Saturday, May 9, 2026 02:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଇପିଏସ୍ ଗଙ୍ଗୱାରଙ୍କ ଜିମ୍ ବୁଝୁଥିଲେ ସୌମ୍ୟରଞ୍ଜନ!

by Our Correspondent
08 May, 2026- 11:27 PM
in Crime, Latest News, News
1 min read
0
ଆଇପିଏସ୍ ଗଙ୍ଗୱାରଙ୍କ ଜିମ୍ ବୁଝୁଥିଲେ ସୌମ୍ୟରଞ୍ଜନ!

ଭୁବନେଶ୍ଵର: ବାଲିଅନ୍ତାରେ ମବ୍ ଲିଞ୍ଚିଙ୍ଗ୍ ର ଶିକାର ସୌମ୍ୟରଞ୍ଜନ ସ୍ୱାଇଁ କାମ କରୁଥିବା ଜିମ୍ ର ସନ୍ଧାନ ମିଳିଛି। ପୁଲିସ ମହଲରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ଏଡିଜି ପାହ୍ୟାର ଆଇପିଏସ୍ ଦୟାଲ୍ ଗଙ୍ଗୱାରଙ୍କ ଭୁବନେଶ୍ଵରରେ ଥିବା ଜିମ୍ ରେ ସେ ଟ୍ରେନର୍ ଭାବେ ମାଗଣାରେ କାମ କରୁଥିଲେ। ରେଳବାଇ କନେଷ୍ଟବଳ ମୃତକ ସୌମ୍ୟଙ୍କ ସମେତ ୮ ଜଣ ପୁଲିସ କର୍ମଚାରୀ ଗଙ୍ଗୱାରଙ୍କ ବ୍ୟକ୍ତିଗତ କାମ କରୁଥିଲେ। ରେଳବାଇ ପୁଲିସ ବିଭାଗ ସହିତ ଏହି ଆଇପିଏସ୍ ବାବୁଙ୍କର କୌଣସି ସମ୍ପର୍କ ନ ଥିଲେ ମଧ୍ୟ କଟକ ଜିଆରପି ଏସପିଙ୍କ କାର୍ଯ୍ୟାଳୟରୁ ଏମାନଙ୍କୁ ୪ ବର୍ଷ ହେଲା ଆଣି ବ୍ୟକ୍ତିଗତ କାମରେ ନିୟୋଜିତ କରିଥିବା ସେହି ସୂତ୍ରରୁ ଜଣାପଡ଼ିଛି।

ସୂଚନା ଅନୁଯାୟୀ, ୨୦୧୩ ବ୍ୟାଚ୍ ର କନେଷ୍ଟବଳ ସୌମ୍ୟରଞ୍ଜନଙ୍କୁ ଏହି ଦଣ୍ଡ ମିଳିବା ପଛରେ କାରଣ ବି ଥିଲା। ଏକ ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ୨୦୨୧ ମସିହାରେ କଟକ ମହିଳା ଥାନାରେ ତାଙ୍କ ନାଁରେ ଏକ କେସ୍ ହୋଇଥିଲା। ଏହି ମାମଲାରେ ସେ ଗିରଫ ହୋଇଥିଲେ। ସେ ଜାମିନ୍ ରେ ଆସିବା ପରେ ତାଙ୍କୁ ଆହୁରି ବିପଦ ଘାରିଥିଲା। ଚାକିରି ପ୍ରତି ସେ ବିପଦର ଆଶଙ୍କା କରିଥିଲେ। କଟକ ଜିଆରପି ଅଫିସ ସହିତ ସମ୍ପର୍କରେ ଥିବାରୁ ସୌମ୍ୟଙ୍କ ଦୁର୍ବଳତା ଜାଣିବାକୁ ପାଇଥିଲେ ଗଙ୍ଗୱାର। ଏହାର ସୁେଯାଗ ଉଠାଇ ସୌମ୍ୟରଞ୍ଜନଙ୍କୁ ଭୁବନେଶ୍ଵର ନିଜ ପାଖକୁ ନେଇ ଆସିଥିଲେ। ଭୁବନେଶ୍ଵରରେ ଥିବା ତାଙ୍କ ଜିମ୍ ରେ ଟ୍ରେନର୍ ଭାବରେ ନିୟୋଜିତ କରିଥିଲେ।

ତେବେ ଜିମ୍ ପରିଚାଳନା ଓ ଆର୍ଥିକ ବ୍ୟାପାରକୁ ନେଇ ଗଲା ଏପ୍ରିଲ ମାସରେ ଗଙ୍ଗୱାରଙ୍କ ସହିତ ସୌମ୍ୟରଞ୍ଜନଙ୍କର ବିବାଦ ହେବାରୁ ସେ ଜିମ୍ ଛାଡ଼ି କଟକ ଜିଆରପି ଏସପିଙ୍କ କାର୍ଯ୍ୟାଳୟରେ ଯୋଗଦେଇଥିଲେ। ମାତ୍ର ଗଙ୍ଗୱାରଙ୍କ ଚାପରେ ତାଙ୍କର ଏପ୍ରିଲ୍ ମାସର ଦରମା ବନ୍ଦ କରାଯାଇଥିବା ଏହି ସୂତ୍ରରୁ ଜଣାପଡ଼ିଛି।

ଏ ସମ୍ପର୍କରେ ଗଙ୍ଗୱାରଙ୍କ ପ୍ରତିକ୍ରିୟା ଜାଣିବାକୁ ଆମେ ଚେଷ୍ଟା କରିଥିଲେ ମଧ୍ୟ ଯୋଗାେଯୋଗ ସମ୍ଭବ ହୋଇନାହିଁ।

ଜଣେ ଆଇପିଏସ୍ ଙ୍କ ଘରେ ତଳିଆ କର୍ମଚାରୀ ବେଠି ଖଟିବା ଘଟଣା ନୂଆ ନ ଥିଲେ ମଧ୍ୟ ଏଭଳି ନବାବ, ରାଜରାଜୁଡ଼ା, ଜମିଦାରୀ ପ୍ରଥାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏଭଳି ଅନ୍ଧାରି ବ୍ୟବସ୍ଥା ଆଦୈା ଗ୍ରହଣୀୟ ନୁହେଁ ବୋଲି କୁହାଯାଉଛି। ଏହାର ଉପଯୁକ୍ତ ତଦନ୍ତ ପାଇଁ ସବୁ ମହଲରୁ ଦାବି ହୋଇଛି।

Previous Post

ଆଉ କେତେ ଦୁଃଖ କରିବେ ମୁଖ୍ୟମନ୍ତ୍ରୀ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA