Thursday, August 20, 2026 04:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ହେବାକୁ ଦେବାନି: ନବୀନ

ଏମଏମଡିଆର ସଂଶୋଧନ ବିଲ୍

by Our Correspondent
19 Aug, 2026- 07:25 PM
in Latest News, News
1 min read
0
ହେବାକୁ ଦେବାନି: ନବୀନ

ଭୁବନେଶ୍ୱର: ଏମଏମଡିଆର ସଂଶୋଧନ ବିଲ୍ ପ୍ରତ୍ୟାହାର ଦାବିରେ ବିରୋଧୀ ଦଳ ଏକାଠି ହୋଇଛନ୍ତି । ଗତକାଲି କଂଗ୍ରେସ ଭବନରେ ଇଣ୍ଡିି ମେଣ୍ଟର ନେତୃବୃନ୍ଦ ଏକାଠି ହୋଇ ଏହି ପ୍ରସଙ୍ଗରେ ରାଜ୍ୟବ୍ୟାପୀ ଗଣଆନ୍ଦୋଳନ ଗଢ଼ି ତୋଳିବାକୁ ସଂକଳ୍ପ ନେଇଥିଲେ । ଆଜି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଏମଏମଡିଆର ସଂଶୋଧନ ବିରୋଧରେ ମିଳିତ ସଂଗ୍ରାମ ପାଇଁ ଆହ୍ୱାନ ଦେଇଛନ୍ତି । ଏକ ଭିଡିଓ ବାର୍ତ୍ତାରେ ଏହା ହେବାକୁ ଦେବାନି ବୋଲି ରାଜ୍ୟବାସୀଙ୍କୁ ଦମ୍ଭ ଦେଇଥିଲା ବେଳେ ତାଙ୍କ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ଅଧିକାର ପାଇଁ ଲଢ଼େଇ ଜାରି ରଖିବେ ବୋଲି ଘୋଷଣା କରିଛନ୍ତି ।

ନବୀନ କହିଛନ୍ତି- ୨୦୦୦ ମସିହାରେ ଆମେ ଓଡ଼ିଶା ଶାସନ ଦାୟିତ୍ୱ ନେଲା ବେଳେ ରାଜ୍ୟର ଆର୍ଥିକ ଅବସ୍ଥା ବହୁତ ଖରାପ ଥିଲା । ଆମକୁ ଓଭରଡ୍ରାଫ୍ଟ ଉପରେ ନିର୍ଭର କରିବାକୁ ପଡୁଥିଲା । ୨୦୨୪ରେ ସରକାର ପରିବର୍ତ୍ତନ ବେଳକୁ ୫୦ ହଜାର କୋଟି ଟଙ୍କା ବଳକା ରାଜସ୍ୱ ଆମେ ଛାଡ଼ି ଯାଇଥିଲୁ । ଆମର ଦୃଢ଼ ବିତ୍ତୀୟ ପରିଚାଳନା ପାଇଁ ଏହା ସମ୍ଭବ ହେଲା । ରାଜ୍ୟର ଦ୍ରୁତ ବିକାଶରେ ମାଇନିଂ ଟିକସ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । କିନ୍ତୁ ଆଜି ଓଡ଼ିଶାର ଅର୍ଥନୀତି ବିପଦରେ ।

ନିକଟରେ ପାର୍ଲିଆମେଣ୍ଟରେ ପାରିତ ଏମଏମଡିଆର୍ ସଂଶୋଧନ ବିଲ୍ ଓଡ଼ିଶା ଓ ଓଡ଼ିଶାବାସୀଙ୍କର ବହୁତ କ୍ଷତି କରିବାକୁ ଯାଉଛି । ବିନା ଆଲୋଚନାରେ କେନ୍ଦ୍ର ସରକାର ଏହାକୁ ପାରିତ କରିଦେଲେ । କେବଳ ବିଜେଡି ସାଂସଦମାନେ ଏହାକୁ ରାଜ୍ୟସଭାରେ ବିରୋଧ କରିଥିଲେ । ଏହି ବିଲ୍ କୁ ବିରୋଧ କରି ମୁଁ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲି । ସର୍ବଦଳୀୟ ବୈଠକ ଡାକିବାକୁ ଓ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଅନୁରୋଧ କରିଥିଲି । ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଆଗରେ କେହି ବଡ଼ ନୁହେଁ । ପାର୍ଟି ନୁହେଁ, ମାଟିର ସ୍ୱାର୍ଥ ପାଇଁ ଆମକୁ ଆଜି ଏକାଠି ହେବାକୁ ପଡ଼ିବ ।

ଏମଏମଡିଆର ସଂଶୋଧନ ବିଲ୍ ଆମ ଖଣି ଉପରେ ଆମ ଅଧିକାର ଶେଷ କରି ଦେଇଛି । ଓଡ଼ିଶାରେ କ୍ରୋମାଇଟ୍, ବକ୍ସାଇଟ୍, ଲୁହାପଥର, କୋଇଲା, ମାଙ୍ଗାନିଜ୍ ସର୍ବାଧିକ ଗଚ୍ଛିତ ଅଛି । କିନ୍ତୁ ଏମଏମଡିଆର ସଂଶୋଧନ ବିଲ୍ ଏ ସବୁ ଉପରୁ ଆମ ଅଧିକାର ଛଡ଼େଇ ନେଇଛି । ଆମ ଲୋକଙ୍କ କଲ୍ୟାଣ ପାଇଁ ଆମ ଖଣିରୁ ଆମେ କାହିଁକି ଟିକସ ଆଦାୟ କରିପାରିବୁନି? ଆମ ଲୋକ ଧୂଳି, ଧୂଆଁ ସହିବେ । କିନ୍ତୁ ଦିଲ୍ଲୀ ଦରବାର ଆମ ସମ୍ପଦରେ ସମୃଦ୍ଧ ହେବ । ଏହା ଆମେ ହେବାକୁ ଦେବାନି ।

୨୪ ବର୍ଷ ଧରି ମୁଁ ଓଡ଼ିଶାର ସ୍ୱାର୍ଥକୁ ଜଗିଥିଲି । କେନ୍ଦ୍ରରେ ବିଭିନ୍ନ ଦଳର ସରକାର ଥିଲେ ମଧ୍ୟ ଓଡ଼ିଶାର ଅଧିକାରରେ କ୍ଷତି ଆଣିବାକୁ କେହି ସାହାସ କରି ନ ଥିଲେ । ଆପଣମାନେ ୨୦୨୪ରେ ପରିବର୍ତ୍ତନ କରି ନୂଆ ବିଜେପି ସରକାର ଆଣିଲେ । କିନ୍ତୁ ମାତ୍ର ଦୁଇବର୍ଷ ଭିତରେ ସବୁ ବଦଳିଗଲା । ଓଡ଼ିଶାକୁ ଏବେ କେନ୍ଦ୍ରର ଦୟା ଉପରେ ନିର୍ଭର କରିବାକୁ ହେବ । ଆପଣମାନେ ଓଡ଼ିଶାରୁ ଲୋକସଭାକୁ ୨୦ ଜଣ ବିଜେପି ସାଂସଦ ଦେଲେ । କିନ୍ତୁ ଏ ମାଟି ପାଇଁ କେହି ବି ପାଟି ଖୋଲିଲେନି । ଓଡ଼ିଶାର ସ୍ୱାର୍ଥରକ୍ଷା ପାଇଁ ସେମାନଙ୍କ ଦାୟିତ୍ୱ ତୁଲାଇବାରେ ଭୟଙ୍କର ଭାବେ ବିଫଳ ହୋଇଛନ୍ତି । କେବଳ ବିଜେଡି ହିଁ ରାଜ୍ୟସଭାରେ ଏ ସଂଶୋଧନ ବିଲକୁ ଦୃଢ଼ ବିରୋଧ କରିଥିଲା ।

ବିଜୁ ବାବୁ ସବୁବେଳେ ରାଜ୍ୟର ବିକାଶ ପାଇଁ ଅର୍ଥନୈତିକ ସ୍ୱାଧୀନତା ଉପରେ ଜୋର୍ ଦେଉଥିଲେ । ଏହି ସଂଶୋଧନ ବିଲ୍ ଦ୍ୱାରା ଆଜି ଓଡ଼ିଶାର ଟିକସ ପରିମାଣ ବହୁତ କମିଯିବ । ପ୍ରତିବର୍ଷ ଆମେ ହଜାର ହଜାର କୋଟି ଟଙ୍କାର କ୍ଷତି ସହିବା । ଏହି ଟଙ୍କାରେ ଓଡ଼ିଶାରେ ଅନେକ ସ୍କୁଲ, କଲେଜ, ଡାକ୍ତରଖାନା ହୋଇଥାନ୍ତା । ରାସ୍ତା, ପୋଲ, ବିଜୁଳି ଏବଂ ଅନ୍ୟ ଭିତ୍ତିଭୂମି ହୋଇଥାନ୍ତା । ଚାଷୀ ଉପକାର ପାଇଥାନ୍ତା । ଗରିବ ଲୋକ ଉପକାର ପାଇଥାନ୍ତା । କିନ୍ତୁ ଏବେ ଏତେବଡ଼ କ୍ଷତି ଓଡ଼ିଶା ସହି ପାରିବ ତ? ଆମ ପିଲାମାନଙ୍କୁ ଆମର ଭବିଷ୍ୟତ ବଂଶଧରକୁ ଆମେ କ’ଣ ଜବାବ ଦେବା? ଜେନ୍-ଜି ର ଭବିଷ୍ୟତ କ’ଣ ହେବ?

ଓଡ଼ିଶାକୁ ଦୁର୍ବଳ କରିବାକୁ ଚାଲିଥିବା ଏହି ଭୟଙ୍କର ଚକ୍ରାନ୍ତକୁ ଓଡ଼ିଶାବାସୀ କେବେ ବରଦାସ୍ତ କରିବେନି । ଏ ମାଟି ଆମର । ଏ ଖଣି ଆମର । ଆମ ଅଧିକାରର ସୁରକ୍ଷା ପାଇଁ ମୁଁ ଲଢ଼ିବି । ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ଅଧିକାର ପାଇଁ ମୋର ଲଢ଼େଇ ଜାରି ରହିବ । ଏହି ଲଢ଼େଇରେ ଓଡ଼ିଶାବାସୀ ସାମିଲ ହେବାକୁ ମୋର ନିବେଦନ ।

Previous Post

କର୍ପୋରେଟ୍ ଖୁସିରେ ସରକାର ଖୁସି!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA