Saturday, May 16, 2026 03:28 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଲୋକଙ୍କ ସରକାରରେ ଅଛେ ଦିନ୍!!

ତେଲ ପାଇଁ କଲବଲ

by Samar Pradhan
15 May, 2026- 09:32 PM
in Latest News, News
1 min read
0
ଲୋକଙ୍କ ସରକାରରେ ଅଛେ ଦିନ୍!!

ଭୁବନେଶ୍ୱର: ଏଭଳି ବିକଳ ଚିତ୍ର ଓଡ଼ିଶାରେ ଆଗରୁ ଦେଖାଯାଇ ନ ଥିଲା। ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାରେ ଯୁଝୁଥିବା ସାଧାରଣ ଜନତା ଆଉ ଏକ ବିପଦର ସାମନା କରୁଛନ୍ତି। ଅତୀତର ନୋଟବନ୍ଦୀ ଯନ୍ରଣା, କୋଭିଡ୍ ଯନ୍ତ୍ରଣାଠାରୁ ବଳିଯାଇଛି ଏବେକାର ତେଲ ଯନ୍ତ୍ରଣା। ପେଟ୍ରୋଲ୍ ଓ ଡିଜେଲ ପାଇଁ ସାରା ରାଜ୍ୟରେ ହାହାକାର ସ୍ଥିତି। ଦୁଇଦିନ ହେଲା ତେଲ ଟାଙ୍କି ଆଗରେ ଯାତ୍ରା ମାହୋଲ୍। ଟାଣ ଖରାରେ ଲାଗିଛି ଲୋକଙ୍କର ଲମ୍ବା ଲାଇନ୍। ରାସ୍ତା ଅଧା ଜାମ୍। କାଠଯୋଡ଼ି ପୋଲ ଉପରେ ଆମ୍ବୁଲାନ୍ସ ତେଲ ସରିଯିବାରୁ ଜଣେ ଗୁରୁତର ଅସୁସ୍ଥ ଯୁବକଙ୍କର ଜୀବନ ଚାଲିଗଲାଣି। ଏଭଳି ସଙ୍କଟ ବେଳେ ତେଲର ଅଭାବ ନାହିଁ ବୋଲି ଯୋଗାଣ ମନ୍ତ୍ରୀଙ୍କ କଥାକୁ କେହି ପାସଙ୍ଗରେ ନଉ ନାହାନ୍ତି। ଲୋକଙ୍କୁ ବୁଝାଇ ପରିସ୍ଥିତି ସମ୍ଭାଳିବା ପାଇଁ କେହି ନାହାନ୍ତି। ହାତ ଟେକି ଦେଇଛି ଶାସନ କଳ। ପଶ୍ଚିମବଙ୍ଗ ଓ ଆସାମ ସରକାରଙ୍କ ଶପଥ କାର୍ଯ୍ୟକ୍ରମର ବ୍ୟସ୍ତତା ସରିଲା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ପାଳନର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ୧୦ ଦିନ ଧରି ପାଳନ କରିବେ ନିରାଡ଼ମ୍ବର ପୂର୍ତ୍ତି।

ଗତକାଲିଠାରୁ ପେଟ୍ରୋଲ ଓ ଡିଜେଲ୍ ଯନ୍ତ୍ରଣାରେ କଲବଲ ହେଉଛନ୍ତି ସାଧାରଣ ଜନତା। ଗତକାଲି ସକାଳୁ ଅଧାରାତି ଯାଏଁ ଏବଂ ଆଜି ବଡି ଭୋରରୁ ରାତି ପର୍ଯ୍ୟନ୍ତ ପ୍ରାୟ ସବୁ ପେଟ୍ରୋଲ୍ ପମ୍ପରେ ଲୋକେ ଲମ୍ବା ଲାଇନ୍ ଲଗାଇଛନ୍ତି। ପ୍ରବଳ ଖରାରେ ସିଝି ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ବାଧ୍ୟ ହୋଇଛନ୍ତି। ରାଜଧାନୀର ତେଲ ଟାଙ୍କି ଗୁଡ଼ିକରେ ଗାଡ଼ି ଚକଟା ଅବସ୍ଥା। ଭୁବନେଶ୍ବର, ପୁରୀ, କଟକଠାରୁ ଆରମ୍ଭ କରି ବାରିପଦା, ବାଲେଶ୍ବର, କେନ୍ଦୁଝର, ଯାଜପୁର, ବ୍ରହ୍ମପୁର, ରାଉରକେଲା, ଜୟପୁର ସବୁଠି ପ୍ରାୟତଃ ସମାନ ଅବସ୍ଥା। ତେଲ ଟାଙ୍କିରେ ଲୋକଙ୍କର ଅସମ୍ଭାଳବ ଭିଡ଼। ତେଲ ନ ଥିବାରୁ ଗ୍ରାମାଞ୍ଚଳ ଟାଙ୍କି ଗୁଡ଼ିକ ଏକ ପ୍ରକାର ବନ୍ଦ ହୋଇଯାଇଛି କହିଲେ ଚଳେ।

ରାଜ୍ୟରେ ତେଲର ଅଭାବ ନାହିଁ ବୋଲି ସରକାର କହି ଚାଲିଛନ୍ତି। ପେଟ୍ରୋଲ୍ ଓ ଡିଜେଲ୍ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ୍ ଅଛି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏବଂ ଯୋଗାଣ ସଚିବ ସଞ୍ଜୟ ସିଂ କାଲିଠାରୁ କହୁଛନ୍ତି। ଆହୁରି ୧୩ ଦିନ ପାଇଁ ତେଲ ମହଜୁଦ ଅଛି ବୋଲି ଆଜି ଯୋଗାଣ ମନ୍ତ୍ରୀ କହିଛନ୍ତି। ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ମଧ୍ୟ ରାଜ୍ୟରେ ତେଲ ସଙ୍କଟ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଶେଷରେ ଆଇଓସିଏଲ୍ ସିଜିଏମ୍ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟରେ ପର୍ଯ୍ୟାପ୍ତ ତେଲ ଗଚ୍ଛିତ ଅଛି ବୋଲି ଜଣାଇଛନ୍ତି। ସେଥିପାଇଁ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି। ଯେତିକି ଆବଶ୍ୟକ ସେତିକି ପେଟ୍ରୋଲ, ଡିଜେଲ୍ କିଣନ୍ତୁ। ଅଯଥା ଟାଙ୍କିକୁ ଯାଇ ଧାଡ଼ି ଲଗାନ୍ତୁ ନାହିଁ କି ଅଯଥା ଅଧିକ ତେଲ କିଣନ୍ତୁ ନାହó। ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ସପ୍ଲାଏ ରିଲିଜ କରିଛୁ ବୋଲି ସେ ସ୍ପଷ୍ଟ ଜଣାଇଛନ୍ତି। ଗଣମାଧ୍ୟମରେ ଏହା ବାଜିବା ପରେ ମଧ୍ୟ ତେଲ ଟାଙ୍କିରୁ ଭିଡ଼ କମୁ ନାହିଁ। ଏହି ରିପୋର୍ଟ ଲେଖା ହେଲା ବେଳକୁ(ରାତି ୯ଟା) ସେମିତି ଲମ୍ବା ଲାଇନ୍ ଲାଗିଛି। ସବୁ ଟାଙ୍କି ପାଖରେ ଗୋଟେ ଗୋଟେ ପିସିଆର ଭ୍ୟାନ୍ ଲଗାଇ ପୁଲିସ ବାଲା ଖଟି କରୁଛନ୍ତି।

ଏତେ ପରେ ମଧ୍ୟ ତେଲ ଅଭାବରୁ ଅନେକ ଟାଙ୍କି ବନ୍ଦ ହୋଇଯିବା, ଖୋଲା ଥିବା ଟାଙ୍କିଗୁଡ଼ିକରେ ସୀମିତ ତେଲ ଦିଆଯିବା, ତେଲ ଟାଙ୍କି ଆଗରେ ଲୋକଙ୍କର ଅସମ୍ଭାଳ ଭିଡ଼ ହେବାର କାରଣ ସରକାର କହିପାରୁନାହାନ୍ତି। ତେଲ ଥିବା ସତ୍ତ୍ୱେ କାହିଁକି ଅସମ୍ଭାଳ ଭିଡ଼ ହେଉଛି, ତାହାର ସମୀକ୍ଷା ହେଉନାହିଁ। ଯଦି ଆହୁରି ତେଲ ଦର ବଢ଼ିବା ଆଶଙ୍କାରେ ଏମିତି ଅବସ୍ଥା ହୋଇଛି ତାକୁ ନିୟନ୍ତ୍ରଣ କରି ସ୍ବାଭାବିକ ଅବସ୍ଥା ଫେରାଇବାକୁ ଏ ପର୍ଯ୍ୟନ୍ତ ସରକାର କୌଣସି ଆଖିଦୃଶିଆ ପଦକ୍ଷେପ ନ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ଯୋଗାଣ ମନ୍ରୀ ଆଜି ତାଙ୍କ ପ୍ରତିକ୍ରିୟାରେ କୌଣସି ପ୍ରକାର ଗୁଜବ ଉପରେ ଗୁରୁତ୍ବ ନ ଦେବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ମାତ୍ର ସେହି ଗୁଜବ କ’ଣ ଏବଂ ଗୁଜବ କିଏ କରୁଛି ତାହା ମନ୍ତ୍ରୀ କହିନାହାନ୍ତି। ଗୁଜବକୁ ରୋକିବା ସରକାରଙ୍କ ଦାୟିତ୍ବ ବୋଲି ମାନ୍ୟବର ମନ୍ତ୍ରୀ ବୋଧହୁଏ ବୁଝିନାହାନ୍ତି। ଦୁଇଦିନ ହେଲା ସାରା ରାଜ୍ୟରେ ତେଲ ପାଇଁ ହାହାକାର ସ୍ଥିତି ଲାଗିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାଇଁ କିଛି କହିନାହାନ୍ତି। ତାଙ୍କ ପକ୍ଷରୁ କ’ଣ ପଦକ୍ଷେପ ନିଆଯାଇଛି ତାହା କାହାରିକୁ ଜଣାନାହିଁ।

ସୂଚନାଥାଉକି, ଆଜି ସକାଳୁ ତେଲ ଦର ବୃଦ୍ଧି ପାଇଛି। ଓଡ଼ିଶାରେ ପେଟ୍ରୋଲ ଓ ଡିଜେଲ ଅଧିକ ୩ ଟଙ୍କା ମହଙ୍ଗା ହୋଇଛି। ପେଟ୍ରୋଲ୍ ଲିଟର ପିଛା ୩ ଟଙ୍କା ୧୪ ପଇସା ଏବଂ ଡିଜେଲ୍ ଲିଟର ପିଛା ୩ ଟଙ୍କା ୧୧ ପଇସା ବୃଦ୍ଧି ପାଇଛି। ବିଶ୍ବରେ ଅଶୋଧିତ ତୈଳ ଦର ହୁ ହୁ ହୋଇ ବଢ଼ୁଥିବା ବେଳେ ତୈଳ କମ୍ପାନୀଗୁଡ଼ିକ ଏହି ଦର ବୃଦ୍ଧି ଘୋଷଣା କରିଛନ୍ତି।

ତେବେ ଦରବୃଦ୍ଧି ଏତିକିରେ ସୀମିତ ରହିବ ନାହିଁ ବୋଲି ବିଶେଷଜ୍ଞମାନେ ସତର୍କ କରାଇଛନ୍ତି। ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ଦୁଇମାସରୁ ଅଧିକ ସମୟ ହେଲା ଭାରତୀୟ ତୈଳ କମ୍ପାନୀଗୁଡ଼ିକ ଦୈନିକ ୧ ହଜାର ଟଙ୍କା କ୍ଷତି ସହୁଛନ୍ତି। ଏହାକୁ ଭରଣା ନ କରି ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳମ୍ ଏବଂ ପୁଡୁଚେରୀ ନିର୍ବାଚନ ସରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଅପେକ୍ଷା କରିଥିଲେ। ପେଟ୍ରୋଲ୍ ଓ ଡିଜେଲ୍ ଦର ୧୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ତୈଳ ଦର ବୃଦ୍ଧିର ପ୍ରଭାବ ସିଧାସଳଖ ପରିବହନ କ୍ଷେତ୍ର ଉପରେ ପଡୁଥିବାରୁ ସବୁ ସାମଗ୍ରୀର ଦରବୃଦ୍ଧି ଅପରିହାର୍ଯ୍ୟ ବୋଲି ସେମାନେ କହିଛନ୍ତି। ପ୍ରଧାନମନ୍ତ୍ରୀ ଦେଶ ସାମନା କରିବାକୁ ଯାଉଥିବା ଆର୍ଥିକ ସଙ୍କଟର ସୂଚନା ଦେବାକୁ ଯାଇ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପେଟ୍ରୋଲ ଓ ଡିଜେଲର ବ୍ୟବହାର କମ କରିବାକୁ ପରାମର୍ଶ ଦେବା ପରଠୁ ଲୋକେ ଛାନିଆଁ ହୋଇଯାଇଛନ୍ତି। ପ୍ରଧାନମନ୍ତ୍ରୀ ୬ ଦିନିଆ ବିଦେଶ ଗସ୍ତରୁ ଫେରିଲା ପରେ ଆଗକୁ ପଦକ୍ଷେପ ଜଣାପଡ଼ିବ।

Previous Post

ଭଣଜା ବଦଳରେ ମାମୁଁକୁ ଧରିଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA