Friday, June 19, 2026 02:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରସନ୍ନ ହେଲେ ଦୁର୍ଗାପ୍ରସନ୍ନ!!

ଚାମେଲି ପ୍ରସଙ୍ଗରେ ଦେଲେ ଦେଖା

by Our Correspondent
18 Jun, 2026- 09:50 PM
in Latest News, News, Politics
1 min read
0
ପ୍ରସନ୍ନ ହେଲେ ଦୁର୍ଗାପ୍ରସନ୍ନ!!

ଭୁୁବନେଶ୍ୱର: ମହାକାଳପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କ କାହାଣୀ ଓଡ଼ିଶାର ଘରେ ଘରେ ବାଜୁଛି । ବିଡିଓଙ୍କ ଅଫିସରୁ ଆରମ୍ଭ ବିବାଦ ମହାକାଳପଡ଼ା ଥାନା, କେନ୍ଦ୍ରାପଡ଼ା ଡାକ୍ତରଖାନା, ବାରିମୂଳ ଜେଲ୍ ହୋଇ ପୁଣି କେନ୍ଦ୍ରାପଡ଼ା ଡାକ୍ତରଖାନାକୁ ଆସିଲା । ଶାସକ ଦଳର ସମର୍ଥିତ ଜଣେ ମହିଳା ସରପଞ୍ଚଙ୍କ କାହାଣୀ ସାରା ରାଜ୍ୟରେ ହଇଚଇ ସୃଷ୍ଟି କଲା । ଆଜି ଏହି ଅଧ୍ୟାୟର ଶେଷ ଦୃଶ୍ୟରେ ମୁହଁ ଦେଖାଇଛନ୍ତି ମୁଖ୍ୟ ଅଭିଯୁକ୍ତ ମହାକାଳପଡ଼ା ବିଧାୟକ ଦୁର୍ଗାପ୍ରସନ୍ନ ନାୟକ । ଘଟଣାର ୮ ଦିନ ପରେ ଟିଭି କ୍ୟାମେରା ସାମ୍ନାକୁ ଆସି ଭଉଣୀ ପ୍ରେମର ଅଭିନୟ କରିଛନ୍ତି ।

ଚାମେଲିଙ୍କୁ ‘ମୋ ସାନ ଭଉଣୀ’ ବୋଲି ଭାରି ଶ୍ରଦ୍ଧାରେ ସମ୍ବୋଧନ କରିଛନ୍ତି ଦୁର୍ଗାପ୍ରସନ୍ନ । ମୋ ଭଉଣୀ ଚାମେଲି ବିରୋଧୀଙ୍କ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି ବୋଲି କହିଛନ୍ତି । ବିଧାୟକ ୪/୬ ଧାଡ଼ି ଘୋଷିକି ଆସିଥିଲେ ବୋଧେ । ସାମ୍ବାଦିକମାନଙ୍କୁ ସେହି ଘୋଷାପାଠ ଶୁଣାଇଥିଲେ । ୨୪ ବର୍ଷ ଧରି ବିଜେଡିର ଭ୍ରଷ୍ଟାଚାର ଶାସନ ଥିଲା । ତେଣୁ ଲୋକେ ପ୍ରତ୍ୟାଖ୍ୟାନ କଲେ । ଯେତେବେଳେ ସରକାର ପରିବର୍ତ୍ତନ ହୋଇଛି ସେ ୨୪ ମାସର ସରକାରଠୁ କିଛି ବାହାର କରିବାକୁ ଉଣ୍ଡାଳୁଛନ୍ତି । ମାତ୍ର ସେମିତି କିଛି ବାହାରିବାର ନାହିଁ । ଯେଉଁମାନେ ବିରୋଧୀ ଦଳର ନେତା ଅଛନ୍ତି ସେମାନଙ୍କୁ ସାଧାରଣ ଜନତା ଆଉ କାମରେ ନୁହେଁ କ୍ୟାମେରା ଆଗରେ ଦେଖୁଛନ୍ତି ବୋଲି ବିଧାୟକ ତାତ୍ସଲ୍ୟ କରିଥିଲେ ।

ଭଉଣୀ ଚାମେଲିଙ୍କୁ ଡାକ୍ତରଖାନା କାହିଁକି ଦେଖିବାକୁ ଗଲନି ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ । ମାତ୍ର ବିଧାୟକ ମୁହଁରୁ ଝାଳ ବୋହିଯାଇଥିଲା । ଝାଳ ପୋଛି ପୋଛି ଅତର୍ଚ୍ଛାରେ ପଳାଇଲେ । ସେ ଠିକ୍ ଜାଣିଥିଲେ ଯେ ସାମ୍ବାଦିକମାନଙ୍କ ମୁହଁରେ ତାଙ୍କ ପାଇଁ ଆଉ କ’ଣ କ’ଣ ସବୁ ପ୍ରଶ୍ନ ଅଛି ।

ସୂଚନାଥାଉକି, ଗତ ୧୧ ତାରିଖରୁ ଯାହା ସବୁ ଘଟିଗଲା ସେଥିପାଇଁ ବିଧାୟକ ଦୁର୍ଗାପ୍ରସନ୍ନଙ୍କୁ ଦାୟୀ କରିଛନ୍ତି ଚାମେଲି । ବିଧାୟକଙ୍କ ଇଙ୍ଗିତରେ ବିଡିଓ, ଆଇଆଇସି ତାଙ୍କୁ ଅପମାନ, ଗାଳି, ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦେଇଥିବା ଚିଠିରେ ସେ ବିଧାୟକଙ୍କ ଗୁମର ଖୋଲିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଚିଠି ଲେଖିଛନ୍ତି । ବିଧାୟକ ତାଙ୍କଠାରୁ ଅନେକ କିଛି ପାଇବା ଆଶା ରଖିଥିଲେ । ମାତ୍ର ତାହା ସଫଳ ନ ହେବାରୁ ବିଧାୟକ ଓ ତାଙ୍କ କୁଜି ନେତାମାନଙ୍କର ତାଙ୍କ ପ୍ରତି ନିର୍ଯ୍ୟାତନା ଆରମ୍ଭ ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀଙ୍କୁ ସିଧା ସିଧା ଜଣାଇ ସୁରକ୍ଷା ଲୋଡ଼ିଥିଲେ ।

ଏହାପୂର୍ବରୁ ବିଡିଓ ଏବଂ ଆଇଆଇସିଙ୍କ ଅତ୍ୟାଚାର କାହାଣୀ ଗଣମାଧ୍ୟମରେ ଶୁଣାଇଥିଲେ ଚାମେଲି ।

ମହାକାଳପଡ଼ାରେ ସମସ୍ତେ ଜାଣନ୍ତି ଯେ ବିଡ଼ିଓ ରବୀନ୍ଦ୍ର ଆଚାର୍ଯ୍ୟ ଏବଂ ଆଇଆଇସି ମାନସ ମଲ୍ଲିକ ହେଉଛନ୍ତି ବିଧାୟକଙ୍କ ବିଶ୍ୱସ୍ତ ଲୋକ । ବିଧାୟକଙ୍କ ସୁପାରିଶରେ ଆସିଥିବାରୁ ବୋଲକରା ହେବା ସ୍ୱାଭାବିକ । ରବୀନ୍ଦ୍ର ବାବୁ କେବଳ ବିଡିଓ ନୁହଁନ୍ତି । ମହାକାଳପଡ଼ା ତସହସିଲଦାର, ସବ୍ ରେଜିଷ୍ଟ୍ରାର ଏଭଳି ୪ ଟି ଦାୟିତ୍ୱରେ ଅଛନ୍ତି । ସେଥିପାଇଁ ତାଙ୍କୁ ଚାରିମୁଣ୍ଡିଆ ବିଡିଓ ବୋଲି କୁହାଯାଉଛି । ତାଙ୍କ ଘର ହେଉଛି ଗରଦପୁର । କିରାଣିରୁ ପଦୋନ୍ନତି ପାଇ ପାଇ ଏତେ ବାଟ ଆସିଛନ୍ତି । ଚାକିରି ଜୀବନର ଶେଷରେ ଘର ପାଖରେ ବିଡିଓ, ସେଥିରେ ପୁଣି ବିଧାୟକଙ୍କ ପାଖଲୋକ । ଭାଗ୍ୟରେ ଥିଲେ ଏମିତି ସୁଯୋଗ, ପତିଆରା ମିଳେ ।

ତେବେ ସେ ଯାହା ହେଉ, ଚାମେଲିଙ୍କ ବିବାଦରେ ବିଧାୟକଙ୍କ ଭୂମିକା ଦାଣ୍ଡରେ ଗଡୁଥିଲା ବେଳେ ସେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ । ଡାକ୍ତରଖାନା ଯାଇ ଅସୁସ୍ଥ ଚାମେଲଙ୍କୁ ଦେଖିବା ବଦଳରେ ତାଙ୍କର ସମର୍ଥକମାନେ ତାଙ୍କ ଚରିତ୍ର ସଂହାରରେ ଲାଗିପଡ଼ିଥିଲେ । ବିଧାୟକଙ୍କ ଗଡଫାଦର ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଗଣମାଧ୍ୟମରେ ତାଙ୍କର ଚରିତ୍ର ସଂହାର ହୋଇଥିଲା । ମହାକାଳପଡ଼ା ବ୍ଲକ୍ ଅଧ୍ୟକ୍ଷ ମୀରାରାଣୀ ମହାନ୍ତିଙ୍କ ନେତୃତ୍ୱରେ ବିଧାୟକଙ୍କ ସମର୍ଥକ ଗୋଷ୍ଠୀ ସାମ୍ବାଦିକ ସମ୍ମିଳନୀ କରି ଚାମେଲିଙ୍କ ବିରୋଧରେ ଅନେକ ଗପ ଶୁଣାଇଥିଲେ । ଏପରିକି ତାଙ୍କର ଇଜ୍ଜତ ବରବାଦ ଉଦ୍ୟମ କରିଥିଲେ ।

ଏତେ କଲା ପରେ ବିଧାୟକ ଆଜି ଚାମେଲିଙ୍କୁ ‘ମୋ ଭଉଣୀ’ କହି ଗଣମାଧ୍ୟମକୁ ବାଇଟ୍ ଦେବା ତାଙ୍କୁ ଜୋକର୍ କରିଦେଇଛି । ଏଭଳି କହି ବିଧାୟକ ତାଙ୍କର ଇଜ୍ଜତ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ତାଙ୍କୁ ଅଧିକ ବଦନାମ ଓ ଲୋକହସା କରିଛି ।

ସେପଟେ ବିଧାୟକଙ୍କ ଭଉଣୀ ଡାକକୁ ପାଦରେ ଦଳିଦେଇଛନ୍ତି ଚାମେଲି । ବିଧାୟକଙ୍କ ଇଚ୍ଛା ପୂରଣ ନ କରିବାରୁ ତାଙ୍କୁୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଲା ପୁଣି ଥରେ ପ୍ରତିକ୍ରିୟା ଦେଇଛନ୍ତି । ବିଧାୟକଙ୍କ ଅନ୍ୟାୟ ବିରୋଧରେ ଲଢ଼େଇ ଜାରି ରଖିବାକୁ ଘୋଷଣା କରିଛନ୍ତି । ତାଙ୍କ ପ୍ରତି ହୋଇଥିବା ଅନ୍ୟାୟର ବିଚାର ନ ହେଲେ ୨୫ ତାରିଖରୁ ଆମରଣ ଅନଶନରେ ବସିବେ ବୋଲି ଚାମେଲି ଆଜି ଜିଲ୍ଲାପାଳଙ୍କୁ ଜଣାଇ ଦେଇଛନ୍ତି ।

Previous Post

ଦୟାଲ୍ ଗଙ୍ଗୱାର ସସପେଣ୍ଡ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA