Wednesday, September 30, 2026 02:36 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ବିଶାଳ ବିକ୍ଷୋଭ

୮ରେ ଓଡ଼ିଶା ବନ୍ଦ

by Our Correspondent
29 Sep, 2026- 11:22 PM
in Latest News, News, Politics
1 min read
0
ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ବିଶାଳ ବିକ୍ଷୋଭ

ଭୁବନେଶ୍ୱର: ଏମ୍‌ଏମ୍‌ଡିଆର୍‌ (ସଂଶୋଧନ) ଆଇନ ରଦ୍ଦ ଦାବିରେ ଆଜି ଭୁବନେଶ୍ୱରରେ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ଆୟୋଜିତ ବିଶାଳ ବିକ୍ଷୋଭ, ପ୍ରତିବାଦ ସଭା ଓ ବିଧାନସଭା ଘେରାଉ ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଶକ୍ତିଶାଳୀ ଜନମତ ପ୍ରକାଶ ପାଇଛି। ଇଣ୍ଡିଆ ବ୍ଲକ୍‌ର ରାଜ୍ୟସ୍ତରୀୟ ନେତୃବୃନ୍ଦ ବିଜେପି ସରକାର ଉପରେ ତୀବ୍ର ସମାଲୋଚନା କରିଛନ୍ତି। ମାଷ୍ଟର କ୍ୟାଣ୍ଟିନ୍‌ଠାରୁ ବାହାରିଥିବା ବିଶାଳ ପଟୁଆରରେ ବହୁ ସଂଖ୍ୟାରେ ଶ୍ରମିକ, କୃଷକ, ଯୁବ, ଛାତ୍ର, ମହିଳା, ଆଦିବାସୀ, ଦଳିତ ଓ ସାଧାରଣ ଲୋକ ଯୋଗଦେଇ ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ବିଶାଳ ଜନଗର୍ଜନ ସମାବେଶରେ ସାମିଲ ହୋଇଥିଲେ। କର୍ଡନ ଭାଙ୍ଗିବାକୁ ଉଦ୍ୟମ କଲା ବେଳେ ପୁଲିସ ସହ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।

ଏହି ଆନ୍ଦୋଳନରେ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ମୁଖ୍ୟତଃ ଚାରିଟି ଦାବି ଉପସ୍ଥାପିତ ହୋଇଛି। ପ୍ରଥମତଃ, ଓଡ଼ିଶାର ଖଣିଜ ସମ୍ପଦ ଓ ରାଜ୍ୟର ଆର୍ଥିକ ଅଧିକାର ଉପରେ କେନ୍ଦ୍ରୀୟ ହସ୍ତକ୍ଷେପକୁ ବନ୍ଦ କରି ଏମ୍‌ଏମ୍‌ଡିଆର୍‌ (ସଂଶୋଧନ) ଆଇନ–୨୦୨୬କୁ ସମ୍ପୂର୍ଣ୍ଣ ରଦ୍ଦ କରିବାକୁ ଦାବି କରାଯାଇଛି। ଓଡ଼ିଶାର ଖଣିଜ ସମ୍ପଦ ଓ ସେଥିରୁ ମିଳୁଥିବା ରାଜସ୍ୱ ଉପରେ ରାଜ୍ୟର ସାମ୍ବିଧାନିକ ଅଧିକାରକୁ କ୍ଷୁଣ୍ଣ କରୁଥିବା ନୀତି ବିରୋଧରେ ଇଣ୍ଡିଆ ବ୍ଲକ୍‌ ଆନ୍ଦୋଳନ ଜାରି ରଖିବାକୁ ଘୋଷଣା କରିଛି।

ନିର୍ବାଚନ ପ୍ରକ୍ରିୟା ଓ ଭୋଟର ତାଲିକା ସମ୍ପର୍କିତ ଗୁରୁତର ଅନିୟମିତତା ନେଇ ଉଠିଥିବା ଗମ୍ଭୀର ଅଭିଯୋଗର ପୂର୍ଣ୍ଣ ତଦନ୍ତ ସହିତ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦରୁ ବରଖାସ୍ତ କରିବାକୁ ଦାବି କରାଯାଇଛି। ନିର୍ବାଚନ ବ୍ୟବସ୍ଥାର ନିରପେକ୍ଷତା, ପାରଦର୍ଶିତା ଓ ଜନବିଶ୍ୱାସ ସୁରକ୍ଷିତ ରଖିବା ପାଇଁ ଏହି ପ୍ରସଙ୍ଗରେ ଉତ୍ତରଦାୟିତ୍ବ ନିଶ୍ଚିତ କରିବାକୁ ଦାବି ହୋଇଛି।

ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ସୃଷ୍ଟି ହୋଇଥିବା ଅରାଜକତା ଓ ଅବ୍ୟବସ୍ଥା ପାଇଁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରାଯାଇଛି। ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିବା, ଶିକ୍ଷକ ଓ ଆବଶ୍ୟକ ଭିତ୍ତିଭୂମିର ଅଭାବ ଏବଂ ଛାତ୍ରଛାତ୍ରୀଙ୍କ ଶିକ୍ଷା ଅଧିକାର ପ୍ରତି ସରକାରଙ୍କ ଅବହେଳା ବିରୋଧରେ ଇଣ୍ଡିଆ ବ୍ଲକ୍‌ ତୀବ୍ର ଆନ୍ଦୋଳନ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଛି।

ବନ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳର ଲୋକଙ୍କୁ ତୁରନ୍ତ ଓ ପର୍ଯ୍ୟାପ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି କରାଯାଇଛି। ବନ୍ୟାରେ ଘରବାଡ଼ି, ଚାଷବାସ, ଜୀବିକା ଓ ସମ୍ପତ୍ତି ହରାଇଥିବା ପରିବାରମାନଙ୍କୁ ଯଥୋଚିତ କ୍ଷତିପୂରଣ, ଖାଦ୍ୟ, ଆବଶ୍ୟକ ସାମଗ୍ରୀ ଓ ଅନ୍ୟାନ୍ୟ ରିଲିଫ୍‌ ତୁରନ୍ତ ପହଞ୍ଚାଇବା ସହିତ ପୁନର୍ବାସନର ବ୍ୟବସ୍ଥା କରିବାକୁ ଦାବି ହୋଇଛି।

ଇଣ୍ଡିଆ ବ୍ଲକ୍‌ର ଓଡ଼ିଶା ଆନ୍ଦୋଳନରେ କଂଗ୍ରେସ, ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏମ୍‌ଏଲ୍) ଲିବରେସନ୍‌, ଫରୱାର୍ଡ ବ୍ଲକ୍‌, ଏନ୍‌ସିପି–ଶରଦ ପାୱାର, ସମାଜବାଦୀ ପାର୍ଟି, ଆର୍‌ଜେଡି ଏବଂ ଜେଏମ୍‌ଏମ୍‌ ସାମିଲ ହୋଇଛନ୍ତି। ଆଜିର ପରିବର୍ତ୍ତନ ରାଲିରେ କଂଗ୍ରେସ ରାଜ୍ୟ ସଭାପତି ଭକ୍ତ ଚରଣ ଦାସ, ସିପିଆଇ ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ କୁମାର ମିଶ୍ର, ସିପିଆଇ(ଏମ୍) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସିପିଆଇ(ଏମ୍‌ଏଲ୍) ଲିବରେସନ୍‌ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଫରୱାର୍ଡ ବ୍ଲକ୍‌ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ଏନ୍‌ସିପି–ଶରଦ ପାୱାର ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ଶିବ ହାତୀ ଯାଦବ ଏବଂ ଆର୍‌ଜେଡି ରାଜ୍ୟ ସାଧାରଣ ସମ୍ପାଦକ ହେମନ୍ତ କୁମାରଙ୍କ ସମେତ ବିଭିନ୍ନ ଦଳର ରାଜ୍ୟସ୍ତରୀୟ ନେତୃବୃନ୍ଦ ଉଦ୍‌ବୋଧନ ଦେଇ ନେତୃତ୍ୱ ପ୍ରଦାନ କରିଥିଲେ।

୮ରେ ଓଡ଼ିଶା ବନ୍ଦ

ପିଲାଙ୍କ ପରୀକ୍ଷା ବହିରେ ତ୍ରୁଟି, ଏମଏମଡିଆର ସଂଶୋଧନ ଆଇନ ପ୍ରତ୍ୟାହାର, ଏସଆଇଆରରେ ଅନିୟମିତତା, ଦରଦାମ ବୃଦ୍ଧି ଆଦି ପ୍ରସଙ୍ଗରେ କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ମେଣ୍ଟର ଆନ୍ଦୋଳନ ଜାରି ରହିଛି । ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଆଜି ରାଜଧାନୀରେ ଆୟୋଜିତ ଇଣ୍ଡିଆ ମେଣ୍ଟର ପରିବର୍ତ୍ତନ ରାଲିରେ ପିସିସି ସଭାପତି ଭକ୍ତ ଚରଣ ଦାସ ଏହି ଘୋଷଣା କରିଛନ୍ତି । ‘ଓଡ଼ିଶା ବନ୍ଦ’ ରେ ସାମିଲ ହେବାକୁ ଇଣ୍ଡି ମେଣ୍ଟର ସମସ୍ତ ସଦସ୍ୟଙ୍କୁ ସେ ଅପିଲ୍ କରିଛନ୍ତି ।

Previous Post

କିମସରେ ବିଶ୍ୱ ହୃଦୟ ଦିବସ ପାଳିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA