Friday, May 1, 2026 05:05 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପିଲାଙ୍କ ମନ ମୋହିଲେ ମୁଖ୍ୟମନ୍ତ୍ରୀ

by Our Correspondent
14 Nov, 2017- 02:09 PM
in Latest News, News
1 min read
1
ପିଲାଙ୍କ ମନ ମୋହିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଭଲ ପାଠ ପଢ଼ । ନିଜ ସ୍ୱପ୍ନକୁ ସାକାର କର । ପିତାମାତାଙ୍କ ପ୍ରତି ତୁମ ଦାୟିତ୍ୱ ପ୍ରତି ସବୁବେଳେ ଧ୍ୟାନ ଦିଅ । ଯେଉଁ ସମାଜରେ, ଯେଉଁ ଦେଶରେ, ଯେଉଁ ଗାଁରେ ଆମେ ଜନ୍ମ ନେଇଛୁ, ତା ପାଇଁ କିଛି କର । ମୋ ଓଡ଼ିଶାର ପିଲାମାନେ ସବୁବେଳେ ବଡ଼ ବଡ଼ ସ୍ୱପ୍ନ ଦେଖନ୍ତୁ ଏବଂ ଜୀବନର ସବୁ ଆହ୍ୱାନକୁ ସାମନା କରିବା ପାଇଁ ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ନ୍ତୁ ।
ଶିଶୁ ଦିବସର ରାଜ୍ୟସ୍ତରୀୟ ମହାସମାରୋହ ଅଭିଭାଷଣରେ ଏହା ଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ କି ବାତ୍ । ୟୁନିଟ୍-୩ କ୍ୟାପିଟାଲ୍ ହାଇସ୍କୁଲ ପଡ଼ିଆରେ ଆୟୋଜିତ ମେଗା ସମାରୋହରେ ମୁଖ୍ୟମନ୍ତ୍ରୀ ଶିଶୁମାନଙ୍କ ଉଦ୍ଦେଶ୍ୟରେ ନିଜର ମନର କଥା କହିଥିଲେ । ସାରା ରାଜ୍ୟର କୋଣ ଅନୁକୋଣରେ ସ୍କୁଲ ଛାତ୍ରଛାତ୍ରୀମାନେ ଟିଭିରେ ଲାଇଭ୍ ଦେଖିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଶୁଣିଥିଲେ । ଅଭିଭାଷଣ ଶେଷରେ ମୁଖ୍ୟମନ୍ତ୍ରୀ ଭାବବିହ୍ୱଳ ହୋଇଯାଇଥିଲେ । କହିଥିଲେ.. ପିଲାମାନେ ତୁମମାନଙ୍କ ଉପରେ ମୋର ପୂରା ଭରସା ଅଛି । ସଂକଳ୍ପର ସହ ଆଗକୁ ବଢ଼ । ମା ମାଟିର ଗୌରବକୁ ଆହୁରି ଉଚ୍ଚ କର ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍କୁଲ ପିଲାଙ୍କ ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ଘୋଷଣା କରିଥିଲେ ।
– ଓଡ଼ିଆ ଭାଷାରେ ଦଶମ ଶ୍ରେଣୀରେ ଭଲ କରିଥିବା ପିଲାଙ୍କୁ ମିଳିବ ଓଡ଼ିଆ ଭାଷା ବୃତ୍ତି ପୁରସ୍କାର । ପ୍ରତି ବ୍ଲକ୍ ର ୧୦ ଜଣ ପିଲା ପାଇବେ ୫୦୦୦ ଟଙ୍କା ଲେଖାଏଁ ପୁରସ୍କାର ।
– ଦଶମ ଶ୍ରେଣୀରେ ଭଲ ନମ୍ବର ରଖିଥିବା ପିଲାଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ପୁରସ୍କାର । ପ୍ରତି ବ୍ଲକ୍ ଓ ପ୍ରତି ସହରାଞ୍ଚଳର ପିଲାମାନେ ଏହି ପୁରସ୍କାର ପାଇବେ । ରାଜ୍ୟର ୪୦ ହଜାର ପିଲା ଏହି ପୁରସ୍କାର ପାଇବେ । ପ୍ରତି ପିଲାଙ୍କୁ ୫ ହଜାର ଟଙ୍କା ପୁରସ୍କାର ମିଳିବ । 
– ଦଶମ ଶ୍ରେଣୀରେ ଭଲ ନମ୍ବର ରଖିଥିବା ପିଲାମାନଙ୍କ ପିତାମାତା ଓ ଶିକ୍ଷକମାନଙ୍କୁ ରାଜ୍ୟ ସରକାର ସମ୍ମାନିତ କରିବେ । ପ୍ରତି ବ୍ଲକ୍ ର ଶ୍ରେଷ୍ଠ ତିନିଟି ସ୍କୁଲକୁ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ମିଳିବ । ଶିକ୍ଷକମାନେ ଏହାକୁ ଭାଗବାଣ୍ଟି ନେବେ ।
– ସ୍କୁଲ ବିକାଶରେ ପୁରାତନ ଛାତ୍ରଙ୍କୁ ସଂଶ୍ଲିଷ୍ଟ କରିବାକୁ ‘ମୋ ସ୍କୁଲ ଅଭିଯାନ’ ଯୋଜନା ।
– ପୁରାତନ ଛାତ୍ର ଯାହା ଦେବେ ସରକାର ଦୁଇଗୁଣା ଅର୍ଥ ଦେବେ ।
– ‘ମୋ ସ୍କୁଲ ଅଭିଯାନ’ ଲାଗି ୧୦୦ କୋଟି ଟଙ୍କାର କର୍ପସ୍ ପାଣ୍ଠି ।
ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ମେଗା ଶିଶୁଦିବସ ସମାରୋହକୁ ବିଜେପି କଡ଼ା ସମାଲୋଚନା କରିଛି । ବିପୁଳ ଅର୍ଥ ଖର୍ଚ୍ଚ କରି ସରକାର ନିଜର ଆତ୍ମପ୍ରଚାର କରିଥିବା ବିଜେପି କହିଛି । ତେବେ ବିଜେଡ଼ି ଏହାର କଡ଼ା ଜବାବ ଦେଇଛି । ଶିଶୁ ଦିବସ ପାଳନ ପଛରେ ରାଜ୍ୟ ସରକାରଙ୍କର ମହତ୍ ଉଦ୍ଦେଶ୍ୟ ଅଛି । ମାତ୍ର ବିଜେପି ଏହାକୁ ନେଇ ରାଜନୀତି କରୁଛି ବୋଲି ବିଜେଡ଼ି କହିଛି ।
Previous Post

ଶିଶୁ ଦିବସରେ ରାଜନୀତି

Next Post

‘ମିଡ଼-ଡ଼େ ଓଡ଼ିଶା’କୁ ମନୋଜ ନାୟକଙ୍କ ଓକିଲ ନୋଟିସ୍

Next Post
‘ମିଡ଼-ଡ଼େ ଓଡ଼ିଶା’କୁ ମନୋଜ ନାୟକଙ୍କ ଓକିଲ ନୋଟିସ୍

‘ମିଡ଼-ଡ଼େ ଓଡ଼ିଶା’କୁ ମନୋଜ ନାୟକଙ୍କ ଓକିଲ ନୋଟିସ୍

Comments 1

  1. Abdul samim Akhtar says:
    8 years ago

    Master stroke and master reply to BJP by our CM.

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA