Tuesday, May 26, 2026 08:30 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଗଣମାଧ୍ୟମ ନା ଜୟମାଧ୍ୟମ ?

by Our Correspondent
20 Jan, 2018- 12:36 PM
in Latest News, Politics
1 min read
1
ଗଣମାଧ୍ୟମ ନା ଜୟମାଧ୍ୟମ ?
ଭୁବନେଶ୍ୱର: ବୈଜୟନ୍ତ ‘ଜୟ’ ପଣ୍ଡାଙ୍କ ଟିଭି ଓଡ଼ିଶାର ଏକ ନମ୍ବର ଟିଭି ଚାନେଲ । ଲୋକଙ୍କ କଥା କହେ, ନିରପେକ୍ଷ ସମ୍ବାଦ ପରିବେଷଣ କରେ ବୋଲି ଦାବି କରେ । ମାତ୍ର ବାସ୍ତବରେ ତାହା ସେୟା ନୁହେଁ ବୋଲି ଦର୍ଶକଙ୍କର ଅନୁଭବ ହେଲାଣି । ଶୁକ୍ରବାର ଦିନ ସଂଧ୍ୟା ୭ ଟା ପ୍ରତିଦିନ ଅଧଘଣ୍ଟିଆ ବୁଲେଟିନ୍ ରେ ବିଜେଡ଼ି ସହ ବୈଜୟନ୍ତଙ୍କର କଳି ଖବରକୁ ମୁଖ୍ୟ ଖବର ଭାବେ ୧୪ ମିନିଟ୍ ପ୍ରସାରଣ କରାଯାଇଥିଲା । ତାହା ପୁଣି ତିନି ତିନିଟା ପ୍ୟାକେଜ୍ ରେ । ସେତିକିରେ ସରିଲାନି । ନବୀନ ପଟ୍ଟନାୟକଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀର ପୁରସ୍କାର ପ୍ରାୟୋଜିତ ନୁହେଁ କି ବୋଲି ପରବର୍ତ୍ତୀ ଖବର ସ୍ଥାନିତ ହୋଇଥିଲା । ରାଜ୍ୟରେ ବାଟ ହୁଡ଼ିଛି ବିକାଶ,ହେଲେ ମୁଖ୍ୟମନ୍ତ୍ରୀ ଗୋଟେ ପରେ ଗୋଟେ ପୁରସ୍କାରରେ ସମ୍ମାନିତ ହୋଇ ଚାଲିଛନ୍ତି ବୋଲି କୁହାଯାଇଥିଲା । ଏମିତି ଭାବେ ୭ଟାରୁ ୭ଟା ୨୦ ମିନିଟ୍ ପଳେଇଥିଲା ବିଜେଡ଼ି ଓ ନବୀନ ପଟ୍ଟନାୟକ ବିରୋଧୀ ଖବରରେ ।
ଗତ ୧୧ ତାରିଖରେ ନିଶ୍ଚିତକୋଇଲି ବୁହୋଳ ପାଣିଟାଙ୍କି ଉଦଘାଟନର ତିନି ଦିନ ପୂର୍ବରୁ ଏ ପର୍ଯ୍ୟନ୍ତ ବୈଜୟନ୍ତଙ୍କ ଟିଭିରେ ବିଜେଡ଼ି-ବୈଜୟନ୍ତ କଳି ଲଗାତର ମୁଖ୍ୟ ଖବର ହୋଇ ଚାଲିଛି । ବୈଜୟନ୍ତ କ’ଣ ଟୁଇଟ୍ କଲେ, ତାଙ୍କ ସଚିବ କ’ଣ କହିଲେ ଦିନରାତି ବ୍ରେକିଂ ଖବର ହୋଇ ଚାଲିଛି । ସତେ ଯେମିତି ଓଡ଼ିଶାରେ ମୁଖ୍ୟ ଖବର ହେଲା ଭଳି ଆଉ କିଛି ସମସ୍ୟା କି ଘଟଣା ନାହିଁ ।
ନିଜ ଟିଭିରେ ବୈଜୟନ୍ତଙ୍କ ନିଜସ୍ୱ ପ୍ରଚାର ଓ ବିରୋଧୀ ଶକ୍ତିଙ୍କୁ ଜନମାନସରେ ନିନ୍ଦିତ କରିବାର ପ୍ରୟାସ ତାଙ୍କୁ ଆନନ୍ଦ ଦେଉଛି । ନିଜ ଟିଭି ଜରିଆରେ ନବୀନ ପଟ୍ଟନାୟକଙ୍କ ସାମ୍ରାଜ୍ୟକୁ ସାବାଡ଼ କରିଦେବେ ବୋଲି ଭାବିଦେଇଛନ୍ତି । ନିଜ ଟିଭି ହୋଇଥିବାରୁ ନିଜର ପ୍ରଚାର କରି ଜନସମର୍ଥନ ଯୋଗାଡ଼ କରିବାକୁ କେହି କେହି ସ୍ୱାଭାବିକ ବୋଲି କହିପାରନ୍ତି । ହେଲେ ଗଣାମାଧ୍ୟମ କାହାରି ବ୍ୟକ୍ତିଗତ ସମ୍ପତ୍ତି ନୁହେଁ ତାହା ବୈଜୟନ୍ତ ବାବୁ ଭୁଲିଯିବା ଉଚିତ ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଗଣମାଧ୍ୟମ ଓ ସାମ୍ବାଦିକତାରେ ଗୋଟିଏ ଏଥିକ୍ସ ଅଛି । ମାଲିକଙ୍କ ପାଇଁ ଲକ୍ଷ୍ମଣରେଖା ଅଛି । ତାକୁ ଜଳାଜଂଳୀ ଦେଇ ବ୍ୟକ୍ତିଗତ ସ୍ୱାର୍ଥ ହାସଲରେ ତାହାକୁ ବ୍ୟବହାର କରିବା ଏକ ଅପରାଧ କହି ଅନେକ ପସନ୍ଦ କରିନାହାନ୍ତି । ରାଜନୀତି କି ବ୍ୟବସାୟ କରିବାରେ କାହାରିକୁ ମନା ନାହିଁ । କିନ୍ତୁ ନିଜ ହାତରେ ଗଣମାଧ୍ୟମ ଅଛି ବୋଲି ତାକୁ ବ୍ୟକ୍ତିଗତ ରାଜନୈତିକ କିମ୍ବା ବ୍ୟବସାୟିକ କାମରେ ଲଗାଇବାର ଅର୍ଥ ସାଧାରଣ ଲୋକଙ୍କ ପ୍ରତି ପ୍ରବଂଚନା ବୋଲି ସେମାନେ କହିଛନ୍ତି । ଏଥିରେ କୋଟି କୋଟି ଦର୍ଶକଙ୍କ କି ସ୍ୱାର୍ଥଜଡ଼ିତ ବୋଲି ପ୍ରଶ୍ନ କରିଛନ୍ତି । ଦର୍ଶକଙ୍କର ଏହା ମୂଲ୍ୟବାନ ସମୟ ନଷ୍ଟ ଛଡ଼ା କିଛି ନୁହେଁ । ଲୋକଙ୍କୁ ବୋକା କିମ୍ବା ଭକୁଆ ବନାଇବାର ଯୁଗ ନଥିଲା କି ନାହିଁ । ହେଲେ ଲୋକଙ୍କୁ ଖବର ଦେବା ନାଁରେ ବ୍ୟକ୍ତିଗତ ଏଜେଣ୍ଡା ପ୍ରଚାର କରିବା ଗଣମାଧ୍ୟମର କୀର୍ତ୍ତିମାନକୁ କ୍ଷୂର୍ଣ୍ଣ କରିଛି । ବୈଜୟନ୍ତ ବାବୁ ସବୁ ସୀମା ପାର୍ କରିଗଲେଣି ବୋଲି କୁହାଯାଉଛି ।
ସେହିଭଳି ଅଣଓଡ଼ିଆ ଅଫିସର କହି ତୁମ୍ବିତୋଫାନ କରୁଥିବା ବୈଜୟନ୍ତଙ୍କର ଓଡ଼ିଆ ପ୍ରୀତି ମଧ୍ୟ ଧରାପଡ଼ିଯାଇଛି । ଦିଲ୍ଲୀରେ ଇଂରାଜୀ ଚାନେଲ୍ ଗୁଡ଼ିକର ପ୍ରିୟପାତ୍ର ହୋଇଥିବା ବୈଜୟନ୍ତ ନିଜେ ଓଡ଼ିଆ ଚାନେଲର ମାଲିକ ହୋଇଥିଲେ ମଧ୍ୟ ଓଡ଼ିଆ ଚାନେଲରେ ମୁହଁ ଦେଖାଇବାକୁ ପସନ୍ଦ କରୁନାହାନ୍ତି । ଏହା କି ପ୍ରକାର ମାନସିକତା ? ଏଥିରେ ତାଙ୍କର ସମ୍ମାନହାନୀ ହେବ ବୋଲି ବୋଧେ ଭାବିନେଇଛନ୍ତି । କାରଣ ନିଜେ ଇଂରାଜୀରେ ଲମ୍ବାଚଉଡା ଟୁଇଟ୍ ଛାଡୁଥିଲେ ମଧ୍ୟ ତାଙ୍କ ନିଜ ଟିଭିରେ ମଧ୍ୟ ମୁହଁ ଦେଖାଉନାହାନ୍ତି । ଯାହା କହିବା କଥା ତାଙ୍କର ଅଣଓଡ଼ିଆ ବ୍ୟକ୍ତିଗତ ସଚିବ(ଘୋଷ)ଙ୍କ ପାଟିରେ ଓଡ଼ିଆରେ କୁହାଉଛନ୍ତି । ବୈଜୟନ୍ତଙ୍କର ଏହା ଅହଙ୍କାର ନା ଓଡ଼ିଆ ଗଣମାଧ୍ୟମକୁ ହୀନମନ୍ୟତା ତାହା ବୁଝାପଡ଼ୁନି ।
Previous Post

ନବୀନଙ୍କୁ ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି

Next Post

ମନେପଡ଼ିଲେ ମଧୁବାବୁ !

Next Post
ମନେପଡ଼ିଲେ ମଧୁବାବୁ !

ମନେପଡ଼ିଲେ ମଧୁବାବୁ !

Comments 1

  1. Deepak Pradhan says:
    8 years ago

    Real Truth … The Best news

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA