Tuesday, September 8, 2026 04:50 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଏମଏମଡିଆର: ରାସ୍ତାକୁ ଓହ୍ଲାଇବ ବିଜେଡି

୯ରେ ଲୋକଭବନ ଆଗରେ ଗଣଧାରଣା

by Our Correspondent
07 Sep, 2026- 09:10 PM
in Latest News, News
1 min read
0
ଏମଏମଡିଆର: ରାସ୍ତାକୁ ଓହ୍ଲାଇବ ବିଜେଡି

ଭୁୁବନେଶ୍ୱର: ଏମଏମଡିଆର ସଂଶୋଧନ ଆକ୍ଟ ବିରୋଧରେ ବିଜେଡି ଆନ୍ଦୋଳନାତ୍ମକ ପନ୍ଥା ଅପଣାଇଛି । ଶଙ୍ଖଭବନରେ ସାମ୍ବାଦିକ ସମ୍ମିଳନୀରେ କେବଳ ସୀମିତ ନ ରହି ରାଜରାସ୍ତାକୁ ଓହ୍ଲାଇବ । ଆଜି ଦଳ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରାଯାଇଛି । ଆସନ୍ତା ୯ ତାରିଖରେ ଲୋକଭବନ ଆଗରେ ପ୍ରଥମେ ଗଣଧାରଣା ଦିଆଯିବ । ଏହାପରେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା ଏବଂ ଅଶୋକ ପଣ୍ଡା ଆନେ୍ଦାଳନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି । ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଏମଏମଡିଆର ସଂଶୋଧନ ଆକ୍ଟକୁ ପ୍ରତ୍ୟାହାର ଦାବି ନେଇ ବିଜେଡି ତରଫରୁ ଆସନ୍ତା ୯ ତାରିଖରେ ଲୋକଭବନ ସମ୍ମୁଖରେ ଗଣଧାରଣା ଦିଆଯିବ । ପରେ ଦଳର ପ୍ରତିନିଧିମଣ୍ଡଳୀ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ସ୍ମାରପତ୍ର ପ୍ରଦାନ କରିବେ ।

ଏମଏମଡିଆର ସଂଶୋଧନ ଆକ୍ଟକୁ ପ୍ରଥମରୁ ବିରୋଧ କରୁଛନ୍ତି ନବୀନ ପଟ୍ଟନାୟକ । ଓଡ଼ିଶାର ଏହା ସ୍ୱାର୍ଥ ବିରୋଧୀ ବୋଲି ସେ ବୁଝାଇ ସାରିଛନ୍ତି । ଏହି ଆକ୍ଟ ଯୋଗୁଁ ଓଡ଼ିଶାର ବକେୟା ପ୍ରାପ୍ୟ ବାବଦକୁ ୧ ଲକ୍ଷ କୋଟି ଟଙ୍କା ଓ ବାର୍ଷିକ ରାଜସ୍ୱ ବାବଦକୁ ପ୍ରାୟ ୧୨ ହଜାର କୋଟି ଟଙ୍କା ହରାଇବ । ଏକତରଫା ଭାବେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତି ଦେଶର ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ । ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ପାଇଁ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବା ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ କରାଯିବ । ସମ୍ବିଧାନର ଧାରା ୨୪୪(୧)ର ସିଡ୍ୟୁଲ୍ ୫ ଅନୁଯାୟୀ ରାଜ୍ୟର ଜନଜାତିମାନଙ୍କର ସ୍ୱାର୍ଥରକ୍ଷା ପାଇଁ ଦାୟିତ୍ୱ ଥିବାରୁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ାଯିବ । ଆଗାମୀ ଦିନରେ ଏମଏମଡିଆର ସଂଶୋଧନ ଆକ୍ଟର ପ୍ରତ୍ୟାହାର ଦାବି ନେଇ ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ବରିଷ୍ଠ ନେତାମାନେ କହିଛନ୍ତି ।

ସେହିଭଳି ଏମଏମଡିଆର ବିରୋଧରେ ସୁପ୍ରିମକୋର୍ଟରେ ଅପିଲ୍ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି । ପିସିସି ସଭାପତି ଭକ୍ତ ଚରଣ ଦାସ ଆଜି ଏହି ସୂଚନା ଦେଇଛନ୍ତି । ଏମଏମଡିଆର ସଂଶୋଧନ ପ୍ରତ୍ୟାହାର ନ ହେଲା ପର୍ଯ୍ୟନ୍ତ ଦଳର ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି ।

ସେପଟେ ବିଜେପି କିନ୍ତୁ ଏମଏମଡିଆର ସଂଶୋଧନ ସମର୍ଥନରେ ଶତମୁଖ ହୋଇଛି । କଟକରେ ଅନୁଷ୍ଠିତ ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏହାକୁ ସ୍ୱାଗତ କରାଯାଇଛି । ଓଡ଼ିଶାର ହିତ ପାଇଁ ଏହା ଉଦ୍ଦିଷ୍ଟ ବୋଲି କୁହାଯାଇଛି । ବିଜେଡି ଓ କଂଗ୍ରେସ ଏମଏମଡିଆର ସଂଶୋଧନକୁ ବିରୋଧ କରି ଭ୍ରମାତ୍ମକ ତଥ୍ୟ ଦେଉଛନ୍ତି ବୋଲି ସମାଲୋଚନା କରାଯାଇଛି ।

Previous Post

ସୋଆ ଆଇଡିଆଥନ୍ ୨୦୨୬

Next Post

ଯୁଗ୍ମ ମାଟ୍ରିକ ଟପ୍ପରଙ୍କୁ ‘ଗୋପବନ୍ଧୁ ଦାସ ଶିକ୍ଷା, ସ୍ୱାଭିମାନ ଓ ତ୍ୟାଗ ମେଧାବୃତ୍ତି-୨୦୨୬’

Next Post
ଯୁଗ୍ମ ମାଟ୍ରିକ ଟପ୍ପରଙ୍କୁ ‘ଗୋପବନ୍ଧୁ ଦାସ ଶିକ୍ଷା, ସ୍ୱାଭିମାନ ଓ ତ୍ୟାଗ ମେଧାବୃତ୍ତି-୨୦୨୬’

ଯୁଗ୍ମ ମାଟ୍ରିକ ଟପ୍ପରଙ୍କୁ ‘ଗୋପବନ୍ଧୁ ଦାସ ଶିକ୍ଷା, ସ୍ୱାଭିମାନ ଓ ତ୍ୟାଗ ମେଧାବୃତ୍ତି-୨୦୨୬’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA