Wednesday, November 11, 2026 12:26 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଗଞ୍ଜାମ ବନ୍ୟା ମଣିଷକୃତ

ମୋହନଙ୍କୁ ନବୀନଙ୍କ ଚିଠି

by Our Correspondent
10 Nov, 2026- 09:38 PM
in Latest News, News
1 min read
0
ଗଞ୍ଜାମ ବନ୍ୟା ମଣିଷକୃତ

ଭୁବନେଶ୍ୱର: ଗଞ୍ଜାମ ବନ୍ୟା ମଣିଷକୃତ ବୋଲି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି । କେବେ ଘଟି ନ ଥିବା ବନ୍ୟା ସ୍ଥିତିର ସାମ୍ନା କରୁଥିବା ଗଞ୍ଜାମବାସୀଙ୍କ ପାଇଁ ତୁରନ୍ତ ରିଲିଫ୍ ଓ ପୁନର୍ବାସ ପଦକ୍ଷେପ ଗ୍ରହଣ ସହ ମଣିଷକୃତ ଦୁର୍ଦ୍ଦଶାର ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବାକୁ ଚିଠିରେ ଲେଖିଛନ୍ତି ।

ନବୀନ ଲେଖିଛନ୍ତି, ଗଞ୍ଜାମରେ ଏହି ମାନବକୃତ ବନ୍ୟା ସାଧାରଣ ଭିତ୍ତିଭୂମିକୁ ବହୁଳ କ୍ଷତି ପହଞ୍ଚାଇବା ସହ ବ୍ୟାପକ ଫସଲ ନଷ୍ଟ, ଜୀବନହାନୀ ସହ ଜୀବିକା ନଷ୍ଟ କରିଛି। ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଗଞ୍ଜାମ ଜିଲ୍ଲାର ବିକାଶ ଅନେକ ବର୍ଷ ପଛକୁ ଚାଲିଯାଇଛି; ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ଭାରତୀୟ ପାଣିପାଗ ବିଭାଗର ଆଗୁଆ ସତର୍କ ସୂଚନା ସତ୍ତ୍ୱେ ଗଞ୍ଜାମରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ନଥିଲେ। ଗଞ୍ଜାମ ପାଇଁ ଆବଶ୍ୟକ ପ୍ରସ୍ତୁତିର ଅଭାବ ଥିବା କଥା ସରକାର ନିଜେ ମଧ୍ୟ ସ୍ୱୀକାର କରିଛନ୍ତି। ଯଦି ଆଗୁଆ ସତର୍କ ସୂଚନା ଆଧାରରେ କର୍ତ୍ତୃପକ୍ଷ ତୁରନ୍ତ ଓ ଦୃଢ଼ ପଦକ୍ଷେପ ନେଇଥାନ୍ତେ, ତେବେ ଗଞ୍ଜାମବାସୀଙ୍କ ଅନେକ ଦୁର୍ଦ୍ଦଶାକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା।

ଡ୍ୟାମ୍‌ର ଗେଟ୍ ଖୋଲିବା ପୂର୍ବରୁ ଲୋକମାନଙ୍କୁ ଆବଶ୍ୟକୀୟ ଆଗୁଆ ସତର୍କ ସୂଚନା ଦିଆଯାଇନଥିବା ନେଇ ମଧ୍ୟ ଲୋକେ କହୁଛନ୍ତି। ଏଭଳି ଚରମ ଅବହେଳା ଓ ମାନବକୃତ ଦୁର୍ଦ୍ଦଶା, ସରକାରଙ୍କ ଦାୟିତ୍ୱବୋଧକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି। ଏହି ଗୁରୁତର ତ୍ରୁଟି ପାଇଁ ଦାୟୀ ବ୍ୟକ୍ତିମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଲୋକମାନେ ଦାବି କରୁଛନ୍ତି।

ଗଞ୍ଜାମ ଗସ୍ତ ସମୟରେ ଅଞ୍ଚଳବାସୀଙ୍କ ଦୁର୍ଦ୍ଦଶା ଓ ଗୁରୁତର ସମସ୍ୟା ସମ୍ପର୍କରେ ମୁଁ ଅନେକ ଅଭିଯୋଗପତ୍ର ଗ୍ରହଣ କରିଥିଲି। ତୁରନ୍ତ ପଦକ୍ଷେପ ନେବା ପାଇଁ ମୁଁ ସେହି ଅଭିଯୋଗପତ୍ରଗୁଡ଼ିକୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିକଟକୁ ପଠାଇଛି।

ବନ୍ୟା ଗଞ୍ଜାମ ଜିଲ୍ଲାରେ ଅଭାବନୀୟ କ୍ଷୟକ୍ଷତି ଘଟାଇଛି। ଏବେ ସରକାରଙ୍କୁ ପକ୍ଷପାତିତାରୁ ଊର୍ଦ୍ଧ୍ୱରେ ରହି, ଦୁଃଖଦୁର୍ଦ୍ଦଶାରେ ଥିବା ଲୋକଙ୍କ ପ୍ରତି ସର୍ବାଧିକ ସମ୍ବେଦନଶୀଳତା ପ୍ରଦର୍ଶନ କରି ଥଇଥାନ ଓ ପୁନର୍ନିର୍ମାଣ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ।

କେବଳ ମୁହଁରେ ସହାନୁଭୂତି ପ୍ରକାଶ କଲେ ହେବ ନାହିଁ। ଚାଷୀ, ମହିଳା, ଯୁବବର୍ଗ, କ୍ଷୁଦ୍ର ବ୍ୟବସାୟୀ ଏବଂ ଗଞ୍ଜାମ ଜିଲ୍ଲାର ସାଧାରଣ ଲୋକଙ୍କୁ ଠିକ୍ ସମୟରେ କ୍ଷତିପୂରଣ ପ୍ରଦାନ କରିବା ସହ ସେମାନଙ୍କ ମନରେ ଆତ୍ମବିଶ୍ୱାସ ଫେରାଇ ଆଣିବା ପାଇଁ ସମଗ୍ର ସରକାରୀ କଳକୁ ନେଇ ଏକ ସମନ୍ୱିତ ଓ ଲକ୍ଷ୍ୟଭିତ୍ତିକ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ।

ଏହି ଦିଗରେ ବିଜେପି ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଅବହେଳା କରାଗଲେ, ବିଜୁ ଜନତା ଦଳ ଲୋକଙ୍କ ସ୍ୱାର୍ଥ ଓ ନ୍ୟାୟ ପାଇଁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁ ସ୍ତରରେ ଲଢ଼େଇ ଜାରି ରଖିବ।

ବର୍ତ୍ତମାନ ଗଞ୍ଜାମରେ ଏବଂ ଏହା ପୂର୍ବରୁ କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାରେ ବାରମ୍ବାର ଅବ୍ୟବସ୍ଥା ଓ ଅପରିପକ୍ୱତା ଦେଖିବାକୁ ମିଳିଛି। ଏହା ଆମ ଲୋକଙ୍କୁ ଅସହ୍ୟ ଦୁର୍ଦ୍ଦଶା ମଧ୍ୟକୁ ଠେଲିଦେବା ସହ ପରିବାର, ସମାଜ ଏବଂ ସମଗ୍ର ରାଜ୍ୟର ପ୍ରଗତିକୁ ମଧ୍ୟ ପଛକୁ ନେଇଯାଉଛି।

ସରକାରଙ୍କ ଅକ୍ଷମତା ଓ ଅବହେଳା ଯୋଗୁଁ କେବେବି ରାଜ୍ୟବାସୀଙ୍କୁ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିବା ଉଚିତ ନୁହେଁ। ପୂର୍ବରୁ ରାଜ୍ୟ ପାଇଁ ଯେଉଁ ବ୍ୟବସ୍ଥା ଓ ଅନୁଷ୍ଠାନଗୁଡ଼ିକ ସଫଳତାର ସହ କାର୍ଯ୍ୟ କରୁଥିଲେ, ତାହାର ଅଧ୍ୟୟନ କରି ବିଜେପି ସରକାର ସେଗୁଡ଼ିକୁ ପୁନଃ କାର୍ଯ୍ୟକ୍ଷମ କରିବା ସହ ଦୂରଦୃଷ୍ଟି ଓ ଦୃଢ଼ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବା ଆବଶ୍ୟକ।

ବିଜେପି ରାଜ୍ୟ ସରକାର ନିଜର ଦାୟିତ୍ୱ ସ୍ୱୀକାର କରିବା ସହ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବା ଉଚିତ। ବିଜେଡି ସରକାରଙ୍କ ୨୪ ବର୍ଷର କଠିନ ପରିଶ୍ରମ ଓ ହାସଲ କରିଥିବା ପ୍ରଗତିକୁ ଡବଲ୍ ଇଞ୍ଜିନ୍ ସରକାର ମାତ୍ର ୨୪ ମାସ ମଧ୍ୟରେ ଧ୍ୱଂସ କରିନଦିଅନ୍ତୁ।

Previous Post

ଯୋଡିହେଲେ ୫ ଲକ୍ଷ ନୂଆ ହିତାଧିକାରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA