Monday, June 1, 2026 11:54 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦିବ୍ୟାଙ୍ଗଙ୍କୁ ପିଟି ପିଟି ମାରିଦେଲେ

by Our Correspondent
01 Jun, 2026- 09:13 PM
in Crime, Latest News, News
1 min read
0
ଦିବ୍ୟାଙ୍ଗଙ୍କୁ  ପିଟି ପିଟି ମାରିଦେଲେ
Spread the love

ଭୁବନେଶ୍ୱର: ପୁଲିସର ପୁଣି ଏକ ବର୍ବରତା । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାରେ ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ପୁଲିସ ପିଟି ପିଟି ହତ୍ୟା କରିଛି । ମୃତକ ହେଲେ ସୁବଳିଆ ଗାଁର ସୁଶାନ୍ତ ସାହୁ । ବାରଙ୍ଗ ପୁଲିସର ଅମାନୁଷିକ ମାଡ଼ରେ ରାକେଶ ବେହେରା ନାମକ ଯୁବକ ଜୀବନ ମରଣ ସହ ସଂଘର୍ଷ କରୁଥିବା ବେଳେ କବିସୂର୍ଯ୍ୟନଗରରେ ଘଟଣାର ପୁନରାବୃତ୍ତି ସମସ୍ତଙ୍କୁ ବିଚଳିତ କରିଛି । ଏହି ଘଟଣାରେ ତିନି ଜଣ ପୁଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି ।

ସୂଚନା ଅନୁଯାୟୀ, କବିସୂର୍ଯ୍ୟନଗର ଅଞ୍ଚଳରେ ଚୋର ପଥର କାରବାରକୁ ରୋକିବାରେ ବିଫଳ ପୁଲିସ ଏକ ପଥର ବ୍ଲାଷ୍ଟିଂ ମାମଲାରେ ନିରୀହ ସୁଶାନ୍ତଙ୍କୁ ଗତ ୨୫ ତାରିଖ ରାତିରେ ଘରୁ ଉଠାଇ ନେଇଥିଲା । ତାଙ୍କୁ ଥାନାରେ ଅଟକ ରଖାଯାଇଥିଲେ ମଧ୍ୟ ଘରଲୋକଙ୍କୁ ଭେଟିବାର ସୁଯୋଗ ଦିଆଯାଇ ନ ଥିଲା । ଗତକାଲି ତାଙ୍କୁ ଅତି ଗୁରୁତର ଅବସ୍ଥାରେ ଦୁଇ ଜଣ କନେଷ୍ଟବଳ ଘରେ ଆଣି ଛାଡ଼ିଦେଇଥିଲେ । ସେତେବେଳକୁ ସୁଶାନ୍ତଙ୍କର ହୋସ୍ ନ ଥିଲା । ଶରୀରର ବିଭିନ୍ନ ସ୍ଥାନ କ୍ଷତ ବିକ୍ଷତ ହୋଇଥିଲା । ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା ପାଇଁ ଘରଲୋକେ ତାଙ୍କୁ ପ୍ରଥମେ ଆସ୍କା ମେଡିକାଲ୍ କୁ ନେଇଥିଲେ । ସେଠାରୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ସେଠାରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଛି ।

ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ, ସୁଶାନ୍ତଙ୍କୁ ପୁଲିସ ୭ ଦିନ ଧରି ଥାନାରେ ଅଟକି ରଖି ପ୍ରବଳ ମାଡ଼ ମାରିଥିଲେ । ତାଙ୍କ ଦେହ ସାରା ଲାଠି ମାଡ଼ ଚିହ୍ନ ଥିଲା । ତାଙ୍କ ଉପରେ ତତଲା ପାଣି ଢ଼ଳା ଯାଇଥିବାରୁ ଦେହସାରା ଫୋଟକା ହୋଇଯାଇଥିଲା । ଶେଷରେ ତାଙ୍କୁ ମୃତ ଅବସ୍ଥାରେ ଗତକାଲି ଘରେ ଛାଡ଼ିଦେଇଥିଲେ । ପୁଲିସ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛି ବୋଲି ସେ ଅଭିଯୋଗ କରିବା ପରେ ପୁଲିସ ବିରୋଧରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ପ୍ରତିକ୍ରୟା ସୃଷ୍ଟି ହୋଇଥିଲା ।

ଅଭିଯୋଗକୁ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ଗୁରୁତ୍ୱର ସହ ନେଇଥିଲେ । ଘଟଣାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ଗଞ୍ଜାମ ଏସପି ହରିଶ ବି.ସିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏସପିଙ୍କ ରିପୋର୍ଟ ଆଧାରରେ ଆଇଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏଥିସହ କବିସୂର୍ଯ୍ୟନଗର ଥାନାରେ ଦିବ୍ୟାଙ୍କ ଯୁବକ ସୁଶାନ୍ତ ସାହୁଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ ଆପାତତଃ ସତ ବୋଲି ପ୍ରମାଣିତ ହୋଇଛି । ଏହି ଘଟଣାରେ ୩ କର୍ମଚାରୀଙ୍କୁ କାର୍ଯ୍ୟରୁ ତୁରନ୍ତ ନିଲମ୍ବିତ କରାଯାଇଛି । ସେମାନେ ହେଲେ ଏସଆଇ ସମୀର କୁମାର ରାଉତ, ବାଲିଚାଇ ଫାଣ୍ଡି ଏଏସଆଇ ବୈକୁଣ୍ଠ ଜେନା ଏବଂ କନେଷ୍ଟବଳ ସୁମନ କୁମାର ସାହୁ । ଡ୍ରାଇଭର କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ କାର୍ଯ୍ୟରୁ ଦାୟିତ୍ୱମୁକ୍ତ କରାଯାଇଛି । କବିସୂର୍ଯ୍ୟନଗର ଥାନା ଓ ବାଲିଚାଇ ଫାଣ୍ଡିର ସବୁ ପୁଲିସଙ୍କ ବଦଳି ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏଏସପି ଭାବେ ଟ୍ରେନିଂରେ ଥିବା ଆଇପିଏସ୍ ନିତିଶ କୁମାର ମିଶ୍ରଙ୍କୁ ଗଞ୍ଜାମ ମୁଖ୍ୟାଳୟକୁ ବଦଳି କରାଯାଇଛି ।

୧୫ ମାସରେ ୯ ହାଜତ ମୃତ୍ୟୁ

ଓଡ଼ିଶାରେ ଗତ ୧୫ ମାସରେ ୯ ଜଣଙ୍କର ପୁଲିସ ହାତରେ ପ୍ରାଣ ଯାଇଛି । ହାଜତରେ ସେମାନଙ୍କୁ ପିଟି ପିଟି ମାରି ଦିଆଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଲୋକସଭାରେ ଦିଆଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ରହିଛି । ଓଡ଼ିଶାରେ ୨୦୨୫ ଜାନୁଆରୀରୁ ଚଳିତ ମାର୍ଚ୍ଚ ୧୫ ତାରିଖ ମଧ୍ୟରେ ପୁଲିସ ହାଜତରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି । ୨୦୨୧ ମସିହାରେ ଦୁଇ ଜଣ, ୨୦୨୨ ରେ ୩ ଜଣ, ୨୦୨୩ ରେ ଦୁଇ ଜଣ ଏବଂ ୨୦୨୪ରେ ଦୁଇ ଜଣଙ୍କର ହାଜତ ମୃତ୍ୟୁ ହୋଇଥିଲା ।

ବର୍ବରତାର ସୀମା ଟପିଲାଣି ପୁଲିସ: ବିଜେଡି

ରାଜ୍ୟରେ ପୁଲିସ ପ୍ରଶାସନର ବର୍ବରତା ସବୁ ସୀମା ଟପିସାରିଲାଣି । ଥାନା ଭିତରେ ଥାର୍ଡଡିଗ୍ରୀ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ଘଟୁଥିବା ହିଂସା ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ବିଫଳ ପୁଲିସ ପ୍ରଶାସନ ଅମାନୁଷିକ ଭାବେ ସାଧାରଣ ଲୋକଙ୍କ ଉପରେ ଥାର୍ଡ ଡିଗ୍ରୀ କରିବା ଅତ୍ୟନ୍ତ ନିନ୍ଦନୀୟ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ଼ ଲେନିନ ମହାନ୍ତି କହିଥିଲେ, ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ବରତା ଓ ହିଂସାକାଣ୍ଡ ବଢ଼ିଚାଲିଥିବା ବେଳେ ପୁଲିସ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଛି । ପୁଲିସ ଡିଜି ଗତ ୧୦ ଦିନ ଭିତରେ ଦୁଇ ଥର କହିସାରିଲେଣି, ଓଡ଼ିଶାରେ ଅପରାଧୀମାନଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ । ଏହାସତ୍ତ୍ୱେ ଅପରାଧୀମାନେ ଅପରାଧ ଘଟାଇ ଚାଲିଛନ୍ତି । ପୁଲିସ ଅପରାଧ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ବେଳେ ସାଧାରଣ ଲୋକଙ୍କୁ ଥାନାକୁ ଡକାଇ ଅକଥନୀୟ ନିର୍ଯାତନା ଦେଉଛି । ବାରଙ୍ଗ ଥାନାରେ ନିଜ ସ୍ତ୍ରୀ ନିଖୋଜ ଥିବାର ମାମଲା ଦାୟର କରିବାକୁ ଯାଇଥିବା ରାକେଶ ବେହେରାଙ୍କୁ ପୁଲିସ ଅଟକ ରଖି ଏଭଳି ଥାର୍ଡଡିଗ୍ରୀ ପ୍ରୟୋଗ କଲେ, ଆଜି ସେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ରାଜନଗର ତାଳଚୁଆ ସାମୁଦ୍ରିକ ଥାନା ଭିତରେ ଆଇଆଇସି ଜଣେ ଗରିବ ମାଆ ଓ ପୁଅଙ୍କୁ ଅସଭ୍ୟ ଗାଳିଗୁଲଜ କରିବା ସହ ମାଆକୁ ଅର୍ଦ୍ଧଉଲଗ୍ନ କରି ଅମାନୁଷିକ ଭାବେ ମାଡ଼ ମାରିଥିଲେ । ଲୋକଙ୍କ ପ୍ରତିବାଦ ଯୋଗୁଁ ଉଭୟ ଥାନାର ଆଇଆଇସିଙ୍କୁ ବଦଳି କରି ପୁଲିସ ପ୍ରଶାସନ ଚୁପ୍ ହୋଇ ବସିରହିଛି । ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନାର ଆଇଆଇସି ଲଘୁ ଖଣିଜ ସମ୍ପଦ ଚୋରା କାରବାରର ମୁଖ୍ୟ କାର୍ପଟଦାରଙ୍କୁ ପଚାରିବାକୁ ସାହାସ ଜୁଟାଇ ନ ପାରି ଜଣେ ନିରୀହ ଭିନ୍ନକ୍ଷମ ଯୁବକଙ୍କୁ ଉଠାଇ ଆଣି ଦୀର୍ଘ ଦିନ ଧରି ହାଜତ ଭିତରେ ଥାର୍ଡ ଡିଗ୍ରୀ ଦେଇଚାଲିଲେ, ଯାହା ଫଳରେ ତାଙ୍କର ମୃତ୍ୟୁ ହେଲା । 

ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସୀତା ସାହୁ କହିଥିଲେ, ଓଡ଼ିଶାରେ ବିଜେପି ସରକାର ୨ ବର୍ଷ ପୂର୍ତ୍ତୀ ପାଳନ କରିବାକୁ ଯାଉଥିବା ବେଳେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନ କହିଲେ ଭଲ । ସମଗ୍ର ରାଜ୍ୟରେ ଭିଡ଼ହିଂସା ଠାରୁ ଆରମ୍ଭ କରି ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ଯେଭଳି ଜଘନ୍ୟ କାଣ୍ଡ ଦେଖିବାକୁ ମିଳୁଛି, ତାହା ଆଗରୁ କେବେ ଘଟିନଥିଲା । ଗଲା ୨ ବର୍ଷ ଭିତରେ ପୁଲିସ ସାଧାରଣ ଲୋକଙ୍କୁ ଥାନାରେ ବିନା କାରଣରେ ନିର୍ଯାତନା ଦେବା ସହ ପିଟି ପିଟି ମାରିଦେବା ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ବିଚଳିତ କରିଛି ଏବଂ ବିଜେପି ସରକାରର ଅପାରଗତାକୁ ପଦାରେ ପକାଇଛି । ଗତକାଲି କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ଘଟଣାରେ ମୃତକଙ୍କ ଭାଇଙ୍କୁ ପୁଲିସ ଗଣମାଧ୍ୟମକୁ ସାମ୍ନାକୁ ନ ଛାଡ଼ିବା, ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି । କବିସୂର୍ଯ୍ୟନଗରରେ ଲଘୁ ଖଣିଜ ଚୋରା କାରବାରରେ ବିଜେପି ନେତାମାନଙ୍କ ସମ୍ପୃକ୍ତି ଥିବାରୁ ପୋଲିସ୍ ପ୍ରଶାସନ ଜଣେ ନିରୀହ ଶ୍ରମଜୀବୀଙ୍କୁ ଥାନାକୁ ଡକାଇ ପିଟି ପିଟି ମାରିଦେବା ଘଟଣାରେ ନିରପେକ୍ଷ ତଦନ୍ତ କରାଯାଇ ଦୋଷୀମାନଙ୍କ ଉପରେ ଯଦି କଠୋର ଦଣ୍ଡବିଧାନ ବ୍ୟବସ୍ଥା କରାନଯାଏ, ତେବେ ବିଜେଡି ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବ ।

Previous Post

ଯେତେ ନେତା, ସେତେ ଗୋଷ୍ଠୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA