Monday, October 19, 2026 04:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଚର୍ଚ୍ଚାରେ ନୂଆ ରାଜ୍ୟପାଳ

ଚହଳ ପକାଇଲା ଗହଳ କଥା

by Samar Pradhan
18 Oct, 2026- 01:14 PM
in Latest News, News
1 min read
0
ଚର୍ଚ୍ଚାରେ ନୂଆ ରାଜ୍ୟପାଳ

ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ଭାବେ ଆଜି ଶପଥ ନେଇଛନ୍ତି ବ୍ରଜମୋହନ ରାମ । ଲୋକଭବନରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି ହରିଶ୍ ଟଣ୍ଡନ । ଏହି ଉତ୍ସବରେ କେବଳ ଝାଡ଼ଖଣ୍ଡରୁ ପାଖାପାଖି ୩୦୦ ଅତିଥି ଯୋଗଦେଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ରାଜ୍ୟପାଳଙ୍କ ପରିଜନ, ବନ୍ଧୁବାନ୍ଧବ ଏବଂ ସମର୍ଥକ । ଏହା ନୂଆ ରାଜ୍ୟପାଳଙ୍କୁ ବେଶ୍ ଚର୍ଚ୍ଚିତ କରିଛି । ଏଇ ଗୋଟିଏ ଚର୍ଚ୍ଚା ନୁହେଁ, ନିଯୁକ୍ତି ଘୋଷଣାଠାରୁ ଶପଥ ଗ୍ରହଣ ମାତ୍ର ୫ ଦିନରେ ତାଙ୍କୁ ନେଇ ୫୦ ଚର୍ଚ୍ଚା ହେଲାଣି ।

ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ବ୍ରଜମୋହନ ରାମଙ୍କ ନିଯୁକ୍ତି ୧୨ ତାରିଖ ସୋମବାର ସଂଧ୍ୟାରେ ରାଷ୍ଟ୍ରପତି ଭବନରୁ ଘୋଷଣା ହୋଇଥିଲା । ଡ. ହରିବାବୁ କମ୍ବମପଟିଙ୍କ ୨୧ ମାସର କାର୍ଯ୍ୟକାଳର ଅଚାନକ ପରିସମାପ୍ତି ସମସ୍ତଙ୍କୁ ଚକିତ କରିଦେଲା । ଦିଲ୍ଲୀରୁ ଘୋଷଣା ବେଳେ ଭୁବନେଶ୍ୱରରେ ଉପସ୍ଥିତ ଥିଲେ ଓଡ଼ିଶା ବିଜେପି ସଂଗଠନ ଦେଖାଶୁଣା ଦାୟିତ୍ୱ ପାଇଥିବା ଦଳର ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସମ୍ପାଦକ(ସଂଗଠନ) ସୌଦାନ ସିଂହ ।

ଦିନ ତମାମ ଦଳର ରାଜ୍ୟ କାର୍ଯ୍ୟାଳୟରେ ବସି ସେ ସରକାର ଓ ସଂଗଠନ ଭିତରେ ସମନ୍ୱୟ ଆଣିବାର ରଣନୀତି ପ୍ରସ୍ତୁତ କରୁଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବହୁ ମନ୍ତ୍ରୀ ଓ କାର୍ଯ୍ୟକର୍ତ୍ତାଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିଥିଲେ । ଆଗକୁ କିଛି ଗୋଟେ ଘଟୁଛି ବୋଲି ବାହାରେ ଚର୍ଚ୍ଚା ଚାଲିଲା । ଠିକ୍ ଏହି ସମୟରେ ଆସିଲା ଝାଡ଼ଖଣ୍ଡର ଦଳିତ ନେତା ବ୍ରଜମୋହନଙ୍କ ନିଯୁକ୍ତି ପତ୍ର ।

ପରଦିନ ଗଣମାଧ୍ୟମରେ ବ୍ରଜମୋହନଙ୍କ ପ୍ରତିକ୍ରିୟା ଆସିଥିଲା । ରାଜ୍ୟପାଳ ନିଯୁକ୍ତି ଖବରରେ ଆତ୍ମବିଭୋର ହୋଇଥିବାରୁ ସମ୍ଭବତଃ ମନଖୋଲି ଗପିଦେଲେ । କହିଥିଲେ, ଝାଡ଼ଖଣ୍ଡରେ ଏସସି ମୋର୍ଚ୍ଚାକୁ ସକ୍ରିୟ କରି ଦଳିତ ଭୋଟରଙ୍କୁ ବିଜେପି ସହ ଯେମିତି ଯୋଡୁଥିଲେ ଓଡ଼ିଶାରେ ସେମିତି କରିବେ । ବିଜେପି ସପକ୍ଷରେ କିଭଳି ଭୋଟ ଆସିବ ଚିନ୍ତା କରିବେ ।

ଜଣେ ନବନିଯୁକ୍ତ ରାଜ୍ୟପାଳଙ୍କ ଏଭଳି ବୟାନ ସମସ୍ତଙ୍କୁ ଆଚମ୍ବିତ କଲା । ଏକ ରାଜ୍ୟର ସାମ୍ବିଧାନିକ ମୁଖ୍ୟ ଭାବେ ତାଙ୍କର ବିଚାରଧାରାକୁ ପ୍ରବଳ ସମାଲୋଚନା କରାଗଲା । ଏମିତି ବି କୁହାଗଲା ଯେ ତାଙ୍କୁ ଯାହା ହୁକୁମ ମିଳିଛି ତାହା ତାଙ୍କ ମନରୁ ଆପେ ବାହାରିଯାଇଛି । ଜାତୀୟ ଗଣମାଧ୍ୟମରେ ଏହା ଚର୍ଚ୍ଚା ହେଲା ପରେ ବ୍ରଜମୋହନ ତାଙ୍କ ମନ୍ତବ୍ୟକୁ ଫୋପାଡ଼ି ଦେଇଥିଲେ । ଯାହା କହିଥିଲେ ତାକୁ ବିଲକୁଲ୍ ମାନିଲେ ନାହିଁ । ତାଙ୍କ ପୂର୍ବ ମନ୍ତବ୍ୟକୁ ଭୁଲ୍ ଭାବରେ ଉପସ୍ଥାପିତ କରାଯାଇଛି ବୋଲି ସ୍ତାବକମାନେ ଲଜ୍ଜାହୀନ ପ୍ରଚାର କରିଥିଲେ ।

ସେହି ବିବାଦ ଓ ଚର୍ଚ୍ଚାର ଅବସାନ ନ ହେଉଣୁ ନବନିଯୁକ୍ତ ରାଜ୍ୟପାଳଙ୍କ ବିଶାଳ ପଟୁଆରକୁ ନେଇ ରୋଚକ ଚର୍ଚ୍ଚା ସୋସିଆଲ୍ ମିଡିଆରେ ଛାଇ ହୋଇଯାଇଛି । ୧୭ ତାରିଖ ଶୁକ୍ରବାର ଦିନ ବ୍ରଜମୋହନ ଓଡ଼ିଶାରେ ପଦାର୍ପଣ କରିଥିଲେ । ତାଙ୍କର ଶପଥ ଗ୍ରହଣ ସମାରୋହକୁ ସ୍ୱଚକ୍ଷୁରେ ଦେଖିବା ପାଇଁ ସାଙ୍ଗରେ ନେଇ ଆସିଛନ୍ତି ପ୍ରାୟ ୩୦୦ ପରିଜନ, ବନ୍ଧୁବାନ୍ଧବ ଏବଂ ସମର୍ଥକ ।

ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ଅତିଥି ଭାବେ ସେମାନଙ୍କ ଯାତାୟତ ଏବଂ ରହଣୀ ବନ୍ଦୋବସ୍ତ ହୋଇଛି । ଲୋକଭବନ ସମେତ ରାଜଧାନୀର ବିଭିନ୍ନ ହୋଟେଲରେ ସେମାନଙ୍କ ପାଇଁ ରହଣୀ ବ୍ୟବସ୍ଥା କରାଯାଇଛି । ଝାଡ଼ଖଣ୍ଡରୁ ଆସିଥିବା ଏହି ବିଶାଳ ପଟୁଆର ଗତକାଲି ବ୍ରଜମୋହନଙ୍କ ସହ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଆଜି ଲୋକଭବନର ଅଭିଷେକ ହଲ୍ ରେ ବସି ଶପଥ ଗ୍ରହଣ ସମାରୋହ ଉପଭୋଗ କରିଛନ୍ତି । ଆସନ୍ତାକାଲି ୧୯ ତାରିଖ ପର୍ଯ୍ୟନ୍ତ ସେମାନେ ଭୁବନେଶ୍ୱରରେ ସରକାରଙ୍କ ଅତିଥି ହୋଇ ରହିବେ । ରାଜ୍ୟ ସରକାରଙ୍କ ତହବିଲରୁ ସେମାନଙ୍କ ଖର୍ଚ୍ଚ ବହନ କରାଯିବ ।

ଖାଲି ସେତିକି ନୁହେଁ, ନୂଆ ରାଜ୍ୟପାଳଙ୍କୁ ସ୍ୱାଗତ କରିବା ପାଇଁ ରାଜଧାନୀ ସହର ଯାକ ହୋର୍ଡିଂରେ ଛାଇ ହୋଇଯାଇଛି । ସେଥିପାଇଁ ରାଜ୍ୟ ସରକାର ପ୍ରବଳ ଅର୍ଥ କରିଛନ୍ତି । ଯାହା ସାଧାରଣ ଜନତାଙ୍କ ଟିକସ ଅର୍ଥ । ରାଜ୍ୟପାଳଙ୍କ ପାଇଁ ଏଭଳି ଆଡମ୍ବରପୂର୍ଣ୍ଣ ସମ୍ବର୍ଦ୍ଧନା ଏବଂ ବ୍ୟୟବହୁଳ ଶପଥ ଗ୍ରହଣ କାର୍ଯ୍ୟକ୍ରମ ପୂର୍ବରୁ ଦେଖାଯାଇ ନ ଥିଲା ବୋଲି କୁହାଯାଉଛି ।

ଜଣେ ରାଜ୍ୟପାଳ ଶପଥ ଗ୍ରହଣ ପାଇଁ ୩୦୦ ଅତିଥି ଧରି ଆସିବାର ଆବଶ୍ୟକତାକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି । ନିଜକୁ ସରଳ, ସାଦାସିଧା ବୋଲାଉଥିବା ତଥାକଥିତ ରାଜନେତା ଏବଂ “ଲୋକଙ୍କ ସରକାର’ଙ୍କ କ୍ଷେତ୍ରରେ ଏହା ରାଜ୍ୟବାସୀଙ୍କୁ ଉପହାସ ସଦୃଶ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ସୂଚନାଥାଉକି, ପୂର୍ବରୁ ଝାଡ଼ଖଣ୍ଡର ବିଜେପି ନେତା ରଘୁବର ଦାସ ଓଡ଼ିଶାର ରାଜ୍ୟପାଳ ଥିଲା ବେଳେ ପୁରୀ ରାଜଭବନରେ ତାଙ୍କ ପୁଅ ଓ ଝାଡ଼ଖଣ୍ଡୀ ସାଙ୍ଗମାନେ ମଦ ପିଇ ଜଣେ ଓଡ଼ିଆ ଅଧିକାରୀଙ୍କୁ ନିର୍ଘାତ ପିଟିଥିଲେ । ସେତିକିରେ ତାଙ୍କର ମନ ଶାନ୍ତ ହୋଇ ନ ଥିଲା । ଜୋତାରେ ଛେପ ପକାଇ ସେଇ ଅଧିକାରୀଙ୍କୁ ଚଟାଇଥିଲେ ରଘୁବରଙ୍କ ପୁଅ ।

ମାଡ଼ ଖାଇଥିବା ଅଧିକାରୀଙ୍କ ପତ୍ନୀ ପୁଲିସରେ ଏତଲା ଦେଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ପୁରୀ ଜିଲ୍ଲାପାଳ ଏହାର ତଦନ୍ତ କରୁଛନ୍ତି ଏବଂ ୧୫ ଦିନରେ ତଦନ୍ତ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବୟାନ ଦେଇଥିଲେ । ଅଢ଼େଇ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ଓଡ଼ିଆ ଅସ୍ମିତାର ଧଜିଆ ଉଡ଼ିଲା ।

Previous Post

ନବୀନ ନିବାସରେ ଛାତ୍ରନେତାଙ୍କ ଭିଡ଼

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA