Thursday, November 5, 2026 07:59 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆନ୍ଧ୍ର ପାଖରେ ଆତ୍ମସମର୍ପଣ: ବିଜେଡି

by Our Correspondent
04 Nov, 2026- 08:34 PM
in Latest News, News
1 min read
0
ଆନ୍ଧ୍ର ପାଖରେ ଆତ୍ମସମର୍ପଣ: ବିଜେଡି

ଭୁବନେଶ୍ୱର: କୋଟିଆରେ ନିର୍ବାଚନ କରିବାକୁ ପ୍ରୟାସ ଜାରି ରଖିଛି ଆନ୍ଧ୍ର । ଲୋକଙ୍କୁ ପ୍ରଲୋଭିତ କରି ଭୋଟ ହାତେଇବାକୁ ବସିଛି ଆନ୍ଧ୍ର । ନିଜ ଦାୟିତ୍ୱ ନିର୍ବାହ ନ କରି କୋର୍ଟ ଯାଇଛୁ କହି ସୀମା ବିବାଦ ପ୍ରସଙ୍ଗକୁ ଏଡ଼ାଇ ଯାଉଛନ୍ତି ରାଜ୍ୟ ସରକାର । ନିଜର ଅସହାୟତା ପ୍ରକାଶ କରି ରାଜ୍ୟ ସରକାର ଆନ୍ଧ୍ର ସରକାର ପାଖରେ ନିଜକୁ ଆତ୍ମସମର୍ପଣ କରିଥିବାରୁ କଡ଼ା ନିନ୍ଦା କରିଛି ବିଜେଡି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଡବଲ ଇଞ୍ଜିନ ସରକାରଙ୍କ ବିଫଳତା ଯୋଗୁଁ ଓଡିଶା ସୀମାରେ ଆନ୍ଧ୍ର ସରକାର ଅନୁପ୍ରବେଶ କରୁଛନ୍ତି । ସୀମା ବିବାଦର ସମାଧାନ ପାଇଁ ବିଜେପି ସରକାରଙ୍କ ଆନ୍ତରିକତା ନାହିଁ । ଯେଉଁଥି ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ନିଜ ଦାୟିତ୍ୱ ନିର୍ବାହ ନ କରି ସୀମା ବିବାଦ ପ୍ରସଙ୍ଗକୁ ଏଡ଼ାଇ ଯାଉଛନ୍ତି ରାଜ୍ୟ ସରକାର । ନିର୍ବାଚନ ସମୟରେ ସୀମା ବିବାଦକୁ ନେଇ ବିଜେପି ଦେଇଥିବା ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣତ । ଟ୍ରିପଲ ଇଞ୍ଜିନ ସରକାର ଥାଇ ମଧ୍ୟ ସୀମା ବିବାଦର ସମାଧାନ ନ ହେବା ଅତ୍ୟନ୍ତ ଲଜ୍ଜାଜନକ । ସରକାର ଓଡ଼ିଶାର ସ୍ୱାର୍ଥକୁ ଭୁଲି ଆନ୍ଧ୍ର ସ୍ୱାର୍ଥକୁ ଗୁରୁତ୍ୱ ଦେଉଛନ୍ତି । ଯାହା ଫଳରେ ଓଡ଼ିଶାବାସୀ ବାରମ୍ବାର ଉପେକ୍ଷିତ ହେଉଛନ୍ତି । ରାଜନୀତିରୁ ଊଦ୍ଧ୍ୱର୍ରେ ରହି ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ସୀମା ବିବାଦର ସମାଧାନ କରିବା ସହିତ ଆନ୍ଧ୍ରର ନିର୍ବାଚନ ପଣ୍ଡ କରିବା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ।

ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ,ସୀମା ବିବାଦକୁ ନେଇ ବିଜେଡି ସରକାର ସମୟରେ ସୁପ୍ରିମକୋର୍ଟରେ ମାମଲା ରୁଜୁ କରାଯାଇଥିଲା । ସୀମା ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟ ରାୟ ପ୍ରକାଶ କରିଥିଲେ ସୁଦ୍ଧା କେନ୍ଦ୍ର ସରକାର ତାହା ପାଳନ କରିଲେ ନାହିଁ । ବର୍ତ୍ତମାନ ଓଡ଼ିଶା ଓ ଆନ୍ଧ୍ର ସମେତ କେନ୍ଦ୍ରରେ ବିଜେପି ସରକାର ଥିବାବେଳେ ସୀମା ବିବାଦ ସମାଧାନ ନ ହେବା ଅତ୍ୟନ୍ତ ନିନ୍ଦନୀୟ । ଆନ୍ଧ୍ର କେବଳ କୋଟିଆ ନୁହେଁ, ଏବେ ମାଲକାନଗିରି ଜିଲ୍ଲା ଉପରେ ଦୃଷ୍ଟି ପକେଇଛି । କିନ୍ତୁ ବର୍ତ୍ତମାନର ସରକାର କେବଳ ଦେଖଣାହାରୀ ସାଜିଛନ୍ତି । ରାଜ୍ୟ ସରକାର କୋଟିଆ ସମେତ ଅନ୍ୟ ବିବାଦୀୟ ସ୍ଥାନରେ ତୁରନ୍ତ ଦୃଷ୍ଟି ଦିଅନ୍ତୁ । ସୀମାକୁ ସିଲ୍ କରି ଆନ୍ଧ୍ରର ଅନୁପ୍ରବେଶକୁ ବନ୍ଦ କରିବା ସହିତ ନିର୍ବାଚନକୁ ପଣ୍ଡ କରନ୍ତୁ ।

Previous Post

ମୋହନଙ୍କୁ ନବୀନଙ୍କ ‘କୋଟିଆ’ ଚିଠି-୨

Next Post

ଅନୁଦାନପ୍ରାପ୍ତ ଅଧ୍ୟକ୍ଷ ପାଇବେ ପ୍ରୋତ୍ସାହନ ରାଶି

Next Post
ଅନୁଦାନପ୍ରାପ୍ତ ଅଧ୍ୟକ୍ଷ ପାଇବେ ପ୍ରୋତ୍ସାହନ ରାଶି

ଅନୁଦାନପ୍ରାପ୍ତ ଅଧ୍ୟକ୍ଷ ପାଇବେ ପ୍ରୋତ୍ସାହନ ରାଶି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA