Tuesday, September 29, 2026 05:16 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମଇଦାନକୁ ଓହ୍ଲାଇଲେ ସୁଜାତା

ଅଗ୍ନିବର୍ଷୀ ଭାଷଣରେ କମ୍ପିଲା ସଭାସ୍ଥଳ

by Our Correspondent
28 Sep, 2026- 07:42 PM
in Latest News, News, Politics
1 min read
0
ମଇଦାନକୁ ଓହ୍ଲାଇଲେ ସୁଜାତା

ଭୁବନେଶ୍ୱର: ବିଜେଡିରେ ଯୋଗଦେବା ପରେ ଆଜି ପ୍ରଥମ ଥର ମଇଦାନକୁ ଓହ୍ଲାଇଥିଲେ ପୂର୍ବତନ ଆଇଏଏସ୍ ସୁଜାତା ରାଉତ କାର୍ତ୍ତିକେୟନ୍ । କେନ୍ଦ୍ର ସରକାରଙ୍କ ଏମଏମଡିଆର ଆଇନ ସଂଶୋଧନ ବିରୋଧରେ ଲୋୟର ପିଏମଜିରେ ଅନୁଷ୍ଠିତ ଦଳର ବିଶାଳ ସମାବେଶରେ ତାଙ୍କର ଉପସ୍ଥିତି ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ଥିଲା ବେଳେ ଉକ୍ରଣ୍ଠାର ସହ ଭାଷଣକୁ ଅପେକ୍ଷା କରିଥିଲେ । କାରଣ ଏକ ସାର୍ବଜନୀନ ରାଜନୈତିକ ସଭାରେ ଏହା ଥିଲା ତାଙ୍କର ପ୍ରଥମ ଭାଷଣ । ଆଉ କର୍ମୀମାନଙ୍କର ଏହି ଉକ୍ରଣ୍ଠାକୁ ନିରାଶ କରିନାହାନ୍ତି ସୁଜାତା । ତାଙ୍କର ଅଗ୍ନିବର୍ଷୀ ଭାଷଣ ସମସ୍ତଙ୍କ ମନକୁ ଛୁଇଁବା ସହ କର୍ମୀମହଲରେ ଉତ୍ସାହ ସୃଷ୍ଟି କରିଛି ।

ସଭାମଞ୍ଚରେ ବରିଷ୍ଠ ନେତାମାନଙ୍କ ଗହଣରେ ମଞ୍ଚ ଉପରୁ ଗର୍ଜିଥିଲେ ସୁଜାତା । କେନ୍ଦ୍ର ସରକାର, ରାଜ୍ୟର ବିଜେପି ସାଂସଦ ଏବଂ ରାଜ୍ୟ ନେତୃତ୍ୱ ବିରୋଧରେ କଡ଼ା ଚେତାବନୀ ଦେଇଥିଲେ । ଖଣିଜ ରାଜସ୍ୱର ଉଚିତ ଅଂଶ ମିଳିଥିଲେ ଓଡ଼ିଶା ସମ୍ପୂର୍ଣ୍ଣ ଋଣମୁକ୍ତ ହୋଇ ପାରିଥାନ୍ତା ଏବଂ ରାଜ୍ୟ ବିକାଶର ଶୀର୍ଷରେ ପହଞ୍ଚି ପାରିଥାନ୍ତା । ଏମଏମଡିଆର ସଂଶୋଧନ ଯୋଗୁଁ ସ୍ଥାନୀୟ ଶିଳ୍ପ ଓ ଯୁବପୀଢ଼ିଙ୍କ ନିଯୁକ୍ତି ସୁଯୋଗ ଛଡ଼ାଇ ନିଆଯାଇଛି ବୋଲି ସୁଜାତା କହିଥିଲେ ।

ୠୁରୁତ୍ୱପୂର୍ଣ୍ଣ କଥା ହେଉଛି, ନବୀନ ପଟ୍ଟନାୟକଙ୍କ ଆଞ୍ଚଳିକ ସ୍ୱାର୍ଥରକ୍ଷା ନାରାକୁ ସୁଜାତା ତାଙ୍କ ଭାଷଣରେ ବଳ ଦେଇଛନ୍ତି । ରାଜ୍ୟର ଅର୍ଥନୀତି, ଖଣିଜ ଅଧିକାର ଏବଂ ସଂଘୀୟ ବ୍ୟବସ୍ଥା ଭଳି ଜଟିଳ ପ୍ରସଙ୍ଗକୁ ସାଧାରଣ ଲୋକଙ୍କ ଭାଷାରେ ବୁଝାଇ ନିଜ ରାଜନୈତିକ ଦକ୍ଷତା ଓ ବକ୍ତବ୍ୟ ପରାକାଷ୍ଠର ପ୍ରମାଣ ଦେଇଛନ୍ତି । ବିଜେଡିର ଆଗାମୀ କାର୍ଯ୍ୟକ୍ରମରେ ସୁଜାତାଙ୍କର ଭୂମିକା ଯେ ଗୁରୁତ୍ୱପୂର୍ଣ୍ଣ ହେବ ତାହା ଆଜିର ଲୋୟର ପିଏମଜି ବିକ୍ଷୋଭରୁ ସ୍ପଷ୍ଟ ହୋଇଛି ।

ସୁଜାତା ସମସ୍ତଙ୍କୁ ନମସ୍କାର କରି ଭାଷଣ ରାମାୟଣରୁ ଆରମ୍ଭ କରିଥିଲେ ।

କହିଥିଲେ- ଲଙ୍କା ଯୁଦ୍ଧ ପରେ ଭଗବାନ ଶ୍ରୀରାମ ଲକ୍ଷ୍ମଣଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ, ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗଦପୀ ଗରିୟସ । ଅର୍ଥାତ ରାବଣର ଲଙ୍କା ଯେତେ ବି ସୁନ୍ଦର ହୋଇଥାଉ, ରାବଣର ଲଙ୍କା ସୁନାର ହୋଇଥାଉ, କିନ୍ତୁ ନିଜ ମା ଓ ମାତୃଭୂମିଠାରୁ ଶ୍ରେଷ୍ଠ ସ୍ୱର୍ଗ ବି ନୁହେଁ । ନିଜର ମା’ ଠାରୁ ଶ୍ରେଷ୍ଠ ଓ ମହାନ୍ ସ୍ୱର୍ଗ ବି ନୁହେଁ । ଆଜି ବିଜେପିର ସାଂସଦମାନେ, ବିଜେପିର ସରକାର, ବିଜେପିର ନେତାମାନେ ଏହି ସତ୍ୟକୁ ଭୁଲି ଯାଇଛନ୍ତି । ନିଜ ମା, ମାଟି ଓ ମାତୃଭୂମି ପ୍ରତି ଅନ୍ୟାୟ କରିଛନ୍ତି । ୨୦୦୪ରେ ମାନ୍ୟବର ନବୀନ ପଟ୍ଟନାୟକ ଆମ ରାଜ୍ୟର ଉନ୍ନତି ପାଇଁ ଖଣି ଆଇନ ଆଣିଥିଲେ । ଏହି ଆଇନକୁ ଖଣି ମାଲିକ ଓ ଖଣି କମ୍ପାନୀମାନେ ବିରୋଧ କରି ଅଦାଲତକୁ ଯାଇଥିଲେ । ବିଜୁ ଜନତା ଦଳ ଦୀର୍ଘ ୨୦ ବର୍ଷ ଧରି ଅଦାଲତରେ ଓଡ଼ିଶା ପାଇଁ ଲଢ଼େଇ କଲା । ଶେଷରେ ସୁପ୍ରିମକୋର୍ଟର ୯ ଜଣିଆ ସାମ୍ବିଧାନିକ ବେଞ୍ଚର ଓଡ଼ିଶା ସପକ୍ଷରେ ରାୟ ଆସିଲା । ଓଡ଼ିଶାର ଲୋକଙ୍କ ବିକାଶ ପାଇଁ ହଜାର ହଜାର କୋଟି ଟଙ୍କା ପାଇବାର ହକଦାର ହେଲା ଓଡ଼ିଶା ।

ଆମ ଓଡ଼ିଶାର ଜନସାଧରଣ ଜାଣିଛନ୍ତି ହଜାର ହଜାର କୋଟି ଟଙ୍କାର ମାନେ କ’ଣ । ଏକବର୍ଷରେ ରାଜ୍ୟ ଋଣମୁକ୍ତ ହୋଇପାରିଥାନ୍ତା । ବଡ଼ ବଡ଼ ଅର୍ନ୍ତଜାତୀୟ କମ୍ପାନୀମାନଙ୍କୁ ଆଣି ଓଡ଼ିଶାରେ ସେମାନଙ୍କ କାରଖାନା ବସାଇ ପାରିଥାନ୍ତେ । ଆମର ଯୁବପୀଢ଼ିମାନଙ୍କୁ ଓଡ଼ିଶାରେ ରୋଜଗାର ମିଳିଥାନ୍ତା । ଅପେକ୍ଷା କରି ରହିଥିବା ଲକ୍ଷ ଲକ୍ଷ ବୟସ୍କ ଲୋକଙ୍କୁ ଓଡ଼ିଶା ସରକାର ପେନସନ ଦେଇପାରିଥାନ୍ତେ । ପେନସନ ହାରକୁ ବୃଦ୍ଧି କରି ପାରିଥାନ୍ତେ ।

ଏହି ହଜାର ହଜାର କୋଟି ଟଙ୍କା ସମଗ୍ର ଓଡ଼ିଶାର ବିକାଶ ପାଇଁ ଖର୍ଚ୍ଚ ହୋଇପାରିଥାନ୍ତା । ଚାଷୀଙ୍କ ପାଇଁ ଏମଏସପିର ହାର ଯଥେଷ୍ଟ ବଢ଼େଇ ପାରିଥାନ୍ତେ । ପରିଶ୍ରମୀ ଚାଷୀ ଭାଇଭଉଣୀମାନଙ୍କୁ ଋଣମୁକ୍ତ କରିପାରିଥାନ୍ତେ । ଗଙ୍ଗାଧର ମେହେର ଓ ଲୋୟର ସୁକତେଲ ପ୍ରକଳ୍ପ ଭଳି ଶହ ଶହ ଜଳସେଚନ ପ୍ରକଳ୍ପ ଓଡ଼ିଶାକୁ ଆସିପାରିଥାନ୍ତା । ପ୍ରତି ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ମିଳିପାରିଥାନ୍ତା । ଗାଁରେ ଥିବା ପ୍ରତ୍ୟେକ ସରକାରୀ ସ୍କୁଲକୁ ଆମେ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ବଦଳେଇ ପାରିଥାନ୍ତୁ । ୬୦ ଲକ୍ଷ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନଭୋଜନ ସହିତ ପ୍ରାତଃ ଭୋଜନ ଦେଇଥପାରିଥାନ୍ତୁ । ଭୁବନେଶ୍ୱରର ମେଟ୍ରୋ ପ୍ରକଳ୍ପ ଗୋଟିଏ ବର୍ଷରେ ସରକାର ସାରି ପାରିଥାନ୍ତେ । ଓଡ଼ିଶାକୁ ୩୦ ବର୍ଷ ଆଗକୁ ଆମେ ନେଇପାରିଥାନ୍ତୁ । ବର୍ଷ ବର୍ଷ ଧରି ଓଡ଼ିଶା ଏକ ନମ୍ବର ରାଜ୍ୟ ହୋଇଥାନ୍ତା । ଆମ ଯୁବପୀଢ଼ି, ଜେନ୍-ଜିଙ୍କ ଭବିଷ୍ୟତକୁ ସୁଦୃଢ଼ କରିପାରିଥାନ୍ତୁ । ଆମେ ତାଙ୍କୁ ସଶକ୍ତ କରିପାରିଥାନ୍ତୁ ।

କିନ୍ତୁ ବିଜେପିର ନେତାମାନେ ଏହି ଅର୍ଥ ରାଶିକୁ ଫେରାଇ ଦେଲେ । ଓଡ଼ିଶାର ଦ୍ୱାରକୁ ଆସି ଠିଆ ହୋଇଥିବା ମା’ ଲକ୍ଷ୍ମୀଙ୍କୁ ଫେରାଇ ଦେଲେ । କେଉଁ ଉଦେ୍ଦଶ୍ୟରେ ଫେରାଇଲେ ବିଜେଡି ତା’ର ଜବାବ ମାଗୁଛି । ଆଜି ଓଡ଼ିଶାର ବିଜେପି ନେତାମାନେ ଓଡ଼ିଶାର ମାତୃଭୂମି ପାଇଁ ଏହି ଅନ୍ୟାୟ କରିଛନ୍ତି । ନିଜର ହକରେ ଖଣି କମ୍ପାନୀମାନଙ୍କଠାରୁ ଆସୁଥିବା ଓଡ଼ିଶାର ଅର୍ଥକୁ ଫେରାଇ ଦେଇଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ନିଜର ଅଧିକାରରେ ଓଡ଼ିଶା ଏହା ପାଉଥିଲା, କାହା ଦୟାରେ ପାଉ ନ ଥିଲା । କେଉଁ ଉଦେ୍ଦଶ୍ୟରେ ଫେରାଇଲେ ଓଡ଼ିଶା ତାହାର ଜବାବ ମାଗୁଛି ।

ବିଜେପି ନେତାମାନଙ୍କ ରିମୋଟ୍ କଣ୍ଟ୍ରୋଲ୍ ଦିଲ୍ଲୀରେ ଅଛି । ବିଜେଡି ହେଉଛି ଏକମାତ୍ର ଦଳ ଯାହାର ରିମୋଟ୍ କଣ୍ଟ୍ରୋଲ୍ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ହାତରେ ଅଛି । ବନ୍ଦେ ଉତ୍କଳ ଜନନୀ କହି ମହାପ୍ରଭୁଙ୍କ ନାଁରେ ଶପଥ ନେଇ ମିଛ କହିଲେ ବିଜେପି । ବିଜୁ ଜନତା ଦଳ ଏହି ଲଢ଼େଇକୁ ଜାରି ରଖିବ । ଯେ ପର୍ଯ୍ୟନ୍ତ ଓଡ଼ିଶାର ହକ୍ ଓ ଅଧିକାର ନ ମିଳୁଛି ଲଢ଼େଇ ଜାରି ରଖିବ । ଓଡ଼ିଶାର ଯୁବପୀଢ଼ି ଓ ଭବିଷ୍ୟତ ପୀଢ଼ି ପାଇଁ ଏ ଲଢ଼େଇ ଜାରି ରଖିବ ।

Previous Post

MMDR: ନବୀନଙ୍କ ଯୁଦ୍ଧ ଡାକରା

Next Post

୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ

Next Post
୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ

୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA