Friday, June 19, 2026 02:23 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦୟାଲ୍ ଗଙ୍ଗୱାର ସସପେଣ୍ଡ୍

ସୌମ୍ୟ ମୃତ୍ୟୁ ମାମଲା

by Our Correspondent
18 Jun, 2026- 09:42 PM
in Latest News, News
1 min read
0
ଦୟାଲ୍ ଗଙ୍ଗୱାର ସସପେଣ୍ଡ୍

ଭୁୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଫିସର ଏଡିଜି ଦୟାଲ୍ ଗଙ୍ଗୱାରଙ୍କୁ ଆଜି ଚାକିରିରୁ ନିଲମ୍ବନ କରାଯାଇଛି । ମେ ୭ ରେ ବାଲିଅନ୍ତା ଭିଡ଼ ହତ୍ୟାର ଶିକାର ରେଳବାଇ କନେଷ୍ଟବଳ ସୌମ୍ୟରଂଜନ ସ୍ୱାଇଁଙ୍କୁ ସେ ମାନସିକ ନିର୍ଯ୍ୟାତନା ଦେଇଥିବା ସୌମ୍ୟଙ୍କ ବାପାମାଆ ଅଭିଯୋଗ କରିଥିଲେ । ଏହି ଅଭିଯୋଗକ୍ରମେ ତାଙ୍କୁ କମ୍ୟୁନିକେସନ୍ ଏଡିଜି ପଦବୀରୁ ଗୃହ ବିଭାଗର ଓଏସଡି ଭାବେ ବଦଳି କରାଯାଇଥିଲା । ହତ୍ୟାକାଣ୍ଡର ଦେଢ଼ମାସ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ।

ଅଭିଯୋଗ ଅନୁଯାୟୀ, ଦୟାଲ୍ ଗଙ୍ଗୱାରଙ୍କ ଭୁବନେଶ୍ୱରରେ ଥିବା ଜିମ୍ ରେ ସୌମ୍ୟରଞ୍ଜନ ଟ୍ରେନର୍ ଭାବେ ମାଗଣାରେ ଖଟୁଥିଲେ । ତାଙ୍କ ସମେତ ୮ ଜଣ ପୁଲିସ କର୍ମଚାରୀ ଗଙ୍ଗୱରଙ୍କ ବ୍ୟକ୍ତିଗତ କାମ କରୁଥିଲେ । ରେଳବାଇ ପୁଲିସ ବିଭାଗ ସହିତ ଦୟାଲ୍ ଗଙ୍ଗୱାରଙ୍କର କୌଣସି ସମ୍ପର୍କ ନ ଥିଲେ ମଧ୍ୟ କଟକ ଜିଆରପି ଏସପିଙ୍କ କାର୍ଯ୍ୟାଳୟରୁ ଏମାନଙ୍କୁ ୪ ବର୍ଷ ହେଲା ଆଣି ବ୍ୟକ୍ତିଗତ କାମରେ ନିୟୋଜିତ କରିଥିଲେ ।

କୁହାଯାଉଛି, ୨୦୧୩ ବ୍ୟାଚ୍ ର କନେଷ୍ଟବଳ ସୌମ୍ୟଙ୍କୁ ଏହି ଦଣ୍ଡ ମିଳିବା ପଛରେ କାରଣ ବି ଥିଲା । ଏକ ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ୨୦୨୧ ମସିହାରେ କଟକ ମହିଳା ଥାନାରେ ତାଙ୍କ ନାଁରେ ଏକ କେସ୍ ହୋଇଥିଲା । ଏହି ମାମଲାରେ ସେ ଗିରଫ ହୋଇଥିଲେ । ସେ ଜାମିନ୍ ରେ ଆସିବା ପରେ ତାଙ୍କୁ ଆହୁରି ବିପଦ ଘାରିଥିଲା । ଚାକିରି ପ୍ରତି ସେ ବିପଦର ଆଶଙ୍କା କରିଥିଲେ । କଟକ ଜିଆରପି ଅଫିସ ସହିତ ସମ୍ପର୍କରେ ଥିବାରୁ ସୌମ୍ୟଙ୍କ ଦୁର୍ବଳତା ଜାଣିବାକୁ ପାଇଥିଲେ ଗଙ୍ଗୱାର୍ । ଏହାର ସୁଯୋଗ ଉଠାଇ ତାଙ୍କୁ ଭୁବନେଶ୍ୱର ନିଜ ପାଖକୁ ନେଇ ଆସିଥିଲେ । ଭୁବନେଶ୍ୱରରେ ଥିବା ତାଙ୍କ ଜିମ୍ ରେ ଟ୍ରେନର୍ ଭାବରେ ନିୟୋଜିତ କରିଥିଲେ ।

ତେବେ ଜିମ୍ ପରିଚାଳନା ଓ ଆର୍ଥିକ ବ୍ୟାପାରକୁ ନେଇ ଏପ୍ରିଲ ମାସରେ ଗଙ୍ଗୱରଙ୍କ ସହିତ ସୌମ୍ୟଙ୍କର ବିବାଦ ହେବାରୁ ସେ ଜିମ୍ ଛାଡ଼ି କଟକ ଜିଆରପି ଏସପିଙ୍କ କାର୍ଯ୍ୟାଳୟରେ ଯୋଗଦେଇଥିଲେ । ମାତ୍ର ଗଙ୍ଗୱାରଙ୍କ ଚାପରେ ତାଙ୍କର ଏପ୍ରିଲ୍ ମାସର ଦରମା ବନ୍ଦ କରାଯାଇଥିଲା । ପରବର୍ତ୍ତୀ ସମୟରେ ବାଲିଅନ୍ତା ମବ୍ କିଲିଂ ଘଟଣାରେ ଗଙ୍ଗୱାରଙ୍କ ସଂପୃକ୍ତି ଥାଇପାରେ ବୋଲି ବାପାମାଆ ତଥା ଗ୍ରାମବାସୀ ସନ୍ଦେହ କରିଛନ୍ତି ।

ସୂଚନାଥାଉକି, ସୌମ୍ୟଙ୍କ ମାନସିକ ନିର୍ଯ୍ୟାତନା ପଛରେ ଜଣେ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ଭୂମିକା ଥିବା କିଛି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲେ ମଧ୍ୟ ନାଁ ଲେଖିବାକୁ ଡରିଯାଇଥିଲେ । ‘ମିଡ୍ ଡେ ଓଡିଶା’ ପ୍ରଥମେ ଦୟାଲ୍ ଗଙ୍ଗୱାରଙ୍କ ନାଁ ସାର୍ବଜନୀନ କରିଥିଲା ।

Previous Post

‘ଏଥର ହେଇଯାଇଛି, ଆରବର୍ଷକୁ ହବନି’

Next Post

ପ୍ରସନ୍ନ ହେଲେ ଦୁର୍ଗାପ୍ରସନ୍ନ!!

Next Post
ପ୍ରସନ୍ନ ହେଲେ ଦୁର୍ଗାପ୍ରସନ୍ନ!!

ପ୍ରସନ୍ନ ହେଲେ ଦୁର୍ଗାପ୍ରସନ୍ନ!!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA