Saturday, June 13, 2026 07:27 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦି ବର୍ଷ ପରେ ଏତଲା

ଦୁଇ ଫାଇଲ୍ ଗାଏବ ଅଭିଯୋଗ

by Our Correspondent
11 Jun, 2026- 12:20 AM
in Crime, Latest News, News, Politics
1 min read
0
ଦି ବର୍ଷ ପରେ ଏତଲା

ଭୁୁବନେଶ୍ୱର: ମୋହନ ସରକାରଙ୍କ ଦୁଇବର୍ଷ ପୂରଣ ବେଳେ ଦୁଇଟି ତଦନ୍ତ କମିସନ ରିପୋର୍ଟ ଗାଏବ ଖବର ଆସିଛି । ବିଜେଡି ସରକାର ବେଳେ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଏହି ଫାଇଲ୍ ଗାଏବ ହୋଇଥିବା ନେଇ ଦୁଇଦିନ ତଳେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରକାଶ କରିଥିଲେ । ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କଠାରୁ ସାମ୍ବାଦିକମାନେ ଏହାର ପ୍ରତିକ୍ରିୟା ଲୋଡ଼ିଲା ବେଳେ ତାଙ୍କ ପାଖରେ ସେହି ଖବର ନ ଥିଲା । ଅଭିଯୋଗ ଆସିଲେ ତଦନ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ସ୍ୱାଭାବିକ ଉତ୍ତର ଦେଇଥିଲେ । ଫଳରେ ଏହାକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଥିଲା । ବିଜେଡି ଏହି ପ୍ରସଙ୍ଗକୁ ଆଗକୁ ବଢ଼ାଇଥିଲା । ଫାଇଲ୍ ହଜିଛି ନା ହଜା ଯାଇଛି ବୋଲି ପ୍ରଶ୍ନ କରାଯାଇଥିଲା ।

ଏହାପରେ ଗୃହ ବିଭାଗର ନିଦ ଭାଙ୍ଗିଛି । ବିଭାଗ ପକ୍ଷରୁ କ୍ୟାପିଟାଲ୍ ଥାନାରେ ଦୁଇଟି ଫାଇଲ୍ ମିଳୁ ନ ଥିବା ନେଇ ବୁଧବାର ଏତଲା ଦିଆଯାଇଛି । ବିଭାଗୀୟ ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡି କ୍ୟାପିଟାଲ୍ ଥାନାରେ ଏହି ଏତଲା ଦେଇଛନ୍ତି । ମିଳୁ ନ ଥିବା ଦୁଇ ଫାଇଲ୍ ହେଲା- ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲାର ତଦନ୍ତ କରିଥିବା ନାଇଡୁ କମିସନଙ୍କ ତଦନ୍ତ ରିପୋର୍ଟ ଏବଂ ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣାର ଆରଡିସି ତଦନ୍ତ ରିପୋର୍ଟ ।

ଏତଲା ଅନୁଯାୟୀ, ଗୃହ ବିଭାଗରେ ଦାଖଲ ହୋଇଥିବା ନାଇଡୁ କମିସନଙ୍କ ତଦନ୍ତ ରିପୋର୍ଟ ୧୬.୦୯.୨୦୧୬ରେ ମୁଖ୍ୟ ଶାସନ ସଚିବଙ୍କ ଅଫିସକୁ ପଠାଯାଇଥିଲା । ସେଠାରୁ ୧୯.୦୯.୨୦୧୬ରେ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଯାଇଥିଲା । ସେହିଭଳି ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣାର ଆରଡିସି ତଦନ୍ତ ରିପୋର୍ଟ ଗୃହ ବିଭାଗରୁ ମୁଖ୍ୟ ଶାସନ ସଚିବଙ୍କ ଅଫିସ୍ କୁ ୨୩.୦୫.୨୦୧୮ରେ ପଠାଯାଇଥିଲା । ସେଠାରୁ ୨୪.୦୫.୨୦୧୮ରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ କୁ ଆସିଥିଲା ।

ମାତ୍ର, ଏବେ ଗୃହ ବିଭାଗ ଜାଣିବାକୁ ପାଇଲା ଯେ ଏହି ଦୁଇଟି ତଦନ୍ତ ରିପୋର୍ଟ ମିଳୁନାହିଁ । କୁହାଯାଇଛି ଯେ ୪.୬.୨୦୨୪ରେ ନିର୍ବାଚନ ଫଳ ପ୍ରକାଶ ପାଇବା ଦିନ ସରକାର ବଦଳୁଥିବା ଜଣାପଡ଼ିବା ପରେ ସ୍ୱାଭାବିକ ପ୍ରକ୍ରିୟାରେ ଗୃହ ବିଭାଗରୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଯାଇଥିବା ସବୁ ରିପୋର୍ଟ ଏବଂ ଫାଇଲ୍ ଗୁଡ଼ିକ ସେଦିନ ଗୃହ ବିଭାଗକୁ ଫେରି ଆସିଥିଲା । ମାତ୍ର ସେଥିମଧ୍ୟରେ ଉପରୋକ୍ତ ଦୁଇଟି ତଦନ୍ତ ରିପୋର୍ଟ ନ ଥିଲା । ଏବେ ଦୁଇ ବର୍ଷ ପରେ ଗୃହ ବିଭାଗ ଏହା ଜାଣିବାକୁ ପାଇଛି ।

ବିଶେଷ ଭାବରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲାର ତଦନ୍ତ ରିପୋର୍ଟ ସାର୍ବଜନିତାକୁ ନେଇ ଗତ ନିର୍ବାଚନ ବେଳେ ବିଜେପି ପକ୍ଷରୁ ତୁମ୍ବିତୋଫାନ ହୋଇଥିଲା । ସରକାରକୁ ଆସିଲେ ସେହି ତଦନ୍ତ ରିପୋର୍ଟ ଖୋଲାଯିବ ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା । ମାତ୍ର ସରକାରକୁ ଆସିବାର ଦୁଇବର୍ଷ ପରେ ମଧ୍ୟ କୌଣସି ଗୋଟିଏ ବି ତଦନ୍ତ ରିପୋର୍ଟ ଖୋଲାଗଲା ନାହିଁ । କାର୍ଯ୍ୟାନୁଷ୍ଠାନ ପର କଥା । ଦୁଇବର୍ଷ ପରେ ଯାଇ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣାର ତଦନ୍ତ ଫାଇଲ୍ କଥା ମନେ ପଡ଼ିଛି । ଫାଇଲ୍ ମିଳୁ ନ ଥିବା ଦୁଇ ଦିନ ପୂର୍ବ ପର୍ଯ୍ୟନ୍ତ ଗୃହ ବିଭାଗ ଦାୟିତ୍ୱରେ ଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମଧ୍ୟ ଜଣା ନ ଥିଲା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ପ୍ରକୃତରେ ସଂପୃକ୍ତ ଦୁଇ ତଦନ୍ତ ଫାଇଲ୍ ସେବେଠାରୁ ହଜିଛି ନା ଏବେ ହଜାଇ ଦିଆଯାଇଛି ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ପଛରେ ଆଉ କିଛି ଷଡ଼ଯନ୍ତ୍ର ଥାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

କ୍ୟାପିଟାଲ ଥାନାରେ ବିଏନଏସ୍ ୩୦୫, ୩୧୬(୨), ୨୩୮(ସି), ୨୪୧ ଏବଂ ୬୧(୨)(ବି) ଧାରାରେ ଏତଲା ଗ୍ରହଣ ହୋଇଛି । ପୁଲିସ ଏହି ଘଟଣାର ଅନୁସନ୍ଧାନ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏତଲାରେ ଅନୁରୋଧ କରାଯାଇଛି ।

Previous Post

ନବୀନଙ୍କ ଫୁଲ୍ ତୟାରି

Next Post

ମହିଳା ସରପଞ୍ଚଙ୍କୁ ମାଡ଼, ଗ୍ୟାଙ୍ଗରେପ୍ ଧମକ

Next Post
ମହିଳା ସରପଞ୍ଚଙ୍କୁ ମାଡ଼, ଗ୍ୟାଙ୍ଗରେପ୍ ଧମକ

ମହିଳା ସରପଞ୍ଚଙ୍କୁ ମାଡ଼, ଗ୍ୟାଙ୍ଗରେପ୍ ଧମକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA