Friday, May 8, 2026 07:01 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଏମାନଙ୍କ ମୁହଁରେ ବିଜୁ ଲିଗାସୀ ସୈତାନର ବେଦପାଠ ସଦୃଶ୍ୟ

ବିଜୟ ଓ ଦିଲ୍ଲୀପଙ୍କ ବିରୋଧରେ ବର୍ଷିଲା ବିଜେଡି

by Our Correspondent
23 Mar, 2026- 11:08 PM
in Latest News, News, Politics
1 min read
0
ଏମାନଙ୍କ ମୁହଁରେ ବିଜୁ ଲିଗାସୀ ସୈତାନର ବେଦପାଠ ସଦୃଶ୍ୟ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲୀପ ରାୟଙ୍କ ବିଜୟ ପରେ, ରାଜ୍ୟର ଦୁଇ ପୁରୁଖା ନେତା ବିଜୟ ମହାପାତ୍ର ଓ ପ୍ରଭାତ ତ୍ରିପାଠୀ ଉଲ୍ଲସିତ ହୋଇ ପଡ଼ିଥିବା ବେଳେ ବିଜୁ ଜନତା ଦଳ ଆଜି ଏଇ ଦୁଇ ନେତାଙ୍କ ବିଜୁ ବିରୋଧୀ କାର୍ଯ୍ୟ ଗୁଡିକୁ ମନେ ପକାଇ ଦେଇଛି । ୧୯୯୫ ମସିହାରେ, ଲଗାତାର ଭାବେ ବିଜୁ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଓ ୧୯୯୬ ମସିହାରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବାର ସୁଯୋଗକୁ ଭଣ୍ଡୁର କରିବାରେ ଯେଉଁ ଚକ୍ରାନ୍ତ ହୋଇଥିଲା, ସେଥିରେ ଏଇ ଦୁଇ ନେତାଙ୍କ ସମ୍ପୃକ୍ତି ଥିଲା ବୋଲି ବିଜେଡି କହିଛି ।

ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ବିଜେଡି ବିଧାୟକ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ବିଧାୟକ ବ୍ୟୋମକେଶ ରାୟ ଓ ଧ୍ରୁବ ଚରଣ ସାହୁ, କୁଚକ୍ରୀ ବିଜୟ ମହାପାତ୍ର ଓ ପ୍ରଭାତ ତ୍ରିପାଠୀଙ୍କ ପୂର୍ବ କାର୍ଯ୍ୟକଳାପକୁ ସ୍ମରଣ କରାଇ ସେମାନଙ୍କ ଉପରେ ବର୍ଷିଥିଲେ । ଶ୍ରୀ ରାୟ କହିଥିଲେ, ୧୯୯୫ ମସିହାରେ ବିଜୁ ପଟ୍ଟନାୟକଙ୍କ ସପକ୍ଷରେ ହାୱା ଥିବାବେଳେ ଓ ସେ ଲଗାତର ଭାବେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ବୋଲି ବିଚାର କରାଯାଉଥିବା ବେଳେ ଏଇ ଦୁଇ ନେତା ଅନେକ ସ୍ଥାନରେ ସମାନ୍ତରାଳ ପ୍ରାର୍ଥୀ ଦେଇ ଏକ ଅପ୍ରତ୍ୟାଶିତ ପରାଜୟ କରାଇଥିଲେ । ସେହିପରି, ୧୯୯୬ ମସିହାରେ ବିଜୁ ବାବୁ ଦେଶର ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ସୃଷ୍ଟି ହୋଇଥିଲା । କିନ୍ତୁ, ଓଡ଼ିଶାର କିଛି ନେତା ତାଙ୍କୁ ପ୍ରଧାନମନ୍ତ୍ରୀ କରାଇ ନଦେବା ପାଇଁ ଏକ ଚକ୍ରାନ୍ତ ରଚିଥିଲେ, ସେମାନଙ୍କ ମଧ୍ୟରେ ଏଇ ଦୁଇ ନେତା ଥିଲେ ।

ଶ୍ରୀ ସାହୁ କହିଥିଲେ, ବିଜୁ ବାବୁଙ୍କ ବିରୋଧରେ ଚକ୍ରାନ୍ତ ରଚୁଥିବା ନେତା ମାନେ ଆଜି ବିଜୁ ଲିଗାସୀ କଥା କହୁଛନ୍ତି । ଏଇ ଚକ୍ରାନ୍ତକାରୀ ମାନଙ୍କ ଭିତରେ ବିଜୟ ମହାପାତ୍ର ଓ ପ୍ରଭାତ ତ୍ରିପାଠୀ ସାମିଲ ଥିଲେ ।

ପ୍ରଭାତଙ୍କ ନବୀନ ନିବାସରେ ବିଶୃଙ୍ଖଳା ଆଚରଣ ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ଥିଲା । ଟଙ୍କା ବଦଳରେ ଭୋଟ ଦେଇଛନ୍ତି । କେବଳ ଲୋକ ଆକ୍ରୋଶରୁ ରକ୍ଷା ପାଇବା ଲକ୍ଷ୍ୟରେ ବିଜୁ ଲିଗାସୀ କଥା କହୁଛନ୍ତି । ଏମାନଙ୍କ ମୁହଁରେ ବିଜୁ ଲିଗାସୀ କଥା ସୈତାନର ବେଦ ପାଠ ସଦୃଶ୍ୟ । ଦିଲୀପ ଓ ବିଜୟଙ୍କ ବିବୃତିରୁ ସ୍ପଷ୍ଟ ହୋଇଛି ଯେ ତିନି ମାସ ତଳୁ ବିଜୁ ଜନତା ଦଳକୁ ଭାଙ୍ଗିବା ପାଇଁ ଚକ୍ରାନ୍ତ କରାଯାଇଥିଲା । ବିଜୁ ବାବୁଙ୍କ ବିରୋଧରେ ଚକ୍ରାନ୍ତ କରିଥିବା ଲୋକ ନବୀନଙ୍କ ବିରୋଧରେ ଚକ୍ରାନ୍ତ ରଚୁଛନ୍ତି । ୧୯୯୨ ମସିହାରେ ମଦ ମୃତ୍ୟୁ ମାମଲାରେ ମୁଖ୍ୟତଃ ବିଜୟ ମହାପାତ୍ର ଓ ପ୍ରଭାତ ତ୍ରିପାଠୀ ସମ୍ପୃକ୍ତ ଥିଲେ । ମଦ ମୃତ୍ୟୁରୁ ନିଜକୁ ରକ୍ଷା କରିବା ପାଇଁ ବିଜୟଙ୍କ ପ୍ରରୋଚନାରେ ପ୍ରଭାତ କ୍ରସ ଭୋଟିଂ କରିଥିଲେ । ବିଜୁ ବାବୁ ଏଥିରେ କ୍ଷୁବ୍ଧ ହୋଇଥିଲେ ଓ ବିଜୟଙ୍କୁ ମୁଖ୍ୟ ସଚେତକ ପଦରୁ ବିଦା କରିଥିଲେ ଓ ପ୍ରଭାତଙ୍କୁ ସସ୍ପେଣ୍ଡ କରିଥିଲେ । ଦଳରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ପ୍ରଭାତ ଦୁଇ ଦୁଇ ଥର ସସ୍ପେଣ୍ଡ ହୋଇଥିଲେ ।

ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ, ରାଜ୍ୟସଭା ନିର୍ବାଚନ ପରେ କିଛି ନେତା ବିଜୁ ଲିଗାସୀ ବିଷୟରେ କହୁଛନ୍ତି । ଯେଉଁମାନେ ଆଜି ବିଜୁ ବାବୁଙ୍କ ଲିଗାସୀ କଥା କହୁଛନ୍ତି, ସେହିମାନେ ବିଜୁଙ୍କୁ ପ୍ରଧାନମନ୍ତ୍ରୀ କରେଇ ନଦେବା ଚକ୍ରାନ୍ତରେ ସାମିଲ ଥିଲେ । କ୍ରସ ଭୋଟିଂ କରିଥିବା ବିଧାୟକ ମାନେ କେବଳ ଟିକେଟ ନେଇ କ୍ଷମତା ଉପଭୋଗ କରିବା ପାଇଁ ବିଜୁ ଜନତା ଦଳରେ ଥିଲେ । ସେମାନଙ୍କୁ ସସ୍ପେଣ୍ଡ୍ କରି ନବୀନ ବାବୁ ଉଚିତ ପଦକ୍ଷେପ ନେଇଛନ୍ତି । ଜନ ଆକ୍ରୋଶରୁ ରକ୍ଷା ପାଇବା ପାଇଁ, ବିଜୁ ଲିଗାସୀ କଥା କହୁଛନ୍ତି । ଯଦି ସେମାନଙ୍କର ସତ ସାହସ ଅଛି, ନିଜ ବିଧାୟକ ପଦରୁ ଇସ୍ତଫା ଦେଇ ସାନି ନିର୍ବାଚନ ଲଢ଼ନ୍ତୁ । ସେମାନଙ୍କ ବିଧାୟକ ପଦକୁ ରଦ୍ଦ କରିବା ପାଇଁ ବିଜୁ ଜନତା ଦଳ ଆଇନଗତ ପଦକ୍ଷେପ ନେବ ।

ବିଜେଡି ର ପ୍ରେସ ମିଟ ଉପରେ ବିଜୟ ଓ ଦିଲ୍ଲୀପଙ୍କ ପ୍ରତିକ୍ରିୟା ମିଳିନାହିଁ।

ଘୋଡା ବେପାର ମାଧ୍ୟମରେ ଦିଲ୍ଲୀପଙ୍କ ବିଜୟ ଓଡିଶାକୁ ନିନ୍ଦିତ ଓ ଲଜ୍ଜିତ କରିଛି: ବିଜେଡି

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ଘୋଡା ବେପାର କରିବା ପାଇଁ ଜଣେ କୋଇଲା ଖଣି ଆବଣ୍ଟନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଦିଲ୍ଲୀପ ରାୟଙ୍କୁ ବିଜେପି ସମର୍ଥନ ଦେଇ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା କରିଥିଲା ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ଏହି ରାଜ୍ୟସଭା ନିର୍ବାଚନରେ ହୋଇଥିବା ଘୋଡ଼ା ବେପାର ଯୋଗୁଁ ଓଡିଶା ନିନ୍ଦିତ ଓ ଲଜ୍ଜିତ ହେବା ସହିତ ବିଜୁ ଜନତା ଦଳ ବିରୋଧରେ ହୋଇଥିବା ଚକ୍ରାନ୍ତ ମଧ୍ୟ ଲୋକଲୋଚନକୁ ଆସିଛି ବୋଲି ବିଜେଡି କହିଛି ।

ଶଙ୍ଖ ଭବନରେ ରବିବାର ସନ୍ଧ୍ୟାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ, ଦୁଇ ମାସ ତଳେ ବିଜେଡିର ଦୁଇ ବିଧାୟକ ଯଥା ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କୁ ନିଲମ୍ବନ କରାଯାଇଥିଲା । ସେମାନଙ୍କ ନିଲମ୍ୱନର କାରଣକୁ ନେଇ ଗଣମାଧ୍ୟମରେ ବିଭିନ୍ନ ପ୍ରଶ୍ନ କରାଯାଇଥିଲା । ଏବେ ଦିଲ୍ଲୀପଙ୍କୁ ଜିତାଇବା ପାଇଁ ତିନି ମାସ ତଳେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା ବୋଲି ଶ୍ରୀ ବିଜୟ ମହାପାତ୍ର ଦେଇଥିବା ମନ୍ତବ୍ୟରୁ ବିଜେଡି ବିରୋଧରେ ହୋଇଥିବା ଚକ୍ରାନ୍ତ ବିଷୟରେ ସ୍ପଷ୍ଟ ହୋଇଛି । ତେଣୁ ବିଜେଡି ଦ୍ୱାରା ଦୁଇ ବିଧାୟକଙ୍କୁ କରାଯାଇଥିବା ନିଲମ୍ୱନ ଯଥାର୍ଥ ଥିଲା ବୋଲି ବିଜୟଙ୍କ ମନ୍ତବ୍ୟରୁ ସ୍ପଷ୍ଟ ହେଉଛି ।

ଡ଼ ମହାନ୍ତି ଆହୁରି କହିଥିଲେ, ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ କଳା ଟଙ୍କା ସାହାଯ୍ୟରେ ଘୋଡା ବେପାର କରି ରାଜ୍ୟସଭା ନିର୍ବାଚନ ଜିତିବା ପରେ ରାଜ୍ୟ ରାଜନୀତିରେ ଅଲୋଡ଼ା ହୋଇପଡ଼ିଥିବା କିଛି ନେତା ଉଲ୍ଲସିତ ହୋଇପଡିଛନ୍ତି । ବିଜେପିର ସଦସ୍ୟ ଥାଇ ସ୍ୱାଧୀନ ପ୍ରାର୍ଥୀ ହୋଇ ଓ ବିଜେପିର ସମର୍ଥନ ନେଇ ଏହି ଘୋଡା ବେପାରକୁ ରୂପ ଦିଆଯାଇଛି । ଦିଲ୍ଲୀପ ରାୟଙ୍କ ପ୍ରାର୍ଥୀତ୍ୱ ପରେ, ଏହି ନିର୍ବାଚନରେ ଘୋଡା ବେପାର ହେବାକୁ ଯାଉଛି ବୋଲି ବିଜେଡି ତରଫରୁ କୁହାଯାଇଥିଲା । ନିର୍ବାଚନର ଫଳ ଆସିବା ପରେ ଘୋଡା ବେପାର ହୋଇଥିବା ସ୍ପଷ୍ଟ ହୋଇଛି । ଏହି ଘୋଡା ବେପାର ଯୋଗୁଁ ରାଜ୍ୟ ଲଜ୍ଜିତ ଓ ନିନ୍ଦିତ ହୋଇଥିବା ବେଳେ କ୍ରସ ଭୋଟିଂ କରିଥିବା ବିଧାୟକ ମାନେ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ଜନଆକ୍ରୋଶର ଶିକାର ହୋଇଛନ୍ତି । ଏହି ଆକ୍ରୋଶରୁ ବର୍ତ୍ତିବା ଲକ୍ଷ୍ୟରେ କିଛି ବିଧାୟକ ବିଜୁ ଲିଗାସୀ କଥା କହୁଛନ୍ତି । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ, ବିଜେପି କ୍ଷମତାକୁ ଆସିବା ପରଠାରୁ ବିଜୁ ବାବୁଙ୍କ ସମ୍ମାନ ଓ ପ୍ରତିଷ୍ଠା ଉପରେ ପ୍ରାୟୋଜିତ ଭାବେ ଆଘାତ ଦିଆଯାଉଛି । କେଉଁଠି ତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଦିଆଯାଉଛି ତ କେଉଁଠି ପୋଡି ଦିଆଯାଉଛି । ବିଜୁ ବାବୁଙ୍କ ନାମରେ ଥିବା ଯୋଜନା ଗୁଡିକର ନାମ ପରିବର୍ତ୍ତନ କରି ଦିଆଯାଉଛି । ବିଜୁ ବାବୁଙ୍କ ଜନ୍ମ ଦିବସରେ ପାଳିତ ହେଉଥିବା ପଞ୍ଚାୟତିରାଜ ଦିବସକୁ ବନ୍ଦ କରିଦିଆଗଲା । ଏସବୁ ଚାଲିଥିବା ବେଳେ, ବିଜୁ ଲିଗାସୀ କଥା କହୁଥିବା ନେତାଙ୍କ ମୁହଁରେ ଯେମିତି ତୁଣ୍ଡି ବନ୍ଧା ହୋଇଥିଲା । ନିଜର କଳା କାରନାମାକୁ ଢାଙ୍କିବା ପାଇଁ ବିଜୁ ଲିଗାସୀର କଥା କୁହାଯାଉଛି । ତେଣୁ କ୍ରସ ଭୋଟିଂ କରିଥିବା ବିଧାୟକ ମାନଙ୍କ ସଭ୍ୟ ପଦ ରଦ୍ଦ କରିବା ପାଇଁ ବିଜେଡି ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ।

Previous Post

୬ ବିଜେଡି ବିଧାୟକ ନିଲମ୍ବିତ

Next Post

ଆଇନ୍ ଛାତ୍ରଛାତ୍ରୀ ନ୍ୟାୟ ବ୍ୟବସ୍ଥାକୁ ବଜାୟ ରଖିବା ନିମନ୍ତେ ଦୃଢ଼ପ୍ରତିଜ୍ଞ ହେବା ଆବଶ୍ୟକ: ଜଷ୍ଟିସ୍ ରମଣ

Next Post
ଆଇନ୍ ଛାତ୍ରଛାତ୍ରୀ ନ୍ୟାୟ ବ୍ୟବସ୍ଥାକୁ ବଜାୟ ରଖିବା ନିମନ୍ତେ ଦୃଢ଼ପ୍ରତିଜ୍ଞ ହେବା ଆବଶ୍ୟକ: ଜଷ୍ଟିସ୍ ରମଣ

ଆଇନ୍ ଛାତ୍ରଛାତ୍ରୀ ନ୍ୟାୟ ବ୍ୟବସ୍ଥାକୁ ବଜାୟ ରଖିବା ନିମନ୍ତେ ଦୃଢ଼ପ୍ରତିଜ୍ଞ ହେବା ଆବଶ୍ୟକ: ଜଷ୍ଟିସ୍ ରମଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA