Sunday, November 15, 2026 04:29 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡ଼ିଶାକୁ ମିଳିଲା ଆଉ ୧ ଲକ୍ଷ ଆବାସ

ବଲାଙ୍ଗୀରରେ ଆବାସ ବଣ୍ଟନର ଶୁଭାରମ୍ଭ

by Our Correspondent
14 Nov, 2026- 08:01 PM
in Latest News, News
1 min read
0
ଓଡ଼ିଶାକୁ ମିଳିଲା ଆଉ ୧ ଲକ୍ଷ ଆବାସ

ଭୁବନେଶ୍ୱର: ଆଜି ପ୍ରଥମ ପର୍ଯ୍ୟାୟରେ ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ଓଡ଼ିଶା ପାଇଁ ନୂତନ ଆବାସ ଘୋଷଣା କରାଯାଇଛି । କେନ୍ଦ୍ର ସରକାର ୪ ଲକ୍ଷ ଘର ପୂର୍ବରୁ ମଞ୍ଜୁର କରିଥିବା ବେଳେ ବର୍ତ୍ତମାନ ଆଉ ଏକ ଲକ୍ଷ ଘର ମଞ୍ଜୁର କରିଥିବା ଯୋଗୁ ଏହି ଯୋଜନାରେ ରାଜ୍ୟର ୫ ଲକ୍ଷ ଘର ମଞ୍ଜୁର ହୋଇଛି। ୨୦୧୪-୧୫ ଆର୍ଥିକ ବର୍ଷଠାରୁ ଓଡ଼ିଶାରେ ବିଭିନ୍ନ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ୪୧ ଲକ୍ଷରୁ ଅଧିକ ପକ୍କା ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଗତ ୨ ବର୍ଷ ମଧ୍ୟରେ ୫ ଲକ୍ଷ ୬୬ ହଜାରରୁ ଅଧିକ ଘର ନିର୍ମାଣ ଶେଷ ହୋଇଛି। ସମସ୍ତଙ୍କ ମୁଣ୍ଡ ଉପରେ ଛାତ ଖଣ୍ଡେ ଯୋଗାଇଦେବା ଆମ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ଆଜି ବଲାଙ୍ଗୀରଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି।

ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଆବାସ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଅଧୀନରେ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ ପରିବାରଙ୍କ ପାଇଁ ମଞ୍ଜୁର ହୋଇଥିବା ୪୧ ହଜାର ୭୫ଟି ଘର ମଧ୍ୟରୁ ୩୫ ହଜାର ୬୩୫ଟି ଘର ସମ୍ପୂର୍ଣ୍ଣ ହୋଇଛି। ସେହିପରି ୨୦୨୫ ମାର୍ଚ୍ଚ ୩୦ ତାରିଖରେ ଆରମ୍ଭ ହୋଇଥିବା ରାଜ୍ୟର ନିଜସ୍ୱ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ରେ ଜଙ୍ଗଲ ଅଧିକାର ଆଇନ ହିତାଧିକାରୀ, ଦିବ୍ୟାଙ୍ଗ ମୁଖ୍ୟ ରୋଜଗାରକାରୀ ଥିବା ପରିବାର, ଅସହାୟ ଓ ବିଧବା ମହିଳାଙ୍କ ପରିବାରକୁ ସାମିଲ କରାଯାଇଛି। ଏଥିରେ ମଞ୍ଜୁର ୨ ଲକ୍ଷ ୨୫ ହଜାର ଘର ମଧ୍ୟରୁ ୧ ଲକ୍ଷ ୪୭ ହଜାର ଘର ନିର୍ମାଣ ଶେଷ ହୋଇଛି। ଅଧିକ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଏହି ଯୋଜନାର ଅବଧିକୁ ଆଉ ୨ ବର୍ଷ ବୃଦ୍ଧି କରାଯାଇ ୨୦୨୯ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ।

କେନ୍ଦ୍ର କୃଷି ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଥିଲେ ଯେ, ପାରମ୍ପରିକ କୃଷି ସହ ଆଧୁନିକ ଜ୍ଞାନ କୌଶଳକୁ ଆପଣାଇବାକୁ ପଡ଼ିବ। ଆଗାମୀ ଦିନରେ ବଲାଙ୍ଗୀରର ନୂତନ କୃଷି ବିଶ୍ୱବିଦ୍ୟାଳୟ ଦେଶର ଅନ୍ୟତମ ଶ୍ରେଷ୍ଠ ବିଶ୍ୱ ବିଦ୍ୟାଳୟ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କୃଷି ପର୍ଯ୍ୟଟନ ଏବଂ ଉନ୍ନତ ବିଦ୍ୟୁତ୍ ଉତ୍ପାଦନ ପାଇଁ କୃଷି କ୍ଷେତ୍ରରେ ଆଗ୍ରୋ ପ୍ୟାନେଲ୍ ସ୍ଥାପନ ଉପରେ ଗୁରୁତ୍ୱାରୋପ କରିଥିଲେ।

Previous Post

ସମୀର ଦାଶଙ୍କ ଘରବାହୁଡ଼ା ଚର୍ଚ୍ଚା

Next Post

ଆବାସ ଯୋଜନାକୁ ରାଜନୈତିକ ହତିଆର କରି ବିଫଳତା ଲୁଚାଇବାକୁ ଚେଷ୍ଟା

Next Post
ଆବାସ ଯୋଜନାକୁ ରାଜନୈତିକ ହତିଆର କରି ବିଫଳତା ଲୁଚାଇବାକୁ ଚେଷ୍ଟା

ଆବାସ ଯୋଜନାକୁ ରାଜନୈତିକ ହତିଆର କରି ବିଫଳତା ଲୁଚାଇବାକୁ ଚେଷ୍ଟା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA