Tuesday, October 20, 2026 04:58 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କୋଟିଆ ସମ୍ପର୍କରେ ମୋହନଙ୍କୁ ଚିଠି ଲେଖିଲେ ନବୀନ

by Our Correspondent
19 Oct, 2026- 11:43 PM
in Latest News, News
1 min read
0
କୋଟିଆ ସମ୍ପର୍କରେ ମୋହନଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଓଡିଶାର ଉପାନ୍ତ ଅଞ୍ଚଳ କୋଟିଆରେ ନିର୍ବାଚନ କରିବା ପାଇଁ ଆନ୍ଧ୍ର ପ୍ରଦେଶର ତେଲୁଗୁ ଦେଶମ୍‌ ସରକାରଙ୍କର ଘୋଷଣା ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଏହି ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦ୍‌ବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି କୋଟିଆ ସମ୍ପର୍କରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଦାବୀ କରିଛନ୍ତି ।

ଶ୍ରୀ ପଟ୍ଟନାୟକ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ କୋଟିଆ ହେଉଛି ଓଡିଶାର ଅଭିନ୍ନ ଅଙ୍ଗ । କିନ୍ତୁ ସେଠାରେ ନିର୍ବାଚନ କରିବା ପାଇଁ ଆନ୍ଧ୍ର ସରକାରଙ୍କ ଘୋଷଣା ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଓଡିଶା ସରକାର ରାଜ୍ୟର ଆଞ୍ଚଳିକ ଅଖଣ୍ଡତା ସୁରକ୍ଷା ପାଇଁ ସଂଗ୍ରାମ କରୁଥିଲେ । ଅତୀତରେ ମଧ୍ୟ ବିଜେପିର ନେତା ମାନେ କୋଟିଆ ଓଡିଶାର ବୋଲି ଦାବୀ କରି ଆସୁଥିଲେ ଏବଂ Go Back Andhra Slogan ଦେଉଥିଲେ । ୨୦୨୪ ନିର୍ବାଚନ ଇସ୍ତାହାରରେ ବିଜେପି ପ୍ରତିଶୃତି ଦେଇଥିଲା ଯେ ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିଲେ କୋଟିଆ ସମସ୍ୟାର ସବୁଦିନ ପାଇଁ ସମାଧାନ କରାଯିବ । ରାଜ୍ୟର ଆଞ୍ଚଳିକ ଅଖଣ୍ଡତା ସୁରକ୍ଷିତ ରଖାଯିବ ଏବଂ ଓଡିଆ ସ୍ୱାଭିମାନ ଫେରାଇ ଅଣାଯିବ।

କିନ୍ତୁ ଏବେ ସେ ପ୍ରତିଶୃତି କୁଆଡେ ଗଲା ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ପତ୍ର ରେ ପ୍ରଶ୍ନ କରିଛନ୍ତି ।

ଆଜି ରାଜ୍ୟରେ ତଥାକଥିତ ଡବଲ ଇଞ୍ଜିନ ସରକାର ଶାସନ ଦାୟୀତ୍ୱରେ ରହିଛି । କିନ୍ତୁ ଉଦ୍‌ବେଗର ବିଷୟ ଏହି ଯେ ଆନ୍ଧ୍ର ସରକାର କୋଟିଆରେ ନିର୍ବାଚନ କରିବାକୁ ଘୋଷଣା କରିଛନ୍ତି । ଏ ପରିପ୍ରେକ୍ଷୀରେ କୋଟିଆ ଓଡିଶାର – ବିଜେପିର ଏ ଆଶ୍ୱାସନା କୁଆଡେ ଗଲା ବୋଲି ଶ୍ରୀ ପଟ୍ଟନାୟକ ପୁଣି ପ୍ରଶ୍ନ କରିଛନ୍ତି ।

ବର୍ତ୍ତମାନ ଆନ୍ଧ୍ରରେ ତେଲୁଗୁ ଦେଶମ୍‌ ସରକାର ଶାସନ କରୁଛି ଏବଂ ଏହା କେନ୍ଦ୍ରରେ ଶାସନ କରୁଥିବା NDA ସରକାରର ପ୍ରମୁଖ ଅଂଶୀଦାର । କେନ୍ଦ୍ର ସରକାରଙ୍କ ସ୍ଥାୟୀତ୍ୱ ବଜାୟ ରଖିବାରେ ତେଲୁଗୁ ଦେଶମ୍‌ ଦଳର ବିଶେଷ ଭୂମିକା ରହିଛି । ତେଣୁ ଓଡିଶା ର ବିଜେପି ସରକାରର ନୀରବତା କଣ କେନ୍ଦ୍ରରେ NDA ସରକାରର ରାଜନୈତିକ ନିର୍ଭରଶୀଳତା ଜନିତ ବାଧ୍ୟବାଧ୍ୟକତା କି ବୋଲି ଶ୍ରୀ ପଟ୍ଟନାୟକ ପୁଣି ପ୍ରଶ୍ନ କରିଛନ୍ତି ।

ଏଥିପାଇଁ କଣ ଓଡିଶାର ସ୍ୱାର୍ଥ ଓ ଆଞ୍ଚଳିକ ଅଖଣ୍ଡତା ସହିତ ବିଜେପି ସରକାର ବୁଝାମଣା କରିଦେଇଛି କି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ସେ ଆହୁରି ପ୍ରଶ୍ନ କରିଛନ୍ତି ଯେ ୨୦୨୫ ମସିହାରେ କୋଟିଆ ସଂକ୍ରାନ୍ତ ରେ ଗଠିତ ୧୬ ଜଣିଆ ଉଚ୍ଚସ୍ତରୀୟ କମିଟିର ସୁପାରିଶ କୁଆଡେ ଗଲା ? ଏବଂ ଏହା କାହିଁକି କାର୍ଯ୍ୟକାରୀ କରାଯାଉ ନାହିଁ ?

କୋଟିଆ ସଂକ୍ରାନ୍ତରେ ଓଡିଶା ସରକାରଙ୍କର ଆଭିମୁଖ୍ୟ ସମ୍ପର୍କରେ ସ୍ପଷ୍ଟ ଉତ୍ତର ପାଇବା ଓଡିଶାବାସୀଙ୍କର ଅଧିକାର । ତେଣୁ ବିଜେପି ସରକାର ତାଙ୍କ ପ୍ରତିଶୃତି ଉପରେ ଉତ୍ତର ଦାୟୀତ୍ୱ୍ ନେବାକୁ ବାଧ୍ୟ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଡବଲ ଇଞ୍ଜିନ ସରକାର ଓଡିଶାର ଆଞ୍ଚଳିକ ଅଖଣ୍ଡତା, ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ଦୃଢ ଭାବରେ ଠିଆ ହୋଇ ପାରିବ କି ? କିମ୍ବା ପୁଣି ଥରେ କେନ୍ଦ୍ର ସରକାରଙ୍କର ଚାପ ଆଗରେ ନଇଁ ଯିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

ନିର୍ବାଚନ ସମୟରେ ଜନସାଧାରଣଙ୍କୁ ଦେଇଥିବା ଅନ୍ୟ ପ୍ରତିଶୃତି ପରି ଏହା ମିଳାଇ ଯିବ ନାହିଁ ତ ? Go Back Andhra ସ୍ଲୋଗାନ କେବଳ ଭୋଟ ହାତେଇବା ପାଇଁ ନିର୍ବାଚନୀ ହଟଚମଟ ଥିଲା କି ? ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

କୋଟିଆ ଉପରେ ଓଡିଶାର ସାର୍ବଭୌମତ୍ୱ ବଜାୟ ରଖିବା ସହିତ ଓଡିଶାର ଆଞ୍ଚଳିକ ଅଖଣ୍ଡତାର ସୁରକ୍ଷା ପାଇଁ ରାଜ୍ୟ ସରକାର ନିର୍ଣ୍ଣୟାତ୍ମକ ପଦକ୍ଷେପ ନେବା ପାଇଁ ଶ୍ରୀ ପଟ୍ଟନାୟକ ତାଙ୍କ ପତ୍ରରେ ଦୃଢ ଦାବୀ କରିଛନ୍ତି ।

Previous Post

ଚର୍ଚ୍ଚାରେ ନୂଆ ରାଜ୍ୟପାଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA