Wednesday, July 8, 2026 01:02 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୯ରୁ ୧୫ ରାଜ୍ୟବ୍ୟାପୀ ଶିକ୍ଷା ବଞ୍ଚାଓ ଅଭିଯାନ

ତ୍ରୁଟିପୂର୍ଣ୍ଣ ବହିକୁ ନେଇ ବର୍ଷିଲା ବିଜେଡି

by Our Correspondent
07 Jul, 2026- 07:28 PM
in Latest News, News
1 min read
0
୯ରୁ ୧୫ ରାଜ୍ୟବ୍ୟାପୀ ଶିକ୍ଷା ବଞ୍ଚାଓ ଅଭିଯାନ

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କ ପାଠ୍ୟ ପୁସ୍ତକରେ ମାଳ ମାଳ ତ୍ରୁଟି ରହିଛି । ଯାହାର ସୁଧାର କରିବା ପରିବର୍ତ୍ତେ ଡବଲ ଇଞ୍ଜିନ ବିଜେପି ସରକାର ଓଡ଼ିଶାର ପ୍ରାକ୍ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିବାରେ ଲାଗି ପଡିଛନ୍ତି । ବିଜେଡି ପକ୍ଷରୁ ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ସରକାର ବିରୁଦ୍ଧରେ ବର୍ଷିଛନ୍ତି । ଚାନ୍ଦବାଲି ବିଧାୟକ ତଥା ବରିଷ୍ଠ ସାଧାରଣ ସମ୍ପାଦକ ବ୍ୟୋମକେଶ ରାୟ, ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାନେତ୍ରୀ ଇପ୍ସିତା ସାହୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ।

ବିଧାୟକ ଶ୍ରୀ ରାୟ କହିଛନ୍ତି ଯେ, ପାଠ୍ୟ ପୁସ୍ତକରେ ୨୦୦୦ରୁ ଉଦ୍ଧ୍ୱର୍ ତ୍ରୁଟି ରହିଛି । ତ୍ରୁଟିପୂର୍ଣ୍ଣ ପୁସ୍ତକ ଗୁଡିକ ପ୍ରତ୍ୟାହାର କରିବା ନେଇ ସରକାରୀ ସ୍ତରରେ ଘୋଷଣା କରାଯାଇଥିଲା । କିନ୍ତୁ ତାହା ହେଲା ନାହିଁ । ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ସଚିବ କାହାରି କଥାରେ କୌଣସି ତାଳମେଳ ରହୁନାହଁ । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସଚିବଙ୍କ ମଧ୍ୟରେ ତର୍କ ବିତର୍କ ଲାଗି ରହିଛି, କିନ୍ତୁ ସମାଧାନ ହେଉନାହିଁ । ବିଜେପି ସରକାରରେ ବିଧି ବ୍ୟବସ୍ଥା ସଠିକ୍ ଭାବରେ ରହୁନାହିଁ । ଏହିଭଳି ପରିସ୍ଥିତିରେ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନେ ପିଲାଙ୍କ ଭବିଷ୍ୟତ ନେଇ ଚିନ୍ତିତ ରହିଛନ୍ତି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପ୍ରାକ ଶିକ୍ଷାର ସମୟ ଥିବା ବେଳେ ତାହା ଭୁଶୁଡ଼ି ପଡ଼ିଲାଣି । ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରତ୍ୟାହାର କରି ନୂତନ ପୁସ୍ତକ ପ୍ରଦାନ କରିବା ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବାରମ୍ୱାର ଆନେ୍ଦାଳନ ପରେ ବି ପଦକ୍ଷେପ ଶୂନ୍ୟ ରହିଛି । ଏହା ବିରୁଦ୍ଧରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ସ୍ଥିର କରିଛି । ଜୁଲାଇ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ଶିକ୍ଷା ବଞ୍ଚାଓ ଅଭିଯାନକୁ ନେଇ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସ୍ଥିର ହୋଇଛି ।

ପିଲାଙ୍କ ଭବିଷ୍ୟତ ନେଇ ଖେଳୁଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ସଚିବଙ୍କୁ ରାଜ୍ୟର ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ କେବେ ବି କ୍ଷମା କରିବେ ନାହିଁ । ତେଣୁକରି ବିଜେପି ସରକାର ବିରୁଦ୍ଧରେ ଯୁବ ଓ ଛାତ୍ର ସାମିଲ ହୋଇ ଦୃଢ଼ ଆନ୍ଦୋଳନ କରିବ । ଏଥିରେ ଅଭିଭାବକ ମାନେ ଯୋଗଦାନ କରିବା ନେଇ ବିଜେଡି ପକ୍ଷରୁ ଆହ୍ୱାନ କରାଯାଇଛି । ଏହାସହିତ ସମସ୍ତଙ୍କ ଇସ୍ତଫା ଦାବି କରିଛନ୍ତି । ସରକାରୀ ସିଷ୍ଟମ ବିପର୍ଯ୍ୟସ୍ତ ହୋଇଛି । ମନ୍ତ୍ରୀ ଓ ସଚିବ କାହାରି କଥାରେ ସାମଞ୍ଜସ୍ୟ ରହୁନାହିଁ । ପୁସ୍ତକରେ ସାଙ୍ଘାତିକ ତ୍ରୁଟି ହୋଇଥିବା ବେଳେ ଅଭିଭାବକ ମାନଙ୍କୁ ରାଜ୍ୟ ସରକାର ଭୂଅାଁ ବୁଲାଉଛନ୍ତି । ଶିକ୍ଷା ବର୍ଷ ଆରମ୍ଭ ହୋଇଥିବା ବେଳେ ପିଲାଙ୍କ ପାଖରେ ପୁସ୍ତକ ନାହିଁ । ମାସକ ମଧ୍ୟରେ ପୁସ୍ତକ ପ୍ରତ୍ୟାହାର କରି ତ୍ରୁଟି ଶୂନ୍ୟ ନୂତନ ପୁସ୍ତକ ପ୍ରଦାନ କରାଯାଉ । ନଚେତ ପୁରୁଣା ପୁସ୍ତକକୁ ପୁନଃ ପ୍ରଚଳନ କରାଯାଉ ବୋଲି ଦାବି କରିଛନ୍ତି । ରାଜ୍ୟ ସାରା ଶିକ୍ଷା ବଞ୍ଚାଓ ଅଭିଯାନ ଜରିଆରେ ରାଜ୍ୟ ସରକାରଙ୍କ ମୁଖା ସର୍ବସମ୍ମୁଖରେ ଖୋଲାଯିବ । ତ୍ରୁଟିପୂର୍ଣ୍ଣ ପୁସ୍ତକ କରି ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ କିଏ ସେ ଷଡ଼ଯନ୍ତ୍ରକାରୀ ତାଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତି ।

ଚିନ୍ମୟ ସାହୁ କହିଛନ୍ତି ଯେ, ତ୍ରୁଟିକୁ ଲୁଚାଇବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଲୋକଙ୍କୁ ଠକିବାରେ ଲାଗିଛନ୍ତି । ତ୍ରୁଟିକୁ ଶିକ୍ଷା ମନ୍ତ୍ରୀ ଖଣ୍ଡନ କରିବା ବେଳେ ସଚିବ ଅନ୍ୟ ପ୍ରତିକ୍ରିୟା ଦେଉଛନ୍ତି । କାହାରି କଥାରେ ସାମଞ୍ଜସ୍ୟ ରହୁନାହିଁ । ଆଉ କିଛି ମାସ ପରେ ପିଲାଙ୍କ ପରୀକ୍ଷା ହେବ । କିନ୍ତୁ ତ୍ରୁଟି ପୂର୍ଣ୍ଣ ପୁସ୍ତକ ପ୍ରତ୍ୟାହାର କରି ନୂତନ ପୁସ୍ତକ ପ୍ରକାଶ ପାଇଁ ନୋଟିଫିକେସନ୍ ହେଉନାହିଁ । ନୂତନ ପୁସ୍ତକ ପ୍ରକାଶ କେବଳ ଘୋଷଣାବାଜିରେ ସୀମିତ ରହିଛି । କେବେ ନୂତନ ପୁସ୍ତକ ଯୋଗାଇ ଦିଆଯିବ ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି । ଜାତୀୟ ଶିକ୍ଷା ନୀତି (ଏନଇପି) ର ପୁସ୍ତକ ଚଳିତ ବର୍ଷ ପ୍ରଦାନ ନକରି ପୁରୁଣା ବହି ପ୍ରଦାନ କରିବାକୁ ଦାବି କରିଛନ୍ତି । ମହାବିଭ୍ରାଟ ଘଟିଥିବା ବେଳେ ବିଜେପି ସରକାର ପଦକ୍ଷେପ ଗ୍ରହଣ କରିବାରେ ପଛଘୁଞ୍ଚା ଦେଉଛି । ବିଜେପି ସରକାର ମିଥ୍ୟା ଘୋଷଣାବାଜିରେ ନକରି ପଦକ୍ଷେପ ଗ୍ରହଣ କରି ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଛନ୍ତି । ପୁସ୍ତକ ପ୍ରକାଶରେ ୩୮୦କୋଟି ଟଙ୍କାର ଦୁର୍ନୀତି ହୋଇଛି । ସରକାରି ପ୍ରେସରେ ପୁସ୍ତକ ନଛାପି ଘରୋଇ ପ୍ରେସରେ ଛାପିବା ସନ୍ଦେହ ସୃଷ୍ଟି କରିଛି । ଏନେଇ ପଦକ୍ଷେପ ଗ୍ରହଣ ନକରିବା ପର୍ଯ୍ୟନ୍ତ ବିଜେଡି ଆନେ୍ଦାଳନ ଜାରି ରଖିବ ବୋଲି କହିଛନ୍ତି । ଯାହାକୁ ନେଇ ରାଜ୍ୟବ୍ୟାପି ବିରାଟ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସେ କହିଛନ୍ତି ।

ସେହିପରି ଇପ୍ସିତା ସାହୁ କହିଛନ୍ତି ଯେ, ଆମେ ଗଣତନ୍ତ୍ର ରାଜ୍ୟର ବାସିନ୍ଦା ହୋଇଥିବା ବେଳେ ଆମର ଗଣତାନ୍ତ୍ରିକ ଅଧିକାରକୁ ବିଜେପି କ୍ଷୁର୍ଣ୍ଣ କରୁଛନ୍ତି । କୁନି କୁନି ପିଲାଙ୍କୁ ଶିକ୍ଷା ଭଳି ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଛି । ବିଜେପି ସରକାର ପିଲାଙ୍କ ଭବିଷ୍ୟତକୁ ଦଳି ଚକଟି ନଷ୍ଟ କରିବା ସହ ସାମ୍ୱିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛନ୍ତି । ତ୍ରୁଟି ପୂର୍ଣ୍ଣ ପୁସ୍ତକ ପାଇଁ ଜାତୀୟ ସ୍ତରରେ ଓଡ଼ିଶା ଆଜି ନିନ୍ଦିତ ହୋଇଛି । ତ୍ରୁଟି ପୂର୍ଣ୍ଣ ପୁସ୍ତକ ପାଇଁ ବିଜେପି ଦଳ କିମ୍ୱା ସରକାରୀ କଳ ଦାୟୀ ବୋଲି କହିଛନ୍ତି । ଆନ୍ଦୋଳନ ପରେ ମଧ୍ୟ ପୁସ୍ତକ ପ୍ରତ୍ୟାହାର କରାଗଲା ନାହିଁ । ଯାହାକି ଅତି ନିନ୍ଦନୀୟ । ଭୁଲ ବହି ପଢ଼ି ପିଲା ପରୀକ୍ଷା ଦେଲେ ଉତ୍ତୀର୍ଣ୍ଣ କିପରି ହେବେ ବୋଲି ପ୍ରଶ୍ନ କରିଛନ୍ତି । ପିଲାଙ୍କ ଭବିଷ୍ୟତ ନେଇ ବିଜେପି ସରକାରଙ୍କ ଚକ୍ରାନ୍ତ ବିରୁଦ୍ଧରେ ବିଜେଡି ଲଢ଼େଇ ଜାରି ରଖିବ ବୋଲି କହିଛନ୍ତି । ଯେଉଁ ଓଡ଼ିଶା ୫-ଟି ଯୋଜନାରେ ସବୁଠି ବାଃ ବାଃ ସାଉଁଟିଥିଲା, ଆଜି ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି । ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶଶକ୍ରମେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି କହିଛନ୍ତି ।

Previous Post

ନଦୀକୂଳରେ ସୃଷ୍ଟି ହେବ ସବୁଜ ବଳୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA