Wednesday, August 19, 2026 05:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କର୍ପୋରେଟ୍ ଖୁସିରେ ସରକାର ଖୁସି!

ଏମଏମଡିଆର ସଂଶୋଧନ ବିଲ୍ କୁ ରାଷ୍ଟ୍ରପତିଙ୍କ ସ୍ୱୀକୃତି

by Samar Pradhan
19 Aug, 2026- 12:19 AM
in Latest News, News
1 min read
0
କର୍ପୋରେଟ୍ ଖୁସିରେ ସରକାର ଖୁସି!

– ଓଡ଼ିଶାର ଖଣିଜ ସମ୍ପଦକୁ ଟେକିଦେଲେ
– ଜନଆକ୍ରୋଶରେ ଡବଲ୍ ଇଞ୍ଜିନ୍, ‘ଜୀ ହଜୁର’ ୨୦ ସାଂସଦ
– ରାଜ୍ୟ ହରାଇଲା ଲକ୍ଷେ କୋଟି, ହରାଇବ ବର୍ଷକୁ ୧୨ ହଜାର କୋଟି

ଭୁବନେଶ୍ୱର: ରାଜ୍ୟର ଖଣିଜ ସମ୍ପଦ ଉପରୁ ରାଜ୍ୟ ସରକାରଙ୍କ କର୍ତ୍ତୃତ୍ୱ ଓ ଅଧିକାର କେନ୍ଦ୍ର ସରକାରଙ୍କ ହାତକୁ ଚାଲିଯାଇଛି । ଖଣି ମାଲିକଙ୍କଠାରୁ ରାଜ୍ୟ ସରକାର ଟିକସ୍ ଆକାରରେ ଟଙ୍କାଟେ ବି ଆଦାୟ କରିପାରିବେନି । ଯାହା କରିବେ କେନ୍ଦ୍ର ସରକାର । ଅଦାନୀ, ବେଦାନ୍ତ, ଟାଟା, ଜିନ୍ଦଲ, ଆଦିତ୍ୟ ବିର୍ଲାମାନେ ଆମ ରାଜ୍ୟର ଖଣିଜ ସମ୍ପଦର ଭରପୂର ଉପଭୋଗ କରିବେ । ଖଣିଜ ସମ୍ପଦ ଭରା ରାଜ୍ୟର ଅଧିବାସୀ ଭାବେ ରାଜ୍ୟବାସୀ ଓଲଟି ପାପଭାର ମୁଣ୍ଡାଇବେ । କାରଣ ସେମାନଙ୍କ ପ୍ରାଚୁର୍ଯ୍ୟ ଆହୁରି ବଢାଇବା ପାଇଁ ରାଜ୍ୟବାସୀଙ୍କୁ ପରିବେଶର କ୍ଷତି ସହିବାକୁ ପଡ଼ିବ । ଭିଟାମାଟି ଛାଡ଼ି ବିସ୍ଥାପିତ ହେବାକୁ ପଡ଼ିବ । ପେଟ ପୋଷିବା ପାଇଁ ଦାଦନ ଖଟିବାକୁ ସେମିତି ବାହାରକୁ ଯାଉଥିବେ । ଖଣିଜ ଖନନ, ପରିବହନ ଜନିତ କ୍ଷୟକ୍ଷତିକୁ ନିଜେ ଭରଣା କରିବାକୁ ପଡ଼ିବ । କେହି ଆମ ପିଠିରେ ପଡ଼ିବେ ନାହିଁ ।

ରାଜ୍ୟମାନଙ୍କ ପାଇଁ ଏହି ମଡ଼େଲକୁ କେନ୍ଦ୍ରର ନରେନ୍ଦ୍ର ମୋଦୀଙ୍କ ସରକାର ଆପଣାଇଛନ୍ତି । ଗତ ୧୩ ତାରିଖରେ ସଂସଦରେ ପାରିତ ହୋଇଥିବା ‘ଖଣି ଓ ଖଣିଜ(ବିକାଶ ଓ ନିୟାମକ) ସଂଶୋଧନ ବିଲ୍ ଏହି ବିଲ୍ ବା ଏମଏମଡିଆର- ଆମେଣ୍ଡମେଣ୍ଟ ବିଲ୍ କୁ ମଙ୍ଗଳବାର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଅନୁମତି ମିଳିଛି । ଏହି ବ୍ୟବସ୍ଥାରେ ରାଜ୍ୟର ଖଣି ଖାଦାନରୁ ରାଜ୍ୟ ସରକାର ଟଙ୍କାଟେ ବି ଟିକସ ଆଦାୟ କରିପାରିବେନି । ସଂଘୀୟ ବ୍ୟବସ୍ଥାର ଉଲ୍ଲଂଘନ କରି ସାରା ଦେଶରେ ଯେତେ ଖଣି ଅଛି ତାହାର ମାଲିକ ହେବ ଦିଲ୍ଲୀ । ଏହାଦ୍ୱାରା ଓଡ଼ିଶା ସରକାର ବକେୟା ପ୍ରାପ୍ୟ ୧ ଲକ୍ଷ ୧୦ କୋଟି ଟଙ୍କା ଏକକାଳୀନ ହରାଇବେ । ତାଛଡ଼ା ପ୍ରତିବର୍ଷ ୧୨ ହଜାର କୋଟି ଟଙ୍କା ରାଜସ୍ୱ ହରାଇବେ ।

ଓଡ଼ିଶା ପୃଷ୍ଠଭୂମି: ଖଣି ଲିଜଧାରୀଙ୍କ ଲାଭାଂଶରୁ ୨୦ ପ୍ରତିଶତ ଯାଏ ଲେଭି ଆଦାୟ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ୨୦୦୪ ମସିହାରେ ଆଣିଥିଲେ ଓରିିସେଡ୍ ଆକ୍ଟ । ମାତ୍ର ଓଡ଼ିଶା ହାଇକୋର୍ଟ ତାହାକୁ ନାକଚ କରିଦେଇଥିଲେ । ଏହାକୁ ଚାଲେଞ୍ଜ କରି ୨୦୦୫ରେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଥିଲେ । ୨୦୦୫ରୁ ୨୦୨୪ ପର୍ଯନ୍ତ ୧୯ ବର୍ଷ କାଳ ତତ୍କାଳୀଳ ବିଜେଡି ସରକାର ଏହି ମାମଲାକୁ ଲଢ଼ିଥିଲେ । ୨୦୨୪ ଜୁଲାଇ ମାସରେ ମାସରେ ସୁପ୍ରିମକୋର୍ଟର ଏକ ୯ ଜଣିଆ ବେଞ୍ଚ ଓଡ଼ିଶା ସରକାର ସପକ୍ଷରେ ରାୟ ଦେଇଥିଲେ ।

ସମ୍ବିଧାନ ପ୍ରଦତ୍ତ ଅଧିକାର ଅନୁଯାୟୀ ରାଜ୍ୟ ସରକାର ସେସ୍ ବସାଇପାରିବେ ବୋଲି ସୁପ୍ରିମକୋର୍ଟ କହିଥିଲେ । ଏପ୍ରିଲ ୧, ୨୦୦୫ ରୁ ପିଛିଲା ଭାବେ ବକେୟା ଦେୟ ଆଦାୟ କରିବାକୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ କହିଥିଲେ । ଖଣି କମ୍ପାନୀଗୁଡ଼ିକ ସେମାନଙ୍କ ବକେୟା ଦେୟକୁ ୨୦୨୬ ଏପ୍ରିଲ ୧ରୁ ଆରମ୍ଭ କରି ୧୨ଟି ବାର୍ଷିକ କିସ୍ତିରେ ପୈଠ କରିବେ ବୋଲି ସ୍ପଷ୍ଟ କହିଥିଲେ ସୁପ୍ରିମକୋର୍ଟ । ମାତ୍ର ଡବଲ ଇଞ୍ଜିନ ସରକାର ଦୁଇବର୍ଷ ଧରି ଚୁପ୍ ବସିଗଲେ । ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ବକେୟା ଅର୍ଥ ଆଦାୟ କରିଥିଲେ ମଧ୍ୟ ଓଡ଼ିଶା ସରକାର ହାତ ଟେକି ବସିଲେ । ଏବେ ଏମଏମଡିଆର୍ ଆମେଣ୍ଡମେଣ୍ଟ ବିଲ୍ ଦ୍ୱାରା ଓଡ଼ିଶା ହାତ ସମ୍ପୂର୍ଣ୍ଣ ବାନ୍ଧି ହୋଇଯାଇଛି ।

ସଂଶୋଧିତ ଆଇନ ବଳରେ ଓଡ଼ିଶା ସରକାର ଆଉ ବକେୟା ଅର୍ଥ ଆଦାୟ କରିପାରିବେ ନାହିଁ କି ଆଗାମୀ ଦିନରେ ଖଣିଜ ସମ୍ପଦ ଉପରେ ଟିକସ କି ଲେଭି ବସାଇ ପାରିବେ ନାହିଁ । କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ରାୟକୁ ହେୟଜ୍ଞାନ କରି ନିଜେ ଏହି ଏକପାଖିଆ ନିଷ୍ପତ୍ତି ନେଇଛନ୍ତି ।

ସଂଶୋଧିତ ବିଲ୍ କୁ କେରଳ ଓ ଝାଡ଼ଖଣ୍ଡ ସରକାର ପ୍ରବଳ ବିରୋଧ କରିଛନ୍ତି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ନିକଟରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଏହାର ପୁନର୍ବିଚାର ପାଇଁ ନିବେଦନ କରିଥିଲେ । ଓଡିଶାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ବିଲ୍ କୁ ବିରୋଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ଚୁପ୍ ରହିଛନ୍ତି । ଲୋକସଭାରେ ବିଲ୍ ପାରିତ ବେଳେ ରାଜ୍ୟର ୨୦ ଜଣ ଯାକ ବିଜେପି ସାଂସଦ ତାଳିମାରି ବିଲ୍ କୁ ସମର୍ଥନ କରିଥିବାରୁ ବିଲ୍ ସପକ୍ଷରେ ରାଜ୍ୟ ସରକାର ଥିବା ସ୍ପଷ୍ଟ ହୋଇଯାଇଛି ।

ଓଡ଼ିଆ ଅସ୍ମିତାର ନାରା ଦେଇ କ୍ଷମତାକୁ ଆସିଥିବା ଡବଲ ଇଞ୍ଜିନ ସରକାର ଓଡ଼ିଶାର ଖଣିଜ ସମ୍ପଦକୁ ଟେକିଦେବାକୁ ତିଳେମାତ୍ର କୁଣ୍ଠାବୋଧ ନ କରିବା ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ବିଡ଼ମ୍ବନା ଯେ ବିଲ୍ କୁ ସ୍ୱୀକୃତି ଦେଇଥିବା ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ହେଉଛନ୍ତି ଓଡ଼ିଆ । ବିଜେଡି, କଂଗ୍ରେସ ସମେତ ବିଭିନ୍ନ ସଂଗଠନ ପକ୍ଷରୁ କେନ୍ଦ୍ର ସରକାରଙ୍କ ପଦକ୍ଷେପ ବିରୋଧରେ ଜନଆନ୍ଦୋଳନନ ପାଇଁ ଚେତାବନୀ ଦିଆଯାଇଛି ।

Previous Post

ବନ୍ୟା ବିପନ୍ନଙ୍କୁ ହଜାରେ କୋଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA