Sunday, November 1, 2026 09:56 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଅର୍ଣ୍ଣବ’ ମୁକାବିଲାରେ ଫେଲ୍!

ପ୍ରଳୟକୁ ଡାକି ଆଣିଲେ!!

by Samar Pradhan
30 Oct, 2026- 08:54 PM
in Latest News, News
1 min read
0
‘ଅର୍ଣ୍ଣବ’ ମୁକାବିଲାରେ ଫେଲ୍!

ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ର ମୁକାବିଲା ପାଇଁ ରାଜ୍ୟ ସରକାର ରାତି ଉଜାଗର ରହି ପ୍ରସ୍ତୁତି କରିଥିଲେ । ଲ୍ୟାଣ୍ଡଫଲ୍ ଦିନକ ଆଗରୁ ଅଧା ଓଡ଼ିଶାରେ ତୁହାକୁ ତୁହା ବର୍ଷା ଚାଲିଥିବା ବେଳେ ରାଜୀବ ଭବନର ଡିଜାଷ୍ଟାର୍ ୱାର୍ ରୁମ୍ ରେ ବସିଥିଲା ତୁହାକୁ ତୁହା ବୈଠକ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କୁ ଖାଇବାକୁ ତର ନ ଥିଲା । ସମୀକ୍ଷା ପରେ ସମୀକ୍ଷା ବୈଠକ କରୁଥିଲେ ଏବଂ ଗଣମାଧ୍ୟମକୁ ସୂଚନା ଦେଇ ଚାଲିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କର ଭୀଷଣ କାର୍ଯ୍ୟବ୍ୟସ୍ତତାରୁ ସମୟ ବାହାର କରି ଏହା ଉପରେ ନଜର ରଖିଥିଲେ ।

ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୮ ମନ୍ତ୍ରୀ ଏବଂ ୫ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଇଲାକାକୁ ପଠାଯାଇଥିଲା । ସଂପୃକ୍ତ ଜିଲ୍ଲାରେ ଲୋକଙ୍କୁ ସୁରକ୍ଷିତ ଜାଗାକୁ ନେବା ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ତଦାରଖ କରିବା ଦାୟିତ୍ୱ ସେମାନଙ୍କ ଉପରେ ନ୍ୟସ୍ତ ଥିଲା । ଆନ୍ଧ୍ର ଉପକୂଳରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବ ବୋଲି ସ୍ପଷ୍ଟ ଥିବାରୁ ଏହାର ଝଟକାରୁ ଓଡ଼ିଶାବାସୀଙ୍କୁ ରକ୍ଷା କରିବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଇଥିଲେ । ବର୍ଷା ହୋଇ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ରାଜ୍ୟବାସୀଙ୍କୁ ଜଣାଇ ଦେଇଥିଲେ । ବାତ୍ୟା ଓ ବର୍ଷା ଯୋଗୁଁ କେବଳ କୋରାପୁଟ ଏବଂ ମାଲକାନଗିରିରେ ବେଶୀ କ୍ଷତି ହେବ ବୋଲି ସରକାର ଆକଳନ କରିଥିଲେ ।

ମାତ୍ର ସବୁ ପୂର୍ବାନୁମାନ, ପ୍ରସ୍ତୁତିକୁ ଚଟକଣି ମାରିଛି ‘ଅର୍ଣ୍ଣବ’ ଆଣିଥିବା ଭୀଷଣ ବର୍ଷା । ଅବିଶ୍ରାନ୍ତ ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଓ ଗଜପତିରେ ଜଳପ୍ରଳୟ ସୃଷ୍ଟି ହୋଇ ଛାରଖାର କରିଦେଇଛି । କେବଳ ଋଷିକୁଲ୍ୟା ନଦୀର ଉଛୁଳା ଜଳ ଗଞ୍ଜାମ ଜିଲ୍ଲାରେ ପ୍ରଳୟ ସୃଷ୍ଟି କରିଛି । ଅଧା ସହର ଓ ଗାଁ ଗଣ୍ଡାକୁ ବୁଡ଼ାଇ ଦେଇଛି ବନ୍ୟାଜଳ । ଛତ୍ରପୁର, ବ୍ରହ୍ମପୁର, ସାନଖେମୁଣ୍ଡି, ପାତ୍ରପୁର, ଚିକିଟି, ଆସିକା, ଶେରଗଡ଼, ସୋରଡ଼ା, ଧରାକୋଟ, ଭଞ୍ଜନଗର, ବେଲଗୁଣ୍ଠା ସହର ଏବଂ ଗାଁ ଗଣ୍ଡା ବନ୍ୟାଜଳରେ ଉବୁଟୁବୁ ହେଉଛି । ଲକ୍ଷ ଲକ୍ଷ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ।

ଏମିତି ଅବସ୍ଥା ଯେ ସେମାନଙ୍କୁ ଉଦ୍ଧାର କରିବାଚୁ ଯାଉଥିବା ଓଡ୍ରାଫ୍ ଏବଂ ଏନଡିଆରଏଫ୍ ଟିମ୍ ପାଣି ପିଉଛନ୍ତି । ଗଜପତି ଜିଲ୍ଲାରେ ବି ଅନୁରୂପ ଅବସ୍ଥା । ମହେନ୍ଦ୍ରତନୟା ଉଛୁଳିବାରୁ ନଦୀ ତଟବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରବଳ ବର୍ଷା ଯୋଗୁଁ କିଲୋମିଟର କିଲୋମିଟର ବ୍ୟାପୀ ରାସ୍ତାଘାଟ ଖାଲଖମା ହୋଇଯାଇଛି । ମୁଖ୍ୟ ରାସ୍ତାଗୁଡ଼ିକରେ ଗମନାଗମନ ବନ୍ଦ ହୋଇଯାଇଛି ।

ଆହୁରି ଭୟଙ୍କର ହୋଇଛି ଭୂସ୍ଖଳନ । ବିଭିନ୍ନ ଜିଲ୍ଲାର ୧୩ଟି ସ୍ଥାନରେ ଭୂସ୍ଖଳନ ଘଟିଛି । ବଡ଼ ପଥର ଓ ଅତଡ଼ା ରାସ୍ତାରେ ପଡ଼ି ଅବରୋଧ କରିଛି । ଭୂସ୍ଖଳନ ଯୋଗୁଁ କନ୍ଧମାଳ ଜିଲ୍ଲାରେ ଗୋଟିଏ ପରିବାରର ବାପା, ମାଆ ଏବଂ ସେମାନଙ୍କର ୯ ମାସର ଶିଶୁର ମୃତୁ୍ୟ ହୋଇଛି । ରାଇକିଆ ବ୍ଲକ୍ ର ଡାଙ୍ଗେସି ଗାଁରେ ଏହି ହୃଦୟ ବିଦାରକ ଘଟଣା ଘଟିଛି । ସେଥିରେ ପରିବାରର ଅନ୍ୟ ଦୁଇଜଣ ରକ୍ଷା ପାଇଯାଇଛନ୍ତି । ଗଞ୍ଜାମ ସୀମାନ୍ତରେ ଗାଙ୍ଗୁବାଲି ପାହାଡ଼ରେ ଭୂସ୍ଖଳନ ଘଟିଛି । ସେଠାରୁ ୧୩ ଜଣ ନିଖୋଜ ହୋଇଯାଇଛନ୍ତି । ବିଭିନ୍ନ ଜାଗାରୁ ଏଭଳି ପାଖାପାଖି ୩୦ ଜଣ ନିଖୋଜ ରହିଥିବା ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି । 

କୁହାଯାଉଛି, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷାର ସଠିକ୍ ଆକଳନ ହୋଇଥିଲେ ହୁଏତ ଏଭଳି ଅବସ୍ଥା ହୋଇ ନ ଥାନ୍ତା । ସବୁଠାରୁ ବେଶୀ ବିପର୍ଯ୍ୟୟ ଘଟାଇଥିବା ଋଷିକୂଲ୍ୟା ନଦୀରେ ବନ୍ୟାଜଳ ପରିଚାଳନା ସମ୍ଭବତଃ ସଠିକ୍ ହୋଇପାରିଥାନ୍ତା । ଅନ୍ୟାନ୍ୟ ନଦୀ ଏବଂ ଜଳଭଣ୍ଡାରଗୁଡ଼ିକରେ ଜଳ ପରିଚାଳନା ତଦନୁଯାୟୀ ହୋଇଥାନ୍ତା ।

ମାତ୍ର ଅର୍ଣ୍ଣବର ପ୍ରଭାବରେ ଛତିଶଗଡ଼ରେ ବର୍ଷା ହେବ ବୋଲି ଆକଳନ କରାଯାଇ ହୀରାକୁଦ ଜଳଭଣ୍ଡାର ପରିଚାଳନାକୁ କେବଳ ଗୁରୁତ୍ୱ ଦିଆଯାଇଥିଲା । ଅନ୍ୟ ଜାଗାରେ ବର୍ଷାର ପ୍ରକୋପ କି ଜଳଭଣ୍ଡାରରୁ ଜଳ ନିଷ୍କାସନ କଥା ଚିନ୍ତା କରାଗଲା ନାହିଁ । କେବଳ କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବାତ୍ୟା ପବନରୁ ରକ୍ଷା ଉପରେ ଧ୍ୟାନ ଅଟକି ରହିଲା ।

ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବନ୍ୟା ପରିସ୍ଥିତି ପାଇଁ ସରକାରଙ୍କୁ ଦାୟୀ କରିଛି ବିଜେଡି । ବାତ୍ୟା ଓ ବନ୍ୟା ମୁକାବିଲାରେ ସରକାରଙ୍କ ଅପାରଗତାକୁ ଏହା ପଦାରେ ପକାଇଛି ବୋଲି ଦୁଇ ବରିଷ୍ଠ ନେତା ଶ୍ରୀମତୀ ପ୍ରମିଳା ମଲ୍ଲିକ ଏବଂ ପ୍ରତାପ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି । ସେହିଭଳି, ବନ୍ୟାଜଳରୁ ଲୋକମାନଙ୍କ ସୁରକ୍ଷା ଓ ସୁବିଧା ଯୋଗାଇଦେବା ସରକାରଙ୍କ ସବୁଠୁ ଅଧିକ ପ୍ରାଥମିକତା ବୋଲି ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ କହିଛନ୍ତି ।

ବର୍ଷା ଆକଳନରେ ଭୁଲ୍ ହୋଇଥିବା ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରୋକ୍ଷରେ ସ୍ୱୀକାର କରିଛନ୍ତି । ଅର୍ଣ୍ଣବ ମୁକାବିଲା ପାଇଁ ପୂର୍ବରୁ ପ୍ରସ୍ତୁତି କରିଥିଲୁ । ବାତ୍ୟା ପ୍ରଭାବରେ ମାଲକାନଗିରିରେ ଅଧିକ କ୍ଷତି ହେବ ବୋଲି ଭାବିଥିଲୁ । ହେଲେ ବାତ୍ୟା ପ୍ରଭାବରେ ବର୍ଷା, ବନ୍ୟା ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ପ୍ରବଳ କ୍ଷତି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

୪୩ ହଜାର ବନ୍ୟା ପ୍ରଭାବିତ

ବାତ୍ୟା ‘ଅର୍ଣ୍ଣବ’ ଜନିତ ଭୟଙ୍କର ବର୍ଷାରେ ଗଞ୍ଜାମ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଗଜପତି ଓ କନ୍ଧମାଳ ଜିଲ୍ଲା ମଧ୍ୟ ପ୍ରଭାବିତ ହୋଇଛି । ଗଞ୍ଜାମରେ ସର୍ବାଧିକ ୨୨ ବ୍ଲକ୍ ପ୍ରଭାବିତ ହୋଇଛି । ୭୨ଟି ଗାଁ ପ୍ରଭାବିତ ହୋଇଥିବା ବେଳେ ୯ଟି ଗାଁ ବିଶେଷ ପ୍ରଭାବିତ ହୋଇଛି । ମୋଟ ୪୩ ହଜାର ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବା ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ସେଥିମଧ୍ୟରୁ ୨୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୩୫୨ ରିଲିଫ ସେଣ୍ଟରରେ ରଖାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ଆଜି ଆକାଶମାର୍ଗରୁ ଗଞ୍ଜାମ ଓ ଗଜପତି ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ବିପର୍ଯ୍ୟସ୍ତ ରାସ୍ତାଘାଟର ପୁନରୁଦ୍ଧାର, ବିଦ୍ୟୁତ ସରବରାହ ସ୍ୱାଭାବିକ କରିବା ଏବଂ ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିପତ୍ତି ସମୟରେ ରାଜ୍ୟବାସୀଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ମୋର ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍ କରିଛନ୍ତି ।

ଗଞ୍ଜାମ ଜିଲ୍ଲାପାଳଙ୍କ ସହ କଥାହେଲେ ନବୀନ

ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଆଜି ଟେଲିଫୋନ ଯୋଗେ ଗଞ୍ଜାମ ଜିଲ୍ଲାପାଳଙ୍କଠାରୁ ହିଞ୍ଜିଳି ଓ ଶେରଗଡ଼ ସମେତ ସମଗ୍ର ଜିଲ୍ଳାର ବନ୍ୟା ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି । ବିପନ୍ନ ଲୋକଙ୍କ ଉଦ୍ଧାର ଓ ରିଲିଫ ସମ୍ପର୍କରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳ ଅବଗତ କରିଥିଲେ। ଅର୍ଣ୍ଣବ ବାତ୍ୟାଜନିତ ଏହି ଅଭୁତପୁର୍ବ ବନ୍ୟା ଯୋଗୁଁ ଗଞ୍ଜାମ ବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏଥିପାଇଁ ଦୁଃଖ ପ୍ରକାଶ କରିବା ସହ ବିପନ୍ନ ଲୋକଙ୍କ ନିକଟରେ ତୁରନ୍ତ ଆବଶ୍ୟକ ରିଲିଫ ଓ ଅନ୍ୟ ସହାୟତା ଯୋଗାଇ ଦେବା ପାଇଁ ନବୀନ ପରାମର୍ଶ ଦେଇଛନ୍ତି।

ଗଞ୍ଜାମ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳକୁ ଗଞ୍ଜାମ ପଠାଇଛନ୍ତି । ଏହି ପ୍ରତିନିଧି ଦଳରେ ପ୍ରତାପ ଜେନା, ଶ୍ରୀମତୀ ଟୁକୁନି ସାହୁ, ବିକ୍ରମ ପଣ୍ଡା, ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଚନ୍ଦ୍ର ଶେଖର ସାହୁ, ଭୃଗୁ ବକ୍ସିପାତ୍ର, ଚିନ୍ମୟ ସାହୁ, ଶ୍ରୀମତୀ ରଂଜିତା ସାହୁ ଓ ଶ୍ରୀମତୀ ସଂଘମିତ୍ରା ଦଳେଇ ଯାଇଛନ୍ତି। ଏହି ପ୍ରତିନିଧି ଦଳ ଆଜି ଓ ଆସନ୍ତା କାଲି ଦୁଇ ଦିନ ଧରି ଗଞ୍ଜାମ ଗସ୍ତ କରି ବିପନ୍ନ ଲୋକଙ୍କୁ ଭେଟିଵା ସହ କ୍ଷୟକ୍ଷତି ଆକଳନ କରିବ । ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଆରଡିସି ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବ। ପରେ କମିଟି ବିରୋଧୀଦଳ ନେତାଙ୍କୁ ଭେଟି ତାର ରିପୋର୍ଟ ପ୍ରଦାନ କରିବ। ଏହି ଦୁଃଖ ସମୟରେ ଲୋକଙ୍କ ସହ ରହିବା ଓ ସେମାନଙ୍କ ସେବା କରିବା ପାଇଁ ନବୀନ ବିଜେଡି କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି।

Previous Post

ଓଡିଟେକ ବିଲ୍ଡର୍ସ ସମ୍ପତ୍ତି ନିଲାମ ଡାକିଲା ବ୍ୟାଙ୍କ୍

Next Post

ମାଟି ତଳେ ୧୨ ଜୀବନ !

Next Post
ମାଟି ତଳେ ୧୨ ଜୀବନ !

ମାଟି ତଳେ ୧୨ ଜୀବନ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA