Sunday, November 15, 2026 04:07 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆବାସ ଯୋଜନାକୁ ରାଜନୈତିକ ହତିଆର କରି ବିଫଳତା ଲୁଚାଇବାକୁ ଚେଷ୍ଟା

ବିଜେଡିର ପ୍ରେସ୍ ମିଟ୍

by Our Correspondent
14 Nov, 2026- 08:14 PM
in Latest News, News
1 min read
0
ଆବାସ ଯୋଜନାକୁ ରାଜନୈତିକ ହତିଆର କରି ବିଫଳତା ଲୁଚାଇବାକୁ ଚେଷ୍ଟା

ଭୁବନେଶ୍ୱର: କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ବଲାଙ୍ଗୀର ଗସ୍ତ ଅବସରରେ ଆବାସ ଯୋଜନାକୁ ନେଇ ବିଜେଡି ସରକାର ବିରୋଧରେ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଆବାସ ଭଳି ଏକ ମୌଳିକ ପ୍ରସଙ୍ଗକୁ ରାଜନୈତିକ ଅପପ୍ରଚାରର ମାଧ୍ୟମ କରିବା ପରିବର୍ତ୍ତେ କେନ୍ଦ୍ରମନ୍ତ୍ରୀ ନିଜ ସରକାରଙ୍କ କାର୍ଯ୍ୟଦକ୍ଷତାର ହିସାବ ଦେବା ଉଚିତ । ବିଜୁ ଜନତା ଦଳର ୨୪ ବର୍ଷର ଶାସନ କାଳରେ ଓଡ଼ିଶାର ଗରିବ, ଦଳିତ, ଆଦିବାସୀ ଓ ପଛୁଆ ବର୍ଗଙ୍କୁ ପକ୍କା ଘର ଯୋଗାଇବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ତଥା ଉପସଭାପତି ପ୍ରଦୀପ ଅମାତ ଓ ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି, କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଭ୍ରମାତ୍ମକ ଓ ଦୁର୍ଭାଗ୍ୟଜନକ ବୋଲି କହିଥିଲେ ।

ଶ୍ରୀ ମିଶ୍ର କହିଥିଲେ, ୨୦୧୪-୧୫ରୁ ୨୦୨୩-୨୪ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନା, ଇନ୍ଦିରା ଆବାସ ଯୋଜନା, ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନା, ଅନ୍ୟାନ୍ୟ ଯୋଜନା ମାଧ୍ୟମରେ ଓଡ଼ିଶାରେ ୪୦ ଲକ୍ଷରୁ ଅଧିକ ପକ୍କା ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲା । ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇଥିଲା । କେନ୍ଦ୍ର ସରକାରଙ୍କ ନିଜସ୍ୱ ତଥ୍ୟ ଅନୁଯାୟୀ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଲକ୍ଷ ଲକ୍ଷ ଘରକୁ ଅନୁମୋଦନ ଓ ନିର୍ମାଣ କରାଯାଇଥିଲା । ଆଜି ଯେଉଁ ଆବାସ ଘର ବଣ୍ଟନ କରାଯାଉଛି, ତାହାର ଏକ ବଡ଼ ଅଂଶ ପୂର୍ବ ବିଜେଡି ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ପ୍ରକ୍ରିୟା ଓ ହିତାଧିକାରୀ ଚୟନର ଆଧାର ଉପରେ ନିର୍ଭରଶୀଳ । ତେଣୁ ପୂର୍ବ ସରକାରଙ୍କ ଅବଦାନକୁ ଅସ୍ୱୀକାର କରି ନିଜ ସଫଳତା ବୋଲି ପ୍ରଚାର କରିବା ଦୁର୍ଭାଗ୍ୟଜନକ । ବିଜେଡି ସରକାର ସମୟରେ ହିତାଧିକାରୀ ଚୟନ ଗ୍ରାମସଭା ଏବଂ ସରକାରୀ ନିୟମ ଆଧାରରେ କରାଯାଉଥିଲା । ଏଭଳି ସ୍ୱଚ୍ଛ ପ୍ରକ୍ରିୟାକୁ କେନ୍ଦ୍ରମନ୍ତ୍ରୀ ଘୋଟାଲା ବୋଲି ଅଭିହିତ କରିବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ।

ଶ୍ରୀ ଅମାତ କହିଥିଲେ, ବର୍ତ୍ତମାନର ବିଜେପି ସରକାର ଆବାସ ଯୋଜନାରେ ୬.୫୭ ଲକ୍ଷ ଘର ଦେଇଥିବା ନେଇ ଯେଉଁ ଦାବି କରୁଛନ୍ତି, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ । ବିଜେପି ସରକାରରେ ଆବାସ ହିତାଧିକାରୀ ଚୟନ ଓ ଘର ବଣ୍ଟନରେ ପକ୍ଷପାତିତା କରାଯାଉଛି । ଦଳୀୟ ଭିତ୍ତିରେ ଘର ବଣ୍ଟନ କରାଯାଉଥିବା ଅଭିଯୋଗ ହେଉଛି । ଏହି ଅଭିଯୋଗ ଗୁଡ଼ିକର ନିରପେକ୍ଷ ତଦନ୍ତ କରାଇବା ପରିବର୍ତ୍ତେ ପୂର୍ବ ସରକାରଙ୍କୁ ଦୋଷ ଦେଇ ଖସିଯିବାକୁ ବସିଛନ୍ତି ସରକାର । ଦୁଇ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ କ୍ଷମତାରେ ଥିବା ବିଜେପିର ଡବଲ ଇଞ୍ଜିନ ସରକାର ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି କେତେ ପୂରଣ କରିଛନ୍ତି ତାହାର ଜବାବ ଦିଅନ୍ତୁ । ରାଜ୍ୟରେ ଦରଦାମ ଅହେତୁକ ବୃଦ୍ଧି ପାଇଛି । ମହିଳାଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ ହୋଇଥିବା ବେଳେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଆବାସ ଯୋଜନାକୁ ରାଜନୈତିକ ଅସ୍ତ୍ର କରିବା ସରକାରଙ୍କ ଦାୟିତ୍ୱହୀନ ଆଭିମୁଖ୍ୟକୁ ପ୍ରକାଶ କରୁଛି ।

ଡ଼ ମହାନ୍ତି କହିଥିଲେ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ପୂର୍ବ ସରକାରଙ୍କୁ ସମାଲୋଚନା କରିବାରେ ସମୟ ନଷ୍ଟ ନକରି ନିଜ ସରକାରର ଦୁଇ ବର୍ଷର କାର୍ଯ୍ୟର ହିସାବ ଦିଅନ୍ତୁ । ବିଜେଡି ସରକାର ଆବାସ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଖାଦ୍ୟ ସୁରକ୍ଷାର ଯେଉଁ ଭିତ୍ତିଭୂମି ଗଢ଼ିଥିଲେ, ତାହାକୁ ଆଗକୁ ନେବା ବର୍ତ୍ତମାନର ସରକାରଙ୍କ ଦାୟିତ୍ୱ । ପୂର୍ବ ସରକାରଙ୍କ ସଫଳତାକୁ ନିଜ ନାଁରେ ପ୍ରଚାର କରିବା ଓ ନିଜ ବିଫଳତାକୁ ଅନ୍ୟ ଉପରେ ଲଦିବା ହେଉଛି ବିଜେପିର ହୀନ ରାଜନୀତି । ଏହା ଡବଲ ଇଞ୍ଜିନ, ଡବଲ୍ ବିକାଶ ନୁହେଁ, ବରଂ ଡବଲ୍ ବିଶ୍ୱାସଘାତ । ବିଜେଡି ସରକାରକୁ ଦୋଷ ଦେଇ ନିଜ ବିଫଳତା ଲୁଚାଇବାକୁ ଚେଷ୍ଟା କରୁଛି ବିଜେପି । ବର୍ତ୍ତମାନ ଆବାସ ଯୋଜନାରେ ହିତାଧିକାରୀ ଚୟନ ଓ ଘର ବଣ୍ଟନରେ ଯେଉଁ ପକ୍ଷପାତିତା ଏବଂ ଅନିୟମିତତା ହେଉଛି ତାହାର ନିରପେକ୍ଷ ତଦନ୍ତ କରାଯାଉ । ସମସ୍ତ ଯୋଗ୍ୟ ଗରିବ ପରିବାରଙ୍କୁ ଦଳୀୟ ଭେଦଭାବ ବିନା ଆବାସ ଯୋଗାଇ ଦିଆଯାଉ । ଓଡ଼ିଶାର ଜନସାଧାରଣ ଜାଣନ୍ତି କିଏ ଗରିବଙ୍କ ପାଇଁ କାମ କରିଛି ଏବଂ କିଏ କେବଳ ରାଜନୈତିକ ଭାଷଣ ଦେଇ ନିଜ ବିଫଳତାକୁ ଲୁଚାଇବାକୁ ଚେଷ୍ଟା କରୁଛି । ଗରିବଙ୍କ ଅଧିକାର ଓ ସମ୍ମାନ ସହ ରାଜନୀତି କରିବା ବନ୍ଦ କରି ବିଜେପି ସରକାର ରାଜ୍ୟର ବିକାଶ ଉପରେ ଧ୍ୟାନ ଦିଅନ୍ତୁ ।

Previous Post

ଓଡ଼ିଶାକୁ ମିଳିଲା ଆଉ ୧ ଲକ୍ଷ ଆବାସ

Next Post

୩୩ ଜାଗାରେ ୧୩ ବିଚାରପତି

Next Post
୩୩ ଜାଗାରେ ୧୩ ବିଚାରପତି

୩୩ ଜାଗାରେ ୧୩ ବିଚାରପତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA