Tuesday, May 26, 2026 05:42 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାଜନୀତିରେ ଶିଖଣ୍ଡି..ସ୍ୱାମୀ ଛାଡ଼ି…

by Our Correspondent
26 Oct, 2017- 09:06 PM
in Latest News, Politics
1 min read
1
ରାଜନୀତିରେ ଶିଖଣ୍ଡି..ସ୍ୱାମୀ ଛାଡ଼ି…
ଭୁବନେଶ୍ୱର: ‘ସ୍ୱାମୀ ଛାଡ଼ି ଅଙ୍ଗନବାଡ଼ି’ । ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତଙ୍କର ଏହି ଟିପ୍ପଣୀ ବିଜେପି ଶିବିରରେ ନିଆଁ ଲଗାଇଦେଇଛି । ଦଳର ମହିଳା ମୋର୍ଚ୍ଚା ସଭାନେତ୍ରୀ ଦାମଙ୍କୁ ପାଗଳ ଆଖ୍ୟା ଦେଇ ତୁରନ୍ତ ମେଣ୍ଟାଲ୍ ହସ୍ପିଟାଲ୍ ପଠାଇବାକୁ ପରାମର୍ଶ ଦେଇଛନ୍ତି । ଦାମ ତାଙ୍କ ମନ୍ତବ୍ୟ ପାଇଁ ୨୪ ଘଣ୍ଟା ମଧ୍ୟରେ କ୍ଷମା ନ ମାଗିଲେ ମୋର୍ଚ୍ଚା ପକ୍ଷରୁ ବ୍ୟାପକ ଆନ୍ଦୋଳନ ହେବ ବୋଲି ଧମକ ଦିଆଯାଇଛି ।
ଯାଜପୁର ଜିଲ୍ଲାର ବିଂଝାରପୁରରେ ଆଜି ଅନୁଷ୍ଠିତ ବିଜେଡ଼ି ଜନସମ୍ପର୍କ ସଭାରେ ଦାମ ଭାଷଣ ଦେଇଥିଲେ । କହିଥିଲେ.. ବିଜେପିର ସିଏ କିଏ ଜଣେ ନେତ୍ରୀ ସ୍ୱାମୀ ଛାଡ଼ି ଅଙ୍ଗନବାଡ଼ି । କହିଲା କ’ଣ ନା ମୁଁ କୁଆଡେ ଶିଖଣ୍ଡି ଆଉ ନବୀନ ପଟ୍ଟନାୟକ ଧ୍ରୁତରାଷ୍ଟ୍ର । ସେ ମହିଳା ନେତ୍ରୀ ଜାଣିବା ଦରକାର, ନବୀନ ପଟ୍ଟନାୟକ ହେଉଛନ୍ତି ପଣ୍ଡକପୁତ୍ର ଯୁଧିଷ୍ଠିର, ଆଉ ମୁଁ ହେଉଛି ତାଙ୍କ ଅର୍ଜ୍ଜୁନ ।...ଦାମଙ୍କ ଏହି ମନ୍ତବ୍ୟ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ଉଦ୍ଦିଷ୍ଟ ଥିଲା । କାରଣ କିଛି ଦିନ ତଳେ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ ହିଁ ତାଙ୍କୁ(ଦାମଙ୍କୁ) ଶିଖଣ୍ଡି ଏବଂ ନବୀନ ପଟ୍ଟନାୟକଙ୍କୁ ଧ୍ରୁତରାଷ୍ଟ୍ର ଆଖ୍ୟାରେ କଡ଼ା ଆକ୍ଷେପ କରିଥିଲେ ।
ମହାଭାରତରେ ଶିଖଣ୍ଡି ଏକ କିନ୍ନର ଚରିତ୍ର । ଖାଣ୍ଟି ସରଳ ଭାଷାରେ ଶିଖଣ୍ଡି ଜଣେ ନପୁଂସୁକ । ତେଣୁ ଶିଖଣ୍ଡି ସହ କାହାରିକୁ ତୁଳନା କରିବା ଅର୍ଥ ତାଙ୍କୁ ନଂପୁସୁକ ଆଖ୍ୟା ଦେବା । ବିଜେପି ନେତ୍ରୀ ଲେଖାଶ୍ରୀ ତାଙ୍କ ବାପା ବୟସର ବିଜେଡ଼ିର ବରିଷ୍ଠ ନେତା ଦାମ ରାଉତଙ୍କୁ ଶିଖଣ୍ଡି କହି ନଂପୁସୁକ ଆଖ୍ୟା ଦେଇଥିଲେ । ବାସ୍ତବରେ ଦାମ ନଂପୁସୁକ ନୁହଁନ୍ତି ବୋଲି ସମସ୍ତେ ଜାଣନ୍ତି । କାରଣ ତାଙ୍କର ସନ୍ତାନସନ୍ତତି ଅଛନ୍ତି । ହେଲେ ଲେଖାଶ୍ରୀ ତାଙ୍କୁ କେଉଁ ଉଦ୍ଦେଶ୍ୟରେ ଶିଖଣ୍ଡି ଆଖ୍ୟା ଦେଇଥିଲେ ତାହା ସେହି ଲେଖାଶ୍ରୀଙ୍କୁ ହିଁ ଜଣାଥିବ । ତାହା କି ପ୍ରକାର ଶାଳୀନତା ତାହା ମଧ୍ୟ ତାଙ୍କୁ ଜଣାଥିବ ।
ଆଜି ସେହି ଲେଖାଶ୍ରୀଙ୍କ ଟିପ୍ପଣୀର ଜବାବ ଦେଇଛନ୍ତି ଦାମ । ଲେଖାଶ୍ରୀଙ୍କ ନାଁ ନେଇ ନ ଥିଲେ ମଧ୍ୟ ତାଙ୍କ ଝିଅ ବୟସର ଏହି ମହିଳାଙ୍କୁ ‘ସ୍ୱାମୀ ଛାଡ଼ି ଅଙ୍ଗନବାଡ଼ି’ ଆକ୍ଷେପ କରିଛନ୍ତି । କାଉଣ୍ଟର ନାଁରେ ଦାମଙ୍କ ଭଳି ଜଣେ ବୟସ୍କ ଓ ଅଭିଜ୍ଞ ରାଜନେତା ସମାନସ୍ତରକୁ ଖସି ଅଶାଳୀନ ଭାଷା ପ୍ରୟୋଗ କରିବାକୁ ଅନେକ ପସନ୍ଦ କରିନାହାନ୍ତି । ମନରେ ଯେତେ ଅପମାନ,କ୍ରୋଧ ଥିଲେ ବି ଯାହା ପ୍ରତି ଏଭଳି ମନ୍ତବ୍ୟ ରଖିଲେ ସେ ଜଣେ ମହିଳା ବୋଲି ଭୁଲିଯିବା ଉଚିତ୍ ନ ଥିଲା । ସର୍ବୋପରି ଜଣେ ମହିଳାଙ୍କ ବ୍ୟକ୍ତିଗତ ଜୀବନ ବାବଦରେ ଆକ୍ଷେପ କରିବା ଆଦୌ ଗ୍ରହଣୀୟ ନୁହେଁ । ଦାମବାବୁଙ୍କ ଭଳି ରାଜନେତାଙ୍କର ଏହା କି ପ୍ରକାରର ଶାଳୀନତା ବୋଲି ପ୍ରଶ୍ନ ଉଠିଛି ।
ରାଜନୀତିରେ ବିରୋଧାଭାଷା ରହିବ । ଏହାର ଏକ ଲକ୍ଷ୍ମଣରେଖା ଅଛି । ମାତ୍ର ଜଣଙ୍କର ଚରିତ୍ର ଓ ବ୍ୟକ୍ତିଗତ ଆକ୍ଷେପ କରି ନେତା କି ନେତ୍ରୀମାନେ ଲକ୍ଷ୍ମଣରେଖା ଟପିବାକୁ ବୁଦ୍ଧିଜୀବୀମହଲ ନାପସନ୍ଦ କରିଛନ୍ତି । କିଏ କାହାକୁ ଶିଖଣ୍ଡି କି ସ୍ୱାମୀ ଛାଡ଼ି କହିବା ହୀନମନ୍ୟତାର ପରିଚୟ ବୋଲି ସେମାନେ କହିଛନ୍ତି ।
Previous Post

ଓଟିରୁ ବାହାରିଲେ ଜଗା-ବଳିଆ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର

Next Post

ଗୁରୁଙ୍କ ବାଟରେ ଲେଖା

Next Post
ଗୁରୁଙ୍କ ବାଟରେ ଲେଖା

ଗୁରୁଙ୍କ ବାଟରେ ଲେଖା

Comments 1

  1. Abinash says:
    9 years ago

    Salinata kana kebala purusa mananka paini, ta mane nari mane jou bhasa chanhibe taha purusa samaja prati byebahara kari paribe, Jou mane dama Rout nka katha ku birodh karuchanti semane tike example paini LEkhashree katha nija bapa nka paini kuha heichi boli bhabantu, dekhiba kete loka sahi paruchanti na naini

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA