Friday, May 8, 2026 08:58 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଇନ୍ ଛାତ୍ରଛାତ୍ରୀ ନ୍ୟାୟ ବ୍ୟବସ୍ଥାକୁ ବଜାୟ ରଖିବା ନିମନ୍ତେ ଦୃଢ଼ପ୍ରତିଜ୍ଞ ହେବା ଆବଶ୍ୟକ: ଜଷ୍ଟିସ୍ ରମଣ

by Our Correspondent
23 Mar, 2026- 11:18 PM
in Latest News, News
1 min read
0
ଆଇନ୍ ଛାତ୍ରଛାତ୍ରୀ ନ୍ୟାୟ ବ୍ୟବସ୍ଥାକୁ ବଜାୟ ରଖିବା ନିମନ୍ତେ ଦୃଢ଼ପ୍ରତିଜ୍ଞ ହେବା ଆବଶ୍ୟକ: ଜଷ୍ଟିସ୍ ରମଣ

ଭୁବନେଶ୍ୱର: ଆଇନ ବୃତିକୁ ଆପଣେଇବା ନିମନ୍ତେ ଇଚ୍ଛୁକ ଛାତ୍ରଛାତ୍ରୀମାନେ ମୂଳରୁ ନ୍ୟାୟ ବ୍ୟବସ୍ଥାକୁ ବଜାୟ ରଖିବା ନିମନ୍ତେ ଦୃଢ଼ପ୍ରତିଜ୍ଞ ହେବା ଆବଶ୍ୟକ ବୋଲି ଓଡ଼ିଶା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତୀ ମୂରହରୀ ଶ୍ରୀ ରମଣ କହିଛନ୍ତି । ଜଣେ ଆଇନଜୀବିଙ୍କୁ ନ୍ୟାୟ ପ୍ରଦାନ ବ୍ୟବସ୍ଥା ପ୍ରତି ବିଶ୍ୱସ୍ତ ରହିବା ସହ ନିର୍ଭୀକ ତଥା ସ୍ୱାଧୀନ ଚିନ୍ତାଧାରା ସମ୍ପନ୍ନ ବ୍ୟକ୍ତି ହେବା ଆବଶ୍ୟକ କାରଣ ଜନସାଧାରଣଙ୍କର ନ୍ୟାୟପାଳିକା ପ୍ରତି ଅତୁଟ ବିଶ୍ୱାସ ରହିଛି ବୋଲି ସେ କହିଥିଲେ ।

ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ବକ୍ତୃତାମାଳା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କୁ ବକ୍ତବ୍ୟ ପ୍ରଦାନ କରିବା ଅବସରରେ ନ୍ୟାୟମୂର୍ତୀ ରମଣ ଏହା କହିଥିଲେ ।

ନ୍ୟାୟମୂର୍ତୀ ରମଣ ଆଇନ ଓ କୃଷି ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ଯେ ଜଣେ ଆଇନଜୀବିଙ୍କୁ ସତ୍ୟନିଷ୍ଠା ହେବା ସହ ପ୍ରାସଙ୍ଗିକ ତଥ୍ୟ ପ୍ରତି ଅନୁରକ୍ତି ରଖିବା ଆବଶ୍ୟକ । ଆଇନ୍ ବୃତିରେ ପ୍ରବେଶ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ଆଇନ ବ୍ୟବସ୍ଥାକୁ ଗଭୀର ଭାବେ ଅଧ୍ୟୟନ କରିବା ଆବଶ୍ୟକ ଏବଂ ଏହା ଏକ ନିରନ୍ତର ପ୍ରଚେଷ୍ଟା ହେବା ଦରକାର । କାରଣ ଏହାର କୌଣସି ବିକଳ୍ପ ନାହିଁ । ଜଣେ ଆଇନ ଶିକ୍ଷାର ବିଦ୍ୟାର୍ଥୀ ସାରା ଜୀବନ ଆଇନକୁ ଅଧ୍ୟୟନ କରିବା ଆବଶ୍ୟକ ବୋଲି ସେ କହିଥିଲେ ।

ସେ କହିଥିଲେ ଯେ ଆଦଲତ ସମ୍ମୁଖରେ ଆଇନଜୀବି ଭାବେ କୌଣସି ମକଦମା ପରିଚାଳନା କରିବା ବେଳେ ସେମାନଙ୍କର ଯୁକ୍ତି ପ୍ରାସଙ୍ଗିକ ଓ ସୁସ୍ପଷ୍ଟ ହେବା ଆବଶ୍ୟକ । ଏହି ଯୁକ୍ତିରେ ଆଇନର ସମସ୍ତ ନିୟମ ସମୂହ ରହିବା ଆବଶ୍ୟକ ।

ବର୍ତମାନ ଆଇନ ବୃତିରେ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ)କୁ ବ୍ୟବହାର କରାଯାଉଥିବା ଦର୍ଶାଇ ନ୍ୟାୟମୂର୍ତୀ ରମଣ କହିଥିଲେ ଯେ ଛାତ୍ରଛାତ୍ରୀମାନେ ଏହାକୁ ଏକ ସାହାଯ୍ୟକାରୀ ଭାବେ ବ୍ୟବହାର କରିପାରିବେ । ମାତ୍ର ଏହା ଉପରେ ନିର୍ଭର କରିବା ବିପଦ୍‌ଜନକ ହୋଇପାରେ । ଆଇନଜୀବିମାନେ ନିଜର ବୁଦ୍ଧିମତା ଉପରେ ଅଧିକ ନିର୍ଭର କରିବା ଆବଶ୍ୟକ ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ଅନୁପ କୁମାର ସାମନ୍ତରାୟ ଅଧ୍ୟକ୍ଷତା କରିଥିବା ବେଳେ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଲ’ର ବରିଷ୍ଠ ପ୍ରଫେସର ମଧୁସୂଦନ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Previous Post

ଏମାନଙ୍କ ମୁହଁରେ ବିଜୁ ଲିଗାସୀ ସୈତାନର ବେଦପାଠ ସଦୃଶ୍ୟ

Next Post

ଶତପଥୀଙ୍କ ସୁରକ୍ଷା ପାଇଁ ଚାଲ୍!

Next Post
ଶତପଥୀଙ୍କ ସୁରକ୍ଷା ପାଇଁ ଚାଲ୍!

ଶତପଥୀଙ୍କ ସୁରକ୍ଷା ପାଇଁ ଚାଲ୍!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA