ଭୁବନେଶ୍ଵର: ଡିଏଭି ପୋଖରୀପୁଟ ଏବଂ ବି.ସି.କେ.ଆଇ.ସି.ର ମିଳିତ ସହଯୋଗରେ ଅଟଳ ଇନୋଭେସନ୍ ମିଶନ୍ ଆନୁକୂଲ୍ୟରେ ଷ୍ଟୁଡେଣ୍ଟ ଇନୋଭେସନ୍ ଫେୟାର ୨.୦ ଅନୁଷ୍ଠିତ ହୋଇଯାଇଛି । ଡି.ଆର୍.ଡି.ଓ.ର ମହା-ନିର୍ଦ୍ଦେଶକ(ଇସିଏସ୍.) ପ୍ରଫେସର ବିନୟ କୁମାର ଦାସ ମୁଖ୍ୟଅତିଥି ରୂପେ ଯୋଗଦାନ କରି ଉକ୍ତ ମେଳାକୁ ଉଦଘାଟନ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା ଏବଂ ବିଜ୍ଞାନ ପ୍ରତି ଆଗ୍ରହ ବୃଦ୍ଧି ସହ ଦେଶମାତୃକା ନିମନ୍ତେ କାର୍ଯ୍ୟକରିବା ପାଇଁ ବଦ୍ଧପରିକର ହେବାକୁ ସେ ଛାତ୍ର ଉଦ୍ଭାବକମାନଙ୍କୁ ଆହ୍ୱାନ ଦେଇଥିଲେ ।
ଡିଏଭି ପୋଖରୀପୁଟର ପୂର୍ବତନ ଚେୟାରମ୍ୟାନ୍ ଡ. ଅରୁଣ କୁମାର ରଥ ମଞ୍ଚାସୀନ ଅତିଥିମାନଙ୍କର ସ୍ୱାଗତ ପରିଚୟ ପ୍ରଦାନ କରିଥିଲେ । ଏହି ପ୍ରଦର୍ଶନୀରେ ଓଡ଼ିଶାର ୧୩୫ ଟି ପ୍ରକଳ୍ପରେ ୮୦୦ ଜଣ ଛାତ୍ରଛାତ୍ରୀ ଭାଗନେଇ ନିଜର ପାରଦର୍ଶିତା ପ୍ରଦର୍ଶନ କରିଥିଲେ । ପ୍ରଫେସର ରାଜାରମଣ ଏରି, ପ୍ରୋ-ଭାଇସଚାନ୍ସେଲର, ଦି ୟୁନିଭରସିଟି ଅଫ୍ ଓ୍ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ, ଡ. ମୃତ୍ୟୁଞ୍ଜୟ ସୁଆର, ଚେୟାରମ୍ୟାନ, ବି.ସି.କେ.ଆଇ.ସି., ଡ. ନମ୍ରତା ମିଶ୍ର , ସି.ଇ.ଓ, ବି.ସି.କେ.ଆଇ.ସି. ଏବଂ ଡ. ସଞ୍ଜୟ ସୁଆର, ପ୍ରିନ୍ସିପାଲ, କିଟ୍ ଇଣ୍ଟରନାସନାଲ ସ୍କୁଲ , ଡିଏଭି କଳିଙ୍ଗନଗର ଅଧ୍ୟକ୍ଷ ବଳରାମ ମହାପାତ୍ର ପ୍ରମୁଖ ଅତିଥିବୃନ୍ଦ ଉପସ୍ଥିତ ଥିଲେ ।
ଡିଏଭି ଓଡ଼ିଶା ଜୋନ୍ ଏଫ୍ ର ସହ-ଆଞ୍ଚଳିକ ଅଧିକାରୀ ତଥା ଅଧ୍ୟକ୍ଷ ବିପିନ କୁମାର ସାହୁଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଫେୟାରରେ କ୍ଲୋରଫିଲ୍ ସ୍କୁଲ, ବ୍ରହ୍ମପୁର ପ୍ରଥମ, ଡିଏଭି ପୋଖରୀପୁଟ ଏବଂ କିଟ୍ ଇଣ୍ଟରନାସନାଲ୍ ଯୁଗ୍ମ ଦ୍ୱିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ବିଦ୍ୟାଳୟର ବରିଷ୍ଠ ନିରୀକ୍ଷକ ଶିତିକଣ୍ଠ ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ, ବରିଷ୍ଠ ବିଜ୍ଞାନ ଶିକ୍ଷକ ପ୍ରଶାନ୍ତ କୁମାର ଦାସଙ୍କ ସଂଯୋଜନାରେ ତଥା ପ୍ରିୟବ୍ରତ କର(ରିଜିଓନାଲ ମେଣ୍ଟର ଅଫ୍ ଚେଞ୍ଜ, ଏଟିଏଲ୍, ଓଡ଼ିଶା)ଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମ ସାଫଲ୍ୟ ମଣ୍ଡିତ ହୋଇଥିଲା ।