତ୍ର । ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରାଯିବା ସମୟରେ ସେ ଓ ତାଙ୍କ ବାପା ଏହାକୁ ଖୋଲା ଚ୍ୟାଲେଞ୍ଜ କରିଥିଲେ । ପାଠସାଠ ପଢ଼ିଥିବା ଅରବିନ୍ଦ ମହାପାତ୍ର ଏ ସମ୍ପର୍କରେ ଗଣମାଧ୍ୟମରେ ବରାବର ବୟାନ ଦେଇଥିଲେ । ତାଙ୍କ ବାପା ବିଜୟ ମହାପାତ୍ର ମଧ୍ୟ ବୟାନ ବାଜି ଜାରି ରଖିଥିଲେ, ଅରବିନ୍ଦଙ୍କ ସପକ୍ଷରେ । ନବୀନ ନିବାସ ଓ ଶଙ୍ଖ ଭବନ ଆଗରେ ପ୍ରାୟୋଜିତ ବିକ୍ଷୋଭ କରାଯାଇ ନବୀନ ପଟ୍ଟନାୟକଙ୍କୁ ଚ୍ୟାଲେଞ୍ଜ କରାଯାଇଥିଲା । ଏମିତିକି, ପାଟକୁରାରେ ତଥାକଥିତ ବିରାଟ ରାଲିର ଆୟୋଜନ କରି ଅରବିନ୍ଦ ମହାପାତ୍ର ନିଜକୁ ନିରୀହ ବୋଲି ପ୍ରମାଣିତ କରିବାର ଚେଷ୍ଟା କଲେ ।

କିନ୍ତୁ ମାର୍ଚ୍ଚ ୧୬ ରାଜ୍ୟସଭା ନିର୍ବାଚନ ଦିନ, ବିଜେଡି ଟିକେଟରେ ଜିତିଥିବା ଅରବିନ୍ଦ ମହାପାତ୍ର ଓ ତାଙ୍କ ବାପା ବିଜୟ ମହାପାତ୍ରଙ୍କ ଅସଲ ଚେହେରାଟି ସାମନାକୁ ଆସିଥିଲା । ଉଭୟ ଆବିର୍ଭାବ ହୋଇଥିଲେ ଭୁବନେଶ୍ୱରର ମେ ଫେୟାର ହୋଟେଲରେ – ଯାହାର ମାଲିକ ଦିଲ୍ଲୀପ ରାୟ, ଯିଏ ରାଜ୍ୟସଭାର ପ୍ରାର୍ଥୀ ଥିଲେ ଆଉ ଜିତିଛନ୍ତି ମଧ୍ୟ । ଅରବିନ୍ଦ ମହାପାତ୍ର ସେଇଠୁ ବିଧାନସଭା ଯାଇଥିଲେ ଓ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ୍ ଦେଇଥିଲେ । ତାଙ୍କ ବାପା ବରିଷ୍ଠ ନେତା ବିଜୟ ମହାପାତ୍ର ଦିନ ତମାମ ଟିଭିରେ ଆସିବା ସହିତ ନିଜର ରଣନୀତି ସମ୍ପର୍କରେ ସୂଚନା ଦେଉଥିଲେ ଏବଂ କହିଥିଲେ ଯେ ଦିଲ୍ଲୀପ ରାୟଙ୍କୁ ଜିତାଇବା ପାଇଁ ତିନି ମାସ ତଳୁ ମିଳିତ ପ୍ରୟାସ ଆରମ୍ଭ ହୋଇଥିଲା ।

ଠିକ୍ ସେଇ ସମୟ ପରିଧିରେ ଅରବିନ୍ଦ ମହାପାତ୍ରଙ୍କୁ ନବୀନ ପଟ୍ଟନାୟକ ନିଲମ୍ବିତ କରିଥିଲେ । ଅଭିଯୋଗ ଆଣିଥିଲେ, ଦଳ ବିରୋଧରେ ଚକ୍ରାନ୍ତ କରିବା । ବିଜୟ ମହାପାତ୍ରଙ୍କ ୧୬ ତାରିଖର ବୟାନବାଜି ଓ ଗଣମାଧ୍ୟମରେ ହସହସ ମୁହଁ ଏବଂ ଦିଲ୍ଲୀପ ରାୟଙ୍କ ନିର୍ବାଚନ ପରେ ସତେ ଯେମିତି ନିଜେ ଜିତିଯାଇଥିବାର ଦମ୍ଭ ନବୀନଙ୍କ ସମସ୍ତ ଅଭିଯୋଗକୁ ଦୃଢ଼ ଭାବରେ ପ୍ରମାଣିତ କଲା ।

ନିଜକୁ ରାଜନୀତିରେ ଖୁବ୍ ଧୁରନ୍ଧର ମନେ କରୁଥିବା ବିଜୟ ମହାପାତ୍ର ୧୯୯୫ ମସିହାରେ ଜନତା ଦଳ ପକ୍ଷରୁ ବିଧାନସଭା ନିର୍ବାଚନର ଦାୟିତ୍ୱ ନେଇଥିଲେ । ସେତେବେଳେ ବିଜୁ ପଟ୍ଟନାୟକ ଥାଆନ୍ତି ମୁଖ୍ୟମନ୍ତ୍ରୀ । ୧୯୯୦ ବିଧାନସଭା ନିର୍ବାଚନରେ ବିଜୁ ବାବୁ ୧୨୩ଟି ବିଧାନସଭା ଜିତିଥିଲେ । ଆଉ ଯେତେବେଳେ ବିଜୟ ମହାପାତ୍ରଙ୍କ ହାତକୁ ନିର୍ବାଚନ ପରିଚାଳନା ଦାୟିତ୍ୱ ଗଲା ୧୯୯୫ ମସିହାରେ ଜନତା ଦଳର ଆସନ ସଂଖ୍ୟା ୪୬କୁ କମି ଆସିଲା ।

ବିଜୁ ବାବୁ ଥିଲେ ଉଦାରମନା ଓ ତାଙ୍କ ହୃଦୟ ଥିଲା ବିଶାଳ । ଯେଉଁଥିପାଇଁ ଲୋକେ ତାଙ୍କୁ ସବୁଦିନେ ଝୁରୁଥିବେ । କିନ୍ତୁ ବିଜୁ ବାବୁଙ୍କୁ ୧୯୯୫ ନିର୍ବାଚନ ହରାଇବାର ବିଶ୍ୱାସଘାତକତା ସବୁଦିନେ ଏକ ଚର୍ଚ୍ଚିତ ଓ ଚିତ୍ରିତ କାହାଣୀ । ଅଚାନକ ଏବଂ ଅପ୍ରତ୍ୟାଶିତ ପରାଜୟରେ ବିଜୁ ବାବୁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ଓ ଆଉ କେଇ ବର୍ଷ ପରେ ତାଙ୍କର ଦେହାନ୍ତ ହୋଇଥିଲା । ଅନେକେ ତ ଏବେ କଥାରେ କହନ୍ତି, ବିଶ୍ୱାସ ଘାତକତାର ସେଇ ପାପ ଯୋଗୁଁ ନିର୍ବାଚନ ପରିଚାଳନା କରିଥିବା ବିଜୟ ମହାପାତ୍ର ଗଲା ୨୬ ବର୍ଷ ହେଲାଣି ଗୋଟିଏ ବି ନିର୍ବାଚନ ଜିତି ପାରି ନାହାଁନ୍ତି । ସକଳ ଚେଷ୍ଟା ଓ ଚକ୍ରାନ୍ତ ସତ୍ୱେ ସେ ବିଧାନସଭା ଆସି ପାରି ନାହାଁନ୍ତି ।

ବେଳେବେଳେ ବିଶ୍ୱାସଘାତକତାର ପ୍ରତିଦାନ ଏଇମିତି ମହଣ ମହଣ ଓଜନିଆ ହୋଇଥାଏ । ଯେତେ ଲୁଚାଇଲେ ବି ତାହା ସଫା ଦିଶେ ଓ ବିଶ୍ୱାସଘାତକକୁ ତଳିତଳାନ୍ତ କରିଦିଏ ।

ବିଜୟ ମହାପାତ୍ର ପରେ ଓଡ଼ିଶା ଗଣ ପରିଷଦ, ଏନସିପି ଆଦି ଅନେକ ଦଳରେ ମିଶିଛନ୍ତି । କିନ୍ତୁ କେବଳ ବିଫଳ ଓ ବିଫଳ ହୋଇଛନ୍ତି । ଶେଷକୁ କୌଣସି ଉପାୟ ନ ପାଇ ୨୦୨୪ ନିର୍ବାଚନରେ ନବୀନଙ୍କ ଆଶ୍ରିତ ହୋଇ ନିଜ ପୁଅକୁ ଟିକେଟ୍ ଦେବାକୁ ସକ୍ଷମ ହୋଇଥିଲେ । ବିଜୁ ବାବୁଙ୍କ ସହିତ ବିଶ୍ୱାସଘାତକତା କରାଯାଇଥିଲା । ଆଉ ଏଥର ବାପ-ପୁଅ ମିଶି ନବୀନ ପଟ୍ଟନାୟକଙ୍କୁ ଉଭୟ ସାମନା ଓ ପଛ ପଟରୁ ଛୁରୀ ମାରିଦେବାକୁ ଚେଷ୍ଟା କରିଛନ୍ତି । କିନ୍ତୁ, ଉଭୟଙ୍କ ଷଡ଼ଯନ୍ତ୍ର ସ୍ପଷ୍ଟ ଭାବ ଧରା ପଡ଼ିଯାଇଛି ।

ସେଇମିତି ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଅଚାନକ ହସହସ ମୁହଁରେ ବିଶ୍ୱାସଘାତକତାର ଆଉ ଏକ କରୁଣ ଅଧ୍ୟାୟ ସୃଷ୍ଟି କରିଛନ୍ତି । ନୀତି ନୈତିକତାର କଥା ଉଠାଇଛନ୍ତି । ବିଜେଡି – କଂଗ୍ରେସର ମିଳିତ ପ୍ରାର୍ଥୀଙ୍କୁ ବିରୋଧ କରି ଦିଲ୍ଲୀପ ରାୟଙ୍କୁ ଭୋଟ୍ ଦେଇଛନ୍ତି । ଯେତେବେଳେ ତାଙ୍କ ବାପା ଚିଟଫଣ୍ଡ ଦୁର୍ନୀତିରେ ଗିରଫ ହୋଇଥିଲେ, ସେତେବେଳେ ତାଙ୍କର ନୀତି ନୈତିକତା କୁଆଡ଼େ ଯାଇଥିଲା ?
ଦିନେ ଏ ସମ୍ପର୍କରେ ସେ ପଦେ କହି ନାହାଁନ୍ତି । ଯେଉଁ ଚିଟଫଣ୍ଡ ମହା ଦୁର୍ନୀତିରେ ଲକ୍ଷ ଲକ୍ଷ ଗରିବ, ଖଟିଖିଆ, ମେହନତି ମଣିଷଙ୍କ କୋଟି କୋଟି ଟଙ୍କା ଉଡ଼ି ଯାଇଥିଲା । ଖଟିଖିଆ, ମେହନତି ମଣିଷଙ୍କ କଷ୍ଟ କଣ ଦେବୀ ତ୍ରିପାଠୀଙ୍କୁ ଦେଖା ଗଲାନି ? ତାଙ୍କୁ କଷ୍ଟ ହୁଏନି ?

୧୯୯୬ ମସିହାରେ ଯେତେବେଳେ ଜୟନ୍ତୀ ପଟ୍ଟନାୟକ କଂଗ୍ରେସ ତରଫରୁ ରାଜ୍ୟସଭା ପ୍ରାର୍ଥୀ ଥିଲେ । ସେତେବେଳେ ଏଇ ନୀତି ନୈତିକତାର କଥା ଦୋହରାଉଥିବା ପ୍ରଭାତ ତ୍ରିପାଠୀ ଦଳୀୟ ହ୍ୱିପ୍ କୁ ଅବମାନନା କରି ତାଙ୍କୁ ଭୋଟ୍ ଦେଇଥିଲେ । ସେତେବେଳର କଂଗ୍ରେସ ଓ ଆଜିର କଂଗ୍ରେସ ଅଲଗା କି ? ସେତେବେଳେ ବିଜୁ ଲିଗାସୀ ନଥିଲା ? ଏ ସମ୍ପର୍କରେ ଦେବୀ ତ୍ରିପାଠୀ ଜାଣନ୍ତି ନାହିଁ କି ? ନା ସେ ଇତିହାସ ପଢ଼ନ୍ତି ନାହିଁ ? ନା ଏସବୁକୁ ବିଶ୍ୱାସଘାତକର ଆପଣାର ପରିଚୟ ବୋଲି ସେ ଧରି ନେଇଛନ୍ତି । ଯେଉଁ ତାଲିକାରେ ଖଟିଖିଆ ଓ ମେହନତି ମଣିଷ ସଙ୍ଗେ ରାଜନୈତିକ ବିଶ୍ୱାସଘାତକତା ସାମିଲ ।

ସେମିତି ସୌଭିକ୍ ବିଶ୍ୱାଳ ହାଲକା ଅଳପ ଦାଢ଼ି କରି ଗୋଟେ ଆଙ୍ଗୁଠି ଉପରକୁ ଟେକି – ପିତା ସ୍ୱର୍ଗ, ପିତା ଧର୍ମର ବାଣୀ ଶୁଣାଇଛନ୍ତି । ସେ ଭୁଲିଗଲେ କି ତାଙ୍କ ବାପା ପ୍ରଭାତ ବିଶ୍ୱାଳ ଚିଟଫଣ୍ଡ ଦୁର୍ନୀତି ପାଇଁ ଦିନେ ଜେଲ୍ ରେ ଥିଲେ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରିଛନ୍ତି । ଚିଟଫଣ୍ଡ ଦୁର୍ନୀତିରେ ଲକ୍ଷ ଲକ୍ଷ ଲୋକ କାଙ୍ଗାଳ ହୋଇଛନ୍ତି । ପ୍ରଭାତଙ୍କୁ ସେ ସମୟରେ ବିଜେଡି ପକ୍ଷରୁ ସମସ୍ତ ସୁରକ୍ଷା ଦିଆ ଯାଇଥିଲା । ତାଙ୍କ ସ୍ତ୍ରୀ କଟକ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଥିଲେ । ଦଳ ତାଙ୍କୁ କେମିତି ଆଉ କେତେ ବାଗରେ ସାହାଯ୍ୟ ଓ ସହଯୋଗ କରିଥାଆନ୍ତା ?

ଏଇ କେଇ ମାସ ତଳେ ତାଙ୍କ ଭଉଣୀ ବାହାଘରରେ ନବୀନ ବାବୁଙ୍କ ପଛପଛେ ପ୍ରଭାତ ଓ ସୌଭିକ ବୁଲୁଥିଲେ । ତେଣୁ କୃତଘ୍ନତାର ଓ ବିଶ୍ୱାସଘାତକତାର ଦାଉ ଦାଉ ଉଦାହରଣ ସୌଭିକ ବିଶ୍ୱାଳ ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ମୋଟ ଉପରେ କହିଲେ, ଅରବିନ୍ଦ ମହାପାତ୍ର, ସୌଭିକ ବିଶ୍ୱାଳ ଓ ଦେବୀ ରଞ୍ଜନ ତ୍ରିପାଠୀ – ଏମାନଙ୍କ ଇତିହାସରେ ବିଶ୍ୱାସଘାତକତାର ଓ କୃତଘ୍ନତାର ଚିହ୍ନ ସ୍ପଷ୍ଟ । କେତେବେଳେ ସେମାନଙ୍କ ବାପାମାନେ ଓଡ଼ିଶାର ଲୋକଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ଓ କେତେବେଳେ ରାଜନୈତିକ ବିଶ୍ୱାସଘାତକତା କରିଛନ୍ତି । ଠକିଛନ୍ତି ଓ ରାଜନୈତିକ ଶିଢ଼ି ଚଢ଼ିଛନ୍ତି । କିନ୍ତୁ ବିଶ୍ୱାସଘାତକମାନଙ୍କୁ ଓଡ଼ିଶା ଲୋକେ ଦୂରକୁ, ଅତୀତକୁ ଫିଙ୍ଗି ଦେଇଛନ୍ତି । ଏଇ ତିନିଜଣ କୃତି ସନ୍ତାନଙ୍କ ଅସଲ ରୂପ ଓ ଭେକ ଓଡ଼ିଶା ଲୋକେ ରାଜ୍ୟସଭା ନିର୍ବାଚନରେ ଦେଖିଛନ୍ତି । ଏବଂ ଓଡ଼ିଶା ଲୋକେ ତାଙ୍କୁ ଜବରଦସ୍ତ ଓ ଠିକଣା ଜବାବ ଦେଇଦେବେ ବୋଲି ଚର୍ଚ୍ଚା କରୁଛନ୍ତି ।

Previous Post

ନିତା ଅମ୍ବାନୀଙ୍କୁ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ-୨୦୨୫

Next Post

ଅଭୟ ଆଶୀର୍ବାଦରେ ଏସସିବି ସୁପରିଟେଣ୍ଡେଣ୍ଟ!

Next Post
ଅଭୟ ଆଶୀର୍ବାଦରେ ଏସସିବି ସୁପରିଟେଣ୍ଡେଣ୍ଟ!

ଅଭୟ ଆଶୀର୍ବାଦରେ ଏସସିବି ସୁପରିଟେଣ୍ଡେଣ୍ଟ!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA