ଭୁୁବନେଶ୍ୱର: ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଜେନ୍-ଜିଙ୍କ ଆନେ୍ଦାଳନ ଆଗରେ ଶେଷରେ ମୁଣ୍ଡ ନୂଆଇଁଲେ ମୋଦୀ ସରକାର । ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସୌଜନ୍ୟତା ଦୃଷ୍ଟିରୁ ତାଙ୍କର ଏହି ବିପଦ ବେଳେ ଦଳରୁ ସହାନୁଭୂତି ପ୍ରକାଶ ପାଇଛି । ରାଷ୍ଟ୍ରୀୟ ସଭାପତି ନିତିନ ନବୀନଙ୍କଠାରୁ ଆରମ୍ଭ କରି ଅନେକ କେନ୍ଦ୍ରୀୟ ନେତା ଧର୍ମେନ୍ଦ୍ରଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରି ଟୁଇଟ୍ କରିଛନ୍ତି । ପିୟୂଷ ଗୋଏଲ ତାଙ୍କ ଘରକୁ ଯାଇ ସମବେଦନା ଜଣାଇଛନ୍ତି । ଏଠି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଗୁଣାଗାନରେ ଟୁଇଟ୍ କରିଛନ୍ତି । ଅନ୍ୟ କିଛି ନେତା ମଧ୍ୟ ସୌଜନ୍ୟତା ଦେଖାଇଛନ୍ତି ।
ମାତ୍ର ଧର୍ମେନ୍ଦ୍ରଙ୍କ ଇସ୍ତଫାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ଅର୍ଚ୍ଚିତା ଷଡ଼ଙ୍ଗୀଙ୍କ ଇନଷ୍ଟାଗ୍ରାମ୍ ପୋଷ୍ଟ କିନ୍ତୁ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି । ଧର୍ମେନ୍ଦ୍ରଙ୍କୁ ଉପହାସ କଲା ଭଳି ପୋଷ୍ଟ କରିଛନ୍ତି ଅପରାଜିତାଙ୍କ ଝିଅ । ଧର୍ମେନ୍ଦ୍ରଙ୍କ ଇସ୍ତଫା ଖବର ପ୍ରଚାରିତ ହେଲା କ୍ଷଣି ଅର୍ଚ୍ଚିତା ତାଙ୍କ ଆକାଉଣ୍ଟରେ ଲେଖିଥିଲେ-
jai Hind!
Dharmendra Pradhan resigns amid massive student protests over NEET leak fiasco
ଏହାର ସ୍କ୍ରିନ୍ ସଟ୍ କୁ ସେ ତାଙ୍କ ମାମା ଅପରାଜିତାଙ୍କୁ ହ୍ୱାଟସ ଆପ୍ ରେ ସେୟାର କରିଥିଲେ । ତଳେ ଛିଗୁଲାଇଲା ଭଳି ଲେଖିଥିଲେ..
won’t delet
won’t be deleting
ଏହାର ଉତ୍ତରରେ ମାମା ଲେଖିଛନ୍ତି From PS to DP again ।
ମାମାଙ୍କ ସହ ତାଙ୍କର ଏହି ଚାଟିଂର ସ୍କ୍ରିନ୍ ସଟ୍ କୁ ଅର୍ଚ୍ଚିତା ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ମଧ୍ୟ ସେୟାର କରିବାକୁ ସାହାସ କରିଥିଲେ । ଆଉ ସେହି ପୋଷ୍ଟରେ ଲେଖିଥିଲେ-
right on schedule.
won’t delete,PS bro.
ତେବେ ସେତିକିରେ ତାଙ୍କର ମନ ବୁଝି ନ ଥିଲା । ପରେ ପରେ ତାଙ୍କର ଆଉ ଏକ ପୋଷ୍ଟ ଆସିଥିଲା । ସେଥିରେ ଲେଖିଥିଲେ-
Also, to DP’s PA who is sure to text my mother asking me to delete my previous story(it has happened before)-
Don’t bother.
I won’t delete.
jai jagannath!
jai Hind!
ଅର୍ଚ୍ଚିତାଙ୍କ ଏହିସବୁ ପୋଷ୍ଟରୁ ଯାହା ବୁଝାପଡୁଛି- ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଅର୍ଚ୍ଚିତା କରିଥିବା ସମ୍ମାନହାନୀ ହେଲା ଭଳି ପୋଷ୍ଟକୁ ଡିଲିଟ୍ କରିବା ପାଇଁ ଧର୍ମେନ୍ଦ୍ରଙ୍କ ପିଏ/ପିଏସ୍ ଅପରାଜିତା ଷଡ଼ଙ୍ଗୀଙ୍କୁ ଅନୁରୋଧ କରିଛନ୍ତି । ଏକଥା ଝିଅ ଅର୍ଚ୍ଚିତାଙ୍କୁ ଜଣାଇଲା ପରେ ସେ ମନା କରିଛନ୍ତି । ପୂର୍ବରୁ କେବେ ବୋଧେ ତାଙ୍କର ଏକ ମେସେଜ୍ ଡିଲିଟ୍ କରିବାକୁ ଧର୍ମେନ୍ଦ୍ରଙ୍କ ପିଏ ତାଙ୍କ ମାମାଙ୍କୁ ବାଧ୍ୟ କରିଥିଲେ । ଆଉ ମାମା କହିଲା ପରେ ସେହି ପୋଷ୍ଟ ଡିଲିଟ୍ କରିବାକୁ ବାଧ୍ୟ ହୋଇଥିଲେ । ମାତ୍ର ଏଥରର ମେସେଜ୍ ଡିଲିଟ୍ କରିବାକୁ ସେ ମନା କରୁଛନ୍ତି । ଓଲଟି ଧର୍ମେନ୍ଦ୍ରଙ୍କ ପିଏଙ୍କ ଉଦେ୍ଦଶ୍ୟରେ ଅର୍ଚ୍ଚିତା ଲେଖିଛନ୍ତି ଯେ- ମୁଁ ଖାତିର କରିବାର ନାହିଁ । ଯାହା ଲେଖିଛି ଡିଲିଟ୍ କରିବି ନାହିଁ ।
ବିଶ୍ୱସ୍ତ ସୂତ୍ରର ଖବର ଅନୁଯାୟୀ, ଅର୍ଚ୍ଚିତାଙ୍କର ଏହି ଇନଷ୍ଟାଗ୍ରାମ ପୋଷ୍ଟ ଭାଇରାଲ୍ ହେବା ପରେ ଉପର ଆଡୁ ଅପରାଜିତାଙ୍କୁ ତାଗିଦ୍ କରାଯାଇଥିଲା । ଯଥାଶୀଘ୍ର ପୋଷ୍ଟଗୁଡ଼ିକୁ ଡିଲିଟ୍ କର ବୋଲି ନିଦେ୍ର୍ଦଶ ଆସିଥିଲା । ଏହା ପରେ ଅର୍ଚ୍ଚିତାଙ୍କ ଆକାଉଣ୍ଟ ପ୍ରାଇଭେଟ୍ ହୋଇଯାଇଛି ।
ଏହି ଘଟଣାଟି ଧର୍ମେନ୍ଦ୍ର-ଅପରାଜିତାଙ୍କ ମଧ୍ୟରେ କୁହାଯାଉଥିବା ତିକ୍ତ ସମ୍ପର୍କ ପଦାକୁ ଆଣିଥିଲା ବେଳେ ଅପରାଜିତାଙ୍କ ପାଇଁ କିନ୍ତୁ ଅଡୁଆ ସୃଷ୍ଟି କରିଛି । କେନ୍ଦ୍ର ମନ୍ତ୍ରିମଣ୍ଡଳରେ ତାଙ୍କର ସମ୍ଭାବ୍ୟ ପ୍ରବେଶ ପଥରେ ଏହା ବାଧା ସୃଷ୍ଟି କରିପାରେ ବୋଲି ଆଲୋଚନା ହେଉଛି ।






