Monday, September 28, 2026 04:50 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

MMDR: ନବୀନଙ୍କ ଯୁଦ୍ଧ ଡାକରା

'ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢ଼ିବି'

by Our Correspondent
28 Sep, 2026- 02:58 PM
in Latest News, News, Politics
1 min read
0
MMDR: ନବୀନଙ୍କ ଯୁଦ୍ଧ ଡାକରା

ଭୁବନେଶ୍ୱର: ଏମଏମଡିଆର ସଂଶୋଧନ ଆଇନ ପ୍ରତ୍ୟାହାର ଦାବିରେ ଆଜି ବିଧାନସଭା ଘେରାଉ କରିଥିଲା ବିଜେଡି । ଲୋୟର ପିଏମଜିରେ ଆୟୋଜିତ ବିଶାଳ ସମାବେଶରେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗଦେଇଥିଲେ । ସେ ତାଙ୍କ ଉଦବୋଧନରେ ଏମଏମଡିଆର ସଂଶୋଧନ ବିଲ୍ ପ୍ରତ୍ୟାହାର ଦାବିରେ ଯୁଦ୍ଧ ଡାକରା ଦେଇଛନ୍ତି । ଓଡ଼ିଶାର ଅଧିକାର ପାଇଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢ଼ିବେ କରିବେ ବୋଲି କହିଛନ୍ତି । ଏ ଲଢ଼େଇରେ ସବୁ ଦଳ ସାମିଲ ହେବାକୁ ସେ ଅନୁରୋଧ କରିବା ସହ ଏମଏମଡିଆର ସଂଶୋଧନ ଆଇନକୁ ଓଡ଼ିଶାରେ କାର୍ଯ୍ୟକାରୀ କରାଇ ଦେବା ନାହିଁ ବୋଲି ଆହ୍ୱାନ ଦେଇଛନ୍ତି ।

ନବୀନ ତାଙ୍କ ଭାଷଣରେ କହିଥିଲେ-

“ଓଡ଼ିଶାର ସ୍ୱାର୍ଥ ପାଇଁ ଆମେ ଆଜି ଏକାଠି ହୋଇଛେ । ସାଢ଼େ ଚାରି କୋଟି ଓଡ଼ିଆଙ୍କ ହକ୍ ପାଇଁ ଆମେ ଏକାଠି ହୋଇଛେ । ଆମର ଜେନ୍-ଜି ଙ୍କ ଭବିଷ୍ୟତ ପାଇଁ ଆମେ ଏ ଲଢ଼େଇ ଲଢ଼ୁଛେ । ଏମଏମଡିଆର ସଂଶୋଧନ ବିଲ୍ ଏକ ସାଧାରଣ ବିଲ୍ ନୁହେଁ । ରାଜ୍ୟର ଅଧିକାର ସହ ଏ ବିଲ୍ ଜଡ଼ିତ । ଓଡ଼ିଶାର ଖଣି, ଓଡ଼ିଶାର ଜମି ଉପରେ ଓଡ଼ିଶାବାସୀ ହେଉଛନ୍ତି ମାଲିକ ।

ଦୁଃଖର କଥା ବିନା ଆଲୋଚନାରେ ଏ ଭଳି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାର୍ଲିଆମେଣ୍ଟରେ ପାରିତ ହୋଇଗଲା । ଆଉ ଆମର ୨୦ ବିଜେପି ସାଂସଦ ଚୁପ୍ ବସିଲେ । କାହା ସ୍ୱାର୍ଥରେ? ଓଡ଼ିଶା ସରକାର ବି ଚୁପ୍ ରହିଲେ କାହା ଡରରେ?

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲି । ଉତ୍ତର ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ଏମଏମଡିଆର ସଂଶୋଧନ ଆଇନକୁ ବିରୋଧ କରି ରିଜୋଲ୍ୟୁସନ୍ ପାଇଁ ପୁଣି ଚିଠି ଲେଖିଲି । କିନ୍ତୁ ଉତ୍ତର ନାହିଁ । ନାହିଁ ନାହିଁର ଏ ସରକାର । କେବଳ ବାକ୍ୟବୀର । ଏହି ଆଇନ ପାଇଁ ଓଡ଼ିଶା ହଜାର ହଜାର କୋଟି ଟଙ୍କା ପ୍ରତିବର୍ଷ କ୍ଷତି ସହିବ । ଓଡ଼ିଶାର ସ୍ୱାର୍ଥ ପାଇଁ ସରକାର ନିରବ କାହିଁକି? ଏ ମାଟିଠାରୁ ପାର୍ଟି କେବେ ବି ବଡ଼ ହୋଇପାରିବ ନାହିଁ ।

ଚୌକି ଆଜି ଅଛି କାଲି ନ ଥିବ । କିନ୍ତୁ ଏ ମାଟିକୁ ଧୋକା ଦେଲେ ସବୁ ଦିନ ପାଇଁ ନିନ୍ଦା ମିଳିବ । ଜେନ୍-ଜି ଆପଣଙ୍କୁ କ୍ଷମା ଦେବେ ନାହିଁ । ଓଡ଼ିଶାବାସୀ କ୍ଷମା ଦେବେ ନାହିଁ ।

ଓଡ଼ିଶାର ଅଧିକାର ପାଇଁ ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢ଼ିବି । ସମସ୍ତଙ୍କୁ ମୋର ଅନୁରୋଧ, ସବୁ ଦଳଙ୍କୁ ଅନୁରୋଧ, ଏ ଲଢ଼େଇରେ ସାମିଲ ହୁଅନ୍ତୁ । ଆସନ୍ତୁ, ଏ ମାଟି ପାଇଁ ଏକାଠି ହେବା । ସଂକଳ୍ପ କରିବା । ଏମଏମଡିଆର ସଂଶୋଧନ ଆଇନକୁ ଓଡ଼ିଶାରେ କାର୍ଯ୍ୟକାରୀ କରାଇ ଦେବା ନାହିଁ ।

ଆମେ ଲଢ଼ିବା, ଆମ ହକ୍ ଫେରାଇ ଆଣିବା ।”

Previous Post

ବିଜେଡିର କାଲି ବିଧାନସଭା ଘେରାଉ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA