Friday, May 1, 2026 05:00 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ମିଡ଼-ଡ଼େ ଓଡ଼ିଶା’କୁ ମନୋଜ ନାୟକଙ୍କ ଓକିଲ ନୋଟିସ୍

by Our Correspondent
15 Nov, 2017- 01:43 PM
in Latest News, News
1 min read
0
‘ମିଡ଼-ଡ଼େ ଓଡ଼ିଶା’କୁ ମନୋଜ ନାୟକଙ୍କ ଓକିଲ ନୋଟିସ୍
ଭୁବନେଶ୍ୱର: ‘ମିଡ଼-ଡ଼େ ଓଡ଼ିଶା’ ମୁଖ୍ୟ ସମ୍ପାଦକଙ୍କୁ ସମ୍ ହସ୍ପିଟାଲ୍ ମାଲିକ ମନୋଜ ନାୟକ ତାଙ୍କ ଓକିଲଙ୍କ ଜରିଆରେ ଏକ ନୋଟିସ୍ ପଠାଇଛନ୍ତି । ‘ବିଜେପିରେ ମିଶିବେ ମନୋଜ ନାୟକ’ ଏବଂ ‘ବୈଜୟନ୍ତଙ୍କୁ ବିପଦ ମନୋଜ’ ସମ୍ବାଦ ଉପରେ ସେ ଆପତ୍ତି ଉଠାଇଛନ୍ତି । ଏହା ମିଥ୍ୟା ଓ ସମ୍ମାନହାନି ଖବର ବୋଲି ଦର୍ଶାଇଛନ୍ତି । ସେଥିରେ ଡେରୋଗେଟିଭ୍ ଓ ଡିଫେମାଟୋରି ଭାଷା ବ୍ୟବହାର ହୋଇଥିବା କହିଛନ୍ତି । ଆଉ ଦୁଇ ପାଦ ଆଗକୁ ଯାଇ ‘ମିଡ-ଡେ ଓଡ଼ିଶା’ ନିଉଜ୍ ପୋର୍ଟାଲ୍ ରେ ପ୍ରକାଶିତ ଖବରକୁ ସେ ମିଥ୍ୟା, ମନଗଢ଼ା ଏବଂ ନିରାଧାର ବୋଲି କହିଛନ୍ତି । ଶସ୍ତା ଲୋକପ୍ରିୟତା ପାଇବା ପାଇଁ ଏଭଳି ଖବର ପ୍ରସ୍ତୁତ ହୋଇଥିବା ସେଥିରେ ଉଲ୍ଲେଖ କରାଯାଇଛି । ଆଇନ ଅଦାଲତରେ ସିଭିଲ୍ ଓ କ୍ରିମିନାଲ୍ କେସ୍ ର କାହିଁକି ଆଶ୍ରୟ ନ ନେବୁ ତାହାର ଜବାବ ମାଗିଛନ୍ତି । ଏଭଳି ଖବର ପ୍ରସାରଣରୁ ନିବୃତ୍ତ କରିବାକୁ ସେ ଭୁଲିନାହାନ୍ତି ।
‘ମିଡ଼-ଡ଼େ ଓଡିଶା’ରେ ମନୋଜ ନାୟକଙ୍କ ସମ୍ପର୍କିତ ଖବରରେ କୌଣସି ପ୍ରକାର ଡେରୋଗେଟିଭ୍ ଓ ଡିଫେମାଟୋରି ଭାଷା ବ୍ୟବହାର ହୋଇଥିବା ଆମେ ଜାଣିପାରୁନାହୁୁଁ । ଏଥିରେ ତାଙ୍କର ସମ୍ମାନହାନି ହେଲା ଭଳି କିଛି ଲେଖାଯାଇଥିବା ଆମର ହୃଦବୋଧ ହେଉନି । ବରଂ ଶ୍ରୀ ନାୟକଙ୍କ ପ୍ରତି ଆମର ଯଥେଷ୍ଟ ସମ୍ମାନ ରହିଛି । ତେବେ ସେ ଯାହା ହେଉ, ଶ୍ରୀ ନାୟକ ତାଙ୍କ ଓକିଲଙ୍କ ଜରିଆରେ ନୋଟିସ୍ ପଠାଇଥିବାରୁ ଆମେ ସେହି ଫୋରମ୍ ରେ ହିଁ ତାହାର ଜବାବ ଦେବୁ । ତେବେ ସାମଗ୍ରିକ ଭାବେ ‘ମିଡ଼-ଡ଼େ ଓଡ଼ିଶା’ ରେ ପ୍ରକାଶିତ ଖବରକୁ ମିଥ୍ୟା, ମନଗଢ଼ା ଏବଂ ନିରାଧାର କହି ସେ ଆମର ସମ୍ମାନହାନି କରିବା ସହ ଆମ ବିଶ୍ୱାସନୀୟତାକୁ ପ୍ରଶ୍ନ କରିଛନ୍ତି । ତେବେ ଏହି ସାର୍ଟିଫିକେଟ୍ କୁ ନେଇ ଆମେ ଚିନ୍ତିତ କି ବିବ୍ରତ ନୋହୁଁ । ଯେତେ ଯାହା ପ୍ରତିରୋଧ, ନାଲିଆଖି ଆସିଲେ ବି ଆମେ ସତ୍ୟ ଓ ନିର୍ଭିକ ସମ୍ବାଦ ପରିବେଷଣକୁ ସବୁବେଳେ ଗୁରୁତ୍ୱ ଦେଇଛୁ ଏବଂ ଦେଉଥିବୁ । ବ୍ୟକ୍ତିଗତ ଭାବେ କାହାରି ସମ୍ମାନହାନି କରିବା ଆମର ଉଦ୍ଦେଶ୍ୟ ନୁହେଁ ଏବଂ ଏଭଳି ଖବରରୁ ଆମେ ସଦାସର୍ବଦା ଦୂରେଇ ରହିବାକୁ ଚେଷ୍ଟା କରିଛୁ । – ମୁଖ୍ୟ ସମ୍ପାଦକ
Previous Post

ପିଲାଙ୍କ ମନ ମୋହିଲେ ମୁଖ୍ୟମନ୍ତ୍ରୀ

Next Post

ଶିିଶୁ ଦିବସ ରାଜନୀତି: ଚାଲୁଣି କହୁଛି ଛୁଞ୍ଚିକୁ

Next Post
ଶିିଶୁ ଦିବସ ରାଜନୀତି: ଚାଲୁଣି କହୁଛି ଛୁଞ୍ଚିକୁ

ଶିିଶୁ ଦିବସ ରାଜନୀତି: ଚାଲୁଣି କହୁଛି ଛୁଞ୍ଚିକୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA