Thursday, June 18, 2026 02:15 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସାଂଘାତିକ: ସ୍କୁଲ ବହିରେ ୧୬୭୮ ଭୁଲ୍

ଜାତୀୟ ଲଜ୍ଜା : ବିଜେଡି

by Our Correspondent
16 Jun, 2026- 11:59 PM
in Latest News, News
1 min read
0
ସାଂଘାତିକ: ସ୍କୁଲ ବହିରେ ୧୬୭୮ ଭୁଲ୍

ଭୁବନେଶ୍ୱର: ଓଡ଼ିଆ ପାଠ୍ୟପୁସ୍ତକରେ ମାଳ ମାଳ ତ୍ରୁଟି । ଏସ୍‌ସିଇଆର୍‌ଟି ଓଡ଼ିଶା ଦ୍ୱାରା ପ୍ରସ୍ତୁତ ନୂତନ ପାଠ୍ୟପୁସ୍ତକରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ପର୍ଯ୍ୟନ୍ତ ପ୍ରାୟ ୧୬୭୮ଟି ତ୍ରୁଟି ଚିହ୍ନଟ ହୋଇଛି। ସର୍ବାଧିକ ୭୦୫ଟି ତ୍ରୁଟି କେବଳ ଅଷ୍ଟମ ଶ୍ରେଣୀ ପୁସ୍ତକରେ ରହିଛି। ଏଥିରେ ଜିଜ୍ଞାସାରେ ୨୯୪, ସଂସ୍କୃତରେ ୧୧୪, ସାମାଜିକ ବିଜ୍ଞାନରେ ୨୫, ସାହିତ୍ୟରେ ୩୧ ଏବଂ ଇଂରାଜୀ ଓ ଗଣିତରେ ମଧ୍ୟ ଉଲ୍ଲେଖନୀୟ ଭୁଲ୍ ରହିଛି।

ପୁସ୍ତକରେ ଗମ୍ଭୀର ଭାବେ ବନାନ୍ ତ୍ରୁଟି, ତଥ୍ୟଗତ ଭୁଲ୍, ଭୌଗଳିକ ସ୍ଥିତି ସମ୍ବନ୍ଧୀୟରେ ତ୍ରୁଟି, ଐତିହାସିକ ଓ ସାହିତ୍ୟିକ ବ୍ୟକ୍ତିତ୍ୱଙ୍କ ନାମରେ ଭୁଲ୍ ଓ ଭୁଲ୍ ଫଟୋ ଏବଂ ସ୍ଥାନ ମଧ୍ୟ ରହିଛି।

ଉଦାହରଣ ସ୍ୱରୂପ, କର୍ଣ୍ଣାଟକ ବିଧାନସଭାର ଫଟୋକୁ ଓଡ଼ିଶା ବିଧାନସଭା ବୋଲି ବ୍ୟବହାର କରାଯାଇଛି। ଓଡ଼ିଶାର ପବିତ୍ର ନିୟମଗିରି ପାହାଡ଼କୁ ଝାରଖଣ୍ଡରେ ବୋଲି ଉଲ୍ଲେଖ ହୋଇଛି। ଗଞ୍ଜାମ ଜିଲ୍ଲାକୁ ବ୍ରହ୍ମପୁର ଜିଲ୍ଲା କୁହାଯାଇଛି। ସୁନନ୍ଦା ପଟ୍ଟନାୟକ ଓ ପଣ୍ଡିତ ନୀଳକଣ୍ଠ ଦାସଙ୍କ ପରି ପ୍ରସିଦ୍ଧ ଓଡ଼ିଆ ବ୍ୟକ୍ତିତ୍ୱଙ୍କ ନାମରେ ଭୁଲ୍ ବନାନ୍ ରହିଛି l

ଏହି ତ୍ରୁଟିକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି l ତେବେ ଯାହା ତ୍ରୁଟି ଅଛି ଆମେ ସଂଶୋଧନ କରିବୁ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି l କମ ଦିନରେ ଏହା ପ୍ରସ୍ତୁତ ହୋଇଥିବାରୁ ତ୍ରୁଟି ରହିଥିବା ସେ ସଫେଇ ଦେଇଛନ୍ତି l

ଓଡ଼ିଆ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟିକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛି ବିଜେଡି । ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଡ ଲେନିନ୍ ମହାନ୍ତି ଏହି ପାଠ୍ୟପୁସ୍ତକ ଗୁଡ଼ିକୁ “ଜାତୀୟ ଲଜ୍ଜା” ବୋଲି କହିଛନ୍ତି। ଓଡିଆ ଅସ୍ମିତା ପ୍ରତି କୋଠର ଆଘାତ କରିବା ସହ ଓଡ଼ିଆ ଭାଷା, ସଂସ୍କୃତି ଏବଂ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ଉପରେ ସିଧା ଆକ୍ରମଣ ବୋଲି ସେ କହିଛନ୍ତି।

ଡଃ ମହାନ୍ତି କହିଛନ୍ତି, ‘ଓଡ଼ିଆ ଆସ୍ମିତା’ ସ୍ଲୋଗାନ୍ ଦେଇ ବୁଲୁଥିବା ବିଜେପି ସରକାର ଏହି ପାଠ୍ୟପୁସ୍ତକ ମାଧ୍ୟମରେ ତାହାର ସମ୍ପୂର୍ଣ୍ଣ ତ୍ରୁଟି ପ୍ରକାଶ କରିଛି। ସେମାନେ ଓଡ଼ିଆ ଗର୍ବକୁ ପ୍ରୋତ୍ସାହିତ କରୁନାହାନ୍ତି, ବରଂ ଅଯୋଗ୍ୟତା, ଅଦକ୍ଷତା ଓ ମାତୃଭାଷା ପ୍ରତି ଅସମ୍ମାନ ପ୍ରଦର୍ଶନ କରୁଛନ୍ତି। ଏହା ଏକ ନକଲି ଆସ୍ମିତା ବାର୍ତ୍ତା ଯାହାକି ପ୍ରତିଟି ଓଡିଆଙ୍କ ଭାବାବେଗ ସହ ଖେଳିଛନ୍ତି।

ଗଣଶିକ୍ଷା ବିଭାଗ ନିଜର ତ୍ରୁଟି ଲୁଚାଇବାକୁ ଯାଇ ତୁରନ୍ତ ସଂଶୋଧନ ତାଲିକା ପ୍ରସ୍ତୁତ କରିଛନ୍ତି। ଯାହା ସେମାନଙ୍କର ଅଯତ୍ନ ଓ ଦାୟିତ୍ୱ ହୀନତାର ପରିଚୟ ପ୍ରଦାନ କରୁଛି। ସବୁ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ତୁରନ୍ତ ପ୍ରତ୍ୟାହାର କରିବା, ପ୍ରସ୍ତୁତି ଓ ପ୍ରୁଫ୍ ରିଡିଂରେ ହୋଇଥିବା ଅବହେଳାର ଉଚ୍ଚସ୍ତରୀୟ ତଦନ୍ତ, ଦାୟୀ ଅଧିକାରୀ ଓ ମନ୍ତ୍ରୀଙ୍କ ଯାଞ୍ଚ, ଆଗାମୀ ଶୈକ୍ଷିକ ବର୍ଷ ପୂର୍ବରୁ ତ୍ରୁଟିମୁକ୍ତ ପାଠ୍ୟପୁସ୍ତକ ପ୍ରକାଶ କରିବାକୁ ଦାବି କରିଛନ୍ତି।

Previous Post

ଚାମେଲିଙ୍କୁ ଜାମିନ୍; ପୁଲିସ ମିଛ ଧରାପଡ଼ିଲା

Next Post

ମୁଖ୍ୟମନ୍ତ୍ରୀ କାହିଁକି ଦାୟୀ ହେବେନି?

Next Post
ମୁଖ୍ୟମନ୍ତ୍ରୀ କାହିଁକି ଦାୟୀ ହେବେନି?

ମୁଖ୍ୟମନ୍ତ୍ରୀ କାହିଁକି ଦାୟୀ ହେବେନି?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA