Friday, May 15, 2026 05:12 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭଣଜା ବଦଳରେ ମାମୁଁକୁ ଧରିଲା

ପୁଲିସକୁ ବାଉଳା ରୋଗ

by Our Correspondent
14 May, 2026- 08:08 PM
in Crime, Latest News, News
1 min read
0
ଭଣଜା ବଦଳରେ ମାମୁଁକୁ ଧରିଲା

ଭୁବନେଶ୍ୱର: ଓଡ଼ିଶା ପୁଲିସକୁ ଏବେ ବାଉଳା ରୋଗ ଧରିଛି। ପ୍ରତିଦିନ ରେପ୍, ମର୍ଡର ଦେଖି ଦେଖି ମୁଣ୍ଡ କାମ କରୁନି। ବାଉଳା ରୋଗରେ ଆକ୍ରାନ୍ତ କିଛି ଖାକି ବାବୁ ଅନ୍ଧାରରେ ବାଡ଼ି ବୁଲାଉଛନ୍ତି। ନିରୀହ ମଣିଷ ବି ସେମାନଙ୍କୁ ଦୁର୍ଦ୍ଦାନ୍ତ ଅପରାଧୀ ଭଳି ଲାଗୁଛନ୍ତି। ଏଭଳି ବାଉଳା ପୁଲିସଙ୍କ ଯୋଗୁଁ ସମଗ୍ର ବ୍ୟବସ୍ଥା ବଦନାମ ହେଉଛି। ପୁଲିସ ଉପରୁ ସାଧାରଣ ଜନତାଙ୍କ ଭରସା ତୁଟିଯାଉଛି। ବହୁ ଚର୍ଚ୍ଚିତ ଓଡ଼ଗାଁ ହତ୍ୟା ଘଟଣାରେ ପୁଲିସ ଭଣଜା ବଦଳରେ ମାମୁଁଙ୍କୁ ଗିରଫ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ପୁଲିସକୁ ନିନ୍ଦିତ ହେବାକୁ ପଡିଛି। କେନ୍ଦ୍ରାପଡ଼ାରୁ ମଧ୍ୟ ପୁଲିସର ଏକ ବାଉଳା ଖବର ଆସିଛି। ସମାନ ନାଁ ପାଇଁ ଜଣେ ନିର୍ଦ୍ଦୋଷ ଯୁବକ ଦଣ୍ଡ ପାଇଛନ୍ତି।

ଗତ ୧୧ ତାରିଖରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କଦଳୀବନ୍ଧ ଗାଁରେ ଏକ ବର୍ବର ହତ୍ୟାକାଣ୍ଡ ଘଟିଥିଲା। ଅଜିତ ସାହୁ ନାମକ ଜଣେ ଯୁବକଙ୍କୁ ପଥର ମାଫିଆମାନେ ଅତି ନୃଶଂସ ଭାବରେ ଦୁଇ ହାତ କାଟି ହତ୍ୟା କରିଥିଲେ। ବାଲିଅନ୍ତା ଭଳି ଏହି ଘଟଣା ମଧ୍ୟ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଅଜିତ୍ ହଣା ଖାଉଥିବା ଖବର ପାଇ ମଧ୍ୟ ଗୋଟିଏ କିଲୋମିଟର ଦୂରରେ ଥିବା ଥାନା ବାବୁ ଗାଲେଇ ଯାଇଥିଲେ। ଘଣ୍ଟାଏ ପରେ ପୁଲିସ ଆସିଲା ବେଳକୁ ରକ୍ତରେ ବୁଡ଼ିଥିଲା ଅଜିତଙ୍କ ଡେଡ୍ ବଡି। ଏହି ମାମଲାରେ ଓଡ଼ଗାଁ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ୍ ନାୟକ ପ୍ରେସ ମିଟ୍ କରି ହତ୍ୟାକାଣ୍ଡର ଖୁଲାସା କରିଥିଲେ।

ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଥିଲେ ମକରପଦା ପଞ୍ଚାୟତ ଅନ୍ତର୍ଗତ କୋମଣ୍ଡ ଗ୍ରାମର ସ୍ବର୍ଗତ ଧରମ ସାହୁଙ୍କ ପୁଅ ଶ୍ରୀଧର ସାହୁ। ସମସ୍ତଙ୍କ ବିରୋଧରେ ବିଏନଏସ୍ ର ୧୦୩(୧)/୬୧(୨)/୩(୫) ଦଫା ଲାଗିଥିଲା। ସେମାନଙ୍କ ମୁହଁରେ ଗାମୁଛା ଘୋଡେ଼ଇ ଗଣମାଧ୍ୟମ ସାମନାକୁ ଅଣାଗଲା ବେଳେ ଶ୍ରୀଧର ନିଜକୁ ନିର୍ଦ୍ଦୋଷ କହି ଚିତ୍କାର କରିଥିଲେ। ମୁଁ ନିର୍ଦ୍ଦୋଷ, ମୁଁ କିଛି ଜାଣିନାହିଁ ବୋଲି ପୁଲିସକୁ ଆକୁଳ ନିବେଦନ କରିଥିଲେ। ମାତ୍ର ପୁଲିସ ତାଙ୍କୁ ନ ଶୁଣି ବଳପୂର୍ବକ ପୁଲିସ ଭ୍ୟାନ୍ ରେ ବସାଇ ନେଇଗଲା।

ତେବେ ଜଣେ ନିରୀହ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା। ଲୋକଙ୍କ ଚାପରେ ପୁଲିସ ଏହାର ପୁନଃ ତଦନ୍ତ କରି ଶ୍ରୀଧର ସାହୁଙ୍କର ଏହି ମାମଲାରେ ଆଦୌ ସଂପୃକ୍ତି ନ ଥିବା ଜାଣିବାକୁ ପାଇଥିଲା। ତାଙ୍କର ଜଣେ ସମ୍ପର୍କୀୟ ଭଣଜାକୁ ଖୋଜିବାକୁ ଯାଇ ଭୁଲ୍ ରେ ଶ୍ରୀଧରଙ୍କୁ ଗିରଫ କରାଯାଇଛି ବୋଲି ଜଣାପଡ଼ିଥିଲା। ନିଜର ଭୁଲ୍ ବୁଝିବା ପରେ ଗତକାଲି ପୁଲିସ ତାଙ୍କୁ ମୁକ୍ତ କରିଥିଲା। ସେଦିନ କ୍ୟାମେରା ଆଗରେ ଶ୍ରୀଧର ପ୍ରତିବାଦ କରି ନ ଥିଲେ ଜଣେ ହତ୍ୟା ଅଭିଯୁକ୍ତ ଭାବେ ଆଜି ଜେଲ୍ ରେ ସଜ୍ଜା କାଟୁଥାନ୍ତେ।

ପୁଲିସର ଏହି ବାଉଳାକୁ କିନ୍ତୁ ଘୋଡେ଼ଇ ଦେଇଛନ୍ତି ନୟାଗଡ଼ ଏସପି ଏସ. ସୁଶ୍ରୀ। ଶ୍ରୀଧରଙ୍କୁ ସନ୍ଦେହରେ ଅଣାଯାଇଥିଲା। ପଚରା ଉଚୁରା ପରେ ସେ ନିର୍ଦ୍ଦୋଷ ଜଣାପଡ଼ିବାରୁ ତାଙ୍କୁ ଛାଡ଼ି ଦିଆଯାଇଛି ବୋଲି ସେ ସଫେଇ ଦେଇଛନ୍ତି।

ସେପଟେ କେନ୍ଦ୍ରାପଡ଼ାରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ସାରଙ୍ଗ ଗାଁର ମଧୁସୂଦନ ପ୍ରଧାନଙ୍କ ପୁଅ ହୃଷିକେଶ ପ୍ରଧାନଙ୍କ ନାଁରେ ବହୁ ଦିନରୁ ଏକ ଗିରଫ ଓ୍ବାରେଣ୍ଟ ଥିଲା। ମାତ୍ର ମଝିରେ ମଝିରେ ପୁଲିସ ସେହି ଗାଁ କୁ ଆସି ପ୍ରଫୁଲ୍ଲ ପ୍ରଧାନଙ୍କ ପୁଅ ହୃଷିକେଶ ପ୍ରଧାନଙ୍କ ଘର କବାଟକୁ ରାତି ଅଧରେ ବାଡେ଼ଇ ଚାଲି ଯାଉଥିଲା। ଗଲା ରାତି ଅଧରେ ତାଙ୍କ ଘର ଉପରେ ଅତର୍କିତ ଚଢ଼ଉ କରି ହୃଷିକେଶଙ୍କୁ ବଳପୂର୍ବକୁ ଉଠାଇ ନେଇଥିଲା। ସେ ନିର୍ଦ୍ଦୋଷ ବୋଲି ଚିତ୍କାର କରିଥିଲେ ମଧ୍ୟ ପୁଲିସ ଶୁଣି ନ ଥିଲା। ପରିବାର ଲୋକ ଥାନାକୁ ଯାଇ ନିର୍ଦ୍ଦୋଷ ପୁଅକୁ ଛାଡ଼ିବା ପାଇଁ ପୁଲିସକୁ ନେହୁରା ହୋଇଥିଲେ। ପରିଚୟପତ୍ର ଦେଖାଇ ତାଙ୍କ ପୁଅ ସେହି ଅଭିଯୁକ୍ତ ହୃଷିକେଶ ନୁହେଁ ବୋଲି ବୁଝାଇଥିଲେ। ତେବେ ବାଉଳା ପୁଲିସ ୧୨ ଘଣ୍ଟା ପରେ ଆଜି ତାଙ୍କୁ ଥାନାରୁ ଛାଡ଼ିଛି।

ପୁଲିସର ଏହି କାର୍ଯ୍ୟରେ ହୃଷିକେଶ ଏବଂ ତାଙ୍କ ପରିବାର ସଂପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଛନ୍ତି। ସେ ଜଣେ ଅପରାଧୀ ବୋଲି ସମସ୍ତଙ୍କର ଭ୍ରମ ଧାରଣା ହୋଇଯାଇଛି। ଏଥିଯାଗୁଁ ଆଜି ତାଙ୍କର ବାହାଘର ମଧ୍ୟ ଭାଙ୍ଗିଯାଇଛି ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି।

ପୁଲିସର ଏହି ତ୍ରୁଟିକୁ ଥାନା ବାବୁ ସ୍ବୀକାର କରିଥିଲେ ମଧ୍ୟ ନିରୀହ ହୃଷିକେଶ ସମାଜରେ ଦୋଷୀ ହୋଇସାରିଛନ୍ତି।

Previous Post

ନିଟ୍ ପ୍ରଶ୍ନପତ୍ର ଲିକ୍; ରାଜ୍ୟବ୍ୟାପୀ ପ୍ରତିବାଦ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA