Thursday, June 11, 2026 02:49 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନଙ୍କ ଫୁଲ୍ ତୟାରି

ଶଙ୍ଖ ଭବନରେ ବଡ଼ ବୈଠକ

by Our Correspondent
10 Jun, 2026- 08:49 PM
in Latest News, News, Politics
1 min read
0
ନବୀନଙ୍କ ଫୁଲ୍ ତୟାରି

ଭୁବନେଶ୍ୱର: ଶଙ୍ଖ ଭବନରେ ଆଜି ବିଜେଡିର ଏକ ବଡ଼ ବୈଠକ ବସିଥିଲା । ଗତ ନିର୍ବାଚନରେ ପରାଜିତ ସମସ୍ତ ବିଧାୟକ ଓ ସାଂସଦ ପ୍ରାର୍ଥୀମାନଙ୍କୁ ନେଇ ସଭାପତି ନବୀନ ପଟ୍ଟନାୟକ ଏହି ବୈଠକ କରିଥିଲେ । ଦୁଇଟି ପର୍ଯ୍ୟାୟରେ ପ୍ରାୟ ଦୁଇ ଘଣ୍ଟା ଧରି ବୈଠକ ଚାଲିଥିଲା । ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଦଳର ସାଙ୍ଗଠନିକ ସ୍ଥିତି ଓ ସ୍ଥାନୀୟ ସମସ୍ୟା ସମ୍ପର୍କରେ ମତ ବିନିମୟ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ବରିଷ୍ଠ ନେତାମାନଙ୍କ ସହ ନବୀନ ୱାନ୍ ଟୁ ୱାନ୍ ଆଲୋଚନା କରିଥିଲେ । ଆଗାମୀ ଦିନରେ ଦଳକୁ ମଜବୁତ କରି ପୂର୍ବାବସ୍ଥା ଫେରାଇ ଆଣିବା ଏବଂ ବିଜେପି ସରକାରଙ୍କ ଜନମାରଣ ନୀତି ବିରୋଧରେ ଦୁର୍ବାର ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ହୋଇଛି । ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ କାମ ଆରମ୍ଭ କରିବାକୁ ନବୀନ ପରାମର୍ଶ ଦେଇଛନ୍ତି ।

ଗତ ଦୁଇ ବର୍ଷରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୁର୍ଣ୍ଣ ଭୁଷୁଡି ଯାଇଛି । ଜନ ସାଧାରଣ ଭୟରେ ରହିଛନ୍ତି । ହତ୍ୟା, ଧର୍ଷଣ, ଲୁଟ, ନାରୀ ନିର୍ଯାତନା ଆଦି ଅପରାଧ ସୀମା ଲଙ୍ଘି ସାରିଲାଣି । ଅର୍ଥନୈତିକ ଅବସ୍ଥା ଆହୁରି ଶୋଚନୀୟ ହୋଇ ପଡିଛି । ବିଜେଡି ସରକାର କ୍ଷମତାରୁ ଯିବା ସମୟରେ ୪୫ ହଜାର କୋଟି ଟଙ୍କାର ବଳକା ରାଜସ୍ୱ ଛାଡି ଯାଇଥିଲା ବେଳେ ଏବେ ରାଜ୍ୟର ଋଣ ଭାର ବଢି ଚାଲିଛି । ଦୁଃଖର କଥା ବୁଢାବୁଢୀ, ଭିନ୍ନକ୍ଷମ ମାନଙ୍କୁ ସାମାଜିକ ସୁରକ୍ଷା ପେନ୍‌ସନ୍‌ ମଧ୍ୟ ଏ ସରକାର ଅମଳରେ ମିଳୁନାହିଁ । ଓଡିଶା ଶାସନରେ ଏଭଳି ଅବ୍ୟବସ୍ଥା କୌଣସି ସରକାର ଅମଳରେ ଦେଖା ନଥିଲା ବୋଲି ନବୀନ କ୍ଷୋଭ ପ୍ରକାଶ କରିଥିଲେ ।

ସେ କହିଥିଲେ, ବିଜେଡିର ୨୪ ବର୍ଷ ଶାସନ ସମୟରେ ଓଡିଶା ବିଭିନ୍ନ କ୍ଷେତ୍ରରେ ଭଲ କାମ କରି ସାରା ଦେଶରେ ନିଜର ଏକ ଉଜ୍ଜ୍ୱଳ ପରିଚୟ ସୃଷ୍ଟି କରିଥିଲା । ବିପର୍ଯ୍ୟୟ ପ୍ରଶମନ ଓ ଖାଦ୍ୟ ସୁରକ୍ଷା ଠାରୁ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡା, ଜଳସେଚନ, ଭିତ୍ତିଭୂମି ଆଦିର ବିକାଶ, ଚାଷୀ, ମହିଳା ଓ ଗରୀବ ଲୋକଙ୍କ କଲ୍ୟାଣ ପାଇଁ ଅନେକ ଭଲ କାମ କରିଥିଲା । ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଖେଇ ଆସିଲାଣି । ସେଥିପାଇଁ ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ପ୍ରସ୍ତୁତି ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହା ସହିତ ସୋସିଆଲ୍ ମିଡିଆ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ।

ବର୍ତ୍ତମାନ ରାଜ୍ୟରେ ଚାଲିଥିବା ଏସଆଇଆର ଉପରେ ନବୀନ କହିଥିଲେ, ଏସଆଇଆର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ । ଅନ୍ୟ ରାଜ୍ୟରେ ଏସଆଇଆର ସମୟରେ ଘଟିଥିବା ଘଟଣାବଳୀକୁ ଦୃଷ୍ଟିରେ ରଖି ଆମକୁ ସତର୍କ ଓ ସଜାଗ ରହି କାମ କରିବାକୁ ପଡିବ ବୋଲି କହିଥିଲେ । ଯେପରି ଜଣେ ବି ଯୋଗ୍ୟ ଭୋଟରର ନାମ ବାଦ୍‌ ନ ଯିବ ସେଥିପ୍ରତି ଦୃଷ୍ଟି ଦେବାପାଇଁ ପରାମର୍ଶ ଦେଇଥିଲେ ।

ସରକାରଙ୍କ ବିଫଳତା ବିଶେଷ କରି ମହିଳା ସଂରକ୍ଷଣ କ୍ଷେତ୍ରରେ ବିଜେପିର ଛଳନାପୂର୍ଣ୍ଣ ଆଚରଣର ବିରୋଧ କରି ବିଜୁ ଜନତା ଦଳ ପକ୍ଷରୁ ଚାଲିଥିବା ନାରୀ ଅଧିକାର ଅଭିଯାନର ବିପୁଳ ସଫଳତା ପରିବର୍ତ୍ତନର ସୂଚନା ଦେଉଛି ବୋଲି କହିଥିଲେ ଏବଂ ଏଥିପାଇଁ ଦଳୀୟ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ବିଜେଡି ଡାକରାରେ ପ୍ରବଳ ଖରାରେ ହଜାର ହଜାର ମହିଳା ଘରୁ ବାହାରି ଯେପରି ନାରୀ ଅଧିକାର ଅଭିଯାନରେ ସାମିଲ ହୋଇଥିଲେ ସେଥିପାଇଁ ମା’ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଏହି ବୈଠକକୁ ଦଳର ବରିଷ୍ଠ ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର ସଞ୍ଚାଳନ କରିଥିଲେ ।

Previous Post

ଦୀଘାରୁ ହଟିବ ‘ଧାମ’ ଶବ୍ଦ

Next Post

ଦି ବର୍ଷ ପରେ ଏତଲା

Next Post
ଦି ବର୍ଷ ପରେ ଏତଲା

ଦି ବର୍ଷ ପରେ ଏତଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA