ଭୁୁବନେଶ୍ୱର: ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟ ସରକାରଙ୍କ ବିଫଳତା ଓ କୋଟିଆକୁ ମୁଖ୍ୟ ପ୍ରସଙ୍ଗ କରି ବିଧାନସଭାକୁ ଓହ୍ଲାଇବେ ବିଜେଡି ଓ କଂଗ୍ରେସ ଦଳ । ଆଜି ଉଭୟ ପକ୍ଷର ବିଧାୟକ ଦଳ ବୈଠକରେ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଏବଂ ଏହାର କୁପରିଚାଳନାର ଜବାବ ମଗାଯିବ ।
କେବଳ ଗଞ୍ଜାମ ବନ୍ୟା କୁପରିଚାଳନା ନୁହେଁ, ବିରୋଧୀଙ୍କ ପାଖରେ ରହିଛି ମାଳ ମାଳ ପ୍ରସଙ୍ଗ । କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ରୋକିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । କୋଟିଆ ବିବାଦର ସମାଧାନ ପାଇଁ ଗତ ନିର୍ବାଚନରେ ବିଜେପି ଓଡ଼ିଶାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲା । ମାତ୍ର ସମାଧାନ ଦୂର କଥା, ଏ ପର୍ଯ୍ୟନ୍ତ କେନ୍ଦ୍ର ନିକଟରେ ଆନ୍ଧ୍ର ବିରୋଧରେ ଫେରାଦ ହେବାକୁ ସାହାସ କରିପାରିଲାନି । ବିରୋଧୀ ଦଳ ଏହାର ଜବାବ ମାଗିବାକୁ ପ୍ରସ୍ତୁତ ହୋଇଛନ୍ତି ।
ରାଜ୍ୟର ଆଉ ଏକ ସ୍ୱାର୍ଥ ସମ୍ବଳିତ ବଡ଼ ପ୍ରସଙ୍ଗ ହେଉଛି ଏମଏମଡିଆର ସଂଶୋଧନ ଆଇନ । ଗତ ବର୍ଷା ଅଧିବେଶନକୁ ଏହି ପ୍ରସଙ୍ଗ ଧୋଇ ଦେଇଥିଲା । ବିରୋଧୀ ଏହାକୁ ଛାଡ଼ିବାର ନାହିଁ । ୧ ଲକ୍ଷ କୋଟି ଟଙ୍କା ହରାଇବାର ଜବାବ ମାଗିବେ ।
ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ନାରୀ ନିର୍ଯ୍ୟାତନା, ଦରଦାମ ବୃଦ୍ଧି, ସାମାଜିକ ସୁରକ୍ଷା ପେନସନ୍ ପ୍ରଦାନରେ ଅହେତୁକ ବିଳମ୍ବ, ଧାନ ସଂଗ୍ରହ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ଜନଅସନ୍ତୋଷ ବୃଦ୍ଧି ପାଇଛି । ବିରୋଧୀ ଦଳ ଏହି ସୁଯୋଗକୁ ହାତଛଡ଼ା କରିବେ ନାହିଁ ।
ଆସନ୍ତାକାଲି ଆରମ୍ଭ ହେଉଥିବା ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବ । ଏଥିରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି । ପ୍ରଥମ ଦିନରେ ଅର୍ଥାତ ଆସନ୍ତାକାଲି ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ ହେବ । ୩୦ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବ ।
କ’ଣ କହିଲେ ନବୀନ..







