Friday, May 1, 2026 03:34 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଶିଶୁ ଦିବସରେ ରାଜନୀତି

by Our Correspondent
13 Nov, 2017- 10:43 PM
in Latest News, Politics
1 min read
0
ଶିଶୁ ଦିବସରେ ରାଜନୀତି
ଭୁବନେଶ୍ୱର: ଆସନ୍ତାକାଲି ନଭେମ୍ବର ୧୪ । ଶିଶୁ ଦିବସ । ସବୁବର୍ଷ ଏହି ଶିଶୁ ଦିବସ ସ୍କୁଲମାନଙ୍କରେ ସାଧାରଣ ଭାବେ ପାଳନ ହୁଏ । ଏଥର କିନ୍ତୁ ପାଳନ ହେବ ମେଗା ୱେ ରେ । ମାନେ ସ୍କୁଲଠାରୁ ପଞ୍ଚାୟତ, ବ୍ଲକ୍ ଏବଂ ରାଜଧାନୀ ସବୁଠି ହେବ ଜାକଜମକ ପାଳନ । ନାଚ, ଗୀତ, ବକ୍ତୃତା ପ୍ରତିଯୋଗିତାରେ କମ୍ପିବ ସ୍କୁଲ । ରାଜଧାନୀର କ୍ୟାପିଟାଲ୍ ହାଇସ୍କୁଲ ପଡ଼ିଆରେ ହେବ ଶିଶୁମାନଙ୍କର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଶୁମାନଙ୍କ ଉଦ୍ଦେଶ୍ୟରେ ମନ୍ କି ବାତ୍ ଛାଡ଼ିବେ । ସାରା ରାଜ୍ୟର ଶିଶୁମାନେ ନିଜ ନିଜ ସ୍କୁଲରେ ବସି ଟିଭିରୁ ମୁଖ୍ୟମନ୍ତ୍ରୀଙ୍କୁ ଲାଇଭ୍ ଦେଖିବେ, ଶୁଣିବେ ।
ଆମେ ପଢ଼ିବୁ, ଗଢ଼ିବୁ…ଶ୍ରେଷ୍ଠ ହେବୁ । ଏହା ରହିଛି ଚଳିତବର୍ଷ ଶିଶୁଦିବସର ସରକାରୀ ବାର୍ତ୍ତା । ମୁଖ୍ୟମନ୍ତ୍ରୀ ଶିଶୁମାନଙ୍କୁ ଏହା ଶପଥପାଠ କରାଇବେ । ଶିଶୁ ଦିବସକୁ ଜାକଜମକରେ ପାଳିବା ପାଇଁ ରାଜ୍ୟ ସରକାର ଦିନରାତି ଏକାକାର କରିଛନ୍ତି । ରାଜ୍ୟସ୍ତରୀୟ ଉତ୍ସବ ପାଳନ ହେଉଥିବା ଭୁବନେଶ୍ୱର ୟୁନିଟ୍-୩ କ୍ୟାପିଟାଲ୍ ହାଇସ୍କୁଲ ପଡ଼ିଆର ରୂପ,ରଙ୍ଗ ବଦଳିଯାଇଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ସେଠାରେ ୧୧ଟାରେ ପହଞ୍ଚି ସାଢ଼େ ବାରଟା ପର୍ଯ୍ୟନ୍ତ ଉପସ୍ଥିତ ରହିବେ । ୧୧.୧୫ରୁ ୧୨ ଟା ଯାଏଁ ଶିଶୁମାନଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ(ମନ୍ କି ବାତ୍) ଦେବେ । ଶିଶୁମାନଙ୍କ ପାଇଁ କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ଗଣଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି ।
ରାଜ୍ୟର କୋଣ ଅନୁକୋଣର ସବୁ ସ୍କୁଲରେ ମହାଆଡମ୍ବରରେ ଶିଶୁଦିବସ ପାଳିବା ପାଇଁ ସରକାରଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି ହୋଇଛି । ସେହି ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ମନ୍ କି ବାତ୍ ଶୁଣାଇବା ପାଇଁ ସ୍କୁଲମାନଙ୍କରେ ବଡ଼ ଟିଭି କିମ୍ବା ପ୍ରୋଜେକ୍ଟରର ବ୍ୟବସ୍ଥା ହୋଇଛି । ଯେଉଁ ସ୍କୁଲରେ ଟିଭି ନାହିଁ ଭଡ଼ାରେ ଟିଭି ଅଣାଯାଇଛି । ଯେଉଁଠି ସ୍କୁଲ ସମ୍ପୂର୍ଣ୍ଣ ଅବ୍ୟବସ୍ଥିତ ରହିଛି ସେଠିକା ପଞ୍ଚାୟତ ଅଫିସରେ ଏହାର ଯୋଗାଡ଼ ହୋଇଛି । କାର୍ଯ୍ୟକ୍ରମ ଅନୁଯାୟୀ, ସକାଳ ୯.୩୦ରୁ ୧୦ ଟା ମଧ୍ୟରେ ଛାତ୍ରଛାତ୍ରୀମାନଙ୍କ ସହ ସେମାନଙ୍କ ଅଭିଭାବକ ସ୍କୁଲରେ ପହଞ୍ଚିବେ । ୧୦ରୁ ୧୦ଟା ୫୦ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରବନ୍ଧ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ହେବ । ୧୦ଟା ୫୦ ରେ ଟିଭି ସେଟ୍ ଅନ୍ ହେବ । ୧୧ଟାରୁ ୧୨ ଟା ପର୍ଯ୍ୟନ୍ତ କ୍ୟାପିଟାଲ୍ ହାଇସ୍କୁଲରୁ ସିଧା ପ୍ରସାରଣ ଦେଖିବେ । ମୁଖ୍ୟମନ୍ତ୍ରୀଙ୍କ ମନ୍ ବି ବାତ୍ ଶୁଣିବେ । ଏହି କାର୍ଯ୍ୟକ୍ରମର ତଦାରଖ ପାଇଁ ପଞ୍ଚାୟତ, ବ୍ଲକ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।
ରାଜ୍ୟ ସରକାରଙ୍କର ଏହି ମେଗା ଶିଶୁଦିବସ ପାଳନକୁ ବିଜେପି କାଉଣ୍ଟର କରିବାକୁ ଯୋଜନା କରିଛି । ଖାସ୍ କରି ବିଜେଡ଼ି ଓ ସରକାରଙ୍କୁ ଡିଜିଟାଲ୍ ମିଡ଼ିଆରେ ଆଟାକ୍ କରିବ । ‘ଆମ କାମ କଥା କହେ’ ଶୀର୍ଷକରେ ଦଳର ବାର୍ତ୍ତା ୱେବସାଇଟ୍ ରେ ଛାଡ଼ିବ । ସେଥିରେ ନବୀନ ସରକାରଙ୍କ ବିଫଳତାର ପ୍ରଚାର କରାଯିବ । ଆଜି ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ରାଜ୍ୟ ସରକାରଙ୍କର ଶିଶୁ ଦିବସ ମହୋତ୍ସବକୁ ସମାଲୋଚନା କରାଯାଇଛି । ନବୀନ ସରକାରଙ୍କର ଏହା ଡ୍ରାମା ଓ ସୁଆଙ୍ଗ ବୋଲି କୁହାଯାଇଛି । ଶିଶୁ ଦିବସ ପାଳନ ପାଇଁ ସରକାର ୨୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ସେମାନଙ୍କର ଅଭିଯୋଗ । ‘ନବୀନ ଶ୍ରେଷ୍ଠ ପ୍ରଶାସକ’ ଶୀର୍ଷକରେ ବକ୍ତୃତା ପ୍ରତିଯୋଗିତାକୁ ସେମାନେ ସମାଲୋଚନା କରିଛନ୍ତି ।
ବିଜେପିର ଅଭିଯୋଗର ବିଜେଡ଼ି ବି ଜବାବ ଦେଇଛି । ଶିଶୁମାନଙ୍କ ପାଇଁ ଏଭଳି କାର୍ଯ୍ୟକ୍ରମକୁ ବିରୋଧ କରି ବିଜେପି ହୀନମନ୍ୟତାର ପରିଚୟ ଦେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ପଛରେ କି ରାଜନୀତି ରହିଛି ଏବଂ ଏତେ ପଇସା କାହିଁକି ଓ କେଉଁଠୁ ଖର୍ଚ୍ଚ ହେଉଛି ବୋଲି ବିଜେଡ଼ି ପ୍ରଶ୍ନ କରିଛି । ମୋଟାମୋଟି ଦେଖିବାକୁ ଗଲେ ଶିଶୁ ଦିବସରେ ଏବର୍ଷ ରାଜନୀତି ପଶିଯାଇଛି ।
Previous Post

ସ୍ୱାସ୍ଥ୍ୟ ବିଭାଗ: ଚିହ୍ନିରଖ ବାବୁଙ୍କ ବଦନ

Next Post

ପିଲାଙ୍କ ମନ ମୋହିଲେ ମୁଖ୍ୟମନ୍ତ୍ରୀ

Next Post
ପିଲାଙ୍କ ମନ ମୋହିଲେ ମୁଖ୍ୟମନ୍ତ୍ରୀ

ପିଲାଙ୍କ ମନ ମୋହିଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA