Monday, November 16, 2026 05:39 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆବାସ ହିସାବ ଦେଲେ ଦେବୀ ମିଶ୍ର

ବିଜେପିକୁ କଡ଼ା ଜବାବ

by Our Correspondent
15 Nov, 2026- 11:58 PM
in Latest News, News
1 min read
0
ଆବାସ ହିସାବ ଦେଲେ ଦେବୀ ମିଶ୍ର

ଭୁବନେଶ୍ୱର: ଆବାସ ଯୋଜନାକୁ ନେଇ ବିଜେପି ସରକାରଙ୍କ ପ୍ରତିକ୍ରିୟା ଭିତ୍ତିହୀନ କହି ବର୍ଷିଛନ୍ତି ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର । ଆଜି ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପିର ଯୁକ୍ତିକୁ ସେ ହାସ୍ୟାସ୍ପଦ କହିବା ସହ ଓଡ଼ିଶାବାସୀଙ୍କୁ କେନ୍ଦ୍ର ସରକାର ପ୍ରତାରଣା କରିଛନ୍ତି ବୋଲି କହିଛନ୍ତି ।

ଶ୍ରୀ ମିଶ୍ର କହିଛନ୍ତି, ବିଜେପି ପକ୍ଷରୁ ଯେଉଁ ମନ୍ତବ୍ୟ ଉପସ୍ଥାପନ କରିଛନ୍ତି ତାହା ହାସ୍ୟସ୍ପଦ । ଲୋକଙ୍କ ସରକାର ବୋଲାଉଥିବା ବିଜେପି ସରକାରରେ ପ୍ରତି ବର୍ଗର ଲୋକେ ଉପେକ୍ଷିତ ହେଉଛନ୍ତି । ତାହା ଜାଣିବା ପରେ ନିଜ ଦୋଷକୁ ଲୁଚାଇବା ପାଇଁ ଭିତ୍ତିହୀନ ପ୍ରତିକ୍ରିୟା ପ୍ରଦାନ କରୁଛନ୍ତି । ବିଜେଡି ଶାସନ କାଳରେ କେନ୍ଦ୍ର ସରକାର ଓଡ଼ିଶାକୁ ୨୮ଲକ୍ଷରୁ ଉଦ୍ଧ୍ୱର୍ ଆବାସ ଗୃହ ପ୍ରଦାନ କରିଛନ୍ତି ବୋଲି କହିଛନ୍ତି । ତେବେ ଉକ୍ତ ୨୮ଲକ୍ଷ ଉଦ୍ଧ୍ୱର୍ ଆବାସ ଗୃହରେ ରାଜ୍ୟ ସରକାରଙ୍କ ମଧ୍ୟ ୫୦ ପ୍ରତିଶତ ଅନୁଦାନ ରହିଥିଲା । କାରଣ ଆବାସ ଗୃହ ନିର୍ମାଣରେ କେନ୍ଦ୍ର ଓ ରାଜ୍ୟ ସରକାର ୫୦ ପ୍ରତିଶତ ଲେଖାଏଁ ଅନୁଦାନ ରହିଥାଏ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶା ଆର୍ଥିକ ଅଭିବୃଦ୍ଧି ହୋଇଥିଲା । ଯାହା ଫଳରେ ବିଜେଡି ଶାସନ କାଳରେ ଅନେକ ଲୋକଙ୍କ ମୁଣ୍ଡକୁ ଛାତ ଯୋଗାଇ ପାରିଥିଲେ । ଅନ୍ୟ ରାଜ୍ୟ ମାନେ ଆବାସ ଗୃହ ଅନୁଦାନ ରାଶି ଦେବାରେ ଅସମର୍ଥ ଥିବା ବେଳେ ଓଡ଼ିଶା ସେଥିରେ ଅଗ୍ରଣୀ ରହିଥିଲା । ପ୍ରତିଟି ଯୋଗ୍ୟ ହିତାଧିକାରୀମାନଙ୍କୁ ଆବାସ ଗୃହ ଯୋଗାଇ ଦେଇଥିଲା ।

କେନ୍ଦ୍ର ସରକାରଙ୍କ କୃଷି ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ବଲାଙ୍ଗୀର ଗସ୍ତ ଅବସରରେ ଆବାସ ଯୋଜନାକୁ ନେଇ ବିଜେଡି ସରକାର ବିରୋଧରେ ବିଭିନ୍ନ ମନ୍ତବ୍ୟ ଦେଇଛନ୍ତି । ଯାହାକି କୌଣସି ତଥ୍ୟ ଭିତ୍ତିକ ନୁହେଁ । ବିଜେଡିକୁ ଆକ୍ଷେପ କରି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କରି ସମ୍ପୂର୍ଣ୍ଣ ଭିତ୍ତିହୀନ ମନ୍ତବ୍ୟ ଉପସ୍ଥାପନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ନିଜ ବକ୍ତବ୍ୟରେ କହିଥିଲେ ଯେ ଉକ୍ତ ଆବାସ ଯୋଜନା କାର୍ଯ୍ୟକ୍ରମ ରାଜ୍ୟରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ପ୍ରଭାବ ପକାଇବ । ଯାହାକି ରାଜନୈତିକ ଉଦ୍ଦେଶ୍ୟ ବୋଲି ପ୍ରମାଣିତ କରୁଛି । ଡବଲ ଇଞ୍ଜିନ ସରକାର ରାଜ୍ୟବାସୀଙ୍କୁ ଯେଉଁ ମିଥ୍ୟା ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ତାହା ପୂରଣ କରିବାରେ ଅସମର୍ଥ ହୋଇଛନ୍ତି । ତାହା ବିଜେପି ନେତାଙ୍କୁ ଦେଖା ଯାଉନାହିଁ । ନିଜ ବିଫଳତା ଲୁଚାଇବାକୁ ବିଜେଡିକୁ ଆକ୍ଷେପ କରି କହୁଛନ୍ତି ।

ବିଜେଡି ଶାସନ କାଳରେ ଗତ ୨୦୨୨-୨୩ ମସିହାରେ ୯,୩୯,୦୦୦ ହିତାଧିକାରୀଙ୍କୁ ଆବାସ ଗୃହ ଆବଣ୍ଟନ କରାଯାଇଥିଲା । କିନ୍ତୁ ବର୍ତ୍ତମାନର ଡବଲ ଇଞ୍ଜିନ ସରକାରରେ ଓଡ଼ିଶାକୁ ସେତେ ପରିମାଣର ଆବାସ ଗୃହ ମିଳୁନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟରୁ ୨୮,୨୮,୦୦୦ ଜଣ ହିତାଧିକାରୀ ଆବାସ ଗୃହ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । କିନ୍ତୁ କେନ୍ଦ୍ର ସରକାର ଓଡ଼ିଶାକୁ ୫,୦୦,୦୦୦ ଗୃହ ଆବଣ୍ଟନ କରିଛନ୍ତି । ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶରେ ଡବଲ ଇଞ୍ଜିନ ସରକାର ଥିବା ବେଳେ କେନ୍ଦ୍ର ସରକାର କିନ୍ତୁ ଆନ୍ଧ୍ର ପ୍ରଦେଶକୁ ଅଧିକ ପ୍ରାଧାନ୍ୟ ଦେଇ ଅନୁଦାନ ପ୍ରଦାନ କରିଛନ୍ତି । ଆନ୍ଧ୍ର ପ୍ରଦେଶରେ ୩,୨୧,୦୦୦ ଜଣ ହିତାଧିକାରୀ ଆବାସ ଗୃହ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ କେନ୍ଦ୍ର ସରକାର ୩,୦୦,୦୦୦ ଆବାସ ଗୃହ ଆବଣ୍ଟନ କରିଛନ୍ତି । ଆନ୍ଧ୍ର ପ୍ରଦେଶ ଆବାସ ଗୃହ ଆବଣ୍ଟନକୁ ତୁଳନାକୁ ନେଲେ ଓଡ଼ିଶାକୁ ୨୬,୪୨,୯୯୦ ଗୃହ ପ୍ରଦାନ କରିବା କଥା, କିନ୍ତୁ ଡବଲ ଇଞ୍ଜିନ ସରକାର ରାଜ୍ୟବାସୀଙ୍କୁ ଲଲିପପ୍ ଧରାଇ କେବଳ ୫,୦୦,୦୦୦ ଗୃହ ଆବଣ୍ଟନ କରିଲେ । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଓଡ଼ିଶା ପ୍ରତି ଡବଲ ଇଞ୍ଜିନ ସରକାରଙ୍କ ବୈମାତୃକ ମନୋଭାବ ପୋଷଣ କରୁଥିବାକୁ ପ୍ରମାଣ କରୁଛି । କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କୁ ଉପହାସିତ କରିଛନ୍ତି । ଗତ ୨୧ ଜୁଲାଇରେ ସଂସଦରେ କେନ୍ଦ୍ର ମନ୍ତ୍ରୀ ଆବାସ ଯୋଜନା ଗୃହ ନେଇ ଅର୍ଥ ପ୍ରଦାନ ସମ୍ପର୍କିତ ଉତ୍ତର ଉପସ୍ଥାପିତ କରିଥିଲେ । ମହାରାଷ୍ଟ୍ରରେ ୧୦,୧୦୧କୋଟି, ମଧ୍ୟପ୍ରଦେଶରେ ୭,୨୬୯ କୋଟି, କର୍ଣ୍ଣାଟକରେ ୪,୬୫୩ କୋଟି, ଆସାମରେ ୪,୭୬୧ କୋଟି ପ୍ରଦାନ ପାଇଁ ନିର୍ଦ୍ଧାରଣ ହୋଇଥିବା ବେଳେ ଓଡ଼ିଶାକୁ ମାତ୍ର ୬୩୧କୋଟି ଟଙ୍କା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଧାରଣ କରିଛନ୍ତି । ଯାହାକି ଓଡ଼ିଶାବାସୀଙ୍କ ପ୍ରତି ଡବଲ ଇଞ୍ଜିନ ସରକାରଙ୍କ କେଉଁ ପ୍ରକାର ଦରଦ ରହିଛି ବୋଲି ପ୍ରମାଣିତ କରୁଛି ।

ବିଜେଡି ସରକାରଙ୍କ ସମୟର ବିଜୁ ପକ୍କା ଘର ଯୋଜନାକୁ ବିଜେପି ସରକାର ରଙ୍ଗ ବଦଳାଇ ଅନ୍ତୋଦୟ ଗୃହ ଯୋଜନା କରିଛନ୍ତି । ସେଥିରେ ମଧ୍ୟ ବିଜେପି ସରକାର ମିଛ ଡିଣ୍ଡିମ ପିଟିବାରେ ବ୍ୟସ୍ତ ରହିଛନ୍ତି । ଉକ୍ତ ଯୋଜନାର ଯୋଗ୍ୟ ବିବେଚିତ ହେବାକୁ ରାଜ୍ୟ ସରକାର ୧୨ଟି ମାନଦଣ୍ଡ କରିଛନ୍ତି । କିନ୍ତୁ ଓଡ଼ିଶାରେ ତାହାକୁ ବିଜେପି ସରକାର ଅନୁପାଳନ କରି ନାହିଁ । ମାନଦଣ୍ଡ ଉଲ୍ଲଘଂନ କରି ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଗୃହ ଆବଣ୍ଟନ କରିଛନ୍ତି । ଦଳୀୟ ତୁଷ୍ଟିକରଣ ପାଇଁ ଅଯୋଗ୍ୟ ହିତାଧିକାରୀଙ୍କୁ ଜୋର ଜବରଦସ୍ତ ଯୋଗ୍ୟ ହିତାଧିକାରୀ ଭାବେ ବିବେଚିତ କରାଯାଇଛି । ତେବେ କେନ୍ଦ୍ରମନ୍ତ୍ରୀ ଭିତ୍ତିହୀନ ମନ୍ତବ୍ୟ ଉପସ୍ଥାପନ ନକରି ରାଜ୍ୟର ହକ୍ ପ୍ରଦାନ କରନ୍ତୁ । ଆକଳନ୍ ହୋଇଥିବା ରାଜ୍ୟର ଯୋଗ୍ୟ ବିବେଚିତ ହିତାଧିକାରୀ ମାନଙ୍କୁ ତାଙ୍କ ହକ୍ ଆବାସ ଗୃହ ତୁରନ୍ତ ଆବଣ୍ଟନ କରନ୍ତୁ । ଏଥି ସହିତ ରାଜ୍ୟକୁ ଅର୍ଥ ଅନୁଦାନ ମଞ୍ଜୁର କରିବା ସହ ଘୋଟାଲା ରୋକିବା ପାଇଁ ଅନ୍ତୋଦୟ ଯୋଜନାର ହିତାଧିକାରୀ ମାନଙ୍କ ନାମ ସାର୍ବଜନୀନ କରାଯାଉ ବୋଲି ଶ୍ରୀ ମିଶ୍ର ଦାବି ଉପସ୍ଥାପନ କରିଛନ୍ତି ।

Previous Post

ମାଲକାନଗିରିକୁ ୧୬୧ କୋଟିର ପ୍ରକଳ୍ପ ଭେଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA