Monday, July 6, 2026 01:33 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜୀବନ ହାରିଦେଲେ ଲେଡି ଆଇଆଇସି

ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

by Our Correspondent
04 Jul, 2026- 09:37 PM
in Crime, Latest News, News
1 min read
0
ଜୀବନ ହାରିଦେଲେ ଲେଡି ଆଇଆଇସି

ଭୁବନେଶ୍ୱର: କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତି(୪୩)ଙ୍କର ଝୁଲନ୍ତା ମୃତ ଶରୀର ଉଦ୍ଧାର ହୋଇଛି । ଥାନା ଉପର ମହଲାରେ ଥିବା ରେଷ୍ଟ ରୁମ୍ ରେ ଗତ ରାତିରେ ବିଶ୍ରାମ ନେବାକୁ ଯାଇଥିଲେ । ମାତ୍ର ସକାଳୁ ତାଙ୍କର ଝୁଲନ୍ତା ଶବ ସେଠାରୁ ଉଦ୍ଧାର ହୋଇଛି । ଏହା ଆତ୍ମହତ୍ୟା ବୋଲି ଜଣାପଡୁଥିଲା ବେଳେ ପରିବାର ଲୋକ କିନ୍ତୁ ତାହାକୁ ଗ୍ରହଣ କରିନାହାନ୍ତି । ତାଙ୍କୁ ମାରି ଦିଆଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ମହିଳା ଆଇଆଇସିଙ୍କ ଏହି ରହସ୍ୟଜନକ ମୃତ୍ୟୁ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ।

ବିୟୁଟି ମହାନ୍ତି ଚାଉଳିଆଗଞ୍ଜ ଥାନା ଆଇଆଇସି ଭାବେ ଅଳ୍ପ ଦିନ ତଳେ ଯୋଗଦେଇଥିଲେ । କଟକ ମହିଳା ଥାନାରୁ ଏଠାକୁ ବଦଳି ହୋଇ ଆସିଥିଲେ । ଏହାପୂର୍ବରୁ ପାହାଳ ଏବଂ ମର୍କତନଗର ଥାନାରେ ଆଇଆଇସି ଭାବେ କାର୍ଯ୍ୟ କରିଥିଲେ । ଜଣେ ଦକ୍ଷ, ସଚ୍ଚୋଟ ଓ କର୍ତ୍ତବ୍ୟନିଷ୍ଠ ଅଫିସର ଭାବେ ତାଙ୍କର ସୁନାମ ଥିଲା । ଥାନା କର୍ମଚାରୀଙ୍କ କହିବାନୁଯାୟୀ, ଗତକାଲି ରାତି ପର୍ଯ୍ୟନ୍ତ ସ୍ୱାଭାବିକ ଭାବରେ ସେ ଅଫିସ କାର୍ଯ୍ୟ କରିଥିଲେ । ରାତି ପ୍ରାୟ ୯ଟା ବେଳକୁ ଜୋନାଲ୍ ଏସିପିଙ୍କ ସହ ବିଭିନ୍ନ ମାମଲା ସମ୍ପର୍କରେ ନିୟମିତ ଆଲୋଚନା ହୋଇଥିଲା । ସାଢ଼େ ୯ଟା ପରେ ଥାନା ଉପର ମହଲାରେ ଥିବା ରେଷ୍ଟ ରୁମ୍ କୁ ବିଶ୍ରାମ ନେବାକୁ ଯାଇଥିଲେ ।

ଆଜି ସକାଳୁ କିନ୍ତୁ ସେ ରୁମ୍ ରୁ ବାହାରି ନ ଥିଲେ । ଅଧିକ ବିଳମ୍ବ ହେବାରୁ ଥାନା କର୍ମଚାରୀମାନେ କବାଟ ବାଡ଼େଇଥିଲେ ମଧ୍ୟ ଭିତରୁ କିଛି ଶୁଭି ନ ଥିଲା । ଆଇଆଇସିଙ୍କ ମୋବାଇଲ୍ ରିଙ୍ଗ୍ ହୋଇ ରହିଥିଲା । ଶେଷରେ କବାଟ ଭାଙ୍ଗି ଭିତରକୁ ଗଲାରୁ ଆଇଆଇସିଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିବା କହୁଛନ୍ତି । ତୁରନ୍ତ ତାଙ୍କୁ ଏସସିବିକୁ ନିଆଯାଇଥିଲା । ମାତ୍ର ଡାକ୍ତର ମୃତ ଘୋଷଣା କରିଥିଲେ ।

ଏହି ଖବର ପ୍ରଚାର ହେଲା ପରେ ପ୍ରବଳ ବର୍ଷା ସତ୍ତ୍ୱେ ଥାନାକୁ ଲୋକଙ୍କର ସୁଅ ଛୁଟିଥିଲା । ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କଠାରୁ ଆରମ୍ଭ କରି କଟକ ଏସପି, ସବୁ ଥାନା ଆଇଆଇସିି ସେଠାରେ ପହଞ୍ଚିଥିଲେ । ପୁଲିସ କମିସନର ଦେବଦତ୍ତ ସିଂହ ମଧ୍ୟ ପହଞ୍ଚିଥିଲେ । ବିୟୁଟି ଜଣେ ଦକ୍ଷ ଓ ନିଷ୍ଠାପର ଅଫିସର ବୋଲି କମିସନର କହିଛନ୍ତି । ଅଫିସ୍ କାର୍ଯ୍ୟ ନେଇ ତାଙ୍କ ଉପରେ କୌଣସି ଚାପ ନ ଥିଲା । ବ୍ୟକ୍ତିଗତ ସମସ୍ୟା କାରଣରୁ ସେ ଜୀବନ ହାରିଥାଇପାରନ୍ତି ବୋଲି ସେ କହିଛନ୍ତି ।

ବିୟୁଟିଙ୍କ ଭାଇ ଏବଂ ଭଉଣୀମାନେ ଥାନାରେ ପହଞ୍ଚିଲା ପରେ ଅଞ୍ଚଳ କାନ୍ଦବୋବାଳିରେ ଫାଟି ପଡ଼ିଥିଲା । ବିୟୁଟି ଆତ୍ମହତ୍ୟା କରିବା ଘଟଣାକୁ ସେମାନେ ସହଜରେ ଗ୍ରହଣ କରିନାହାନ୍ତି । ସେ ଆତ୍ମହତ୍ୟା କରିବା ଝିଅ ନୁହଁନ୍ତି । ତଙ୍କୁ ମାରି ଦିଆଯାଇଛି ବୋଲି ସେମାନେ ସିଧାସଳଖ ଅଭିଯୋଗ ଆଣିଛନ୍ତି । ଘଟଣାର ନିରପେକ୍ଷ ତଦନ୍ତ କରି ସତ୍ୟ ସାମନାକୁ ଆଣିବାକୁ ଦାବି କରିଛନ୍ତି । ମୁମ୍ବାଇରେ ଚାକିରି କରୁଥିବା ବିୟୁଟିଙ୍କ ସ୍ୱାମୀ ପହଞ୍ଚିଲା ପରେ ସଂଧ୍ୟାରେ ଶବ ବ୍ୟବଚ୍ଛେଦ ହୋଇଛି । ତାଙ୍କର ଏକମାତ୍ର ଝିଅ ଅଛନ୍ତି ।

ସେମାନଙ୍କର ପାରିବାରିକ ସମସ୍ୟା କିଛି ନ ଥିଲା ବୋଲି ବିୟୁଟିଙ୍କ ସ୍ୱାମୀ କହିଛନ୍ତି । ଗତକାଲି ସଂଧ୍ୟାରେ ଉଭୟ କଥା ହୋଇଥିଲେ । ସେତେବେଳେ ବିୟୁଟିଙ୍କର କିଛି ସମସ୍ୟା ଥିବା ସେ ଅନୁଭବ କରି ନ ଥିଲେ ବୋଲି ସ୍ୱାମୀ କହିଛନ୍ତି ।

ମଙ୍ଗଳାବାଗ ଥାନାରେ ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣାର ପ୍ରକୃତ ରସହ୍ୟ ଖୋଜି ବାହାର କରିବାକୁ ସବୁ ମହଲରୁ ଦାବି ହୋଇଛି । ଜଣେ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏହାର ତଦନ୍ତ କରିବାକୁ ବିଜେଡି ଦାବି କରିଛି ।

 

Previous Post

ଗରିବ ହୋଇ ରହିବନି ‘ପଖାଳ’

Next Post

ଭୋକର ଭୂଗୋଳ ଏବେ କେନ୍ଦୁଝର

Next Post
ଭୋକର ଭୂଗୋଳ ଏବେ କେନ୍ଦୁଝର

ଭୋକର ଭୂଗୋଳ ଏବେ କେନ୍ଦୁଝର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA