Tuesday, November 17, 2026 05:41 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ତାଲିମ କାର୍ଯ୍ୟକ୍ରମକୁ ବିରୋଧୀଙ୍କ ବର୍ଜନ

ବିଜେପି ବିଧାୟକଙ୍କୁ ଉପରାଷ୍ଟ୍ରପତିଙ୍କ ତାଲିମ

by Our Correspondent
16 Nov, 2026- 11:29 PM
in Latest News, News
1 min read
0
ତାଲିମ କାର୍ଯ୍ୟକ୍ରମକୁ ବିରୋଧୀଙ୍କ ବର୍ଜନ

ଭୁବନେଶ୍ୱର: ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷନଙ୍କ ଯୋଗଦାନରେ ଆଜି ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ବିଧାୟକମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମକୁ ଉଭୟ ବିଜେଡି ଓ କଂଗ୍ରେସ ବର୍ଜନ କରିଛନ୍ତି । ତାଲିମ ନାଁରେ ନିଜକୁ ମାଇଲେଜ୍ ଦେବା ଏବଂ ଦଳୀୟ ସଂଗଠନକୁ ମଜବୁତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି କଂଗ୍ରେସ ଅଭିଯୋଗ କରିଥିବା ବେଳେ ଗଣତନ୍ତ୍ରର ହତ୍ୟାକାରୀ ଦଳଠାରୁ ଗଣତନ୍ତ୍ରର ସଜ୍ଞା ବୁଝିବାକୁ ପସନ୍ଦ କରିନି ବିଜେଡି । ତେବେ ବିରୋଧୀଙ୍କ ଆଭିମୁଖ୍ୟକୁ ସମାଲୋଚନା କରି ଦେଶର ଉପରାଷ୍ଟ୍ରପତିଙ୍କୁ ଏହା ଅସମ୍ମାନ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

ହୋଟେଲ ମେ ଫେୟାର ସାଙ୍କଚୁଆରିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷନ ବିଧାୟକମାନଙ୍କୁ ବିଧାନସଭାର କାର୍ଯ୍ୟଧାରା, ନିୟମାବଳୀ ଓ ବିଧାନ ପ୍ରକ୍ରିୟା ବିଷୟରେ ଦିଗଦର୍ଶନ ଦେଇଥିଲେ । ବର୍ତ୍ତମାନର ଡିଜିଟାଲ ଯୁଗରେ ବିଧାୟକମାନେ ଏଆଇ ସମ୍ପର୍କରେ ଜ୍ଞାନ ଆହରଣ କରିବାକୁ ପରାମର୍ଶ ଦେଇଥିଲେ ।

ରାଜ୍ୟପାଳ ବ୍ରଜମୋହନ ରାମ ତାଙ୍କ ଭାଷଣରେ ପ୍ରଶ୍ନକାଳରେ ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବା, ବିଧେୟକ ଉପରେ ବିଚାର କରିବା, ସରକାରୀ ନୀତିର ସମୀକ୍ଷା କରିବା ତଥା ସଂସଦୀୟ ସମିତିଗୁଡ଼ିକର ସୁପାରିସ ଉପରେ ସମୟୋଚିତ ପଦକ୍ଷେପ ନେବା ଅତ୍ୟନ୍ତ ଆବଶ୍ୟକ ବୋଲି ପାଇଁ ବିଧାୟକମାନଙ୍କୁ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଦସ୍ୟମାନଙ୍କୁ ଉଦ୍‌ବୋଧନ ଦେଇ ଓଡ଼ିଶା ବିଧାନସଭା କେବଳ ଆଇନ ପ୍ରଣୟନର ଏକ ଅନୁଷ୍ଠାନ ନୁହେଁ, ଏହା ହେଉଛି ଓଡ଼ିଶାବାସୀଙ୍କ ଆଶା, ଆକାଂକ୍ଷା ଓ ବିଶ୍ୱାସର ପ୍ରତୀକ। ତେଣୁ ଗୃହର ମର୍ଯ୍ୟାଦାକୁ ରକ୍ଷାକରି ଓଡ଼ିଶାର ବୃହତ୍ତର ସ୍ୱାର୍ଥ ପାଇଁ ଦଳମତ ନିର୍ବିଶେଷରେ ଏକାଠି ହୋଇ କାର୍ଯ୍ୟ କରିବାକୁ ହେବ ବୋଲି ଆହ୍ୱାନ ଦେଇଥିଲେ।

ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ କହିଥିଲେ ଯେ ଏହି ପ୍ରଶିକ୍ଷଣର ମୂଳ ଉଦ୍ଦେଶ୍ୟ ହେଉଛି ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ସଂସଦୀୟ ନିୟମ, ବିଧାନ ପ୍ରକ୍ରିୟା ଓ ସାମ୍ବିଧାନିକ ଦାୟିତ୍ୱ ସମ୍ପର୍କରେ ଅଧିକ ଦକ୍ଷ ଓ ସଚେତନ କରିବା। ଏକ ସୁସ୍ଥ ଗଣତନ୍ତ୍ରରେ ଶାସକ ଦଳ ଓ ବିରୋଧୀ ଦଳ ଉଭୟଙ୍କର ଗଠନମୂଳକ ଭୂମିକା ଅପରିହାର୍ଯ୍ୟ ବୋଲି ସେ ଉଲ୍ଲେଖ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ ଏବଂ ଶାସକ ଦଳର ସଦସ୍ୟମାନେ ଉପସ୍ଥିତ ଥିଲେ ।

Previous Post

ପଶ୍ଚିମ ପରେ ଉତ୍ତର.. ସୁଜାତାଙ୍କ ସୁପର୍ ସୋ’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA