Monday, May 18, 2026 11:06 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ତ୍ରୟୋଦଶ ଅନ୍ତର୍ଜାତୀୟ ଆର୍ଟ୍ ଅଫ୍ ଗିଭିଂ ଦିବସ

୧୯୦ ଦେଶରେ ପାଳନ ହେଲା

by Our Correspondent
18 May, 2026- 12:24 AM
in Latest News, News
1 min read
0
ତ୍ରୟୋଦଶ ଅନ୍ତର୍ଜାତୀୟ  ଆର୍ଟ୍  ଅଫ୍ ଗିଭିଂ ଦିବସ

ଭୁବନେଶ୍ୱର(୧୭ /୫): ଶିକ୍ଷାବିତ୍ ଓ ସମାଜସେବୀ ତଥା ଆର୍ଟ ଅଫ୍ ଗିଭିଂ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଆହ୍ୱାନ କ୍ରମେ ଚଳିତବର୍ଷ ତ୍ରୟୋଦଶ ଅନ୍ତର୍ଜାତୀୟ ଆର୍ଟ୍ ଅଫ୍ ଗିଭିଂ ଦିବସ ବିଶ୍ୱର ୬ଟି ମହାଦେଶର ଭାରତ ସମେତ ୧୯୦ ଦେଶରେ ପାଳିତ ହୋଇଯାଇଛି। ଏହା ସହିତ ୨୨୨ଟି ଏଫ୍‌ଆଇଭିବି ସଦସ୍ୟ ରାଷ୍ଟ୍ର, ଅନ୍ତର୍ଜାତୀୟସ୍ତରରେ ୫୦ ହଜାରଟି ସ୍ଥାନ, ଭାରତର ୨୮ ରାଜ୍ୟ, ୮ଟି କେନ୍ଦ୍ର ଶାସିତ ଅଞ୍ଚଳର ସମସ୍ତ ନଗର ଓ ସହରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଓଡ଼ିଶାର ସମସ୍ତ ଜିଲ୍ଲା ସଦରମହକୁମା, ବ୍ଲକ୍ ଓ ପଞ୍ଚାୟତରେ ଆର୍ଟ୍ ଅଫ୍ ଗିଭିଂର ଅନୁଗାମୀ ଓ ଶୁଭେଚ୍ଛୁ ଆର୍ଟ୍ ଅଫ୍ ଗିଭିଂ ଅଭିଯାନରେ ସାମିଲ ହୋଇଥିଲେ। ଓଡ଼ିଶାର ୨୦ ହଜାର ସ୍ଥାନରେ ଏହି ଦିବସ ପାଳିତ ହୋଇଛି । ତ୍ରୟୋଦଶ ଅନ୍ତର୍ଜାତୀୟ ଆର୍ଟ୍ ଅଫ୍ ଗିଭିଂ ଦିବସ ପରିପ୍ରେକ୍ଷୀରେ ଏହା ଅନୁଗାମୀ ଓ ଶୁଭେଚ୍ଛୁଙ୍କ ସମେତ ପ୍ରାୟ ଅଢ଼େଇ କୋଟି ଲୋକଙ୍କ ଉପରେ ଆର୍ଟ ଅଫ୍ ଗିଭିଂର ସିଧା ପ୍ରଭାବ ପଡ଼ିଛି।

ଦୀର୍ଘ ଏକ ସପ୍ତାହ ହେଲା ବିଶ୍ୱର ବିଭିନ୍ନ ସ୍ଥାନ ଓ ଭାରତର ବିଭିନ୍ନ ସହରରେ ଆୟୋଜିତ ହେଉଛି ଆର୍ଟ୍ ଅଫ୍ ଗିଭିଂ। ଏଥିରେ ପ୍ରତ୍ୟେକ ବର୍ଗର ଲୋକ ସାମିଲ୍ ହେଉଛନ୍ତି। ପ୍ରତ୍ୟେକ ବର୍ଷ ଅନ୍ତର୍ଜାତୀୟ ଆର୍ଟ୍ ଅଫ୍ ଗିଭିଂର ଏକ ସ୍ୱତନ୍ତ୍ର ବିଷୟବସ୍ତୁ ରହିଥାଏ। ଚଳିତବର୍ଷର ବିଷୟବସ୍ତୁ ଥିଲା ସେୟାର ଟୁ ସାଇନ୍। ଏହା ଅର୍ଥ ଅନ୍ୟ ସହ ଖୁସି ବାଣ୍ଟିଲେ ନିଜର ମଧ୍ୟ ଉନ୍ନତି ହୋଇଥାଏ। ଚଳିତବର୍ଷ ଆର୍ଟ ଅଫ୍ ଗିଭିଂ ପକ୍ଷରୁ ଓଡ଼ିଶାର ୩ହଜାରରୁ ଊର୍ଦ୍ଧ୍ୱ ସ୍ଥାନରେ ଭଲିବଲ ଓ ନେଟ୍ ବଣ୍ଟନ ବ୍ୟବସ୍ଥା କରାଯାଇଥିଲେ। କ୍ରୀଡ଼ାର ବିକାଶ ନିମନ୍ତେ ଅଚ୍ୟୁତ ସାମନ୍ତଙ୍କ ପ୍ରେରଣା କ୍ରମେ ଯୁବଗୋଷ୍ଠୀଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ଓ ବନ୍ଧୁତ୍ୱପୂର୍ଣ୍ଣ ଆବେଗ ସୃଷ୍ଟି ସକାଶେ ଚଳିତବର୍ଷ ୯ହଜାର ୧ଶହ ଭଲିବଲ ବଣ୍ଟନ କରାଯାଇଥିଲା।

ଭୁବନେଶ୍ୱରରେ ଆୟୋଜିତ ତ୍ରୟୋଦଶ ଆର୍ଟ ଅଫ୍ ଗିଭିଂ ମହାସମାରୋହରେ ପାଳନ କରାଯାଇଥିଲା। ଏଥିରେ ବିଭିନ୍ନ ବର୍ଗର ବ୍ୟକ୍ତି ଯୋଗ ଦେଇଥିଲେ। ଏହି ଅବସରରେ ବିଶିଷ୍ଟ ହଲିଉଡ଼ କଣ୍ଠଶିଳ୍ପୀ ସାନ୍‌ଙ୍କ ଦ୍ୱାରା ଗାନ କରାଯାଇଥିବା ଆର୍ଟ୍ ଅଫ୍ ଗିଭିଂ ‘ଥିମ୍ ସଂଗୀତ’ ଲୋକାର୍ପିତ ହୋଇଥିଲା। ଏହା ବ୍ୟତୀତ ଆର୍ଟ ଅଫ୍‍ ଗିଭିଂର ଦୁଇଟି ପୁସ୍ତକ ପାଠକାର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ଭାରତୀୟ ଟେନିସ୍ ତାରକା ପଦ୍ମ ଭୂଷଣ ଲିଆଣ୍ଡର ପେସ୍‌, ତିବ୍ଦତୀୟ ବୌଦ୍ଧ ଗୁରୁ ତଥା ସ୍ୱିଜରଲ୍ୟାଣ୍ଡ ସ୍ଥିତ ରିପା ଇଣ୍ଟରନ୍ୟାସନାଲ ସେଣ୍ଟରର ଆଧ୍ୟାତ୍ମିକ ନିର୍ଦ୍ଦେଶକ ଜିଗମେ ରିନପୋଚେ, ବାବା ନାରାୟଣ ଦାସ ଓ ଫେମିନା ମିସ୍ ଇଣ୍ଡିଆ ନିକିତା ପରୱାଲ୍‌, ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅଶୋକ ପତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅଚ୍ୟୁତ ସାମନ୍ତଙ୍କ ଏହି ପ୍ରୟାସର ଉଚ୍ଚ ପ୍ରଶଂସା କରିଥିଲେ। ସମସ୍ତେ ଆର୍ଟ୍‍ ଅଫ୍‍ ଗିଭିଂକୁ ଆମେ ସମସ୍ତେ ଆମ ଦୈନନ୍ଦିନ ଜୀବନରେ ଏକ ଅଭ୍ୟାସରେ ପରିଣତ କରିପାରିଲେ ଆମେ ଆନନ୍ଦ ଅନୁଭବ କରିବା ସହ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ପ୍ରକାଶ କରିଥିଲେ। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଖ୍ୟାତିସଂପନ୍ନ ଚିକିତ୍ସାବିତ୍‍ ଡା ବିଦ୍ୟୁତ୍ ଦାସ, ରୋଟାରିଆନ ଅଜୟ ଅଗ୍ରୱାଲ ଓ କିଟ୍ ପ୍ରଫେସର କୁମାର ଦେବଦତ୍ତଙ୍କୁ ସମ୍ମାନଜନକ ଏଓଜି ହିରୋ ସମ୍ମାନ ପ୍ରଦାନ କରାଯାଇଥିଲା। ପୁରସ୍କାର ସ୍ୱରୂପ ସେମାନଙ୍କୁ ପ୍ରତ୍ୟେକ ୧ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ରାଶି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ କିଟ୍‍ କିସ୍‍ ତଥା ଆର୍ଟ ଅଫ୍‍ ଗିଭିଂ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

Previous Post

ଲୋକଙ୍କ ସରକାରରେ ଅଛେ ଦିନ୍!!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA